settings icon
share icon
ପ୍ରଶ୍ନ

ପ୍ରଭୁ ଶିଖାଇଥିବା ପ୍ରାର୍ଥନା କ'ଣ ଏବଂ ଆମେ ଏହା ପ୍ରାର୍ଥନା କରିବା ଉଚିତ୍ କି?

ଉତ୍ତର


ପ୍ରଭୁ ଶିଖାଇଥିବା ଥିବା ପ୍ରାର୍ଥନା ବା ପ୍ରଭୁଙ୍କ ପ୍ରାର୍ଥନା ହେଉଛି ପ୍ରଭୁ ଯୀଶୁ ମାଥିଉ ୬:୯-୧୩ ଏବଂ ଲୂକ ୧୧:୨-୪ରେ ତାଙ୍କ ଶିଷ୍ୟମାନଙ୍କୁ ଶିଖାଇଥିବା ଏକ ପ୍ରାର୍ଥନା । ମାଥିଉ ୬:୯-୧୩ କୁହେ, "ଅତଏବ, ତୁମ୍ଭେମାନେ ଏହିପ୍ରକାରେ ପ୍ରାର୍ଥନା କର, ହେ ଆମ୍ଭମାନଙ୍କ ସ୍ବର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ । ତୁମ୍ଭର ରାଜ୍ୟ ଆସୁ । ଯେପରି ସ୍ବର୍ଗରେ ସେପରି ପୃଥିବୀରେ ତୁମ୍ଭର ଇଛା ସଫଳ ହେଉ । ଆଜି ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ । ଆମ୍ଭେମାନେ ଯେପରି ଆପଣା ଆପଣା ଅପରାଧୀମାନଙ୍କୁ କ୍ଷମା କରିଅଛୁ, ସେପରି ଆମ୍ଭମାନଙ୍କର ଅପରାଧସବୁ କ୍ଷମା କର । ପରୀକ୍ଷାରେ ଆମ୍ଭମାନଙ୍କୁ ଆଣନାହିଁ, ମାତ୍ର ମନ୍ଦରୁ ରକ୍ଷା କର ।" ଅନେକ ଲୋକ ପ୍ରଭୁଙ୍କ ପ୍ରାର୍ଥନାକୁ ଭୁଲ୍ ବୁଝି ଏହା ଆମେ ପ୍ରତି ଶବ୍ଦକୁ ଘୋଷା ଭାବରେ କହିବାର ଏକ ପ୍ରାର୍ଥନା ବୋଲି ବୁଝିଥାନ୍ତି । କେତେକ ପ୍ରଭୁଙ୍କ ପ୍ରାର୍ଥନାକୁ ଏକ ଯାଦୁବିଦ୍ୟା ଭାବରେ ବ୍ୟବହାର କରିଥାନ୍ତି, ଯେପରିକି ସେହି ପ୍ରାର୍ଥନାରେ ଥିବା ଶବ୍ଦଗୁଡିକରେ ହିଁ ନିର୍ଦ୍ଧିଷ୍ଟ ଶକ୍ତି ଅଛି କିମ୍ବା ସେଗୁଡିକ ଈଶ୍ବରଙ୍କୁ ପ୍ରଭାବିତ କରିପାରିବ ।

ବାଇବଲ ଆମ୍ଭମାନଙ୍କୁ ତାହାର ବିପରୀତ ଶିକ୍ଷା ଦିଏ । ଆମେ ପ୍ରାର୍ଥନା କରିବା ସମୟରେ ଆମ୍ଭମାନଙ୍କର ଶବ୍ଦ ଅପେକ୍ଷା ଈଶ୍ବର ଆମ୍ଭମାନଙ୍କର ହୃଦୟରେ ଆଗ୍ରହୀ ଅଟନ୍ତି । "କିନ୍ତୁ ତୁମ୍ଭେ ପ୍ରାର୍ଥନା କରିବା ସମୟରେ ତୁମ୍ଭର ଗୁପ୍ତ କୋଠରୀରେ ପ୍ରବେଶ କର, ପୁଣି ତୁମ୍ଭର ଦ୍ବାର ରୁଦ୍ଧ କରି ଗୋପନରେ ଥିବା ତୁମ୍ଭ ପିତାଙ୍କ ଛାମୁରେ ପ୍ରାର୍ଥନା କର, ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ । ପୁଣି, ପ୍ରାର୍ଥନା କରିବା ସମୟରେ ବିଜାତୀୟମାନଙ୍କ ପରି ଅନର୍ଥକ ପୁନରୁକ୍ତି କରନାହିଁ, କାରଣ ସେମାନେ ବହୁତ କଥା କହିବାରୁ ସେମାନଙ୍କ ପ୍ରାର୍ଥନା ଶୁଣାଯିବ ବୋଲି ମନେ କରନ୍ତି" (ମାଥିଉ ୬:୬-୭) । ପ୍ରାର୍ଥନାରେ, ଆମେ ଆମ ହୃଦୟକୁ ଈଶ୍ବରଙ୍କଠାରେ ଢାଳିବାକୁ ହେବ (ଫିଲିପ୍ପୀୟ ୪:୬-୭), ଆମେ କେବଳ ଶବ୍ଦଗୁଡିକ ଘୋଷି ହେବା କିମ୍ବା ମୁଖସ୍ତ କରି ଈଶ୍ବରଙ୍କୁ କହିବା ଉଚିତ୍ ନୁହେଁ ।

କିପରି ପ୍ରାର୍ଥନା କରିବାକୁ ହେବ, ତାହାର ଏକ ଉଦାହରଣ ବା ନମୁନା ଭାବରେ ପ୍ରଭୁଙ୍କ ପ୍ରାର୍ଥନାକୁ ବୁଝିବାକୁ ପଡିବ । ଏହା ପ୍ରାର୍ଥନାରେ ଭର୍ତ୍ତି କରିବାର "ଉପାଦନସକଳ" ଆମ୍ଭମାନଙ୍କୁ ପ୍ରଦାନ କରେ । ଏହା କିପରି ଏହାକୁ କିପରି ଭାବେ ବିଭିନ୍ନ ଅଂଶରେ ଭାଗ କରାଯାଇଛି, ତାହା ଦିଆଗଲା । "ହେ ଆମ୍ଭମାନଙ୍କ ସ୍ବର୍ଗସ୍ଥ ପିତା" କାହାକୁ ଆମର ପ୍ରାର୍ଥନା ସମ୍ବୋଧିତ କରାଯାଏ, ତାହା ଆମ୍ଭମାନଙ୍କୁ ଶିକ୍ଷା ଦିଆଯାଇଛି । "ତୁମର ନାମ ପବିତ୍ର ବୋଲି ମାନ୍ୟ ହେଉ" ଆମ୍ଭମାନଙ୍କୁ ଈଶ୍ବରଙ୍କୁ ଉପାସନା କରିବା ନିମନ୍ତେ ଏବଂ ସେ କିଏ ଅଟନ୍ତି ସେଇଥିଯୋଗୁଁ ତାଙ୍କୁ ପ୍ରଶଂସା କରିବା । "ତୁମର ରାଜ୍ୟ ଆସୁ, ଯେପରି ସ୍ବର୍ଗରେ ସେପରି ପୃଥିବୀରେ ତୁମ୍ଭର ଇଛା ସଫଳ ହେଉ" ବାକ୍ୟାଂଶଟି ଆମ୍ଭମାନଙ୍କୁ ସ୍ମରଣ କରାଇଦିଏ ଯେ, ଆମେ ଆମ ଜୀବନରେ ଏବଂ ଜଗତ ନିମନ୍ତେ ଆମ ନିଜ ଇଛା ସଫଳ ନ ହେବାକୁ ଚାହିଁ ଈଶ୍ବରଙ୍କ ଇଛା ସଫଳ ହେବାକୁ ଚାହିଁବା । ଆମେ ଆମ ଇଛା ପୂରଣ ହେବା ନିମନ୍ତେ ଈଶ୍ବରଙ୍କ ଇଛା ପୂରଣ କରିବାକୁ ପ୍ରାର୍ଥନା କରିବା ଉଚିତ୍ ନୁହେଁ । "ଆଜି ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ"ରେ ଆମେ ଆବଶ୍ୟକ କରୁଥିବା ବିଷୟଗୁଡିକୁ ଈଶ୍ବରଙ୍କୁ ମାଗିବା ନିମନ୍ତେ ଆମ୍ଭମାନଙ୍କୁ ଉତ୍ସାହିତ କରାଯାଇଛି । "ଆମ୍ଭମାନଙ୍କର ଅପରାଧସବୁ କ୍ଷମା କର, ଯେପରି ଆମେ ଅନ୍ୟମାନଙ୍କର ଅପରାଧସବୁ କ୍ଷମା କରିଅଛୁ" ଆମ୍ଭମାନଙ୍କୁ ଆମ୍ଭମାନଙ୍କର ପାପ ସବୁ ଈଶ୍ବରଙ୍କ ନିକଟରେ ସ୍ବୀକାର କରିବାକୁ ଏବଂ ସେଗୁଡିକରୁ ଫେରିବାକୁ, ଏବଂ ଈଶ୍ବର ଯେପରି ଆମ୍ଭମାନଙ୍କୁ କ୍ଷମା କରିଅଛନ୍ତି ସେହିପରି ଅନ୍ୟମାନଙ୍କର ଅପରାଧସବୁ କ୍ଷମା କରିବା ନିମନ୍ତେ ଆମ୍ଭମାନଙ୍କୁ ସ୍ମରଣ କରାଇଦିଏ । ପ୍ରଭୁ ଶିଖାଇଥିବା ପ୍ରାର୍ଥନାର ଉପସଂହାର, "ଏବଂ ପରୀକ୍ଷାରେ ଆମ୍ଭମାନଙ୍କୁ ଆଣନାହିଁ, ମାତ୍ର ମନ୍ଦରୁ ରକ୍ଷା କର" ପାପ ଉପରେ ଜୟଲାଭ କରିବା ନିମନ୍ତେ ଏବଂ ପାପାତ୍ମାର ଆକ୍ରମଣରୁ ସୁରକ୍ଷା ଦେବା ନିମନ୍ତେ ଅନୁରୋଧ କରିବାରେ ଆମ୍ଭମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଏକ ଅନୁନୟ ଅଟେ ।

ତେଣୁ ପୁନଶ୍ଚ, ପ୍ରଭୁଙ୍କ ପ୍ରାର୍ଥନା ଆମେ ସ୍ମରଣ ରଖି ଈଶ୍ବରଙ୍କୁ ପ୍ରତି ଘୋଷା ଭାବରେ କହିବାର ଏକ ପ୍ରାର୍ଥନା ନୁହେଁ । ଆମେ କିପରି ପ୍ରାର୍ଥନା କରୁଥିବା ସେ ବିଷୟରେ ଏହା ଏକ ଉଦାହରଣ ମାତ୍ର । ପ୍ରଭୁଙ୍କ ପ୍ରାର୍ଥନା ମୁଖସ୍ତ କରି ରଖିବାରେ କିଛି ଭୁଲ୍ ଅଛିକି? ପ୍ରକୃତରେ କିଛି ଭୁଲ୍ ନାହିଁ ! ଆପଣ ପ୍ରଭୁଙ୍କ ପ୍ରାର୍ଥନା ଈଶ୍ବରଙ୍କ ପ୍ରତି ପ୍ରାର୍ଥନା କରିବାରେ କୌଣସି ଭୁଲ୍ ଅଛି କି? ଏହା ନୁହେଁ ଯଦି ଆପଣଙ୍କ ହୃଦୟ ସେଠାରେ ଅଛି ଏବଂ ଆପଣ କହୁଥିବା ବାକ୍ୟ ବା ଶବ୍ଦଗୁଡିକୁ ଆପଣ ପ୍ରକୃତରେ ବୁଝି କହୁଅଛନ୍ତି । ସ୍ମରଣରେ ରଖନ୍ତୁ ଯେ, ଈଶ୍ବର ଆମର ବାକ୍ୟରେ ଯେତେ ଆଗ୍ରହୀ ନୁହଁନ୍ତି ସେ ଆମ ପ୍ରାର୍ଥନାରେ ଆମ ହୃଦୟର ଭାବର ଆଦାନ ପ୍ରଦାନ ଏବଂ ହୃଦୟର କଥନରେ ଯଥେଷ୍ଟ ଅଧିକ ପରିମାଣରେ ଆଗ୍ରହୀ ଅଟନ୍ତି । ଫିଲିପ୍ପୀୟ ୪:୬-୭ କୁହେ, "କୌଣସି ବିଷୟରେ ଚିନ୍ତିତ ହୁଅନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ବାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନ ସବୁ ଈଶ୍ବରଙ୍କ ନିକଟରେ ଜଣାଅ । ସେଥିରେ ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ବରଙ୍କ ଶାନ୍ତି, ତାହା ତୁମ୍ଭମାନଙ୍କ ହୃଦୟ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗୀତାରେ ସୁରକ୍ଷା କରି ରଖିବ ।"

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ପ୍ରଭୁ ଶିଖାଇଥିବା ପ୍ରାର୍ଥନା କ'ଣ ଏବଂ ଆମେ ଏହା ପ୍ରାର୍ଥନା କରିବା ଉଚିତ୍ କି?
© Copyright Got Questions Ministries