settings icon
share icon
ପ୍ରଶ୍ନ

କାହିଁକି ଯିହୂଦୀମାନେ ଏବଂ ଆରବୀୟମାନେ / ମୁସଲିମମାନେ ପରସ୍ପର ଘୃଣା କରନ୍ତି?

ଉତ୍ତର


ପ୍ରଥମ, ଏକ ଗୁରୁତ୍ବପୂର୍ଣ୍ଣ ବୁଝିବାର ବିଷୟ ହେଉଛି ସମସ୍ତ ଆରବୀୟ ମୁସଲମାନ୍ ନୁହଁନ୍ତି, ଏବଂ ସମସ୍ତ ମୁସଲମାନ ଆରବୀୟ ନୁହଁନ୍ତି । ଆରବର ଅଧିକାଂଶ ମୁସଲମାନ ଥିଲାବେଳେ ସେଠାରେ ଅନେକ ଅଣ-ମୁସଲମାନ ଆରବୀୟମାନେ ମଧ୍ୟ ଅଛନ୍ତି । ଅଧିକନ୍ତୁ, ଇଣ୍ଡୋନେସିଆ ଏବଂ ମାଲୟେସିଆ ପରି ଅଞ୍ଚଳରେ ଅଣ-ଆରବୀୟ ମୁସଲିମ୍ ମାନଙ୍କ ସଂଖ୍ୟା ଆରବୀୟ ମୁସଲିମ୍ ମାନଙ୍କଠାରୁ ଅଧିକ ଅଛି । ଦ୍ବିତୀୟତଃ, ସ୍ମରଣରେ ରଖିବା ବିଷୟ ହେଉଛି ଯେ, ସମସ୍ତ ଆରବୀୟ ଯିହୂଦୀମାନଙ୍କୁ ଘୃଣା କରନ୍ତି ନାହିଁ, ସମସ୍ତ ମୁସଲମାନ୍ ଯିହୂଦୀମାନଙ୍କୁ ଘୃଣା କରନ୍ତି ନାହିଁ, ଏବଂ ସମସ୍ତ ଯିହୂଦୀ ଆରବୀୟ ଏବଂ ମୁସଲମାନ୍ ଲୋକମାନଙ୍କୁ ଘୃଣା କରନ୍ତି ନାହିଁ । ଆମେ ଗତାନୁଗତିକ ଲୋକମାନଙ୍କ ଦୂରରେ ରହିବା ବିଷୟରେ ଯତ୍ନବାନ୍ ହେବା ଉଚିତ୍ । ଅଥଚ, ସାଧାରଣ ଭାବେ କହିବାକୁ ଗଲେ, ଆରବୀୟମାନେ ଏବଂ ମୁସଲମାନମାନଙ୍କର ଯିହୂଦୀମାନଙ୍କ ପ୍ରତି ବିତୃଷ୍ଣା ଭାବ ରହିଛି ଏବଂ ସେମାନେ ସେମାନଙ୍କୁ ଭଲ ପାଆନ୍ତି ନାହିଁ , ଠିକ୍ ସେହିଭଳି ଯିହୂଦୀୟମାନଙ୍କର ଆରବୀୟ ଓ ମୁସଲମାନମାନଙ୍କ ପ୍ରତି ବିତୃଷ୍ଣା ଭାବ ରହିଛି ଏବଂ ସେମାନେ ସେମାନଙ୍କୁ ଭଲ ପାଆନ୍ତି ନାହିଁ ।

ଏହି ଶତ୍ରୁତା ଭାବ ନିମନ୍ତେ ଯଦି ବାଇବଲ ସମ୍ବନ୍ଧୀୟ ଏକ ସ୍ବଷ୍ଟ ବ୍ୟାଖ୍ୟା ରହିଛି, ତେବେ ଏହା ଅବ୍ରହାମଙ୍କ ସମୟ ପୂର୍ବକୁ ଫେରିଯାଏ । ଯିହୂଦୀମାନେ ଅବ୍ରହାମଙ୍କ ପୁତ୍ର ଇସହାକଙ୍କ ବଂଶଧର ଥିଲେ । ଆରବୀୟମାନେ ଅବ୍ରହାମଙ୍କ ପୁତ୍ର ଇଶ୍ମାଏଲଙ୍କ ବଂଶଧର ଥିଲେ । ଇଶ୍ମାଏଲ ଏକ ଦାସୀର ପୁତ୍ର ହୋଇଥିବାରୁ (ଆଦି ୧୬:୧-୧୬) ଏବଂ ଇସହାକ୍ ଅବ୍ରହାମଙ୍କ ଆଶୀର୍ବାଦର ଉତ୍ତରାଧିକାର ପାଇବା ନିମନ୍ତେ ପ୍ରତିଜ୍ଞାର ସନ୍ତାନ ହୋଇଥିବାରୁ (ଆଦି ୨୧:୧-୩), ସ୍ବଷ୍ଟ ଭାବରେ ଏହି ଦୁଇ ପୁତ୍ରଙ୍କ ମଧ୍ୟରେ କିଛି ଶତ୍ରୁତା ମନୋଭାବ ରହିଥିବ । ଇସହାକଙ୍କୁ ଇଶ୍ମାଏଲ୍ ପରିହାସ କରିବାର ଫଳସ୍ବରୂପ (ଆଦି ୨୧:୯), ସାରା ହାଗାର ଏବଂ ଇଶ୍ମାଏଲଙ୍କୁ ଗୃହ ମଧ୍ୟରୁ ପଠାଇ ଦେବା ନିମନ୍ତେ ଅବ୍ରହାମଙ୍କୁ କହିଥିଲେ (ଆଦି ୨୧:୧୧-୨୧) । ସମ୍ଭବତଃ, ଏହି କାର୍ଯ୍ୟ ଇସହାକଙ୍କ ପ୍ରତି ଇଶ୍ମାୟେଲଙ୍କ ହୃଦୟରେ ଅଧିକ ତିକ୍ତଭାବ ଜାତ କରାଇଲା । ଜଣେ ଦୂତ ହାଗାରଙ୍କୁ ଭାବବାଣୀ କରି କହିଥିଲେ ଯେ ଇଶ୍ମାୟେଲ "ସମସ୍ତ ଭାଇମାନଙ୍କ ବିରୁଦ୍ଧରେ ରହିବ" (ଆଦି ୧୬:୧୧-୧୨) ।

ଅଧିକାଂଶ ଆରବୀୟ ଅନୁଗାମୀ ଥିବା ଇସଲାମ୍ ଧର୍ମ ଏହି ଶତ୍ରୁତାକୁ ଅଧିକ ଗଭୀର କରିଦେଇଛି । କୋରାନ ଯିହୂଦୀମାନଙ୍କ ବିଷୟରେ ମୁସଲମାନଙ୍କ ନିମନ୍ତେ କିଛି ପରିମାଣରେ ବିରୋଧାତ୍ମକ ନିର୍ଦ୍ଦେଶ ଧାରଣ କରିଛି । ଏକ ପକ୍ଷରେ ଏହା ଯିହୂଦୀମାନଙ୍କୁ ଭ୍ରାତୃ ତୁଲ୍ୟ ବ୍ୟବହାର କରିବାକୁ କହୁଥିବା ସ୍ଥଳେ ଆର ପକ୍ଷରେ ଏହା ଇସଲାମ୍ ଧର୍ମ ଗ୍ରହଣ କରିବାକୁ ନାସ୍ତି କରୁଥିବା ଯିହୂଦୀମାନଙ୍କୁ ଆକ୍ରମଣ କରିବା ନିମନ୍ତେ ଆଦେଶ ଦିଏ । କୋରାନ୍ ଆହ୍ରୁରି ଅବ୍ରହାମଙ୍କ ପୁତ୍ର ଯେ ପ୍ରକୃତରେ ପ୍ରତିଜ୍ଞାର ପୁତ୍ର ତାହା ଲିପିବଦ୍ଧ କରି ଏକ ଦ୍ବନ୍ଦ ପ୍ରଚଳନ କରିଛି । ଏବ୍ରୀୟ ଶାସ୍ତ୍ର କୁହେ ଯେ, ଏହା ଇସହାକ୍ ଅଟନ୍ତି । କୋରାନ୍ କୁହେ ଯେ ଏହା ଇଶ୍ମାଏଲ୍ । କୋରାନ୍ ଆହୁରି ମଧ୍ୟ ଶିକ୍ଷା ଦିଏ ଯେ, ଇସହାକଙ୍କୁ ନୁହେଁ କିନ୍ତୁ ଇଶ୍ମାଏଲଙ୍କୁ ହିଁ ଅବ୍ରହାମ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିସାରିଥିଲେ (ଯାହା ଆଦି ୨୨ ପର୍ବର ବିରୋଧ କରେ) । କିଏ ପ୍ରତିଜ୍ଞାର ସନ୍ତାନ ସେହି ବିଷୟ ଉପରେ ଥିବା ତର୍କ ହିଁ ଆଜି ଶତ୍ରୁତା ମନୋଭାବକୁ ସୃଷ୍ଟି କରିଛି ।

ଅଥଚ, ଇସହାକ୍ ଓ ଇଶ୍ମାଏଲଙ୍କ ମଧ୍ୟରେ ଥିବା ପ୍ରାଚୀନ ତିକ୍ତତାର ମୂଳ ଆଜିର ଯିହୂଦୀ ଓ ଆରବୀୟମାନଙ୍କ ମଧ୍ୟରେ ଥିବା ସମସ୍ତ ଶତ୍ରୁ ମନୋଭାବକୁ ବ୍ୟାଖ୍ୟା କରେନାହିଁ । ବାସ୍ତବରେ, ମଧ୍ୟପ୍ରାଚ୍ୟ ଇତିହାସର ହଜାର ହଜାର ବର୍ଷର ଇତିହାସରେ ଯିହୂଦୀମାନେ ଓ ଆରବୀୟମାନେ ଆପେକ୍ଷିକ ଶାନ୍ତିରେ ରହି ପରସ୍ପରକୁ ଜାଣିନଥିଲେ । ଶତ୍ରୁତା ମନୋଭାବର ମୌଳିକ କାରଣ ଆଧୁନିକ ଯୁଗର । ଦ୍ବିତୀୟ ବିଶ୍ବଯୁଦ୍ଧ ପରେ, ଯେତେବେଳେ ଜାତିସଂଘ ଇଶ୍ରାୟେଲ ଦେଶର କିଛି ଅଂଶ ଯିହୂଦୀମାନଙ୍କୁ ଦେଲା ସେତେବେଳେ ସେହି ସମୟରେ ସେହି ଅଞ୍ଚଳ ମୂଳତଃ ଆରବୀୟମାନଙ୍କ (ପଲେଷ୍ଟୀୟମାନଙ୍କ) ବସତି ଥିଲା । ସେହି ଭୂମିକୁ ଇଶ୍ରାୟେଲ ଅଧିକାର କରିବାରୁ ଅଧିକାଂଶ ଆରବୀୟ ତାହା ବିରୁଦ୍ଧରେ ତୀବ୍ର ଭାବରେ ପ୍ରତିବାଦ କଲେ । ଇଶ୍ରାୟେଲୀୟମାନଙ୍କୁ ସେହି ଦେଶରୁ ତଡି ଦେବା ନିମନ୍ତେ ଆରବୀୟ ଦେଶସମୂହ ଇଶ୍ରାୟେଲକୁ ଆକ୍ରମଣ କରିବା ନିମନ୍ତେ ଏକତ୍ରିତ ହେଲେ, କିନ୍ତୁ ସେମାନେ ପରାଜିତ ହେଲେ । ସେହି ସମୟଠାରୁ ଇଶ୍ରାୟେଲ ଏବଂ ଏହାର ଆରବୀୟ ପଡୋଶୀ ଦେଶଗୁଡିକ ମଧ୍ୟରେ ଅତି ଶତ୍ରୁତା ଲାଗିରହିଛି । ଯର୍ଦ୍ଦନ, ସିରିଆ, ସାଉଦୀ ଆରବିଆ, ଇରାକ୍ ଏବଂ ମିଶର ପରି ଇଶ୍ରାୟେଲଠାରୁ ଅଧିକ କ୍ଷେତ୍ରଫଳ ବିଶିଷ୍ଟ ଦେଶଗୁଡିକ ଦ୍ବାରା ଇଶ୍ରାୟେଲ ଏକ କ୍ଷୁଦ୍ର କ୍ଷେତ୍ରଫଳ ବିଶିଷ୍ଟ ଭୂମିରେ ଇଶ୍ରାୟେଲ ରହିଛି । ଆମର ମତ ହେଉଛି, ବାଇବଲ ହିସାବରେ କହିବାକୁ ଗଲେ, ଈଶ୍ବର ଅବ୍ରହହାମଙ୍କ ପୌତ୍ର ଯାକୁବଙ୍କ ବଂଶଧରଙ୍କୁ ଯେଉଁ ଭୂମି ଦେଇଥିଲେ ଇଶ୍ରାୟେଲ ସେଠାରେ ନିଜର ଭୂମି ଭାବରେ ଏକ ଜାତି ଭାବରେ ବାସ କରିବାର ଅଧିକାର ରହିଛି । ସେହି ସମୟରେ ମଧ୍ୟ, ଆମେ ଦୃଢ ଭାବରେ ବିଶ୍ବାସ କରୁ ଯେ ଇଶ୍ରାୟେଲ ଏହାର ପଡୋଶୀ ଆରବୀୟ ରାଷ୍ଟ୍ରଗୁଡିକ ପ୍ରତି ସମ୍ମାନ ପ୍ରଦର୍ଶନ କରି ଶାନ୍ତି ଅନ୍ବେଷଣ କରିବା ଉଚିତ୍ । ଗୀତସଂହିତା ୧୨୨:୬ ଘୋଷଣା କରେ, "ଯିରୁଶାଲମର ଶାନ୍ତି ପାଇଁ ପ୍ରାର୍ଥନା କର; ଯେଉଁମାନେ ତୁମ୍ଭକୁ ସ୍ନେହ କରନ୍ତି, ସେମାନେ ଭାଗ୍ୟବାନ୍ ହେବେ ।"

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

କାହିଁକି ଯିହୂଦୀମାନେ ଏବଂ ଆରବୀୟମାନେ / ମୁସଲିମମାନେ ପରସ୍ପର ଘୃଣା କରନ୍ତି?
© Copyright Got Questions Ministries