settings icon
share icon
ପ୍ରଶ୍ନ

ପବିତ୍ର ଆତ୍ମା କିଏ?
ପବିତ୍ର ଆତ୍ମାଙ୍କ ବିଷୟରେ ଅନେକ ମିଥ୍ୟା ଧାରଣା ରହିଅଛି | କେତକଙ୍କ ମତ ଅନୁସାରେ ପବିତ୍ର ଆତ୍ମା ଏକ ରହସ୍ୟମୟ ଶକ୍ତି | ଆଉ କେତେକଙ୍କ ଧାରଣା ଅନୁସାରେ ପବିତ୍ର ଆତ୍ମା ଅବ୍ୟକ୍ତିବାଚକ ଶକ୍ତି ଯାହାକୁ ଇଶ୍ଵର ସମସ୍ତ ଖ୍ରୀଷ୍ଟ ବିଶ୍ଵାସୀଙ୍କ ନିମନ୍ତେ ଉପଲବ୍ଧ କରିଅଛନ୍ତି | ବାଇବଲ ପବିତ୍ର ଆତ୍ମାଙ୍କ ପରିଚୟ ସମ୍ପର୍କରେ କଅଣ କହେ? ସଧାରଣ ଭାବରେ କହିବାକୁ ଗଲେ, ବାଇବଲ ଘୋଷଣା କରେ ଯେ ପବିତ୍ର ଆତ୍ମା ଇଶ୍ଵର ଅଟନ୍ତି | ବାଇବଲ ଏହା ମଧ୍ୟ କହେ ଯେ ପବିତ୍ର ଆତ୍ମା ଐଶ୍ଵରିକ ବ୍ୟକ୍ତି ଅଟନ୍ତି ଯାହାଙ୍କ ମନ, ଭାବନା ଓ ଇଚ୍ଛାଶକ୍ତି ଅଛି |

ପ୍ରକୃତରେ ପବିତ୍ର ଆତ୍ମା ଯେ ଇଶ୍ଵର, ପ୍ରେରିତ ୫:୩-୪ କୁ ଅନ୍ତର୍ଭୁକ୍ତ କରି ଅନେକ ସାସ୍ତ୍ରାଂସରେ ସ୍ପଷ୍ଟଭାବରେ ଦେଖିବାକୁ ମିଳେ | ଏହି ପଦରେ, ପିତର ହନନୀୟର ମୁଖରେ କହନ୍ତି ଯେ ସେ ପବିତ୍ର ଆତ୍ମାଙ୍କୁ କାହିଁକି ମିଥ୍ୟା କହିଲେ ଓ ସେ ତାଙ୍କୁ କହିଲେ ଯେ ସେ “ମନୁଷ୍ୟମାନଙ୍କୁ ମିଥ୍ୟା କହିନାହାନ୍ତି କିନ୍ତୁ ଇଶ୍ଵରଙ୍କ ନିକଟରେ ମିଥ୍ୟା କହିଅଛି” | ଏହା ଏକ ସ୍ପଷ୍ଟ ଘୋଷଣା ଯେ ପବିତ୍ର ଆତ୍ମାଙ୍କୁ ମିଥ୍ୟା କହିବା ଇଶ୍ଵରଙ୍କୁ ମିଥ୍ୟା କହିବା ସହ ସମାନ | ଆମେ ଜାଣିପାରିବା ଯେ ପବିତ୍ର ଆତ୍ମା ଇଶ୍ଵର ଅଟନ୍ତି କାରଣ ତାହାଙ୍କ’ଠାରେ ଇଶ୍ଵରଙ୍କ ଗୁଣସମୂହ ରହିଅଛି | ଉଦାହରଣ ସ୍ଵରୂପେ, ତାହାଙ୍କ ସର୍ବ’ବ୍ୟାପୀ ଗୁଣ ଗୀତସଂହିତା ୧୩୯:୭-୮ ରେ ଉଲ୍ଲେଖ କରାଯାଇଅଛି, “ତୁମ୍ଭ ଆତ୍ମାଠାରୁ ମୁଁ କେଉଁଠାକୁ ଯିବି? ଅବା ତୁମ୍ଭ ସାକ୍ଷାତରୁ ମୁଁ କେଉଁଠାକୁ ପଳାଇବି? ଯେବେ ମୁଁ ସ୍ଵର୍ଗକୁ ଆରୋହଣ କରେ, ତେବେ ତୁମ୍ଭେ ସେଠାରେ, ଯେବେ ମୁଁ ପାତଳରେ ବିଛଣା କରେ, ତେବେ ଦେଖ, ତୁମ୍ଭେ ସେଠାରେ..”| ତତ୍ପରେ, ୧ କରନ୍ଥୀୟ ୨:୧୦-୧୧ରେ, ଆମେ ପବିତ୍ର ଆତ୍ମାଙ୍କ ସର୍ବବ୍ୟାପୀ ଗୁଣକୁ ଦେଖୁ, “...ଇଶ୍ଵର ଆମ୍ଭମାନଙ୍କ ନିମନ୍ତେ ଆତ୍ମାଙ୍କ ଦ୍ଵାରା ସେସମସ୍ତ ପ୍ରକାଶ କରିଅଛନ୍ତି; ଯେଣୁ, ଆତ୍ମା ସମସ୍ତ ବିଷୟ, ହଁ, ଇଶ୍ଵରଙ୍କର ଗଭୀର ବିଷୟସବୁ ଅନୁସନ୍ଧାନ କରନ୍ତି | କାରଣ ମନୁଷ୍ୟର ବିଷୟସବୁ ମନୁଷ୍ୟଠାରେ ଥିବା ଆତ୍ମା ବିନା ଆଉ କିଏ ଜାଣେ? ସେହିପରି ମଧ୍ୟ ଇଶ୍ଵରଙ୍କ ବିଷୟସବୁ ଇଶ୍ଵରଙ୍କ ଆତ୍ମା ବିନା ଆଉ କେହି ଜାଣେ ନାହିଁ |”

ଆମେ ଜାଣିପାରିବା ଯେ ପବିତ୍ର ଆତ୍ମା ବାସ୍ତବରେ ଜଣେ ଐଶ୍ଵରିକ ବ୍ୟକ୍ତି କାରଣ ତାହାଙ୍କ ଠାରେ ମନ, ଭାବନା ଓ ଇଚ୍ଛାଶକ୍ତି ରହିଅଛି | ପବିତ୍ର ଆତ୍ମା ଚିନ୍ତାକରି ପାରନ୍ତି ଓ ଜାଣନ୍ତି (୧ କରନ୍ଥୀୟ ୨:୧୦) | ପବିତ୍ର ଆତ୍ମା ଦୁଃଖିତ ହୋଇପାରନ୍ତି (ଏଫିସୀୟ ୪:୩୦) | ଆତ୍ମା ଆମ ସପକ୍ଷରେ ନିବେଦନ କରନ୍ତି (ରୋମୀୟ ୮:୨୬-୨୭) | ସେ ଆପଣା ଇଛାନୁସାରେ ନିଷ୍ପତି ନିଅନ୍ତି (୧ କରନ୍ଥୀୟ ୧୨:୭-୧୧) | ପବିତ୍ର ଆତ୍ମା ଇଶ୍ଵର, ତ୍ରିଏକ ପରମେଶ୍ଵରଙ୍କ ମଧ୍ୟରେ ଏକ ବ୍ୟକ୍ତି ଅଟନ୍ତି | ଇଶ୍ଵର ଭାବରେ, ପବିତ୍ର ଆତ୍ମା ସ୍ଵାନ୍ତନାକାରୀ ଏବଂ ପରାମର୍ଶଦାତା ଯେପରି ଯୀଶୁ ପ୍ରତିଜ୍ଞା କରିଥିଲେ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ପବିତ୍ର ଆତ୍ମା କିଏ?

© Copyright Got Questions Ministries