ଯୀଶୁ ତାହାଙ୍କ ମୃତ୍ୟୁ ଓ ପୁନରୁତ୍ଥାନ ମଧ୍ୟରେ ଥିବା ତିନିଦିନ କେଉଁଠାରେ ଥିଲେ?


ପ୍ରଶ୍ନ: ଯୀଶୁ ତାହାଙ୍କ ମୃତ୍ୟୁ ଓ ପୁନରୁତ୍ଥାନ ମଧ୍ୟରେ ଥିବା ତିନିଦିନ କେଉଁଠାରେ ଥିଲେ?

ଉତ୍ତର:
୧ପିତର ୩:୧୮-୧୯ କୁହେ “ଯେଣୁ ଆମ୍ଭମାନଙ୍କୁ ଈଶ୍ଵରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକମାନଙ୍କ ନିମନ୍ତେ ପାପ ହେତୁ ଥରେ ମୃତ୍ୟୁଭୋଗ କଲେ । ସେ ଶରୀରରେ ମୃତ୍ୟୁଭୋଗ କଲେ ସତ, କିନ୍ତୁ ଆତ୍ମାରେ ଜୀବିତ ହେଲେ; ସେଥିରେ ମଧ୍ୟ ସେ ବନ୍ଦୀ ଆତ୍ମାମାନଙ୍କ ନିକଟକୁ ଯାଇ ପ୍ରଚାର କଲେ ।” ୧୮ପଦରେ ଥିବା “ଆତ୍ମାରେ” ଶବ୍ଦଟି ମଧ୍ୟ “ଶରୀରରେ” ଶବ୍ଦ ଗଠନର ସମାନ ଗଠନ ଅଟେ । ତେଣୁ “ଶରୀର” ଶବ୍ଦକୁ, “ଆତ୍ମା” ନିମନ୍ତେ ବ୍ୟବହାର ହୋଇଥିବା ଶବ୍ଦ କ୍ଷେତ୍ରରେ ବର୍ଣ୍ଣନା କରିବା ସବୁଠାରୁ ଉତ୍ତମ ହେବ । ଶରୀର ଓ ଆତ୍ମା ହେଉଛି ଖ୍ରୀଷ୍ଟଙ୍କ ଶରୀର ଓ ଆତ୍ମା । “ଆତ୍ମାରେ ଜୀବିତ ହେଲେ” ଶବ୍ଦଟି ଖ୍ରୀଷ୍ଟଙ୍କ ପାପ-ବହନ କରି ମୃତ୍ୟୁଭୋଗ କରିବା କାର୍ଯ୍ୟ ଓ ପିତାଙ୍କଠାରୁ ତାହାଙ୍କ ମାନବୀୟ ଆତ୍ମାକୁ ପୃଥକ୍‍ ହେବା ବିଷୟକୁ ବୁଝାଏ (ମାଥିଉ ୨୭:୪୬) । ଏଥିରେ ଥିବା ବୌଷମ୍ୟ ମାଥିଉ ୨୭:୪୬ ଏବଂ ରୋମୀୟ ୧:୩-୪ ଅନୁସାରେ ଶରୀର ଓ ଆତ୍ମା ଏବଂ ଖ୍ରୀଷ୍ଟଙ୍କ ଶରୀର ଓ ପବିତ୍ରଆତ୍ମାଙ୍କ ମଧ୍ୟରେ ନୁହେଁ । ଯେତେବେଳେ ପାପ ନିମନ୍ତେ ଖ୍ରୀଷ୍ଟଙ୍କ ପ୍ରାୟଶ୍ଚିତ ସମ୍ପୂର୍ଣ୍ଣ ହେଲା, ତାହାଙ୍କ ଆତ୍ମା ଭାଙ୍ଗିଯାଇଥିବା ସହଭାଗୀତାକୁ ପୁନଃସ୍ଥାପନ କଲା ।

ପ୍ରଥମ ପିତର ୩:୧୮ -୨୨ ଖ୍ରୀଷ୍ଟଙ୍କ ଦୁଃଖଭୋଗ (୧୮ପଦ) ଓ ତାହାଙ୍କ ଗୌରବାନ୍ମିତ (୨୨ ପଦ) ମଧ୍ୟରେ ଥିବା ଆବଶ୍ୟକୀୟ ସମ୍ପର୍କକୁ ବର୍ଣ୍ଣନା କରେ । ଏହି ଦୁଇଗୋଟି ଘଟନା ମଧ୍ୟରେ କଅଣ ହୋଇଥିଲା ସେହି ବିଷୟରେ କେବଳ ପିତର ନିର୍ଦ୍ଦିଷ୍ଟ ସୂଚନା ଦିଅନ୍ତି । ପଦ ୧୯ରେ ଥିବା “ପ୍ରଚାର କଲେ” ବାକ୍ୟାଂଶଟି ସୁସମାଚାର ପ୍ରଚାରକୁ ବର୍ଣ୍ଣନା କରିବା ନିମନ୍ତେ ନୂତନ ନିୟମରେ ବ୍ୟବହାର ସାଧାରଣ ଶବ୍ଦ ନୁହେଁ । ଏହା ଆକ୍ଷରିକ ଭାବେ ଏକ ବିଜୟର ବାର୍ତ୍ତା ଅଟେ । ଯୀଶୁ ଦୁଃଖଭୋଗ କରି କ୍ରୁଶ ଉପରେ ମୃତ୍ୟୁଭୋଗ କଲେ, ତାହାଙ୍କ ଶରୀର ମୃତ ହେଲା, ଏବଂ ତାଙ୍କୁ ପାପ ସ୍ଵରୂପ କରାଯିବାରୁ ତାହାଙ୍କ ଆତ୍ମା ମୃତ୍ୟୁଭୋଗ କଲା । ତାହାଙ୍କ ଆତ୍ମା ଜୀବିତ ହେଲା ଏବଂ ସେ ପିତାଙ୍କ ନିକଟରେ ନିଜକୁ ସମର୍ପିତ କଲେ । ପିତରଙ୍କ ଅନୁସାରେ ତାହାଙ୍କ ମୃତ୍ୟୁ ଓ ପୁନରୁତ୍ଥାନ ମଧ୍ୟରେ ଯୀଶୁ “ବନ୍ଦୀରେ ଥିବା ଆତ୍ମାଗଣ” ନିକଟରେ ଏକ ବିଶେଷ ଘୋଷଣା କଲେ ।

ଆରମ୍ଭରୁ ଦେଖିବାକୁ ଗଲେ ପିତର ଲୋକମାନଙ୍କୁ “ପ୍ରାଣୀ” ନ କହି “ଆତ୍ମାଗଣ” କୁହନ୍ତି (୩:୨୦) । ନୂତନ ନିୟମରେ “ପ୍ରାଣୀ” ଶବ୍ଦ ଦୁତଗଣ ଓ ଦଦୁଷ୍ଟାତ୍ମା ନିମନ୍ତେ ବ୍ୟବହାର ହୋଇଛି ଏବଂ ମନୁଷ୍ୟ ନିମନ୍ତେ ନୁହେଁ, ଏବଂ ପଦ ୨୨ ଏହି ଅର୍ଥକୁ ପ୍ରକାଶ କରେ ଭଳି ଜଣା ପଡ଼େ । ଆହୁରି ମଧ୍ୟ ବାଇବଲର କୌଣସି ସ୍ଥାନରେ ମଧ୍ୟ ଯୀଶୁ ନରକକୁ ଯାଇଥିଲେ ବୋଲି କୁହାଯାଇନାହିଁ । ପ୍ରେରିତ ୨:୩୧ କୁହେ ଯେ ସେ “ପାତାଳ” (ବା “ହେଡିସ୍‍” ନିଉ ଆମେରିକେନ ଷ୍ଟାଣ୍ଡାର୍ଡ ବାଇବଲ) କୁ ଯାଇଥିଲେ କିନ୍ତୁ “ପାତାଳ” ବା “ହେଡିସ୍‍” ନର୍କ ନୁହେଁ । “ପାତାଳ” ବା “ହେଡିସ୍‍” ଶବ୍ଦ ମୃତମାନଙ୍କର ସ୍ଥାନକୁ ସୂଚାଏ, ଏକ ଅସ୍ଥାୟି ସ୍ଥାନ ଯେଉଁଠି ସେମାନେ ପୁନରୁତ୍ଥାନର ଅପେକ୍ଷାରେ ରୁହନ୍ତି । ପ୍ରକାଶିତ ୨୦:୧୧-୧୫କୁ ଏନ.ଏ.ଏସ.ବି. ଓ ନିଉ ଇନ୍ଟରନେଶନାଲ ଭର୍ସନ ଏହି ଦୁଇ ଶବ୍ଦ ମଧ୍ୟରେ ଥିବା ଭିନ୍ନତାକୁ ସ୍ପଷ୍ଟ ରୂପେ ପ୍ରକାଶ କରେ । ନରକ ହେଉଛି ବିନାଶପ୍ରାପ୍ତ ଲୋକମାନଙ୍କର ସ୍ଥାୟୀ ଓ ଅନ୍ତିମ ବିଚାର ସ୍ଥାନ । ହେଡିସ୍‍ ହେଉଛି ଏକ ଅସ୍ଥାୟୀ ସ୍ଥାନ ।

ଆମ୍ଭମାନଙ୍କ ପ୍ରଭୁ ଆପଣା ଆତ୍ମାକୁ ପିତାଙ୍କ ନିକଟରେ ସମର୍ପଣ କଲେ ଏବଂ ମୃତ୍ୟୁଭୋଗ କଲେ ଏବଂ ମୃତ୍ୟୁ ଓ ପୁନରୁତ୍ଥାନର ସମୟ ମଧ୍ୟରେ ସେ ମୃତ ମାନଙ୍କ ରାଜ୍ୟକୁ ପରିଦର୍ଶନ କାଲେ ଯେଉଁଠି ସେ ଆତ୍ମା ଗଣକୁ ସମ୍ବାଦ ଦେଲେ (ବୋଧହୁଏ ପତିତ ଦୂତମାନଙ୍କୁ; ଯିହୂଦା ୬ ଦେଖନ୍ତୁ) ଯେଉଁମାନେ ନୋହଙ୍କ ଜଳପ୍ଳାବନ ପୂର୍ବରୁ ଥିଲେ । ପଦ ୨୦ ଏହାକୁ ସ୍ପଷ୍ଟ କରେ । ସେ ଏହି ବନ୍ଦୀ ଆତ୍ମାଗଣଙ୍କ ନିକଟରେ କ’ଣ ଘୋଷଣା କଲେ ତାହା ପିତର ଆମ୍ଭମାନଙ୍କୁ କହି ନାହାଁନ୍ତି, କିନ୍ତୁ ଏହା ଉଦ୍ଧାର ବା ମୁକ୍ତି ପାଇବାର ସମ୍ବାଦ ନ ଥିଲା କାରଣ (ପତିତ) ଦୂତମାନେ ଉଦ୍ଧାର ପାଇପାରିବେ ନାହିଁ (ଏବ୍ରୀ ୨:୧୬) । ବୋଧହୁଏ ଏହା ଶୟତାନ ଓ ତାହାର ବାହିନୀଗଣ ଉପରେ ଯୀଶୁ କରିଥିବା ବିଜୟର ଘୋଷଣା (୧ପିତର ୩:୨୨; କଲସୀୟ ୨:୧୫) । ଏଫିସୀୟ ୪:୮-୧୦ ମଧ୍ୟ ଯୀଶୁ “ପାରଦୀଶ”କୁ ଯାଇଥିବା ବିଷୟକୁ ସୁଚାଏ (ଲୂକ ୧୬:୨୦; ୨୩:୪୩) ଏବଂ ତାଙ୍କ ମୃତ୍ୟୁ ପୂର୍ବରୁ ଯେଉଁମାନେ ତାଙ୍କଠାରେ ବିଶ୍ଵାସ କରିଥିଲେ ସେମାନଙ୍କୁ ସେ ସ୍ଵର୍ଗକୁ ନେଇଗଲେ । କ’ଣ ଘଟିଥିଲା ସେ ବିଷୟରେ ଏହି ଶାସ୍ତ୍ରାଂଶ ସେହି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ କୁହେ ନାହିଁ କିନ୍ତୁ ଅଧିକାଂଶ ବାଇବଲ ପଣ୍ଡିତ ଏକମତ ଯେ “ବନ୍ଦୀଗଣକୁ ବନ୍ଦୀ କରି ନେଇଗଲେ” ଦ୍ଵାରା ଏହା ଏପରି ହିଁ ବୁଝାଏ ।

ତେବେ ଆମେ ଏତିକି କହିବା ଯେ ଖ୍ରୀଷ୍ଟ ତାହାଙ୍କ ମୃତ୍ୟୁ ଓ ପୁନରୁତ୍ଥାନ ମଧ୍ୟରେ ଥିବା ତିନି ଦିନ ମଧ୍ୟରେ କ’ଣ କରିଥିଲେ ସେ ବିଷୟରେ ବାଇବଲ ସ୍ପଷ୍ଟ ଭାବରେ କିଛି କୁହେ ନାହିଁ । ଅଥଚ, ସେ ପତିତ ଦୂତ ଏବଂ/କିମ୍ବା ଅବିଶ୍ଵାସୀମାନଙ୍କ ନିକଟରେ ବିଜୟର ପ୍ରଚାର କରିଥିବା ପରି ଜଣାଯାଏ । ଆମେ ଯାହା ନିଶ୍ଚିତ ରୂପେ ଜାଣୁ ଯେ ଯୀଶୁ ଲୋକମାନଙ୍କୁ ପରିତ୍ରାଣ ନିମନ୍ତେ ଦ୍ଵିତୀୟ ସୁଯୋଗ ଦେଉନଥିଲେ । ବାଇବଲ ଆମ୍ଭମାନଙ୍କୁ କୁହେ ଯେ ମୃତ୍ୟୁ ପରେ ଆମେ ପରିତ୍ରାଣ ନିମନ୍ତେ ଦ୍ଵିତୀୟ ସୁଯୋଗ ନ ପାଇ ବରଂ ବିଚାରର ସମ୍ମୁଖୀନ ହେଉ (ଏବ୍ରୀ ୯ :୨୭) । ଅବଶ୍ୟ ଯୀଶୁଙ୍କ ମୃତ୍ୟୁ ଓ ପୁନରୁତ୍ଥାନ ମଧ୍ୟରେ ଥିବା ସମୟରେ କ’ଣ କରୁଥିଲେ ସେଥିର ସ୍ପଷ୍ଟ ଉତ୍ତର ନିଶ୍ଚିତ ଭାବେ ନାହିଁ । ବୋଧହୁଏ ଏହା ରହସ୍ୟଗୁଡିକ ମଧ୍ୟରେ ଏପରି ଏକ ବିଷୟ ଯାହା ଆମେ ଗୌରବରେ ପ୍ରବେଶ କଲା ପରେ ହିଁ ଜାଣିପାରିବା ।



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ



ଯୀଶୁ ତାହାଙ୍କ ମୃତ୍ୟୁ ଓ ପୁନରୁତ୍ଥାନ ମଧ୍ୟରେ ଥିବା ତିନିଦିନ କେଉଁଠାରେ ଥିଲେ?