ପ୍ରଶ୍ନ
ମୁଁ ଜଣେ ହିନ୍ଦୁ, ଖ୍ରୀଷ୍ଟିୟାନ ହେବା ନିମନ୍ତେ ମୁଁ କାହିକିଁ ବିବେଚନା କରିବା ଉଚିତ୍?
ଉତ୍ତର
ହିନ୍ଦୁଧର୍ମ ଓ ଖ୍ରୀଷ୍ଟଧର୍ମକୁ ତୁଳନା କରିବା କଠିଣ ଅଟେ, କାରଣ କେତେକାଂଶରେ ହିନ୍ଦୁଧର୍ମ ପଶ୍ଚିମର ଲୋକମାନଙ୍କର ବୁଝିବା ପାଇଁ ଏକ ପିଚ୍ଛିଳ ଧର୍ମ ଅଟେ । ଏହା ପ୍ରଗାଢ଼ତାର ଅସୀମିତ ଗଭୀରତା, ଗୋଟିଏ ଇତିହାସ ଏବଂ ଏକ ବହୁ ବର୍ଣ୍ଣିତ ଧର୍ମତତ୍ୱକୁ ପ୍ରତିନିଧିତ୍ୱ କରେ । ପୃଥିବୀର ଅନ୍ୟ କୌଣସି ଧର୍ମ ବୋଧହୁଏ ଏତେ ବ୍ୟାପକ ନୁହେଁ । ହିନ୍ଦୁଧର୍ମ ଓ ଖ୍ରୀଷ୍ଟଧର୍ମକୁ ତୁଳନା କରିବା ତୁଳନାତ୍ମକ ଧର୍ମର ଅନୁଭୂତିହୀନତାକୁ ଅଭିଭୂତ କରେ । ତେଣୁ ପ୍ରସ୍ତାବିତ ପ୍ରଶ୍ନକୁ ସତର୍କତାର ଓ ନମ୍ରତାର ସହକାରେ ବିବେଚନା କରିବା ଉତିଚ୍ । ଏହି ସ୍ଥାନରେ ଦିଆଯାଇଥିବା ଉତ୍ତର କୌଣସି ସ୍ଥାନରେ ମଧ୍ୟ ହିନ୍ଦୁଧର୍ମକୁ ସଂପୁର୍ଣ୍ଣ ଭାବରେ କିମ୍ବା କିଛି ଗଭୀର ଭାବରେ ବୁଝିଥିବାର ଛଳନା କରିନାହିଁ । ଏହି ଉତ୍ତର ଦୁଇଟି ଧର୍ମର କେବଳ କେତେକ ବିନ୍ଦୁକୁ ତୁଳନା କରେ, ଏହା ଦେଖାଇବାକୁ ଯେ ଖ୍ରୀଷ୍ଟଧର୍ମ କିପରି ବିଶେଷ ବିବେଚନାର ଯୋଗ୍ୟ ଅଟେ ।
ପ୍ରଥମ, ଖ୍ରୀଷ୍ଟଧର୍ମକୁ ଏହାର ଐତିହାସିକ ସତ୍ୟତା ପାଇଁ ବିବେଚନା କରାଯିବା ଉଚିତ୍ । ଖ୍ରୀଷ୍ଟଧର୍ମରେ ଐତିହାସିକ ମୂଳଭୁମି ସଂପନ୍ନ ଚରିତ୍ର ଓ ଘଟଣାବଳୀ ଅଛି ଯାହାକି ପ୍ରତ୍ନତତ୍ୱ ପରି ଭେଷଜ ବିଜ୍ଞାନ ଓ ଲେଖାଗୁଡ଼ିକର ଆଲୋଚନାର ଆଧାରରେ ଚିହ୍ନିତ ହୋଇପାରେ । ହିନ୍ଦୁଧର୍ମର ଏକ ଇତିହାସ ଅଛି, ମାତ୍ର ତାର ଧର୍ମତତ୍ୱ, ପୌରାଣିକ ଉପାଖ୍ୟାନ ଓ ଇତିହାସ ଅନେକ ସମୟରେ ଏପରି ଭାବରେ ଛନ୍ଦାଛନ୍ଦି ହୋଇଥାଏ ଯେ ଏହା ବୁଝିବା ପାଇଁ କଠିଣ ହୋଇ ପଡ଼େ ଯେ କେଉଁଠାରେ ଗୋଟିଏ ବିଷୟର ଶେଷ ହୁଏ ଓ କେଉଁଠାରେ ଅନ୍ୟଟିର ଆରମ୍ଭ ହୁଏ । ପୌରାଣିକ ଉପାଖ୍ୟାନକୁ ଖୋଲାଭାବରେ ହିନ୍ଦୁଧର୍ମରେ ଗ୍ରହଣ କରାଯାଇଛି, ଯାହାକି ଦେବାଦବୀଗଣର ବ୍ୟକ୍ତିତ୍ୱ ଓ ପ୍ରକୃତିକୁ ବୁଝାଇବା ପାଇଁ ବ୍ୟବହୃତ ପୁଙ୍ଖାନୁପୁଙ୍ଖ ପୌରାଣିକ କଥାକୁ ଧାରଣ କରେ । ହିନ୍ଦୁଧର୍ମ ନିଜର ଐତିହାସିକ ଅନେକାର୍ଥତା ମଧ୍ୟରେ କେତେକ ନମନୀୟତା ଓ ପରିବର୍ତନସାଧ୍ୟତା ଧାରଣ କରେ । ମାତ୍ର, ଯେତେବେଳେ ଏକ ଧର୍ମ ଐତିହାସିକ ନୁହେଁ, ତାହା ସେତେ କମ ପରୀକ୍ଷିତ ହୋଇପାରେ । ସେହି ସମୟରେ ଏହାକୁ ମିଥ୍ୟା ବୋଲି କୁହାଯାଇ ନ ପାରେ ମାତ୍ର ତାହା ପରୀକ୍ଷା ଯୋଗ୍ୟ ମଧ୍ୟ ନୁହେଁ । ଯିହୁଦୀୟ ବାସ୍ତବ ଇତିହାସ ଓ ଖ୍ରୀଷ୍ଟିୟ ପରଂପରା ଖ୍ରୀଷ୍ଟଧର୍ମର ଈଶ୍ୱରତତ୍ୱକୁ ପ୍ରମାଣିତ କରେ । ଯଦି ଆଦମ ଓ ହବାଙ୍କର ଅସ୍ତିତ୍ୱ ନ ଥିଲା, ଯଦି ଇସ୍ରାଏଲ ମିଶରରୁ ବାହାରି ଯାତ୍ରା କରି ନଥିଲେ , ଯଦି ଯୂନସ ପୁସ୍ତକ କେବଳ ଏକ ରୂପକଥା ଅଟେ, କିମ୍ବା ଯଦି ଯୀଶୁ ପୃଥିବୀକୁ ଆସି ନ ଥିଲେ, ତେବେ ସଂପୂର୍ଣ୍ଣ ଖ୍ରୀଷ୍ଟିୟାନ ଧର୍ମ ପ୍ରଚ୍ଛନ୍ନ ଭାବରେ ଭାଙ୍ଗି ପଡିବ । ଖ୍ରୀଷ୍ଟଧର୍ମ ଅନୁସାରେ, ଏକ ଭ୍ରାନ୍ତଜନକ ଇତିହାସର ମାନେ ହେଉଛି ଏକ ସଚ୍ଛିଦ୍ର ଈଶ୍ୱରତତ୍ୱ । ଏପରି ଐତିହାସିକ ମୂଳଭୁମି ସଂପନ୍ନ ହେବା ଖ୍ରୀଷ୍ଟଧର୍ମ ପାଇଁ ଏକ ଦୁର୍ବଳତା ହୋଇପାରେ, ଏହା ବ୍ୟତୀତ ଯେ ଖ୍ରୀଷ୍ଟିୟ ପରଂପରାର ଐତିହାସିକ ଭାବରେ ପରୀକ୍ଷିତ ହୋଇପାରୁଥିବା ଅଂଶଗୁଡ଼ିକ ଅନେକ ସମୟରେ ବିଧିସିଦ୍ଧ ହୁଏ ଯେ ଦୁର୍ବଳତାଗୁଡ଼ିକ ଶକ୍ତିରେ ପରିଣତ ହୁଏ ।
ଦ୍ୱିତୀୟ, ଯେତେବେଳେ ଉଭୟ ଖ୍ରୀଷ୍ଟଧର୍ମ ଓ ହିନ୍ଦୁଧର୍ମ ମଧ୍ୟରେ ଐତିହାସିକ ବ୍ୟକ୍ତି ଅଛନ୍ତି, କେବଳ ଯୀଶୁଙ୍କ ବିଷୟରେ କୁହାଯାଏ ଯେ ସେ ଶାରୀରିକ ଭାବରେ ମୃତମାନଙ୍କ ମଧ୍ୟରୁ ଉଠିଲେ । ଇତିହାସରେ ଅନେକ ଲୋକ ବିଜ୍ଞ ଶିକ୍ଷକ ହୋଇଛନ୍ତି କିମ୍ବା ଧାର୍ମିକ ଆନ୍ଦୋଳନ ଆରମ୍ଭ କରିଛନ୍ତି । ହିନ୍ଦୁଧର୍ମରେ ଅନେକ ବିଜ୍ଞ ଶିକ୍ଷକ ଓ ପାର୍ଥିବ ନେତା ଅଛନ୍ତି । ମାତ୍ର ଯୀଶୁ ପୃଥକ ଭାବରେ ଛିଡ଼ା ହୁଅନ୍ତି । ତାଙ୍କର ଆଧାତ୍ମିକ ଶିକ୍ଷାଗୁଡ଼ିକ ପରୀକ୍ଷା ଦ୍ୱାରା ପ୍ରମାଣିତ ହୁଏ ଯେ କେବଳ ଈଶ୍ୱରୀୟ ଶକ୍ତି ହିଁ ମୃତ୍ୟୁ ଓ ଶାରୀରିକ ପୁନରୁତ୍ଥାନକୁ ଅତିକ୍ରମ କରିପାରେ । ଯାହା ସେ ଭବିଷ୍ୟତବାଣୀ କଲେ ଓ ନିଜଠାରେ ପୂର୍ଣ୍ଣ କଲେ । ( ମାଥିଉ ୧୬:୨୧; ୨୦:୧୮-୧୯; ମାର୍କ ୮:୩୧; ଲୂକ ୯:୨୨; ଯୋହନ ୨୦-୨୧; ୧ମ କରନ୍ଥିୟ ୧୫)
ଆହୁରି ମଧ୍ୟ, ପୁନରୁତ୍ଥାନ ବିଷୟରେ ଖ୍ରୀଷ୍ଟିୟ ଶିକ୍ଷା, ଅବତାର ବିଷୟରେ ହିନ୍ଦୁଧର୍ମର ଶିକ୍ଷାଠାରୁ ସଂପୂର୍ଣ୍ଣ ଅଲଗା । ଏହି ଦୁଇଟି ମତ ସମାନ ନୁହେଁ । କେବଳ ପୁନରୁତ୍ଥାନକୁ ହିଁ ଐତିହାସିକ ଓ ପ୍ରମାଣିକ ଅଧ୍ୟୟନ ଦ୍ୱାରା ବିଶ୍ୱାସଜନକ ଭାବେ ନିଗମନ କରାଯାଇପାରେ । ନିର୍ଦ୍ଦିଷ୍ଟ ଭାବେ ଯୀଶୁ ଖ୍ରୀଷ୍ଟଙ୍କର ପୁରୁତ୍ଥାନ ଯଥେଷ୍ଟ ଭାବରେ ଧାର୍ମିକ ତଥା ଧର୍ମନିରପେକ୍ଷ ଜ୍ଞାନ ଦ୍ୱାରା ପ୍ରମାଣିତ ହୁଏ । ଏହାର ପ୍ରମାଣିକତା ହିନ୍ଦୁ ଅବତାରବାଦର ପ୍ରମାଣ ବିଷୟରେ କିଛି କରେ ନାହିଁ । ନିମ୍ନଲିଖିତ ପାର୍ଥକ୍ୟକୁ ଦେଖନ୍ତୁ :
ପୁନରୁତ୍ଥାନ ଏକ ମୃତ୍ୟୁ, ଏକ ଜୀବନ , ଏକ ନଶ୍ୱର ଶରୀର, ଏବଂ ଏକ ନୁତନ ଓ ଗୌରବମୟ ଅମର ଶରୀରକୁ ଅନ୍ତର୍ଭୁକ୍ତ କରେ । ପୁନରୁତ୍ଥାନ ଈଶ୍ୱରୀୟ ହସ୍ତକ୍ଷେପ ଦ୍ୱାରା ହୁଏ, ଏହା ହେଉଛି ଏକେଶ୍ୱରବାଦ ବିଷୟକ, ପାପରୁ ପରିତ୍ରାଣ, ଏବଂ ଚରମ ଭାବରେ ଅନ୍ତିମ ସମୟରେ ଘଟିତ ହୁଏ । ଅନ୍ୟ ପକ୍ଷରେ ପୁନଃଅବତାରରେ ଅନେକ ମୃତ୍ୟୁ, ଅନେକ ଜୀବନ, ଅନେକ ନଶ୍ୱର ଶରୀର ଅନ୍ତର୍ଭୁକ୍ତ ଅଟେ ଓ ଅମର ଶରୀର ନ ଥାଏ । ଆହୁରି ମଧ୍ୟ, ପୁନଃଅବତାର ପ୍ରାକୃତିକ ନିୟମ ଦ୍ୱାରା ହୋଇଥାଏ ଓ ସାଧାରଣତଃ ସର୍ବଶ୍ୱେରବାଦୀ (ଈଶ୍ୱର ପ୍ରକୃତିରେ ସର୍ବତ୍ର ବିଦ୍ୟମାନ) ଅଟେ, କର୍ମର ଆଧାରରେ କାର୍ଯ୍ୟକାରୀ ହୁଏ ଓ ସର୍ବଦା କାର୍ଯ୍ୟକ୍ଷମ ଅଟେ । ଅବଶ୍ୟ ପାର୍ଥକ୍ୟଗୁଡ଼ିକୁ ତାଲିକାଭୁକ୍ତ କରିବା ଦ୍ୱାରା କୌଣସି ଏକ ଧାରଣାର ସତ୍ୟତାକୁ ପ୍ରମାଣିତ କରି ହେବ ନାହିଁ ।
ତଥାପି, ଯଦି ପୁନରୁତ୍ଥାନ ଐତିହାସିକ ଭାବେ ପ୍ରଦର୍ଶନକ୍ଷମ ଅଟେ, ତେବେ ଏହି ଦୁଇଟି ଉତ୍ତର-ଜୀବନ ବିଷୟରେ ପ୍ରଭେଦ ଦର୍ଶାଇବା ବେଳେ ପ୍ରମାଣିତ ଧାରଣାଟି ଅପ୍ରମାଣିତ ଧାରଣାକୁ ପୃଥକ କରେ । ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଏବଂ ପୁନରୁତ୍ଥାନ ବିଷୟରେ ବୃହତର ଖ୍ରୀଷ୍ଟିୟ ଶିକ୍ଷା ଉଭୟ ବିବେଚନାର ଯୋଗ୍ୟ ଅଟନ୍ତି ।
ତୃତୀୟ, ଖ୍ରୀଷ୍ଟିୟ ପବିତ୍ରଶାସ୍ତ୍ରଗୁଡ଼ିକ ଐତିହାସିକ ଭାବରେ ଅତ୍ୟନ୍ତ ଭଲ ଓ ଗୁରୁତ୍ୱପୁର୍ଣ୍ଣ ଭାବରେ ବିବେଚନାର ଯୋଗ୍ୟ । ଅନେକ ପରୀକ୍ଷାରେ ବାଇବଲ ବେଦ ଓ ପୁରାତନକାଳର ସମସ୍ତ ପୁସ୍ତକକୁ ସେହି ବିଷୟରେ ବଳି ପଡ଼ିଥାଏ । ଜଣେ ଏହା କହିପାରେ ଯେ ବାଇବଲର ଇତିହାସ ଏତେ ଦୃଷ୍ଟି ଆକର୍ଷଣକାରୀ ଯେ, ବାଇବଲକୁ ସନେ୍ଦହ କରିବା ହେଉଛି ଇତିହାସକୁ ସନେ୍ଦହ କରିବା । ଯେହେତୁ ଏହା ହେଉଛି ପୁରାତନକାଳର ସମସ୍ତ ପୁସ୍ତକ ଅପେକ୍ଷା ଐତିହାସିକ ଭାବରେ ଅଧିକ ପ୍ରମାଣସିଦ୍ଧ । ପୁରାତନ ନିୟମ ପରେ ଐତିହାସିକ ଭାବରେ ପ୍ରମାଣସିଦ୍ଧ ଏକମାତ୍ର ପୁସ୍ତକ ହେଉଛି ନୂତନ ନିୟମ । ନିମ୍ନ ବିଷୟକୁ ବିବେଚନା କରନ୍ତୁ :
୧. ପୁରାତନକାଳର ଅନ୍ୟ ଯେକୌଣସି ପୁସ୍ତକଠାରୁ ନୂତନ ନିୟମର ଅଧିକ ପାଣ୍ଡୁଲିପିର ଅସ୍ତିତ୍ୱ ଅଛି – ୫୦୦୦ ପ୍ରାଚୀନ ଗ୍ରୀକ୍ ପାଣ୍ଡୁଲିପି, ଅନ୍ୟ ଭାଷାମାନଙ୍କର ସହିତ ସବୁ ମିଶି ୨୪୦୦୦ଟି ପାଣ୍ଡୁଲିପି ଅଛି । ବହୁସଂଖ୍ୟକ ପାଣ୍ଡୁଲିପି ଥିବାରୁ ତାହା ଅତ୍ୟଧିକ ଗବେଷଣାକୁ ସାହାଯ୍ୟ କରେ ଯାହାକୁ ଆଧାର କରି ଲେଖାଗୁଡ଼ିକୁ ପରସ୍ପର ସହିତ ପରୀକ୍ଷା କରି ମୂଳଲେଖାଗୁଡ଼ିକ କଅଣ କହନ୍ତି ତାହା ଜାଣି ହେବ ।
୨. ପୁରାତନକାଳର ଅନ୍ୟ ସମସ୍ତ ପୁସ୍ତକ ଅପେକ୍ଷା ନୂତନ ନିୟମର ପାଣ୍ଡୁଲିପିଗୁଡ଼ିକ ତାର ମୂଳଲେଖାଗୁଡ଼ିକର ସମୟର ପାଖାପାଖି ଅଟେ । ସମସ୍ତ ମୂଳଲେଖାଗୁଡ଼ିକ ପ୍ରଥମ ଶତାବ୍ଦୀରେ ସମସାମୟିକ ବ୍ୟକ୍ତି (ପ୍ରତ୍ୟକ୍ଷଦର୍ଶୀ) ମାନଙ୍କର ସମୟରେ ଲେଖାଯାଇଥିଲା । ଏବେ ବର୍ତମାନ ଆମ୍ଭମାନଙ୍କ ମଧ୍ୟରେ ଥିବା ପାଣ୍ଡୁଲିପି ଗୁଡ଼ିକର ଅଂଶଗୁଡ଼ିକ ଏତେ ପୁରୁଣା ଯେ ସେଗୁଡ଼ିକ ୧୨୫ ଖ୍ରୀଷ୍ଟାଦ୍ଦର ଅଟେ । ୨୦୦ ଖ୍ରୀଷ୍ଟାଦ୍ଦ ସୁଦ୍ଧା ପୁସ୍ତକରେ ସମସ୍ତ ପ୍ରତିଲିପି ପ୍ରତୀୟମାନ ହୋଇସାରି ଥିଲା ଏବଂ ସଂପୁର୍ଣ୍ଣ ନୂତନ ନିୟମ ୨୫୦ ଖ୍ରୀଷ୍ଟାଦ୍ଦ ସୁଦ୍ଧା ମିଳିସାରି ଥିଲା । ନୂତନ ନିୟମର ସମସ୍ତ ପୁସ୍ତକଗୁଡ଼ିକ ପ୍ରାରମ୍ଭିକ ଭାବରେ ପ୍ରତ୍ୟକ୍ଷଦର୍ଶୀମାନଙ୍କ ସମୟରେ ଲେଖାଯାଇଅଛି, ତାହାର ଅର୍ଥ ହେଉଛି ଯେ ଲୋକକଥା ଓ ପୌରାଣିକ କଥାକୁ ଅନ୍ତରିତ ହେବା ପାଇଁ ସେମାନଙ୍କ ନିକଟରେ ସମୟ ନ ଥିଲା । ଏହା ସହିତ, ସତ୍ୟ ବିଷୟରେ ସେମାନଙ୍କର ଦାବୀ ସେହି ସମୟର ମଣ୍ଡଳୀର ସଦସ୍ୟମାନଙ୍କର କୈଫିୟତ ଯୋଗ୍ୟ ଥିଲା, ଯେଉଁମାନେ କି ଘଟଣାର ବ୍ୟକ୍ତିଗତ ସାକ୍ଷୀ ଥିଲେ ଓ ତଥ୍ୟକୁ ଯାଂଚ କରିପାରୁଥିଲେ ।
(୩) ପୁରାତନକାଳର ଅନ୍ୟ ସମସ୍ତ ପୁସ୍ତକ ଅପେକ୍ଷା ନୂତନ ନିୟମ ସବୁଠାରୁ ଅଧିକ ନିର୍ଭୁଲ । ‘ଈଶ୍ୱରଙ୍କ ପ୍ରତି ନିଷ୍ଟାପର’ ରେ ଜନ୍ ଆର୍. ରବିନସନ କହନ୍ତି ଯେ ନୂତନ ନିୟମର ଦଲିଲ ଗୁଡ଼ିକ ୯୯.୯ ପ୍ରତିଶତ ନିର୍ଭୁଲ ଅଟନ୍ତି (ପୁରାତନକାଳର ଅନ୍ୟ ଯେ କୌଣସି ସଂପୂର୍ଣ୍ଣ ପୁସ୍ତକଗୁଡ଼ିକ ଅପେକ୍ଷା ସବୁଠାରୁ ନିର୍ଭୁଲ) । ଗ୍ରୀକ୍ ନୂତନ ନିୟମର ବିଶେଷଜ୍ଞ ବ୍ରୁସ ମେଜ୍ଗର୍ ଏକ ଶାଳୀନ ପ୍ରସ୍ତାବ ଦିଅନ୍ତି ଯେ ଏହା ୯୯.୫ ପ୍ରତିଶତ ନିର୍ଭୁଲ ଅଟେ ।
ଚତୁର୍ଥ, ସର୍ବେଶ୍ୱରବାଦ ଓ ବହୁଈଶ୍ୱରବାଦ ଅପେକ୍ଷା ଖ୍ରୀଷ୍ଟିୟ ଏକେଶ୍ୱରବାଦ ଇତତ୍କୃଷ୍ଠ ସ୍ଥାନରେ ଅଛି । ହିନ୍ଦୁଧର୍ମକୁ କେବଳ ସର୍ବେଶ୍ୱରବାଦୀ ବା ବହୁଈଶ୍ୱରବାଦୀ ବୋଲି ଚିତ୍ରଣ କରିବା ନ୍ୟାୟସଙ୍ଗତ ହେବ ନାହିଁ । ହିନ୍ଦୁଧର୍ମର କେଉଁ ଧାରାରେ ଜଣେ ଅନ୍ତର୍ଭୁକ୍ତ ସେଥିରେ ତାହା ନିର୍ଭର କରେ । କେହି କେହି ସର୍ବେଶ୍ୱରବାଦୀ, ବହୁଈଶ୍ୱରବାଦୀ, ଅଦ୍ୱୈତବାଦୀ ( ସମସ୍ତ ବିଷୟ ଏକ ଅଟେ), ଏକେଶ୍ୱରବାଦୀ କିମ୍ବା ଅନ୍ୟାନ୍ୟ ଅନେକ ବିଷୟ । ଅବଶ୍ୟ ହିନ୍ଦୁଧର୍ମର ଦୁଇଟି ମୂଖ୍ୟ ଧାରା ହେଲା ବହୁଈଶ୍ୱରବାଦ ଓ ସର୍ବେଶ୍ୱରବାଦ । ଏହି ଦୁଇଟି ବିଷୟ ଅପେକ୍ଷା ଖ୍ରୀଷ୍ଟିୟ ଏକେଶ୍ୱରବାଦ ଉକୃôଷ୍ଟ ସ୍ଥାନରେ ଅଛି । ସ୍ଥାନକୁ ବିବେଚନା କରି ଏହି ତିନୋଟି ମତକୁ କେବଳ ଗୋଟିଏ ବିନ୍ଦୁରେ ତୁଳନା କରାଯାଇଛି, ନୈତିକ ନିୟମାବଳୀ ।
ନୈତିକ ନିୟମାବଳୀ ବିଷୟରେ ବହୁଈଶ୍ୱରବାଦ ଓ ସର୍ବେଶ୍ୱରବାଦର ପ୍ରଶ୍ନବାଚୀ ଆଧାର ରହିଅଛି । ବହୁଈଶ୍ୱରବାଦରେ, ଯଦି ଅନେକ ଈଶ୍ୱର ଅଛନ୍ତି, ତେବେ କେଉଁ ଈଶ୍ୱରଙ୍କର ସର୍ବୋତ୍ତମ ନୈତିକ ନିୟମାବଳୀର ସ୍ତର ରହିଅଛି ଯାହାକୁ ମନୁଷ୍ୟ ଅନୁସରଣ କରିବ ? ଯେତେବେଳେ ଅନେକ ସଂଖ୍ୟକ ଈଶ୍ୱର ଅଛନ୍ତି, ତେବେ ସେମାନଙ୍କର ନୈତିକ ନିୟମାବଳୀ ପରସ୍ପର ବିରୋଧି ନ ହେବ, ବିରୋଧି ହେବ, କିମ୍ବା ତାହାର ଅସ୍ତିତ୍ୱ ନ ଥିବ । ଯଦି ତାହାର ଅସ୍ତିତ୍ୱ ନ ଥାଏ ତେବେ ନୈତିକ ନିୟମାବଳୀଗୁଡ଼ିକ ଉଦ୍ଭାବିତ ଓ ଅମୂଳକ ଅଟେ । ସେହି ସ୍ଥିତିର ଦୁର୍ବଳତା ସ୍ୱ-ପ୍ରମାଣିତ । ଯଦି ନୈତିକ ନିୟମାବଳୀ ପରସ୍ପର ବିରୋଧି ନୁହେଁ, ତେବେ କେଉଁ ସିଦ୍ଧାନ୍ତରେ ସେମାନେ ଶ୍ରେଣୀବଦ୍ଧ ଅଟନ୍ତି ? ଶ୍ରେଣୀବଦ୍ଧ ହେବାର ସେମାନଙ୍କର ଯାହାବି ସିଦ୍ଧାନ୍ତ ଥାଉ, ଈଶ୍ୱରମାନଙ୍କଠାରୁ ତାହା ସର୍ବୋତ୍ତମ ହେବ । ଆଉ ଈଶ୍ୱରଗଣ ସର୍ବୋତମ ନୁହନ୍ତି କାରଣ ସେମାନେ ଅନ୍ୟ ପ୍ରଭୁତ୍ୱକୁ ଉତ୍ତରଦାୟିତ୍ୱ ଅଟନ୍ତି । ତଦନୁସାରେ ଏକ ଉଚ୍ଚତର ବାସ୍ତବତା ଅଛି ଯେଉଁଥିରେ ଜଣେ ସଂଯୁକ୍ତ ହେବା କଥା । ଏହି ତଥ୍ୟ ବହୁଈଶ୍ୱରବାଦକୁ ଶୁନ୍ୟ ନ ହେଲେ ବି ଅଗଭୀର ବୋଲି ଦର୍ଶାଏ । ତୃତୀୟ ବିଷୟରେ ଯଦି ଈଶ୍ୱରମାନେ ଭଲ ଓ ମନ୍ଦ ବିଷୟରେ ତାଙ୍କର ସ୍ତର ବିଷୟରେ ପରସ୍ପର ବିରୋଧି ହେବେ, ତେବେ ଗୋଟିଏ ଈଶ୍ୱରକୁ ମାନି ଅନ୍ୟକୁ ଅମାନ୍ୟ କଲେ ଦଣ୍ଡ ପାଇବାର ଭୟ ଅଛି । ନୈତିକ ନିୟମାବଳୀ ଆପେକ୍ଷିକ ହୋଇଯିବ । ଏକ ଈଶ୍ୱର ପାଇଁ ଯେଉଁଟା ଭଲ ତାହା ଆବଶ୍ୟକ ନୁହେଁ ଯେ ନିରପେକ୍ଷ ଓ ସାର୍ବଜନୀନ ଭାବେ ଭଲ ଅଟେ । ଉଦାହରଣ ସ୍ୱରୁପ, ଜଣେ ତାହାର ଛୁଆକୁ କାଳୀ ଦେବୀକୁ ବଳି ଦେବାଟା ହିନ୍ଦୁଧର୍ମର ଏକ ଧାରାର ଲୋକଙ୍କ ପାଇଁ ପ୍ରଶଂସାଯୋଗ୍ୟ ହେବ କିନ୍ତୁ ଅନେକଙ୍କ ପାଇଁ ତାହା ନିନ୍ଦନୀୟ ଅଟେ । ମାତ୍ର ନିଶ୍ଚିତ ଭାବରେ, ଶିଶୁ ବଳିଦାନପରି କାର୍ଯ୍ୟ ଯାହା ହେଲେ ମଧ୍ୟ ଅପ୍ରିତୀକର ଅଟେ । କେତେକ ବିଷୟ ସମସ୍ତ କାରଣ ଓ ଲକ୍ଷଣ ଅନୁସାରେ ଯାହା ହେଲେ ମଧ୍ୟ ଭଲ କିମ୍ବା ମନ୍ଦ ଅଟେ ।
ସର୍ବେଶ୍ୱରବାଦ, ବହୁଈଶ୍ୱରବାଦ ଅପେକ୍ଷା ସେତେ ଭଲ ନୁହେଁ ଯେହେତୁ ଏହା ଦାବୀ କରେ ଯେ ଚରମ ଭାବରେ କେବଳ ଗୋଟିଏ ବିଷୟ ଅଛି ଗୋଟିଏ ଦୈବୀୟ ବାସ୍ତବତା- ଆଉ ଭଲ ଓ ମନ୍ଦର ଚରମ ପ୍ରଭେଦକୁ ଅନୁମତି ଦିଏ ନାହିଁ । ଭଲ ଓ ମନ୍ଦ ସମାନ ଅବିଭାଜ୍ୟ ସତ୍ୟତା ଭିତରେ ଦ୍ରବିତ ହୁଅନ୍ତି । ଆଉ ଯଦିଓ ଭଲ ଓ ମନ୍ଦ ମଧ୍ୟରେ ସେପରି କିଛି ପ୍ରଭେଦ ଦର୍ଶାଯାଇପାରେ, କର୍ମର ସନ୍ଦର୍ଭ ସେହି ପ୍ରଭେଦର ନୈତିକ ସନ୍ଦର୍ଭକୁ ଶୁନ୍ୟ କରେ । ମାଧ୍ୟାକର୍ଷଣ ଶକ୍ତି ଓ ଜଡ଼ତ୍ୱର ପ୍ରାକୃତିକ ନିୟମ ପରି କର୍ମ ଏକ ଅବ୍ୟକ୍ତିଗତ ସିଦ୍ଧାନ୍ତ ଅଟେ । ଯଦି କର୍ମ ଏକ ପାପପୂର୍ଣ୍ଣ ଆତ୍ମାକୁ ସାକ୍ଷାତ କରିବାକୁ ଆସେ, ତେବେ ବିଚାର ଆଣିବା ପାଇଁ ଏହା କୌଣସି ଦୈବୀୟ ନିୟନ୍ତ୍ରଣ ନୁହେଁ । ବରଂ ଏହା ପ୍ରକୃତିର ଏକ ଅବ୍ୟକ୍ତିଗତ ପ୍ରତିକ୍ରିୟା ଅଟେ । ମାତ୍ର ନୈତିକତା ଏକ ବ୍ୟକ୍ତିତ୍ୱକୁ ଆବଶ୍ୟକ କରେ, ବ୍ୟକ୍ତିତ୍ୱ ଯାହାକି କର୍ମ ଦେଇପାରିବ ନାହିଁ । ଉଦାହରଣ ସ୍ୱରୂପ, ମାଡ଼ ଦେବାରେ ବ୍ୟବହୃତ ବାଡ଼ିକୁ ଆମେ ଦୋଷୀ କରି ନ ଥାଉ । ବାଡ଼ିଟି କେବଳ ଏକ ବସ୍ତୁ ଅଟେ, ଯାହାର କୌଣସି ନୈତିକ କ୍ଷମତା ବା କର୍ତବ୍ୟ ନ ଥାଏ । ବରଂ ଆମେ ସେହି ବ୍ୟକ୍ତିକୁ ଦୋଷୀ କରିଥାଉ ଯେ ସେହି ବାଡ଼ିଟିର ଅପବ୍ୟବହାର କରିଥାଏ । ସେହି ବ୍ୟକ୍ତି ପାଖରେ ଗୋଟିଏ ନୈତିକ କ୍ଷମତା ବା କର୍ତବ୍ୟ ଥାଏ । ସେହିପରି, କର୍ମ ଯଦି କେବଳ ଏକ ଅବ୍ୟକ୍ତିଗତ ପ୍ରକୃତି ଅଟେ, ତେବେ ଏହା ନୈତିକତା ବିହୀନ ଅଟେ ଓ ନୈତିକ ନିୟମାବଳୀ ପାଇଁ ପର୍ଯ୍ୟାପ୍ତ ଆଧାର ନୁହେଁ ।
ଖ୍ରୀଷ୍ଟିୟ ଏକେଶ୍ୱରବାଦରେ ଅବଶ୍ୟ ନିଜର ନୈତିକ ନିୟମାବଳୀ ପରମେଶ୍ୱରଙ୍କ ବ୍ୟକ୍ତିତ୍ୱରେ ଆଧାରିତ ହୋଇଥାଏ । ପରମେଶ୍ୱରଙ୍କ ଚରିତ୍ର ଉତ୍ତମ ଅଟେ ଏବଂ ତେଣୁକରି ଯାହା ତାଙ୍କର ଅନୁରୂପ ଓ ତାଙ୍କର ଇଚ୍ଛା ଉତ୍ତମ ଅଟେ । ଯାହା ପରମେଶ୍ୱର ଓ ତାଙ୍କର ଇଚ୍ଛାରୁ ପ୍ରସ୍ଥାନ କରେ ତାହା ମନ୍ଦ ଅଟେ । ତେଣୁ କରି, ଏକ ଈଶ୍ୱର ନୈତିକ ନିୟମାବଳୀର ନିରଙ୍କୁଶ ଆଧାର ହୋଇପାରନ୍ତି, ନୈତିକତା ପାଇଁ ଏକ ବ୍ୟକ୍ତିଗତ ଆଧାରକୁ ଅନୁମତି ଦିଅନ୍ତି ଏବଂ ଭଲ ମନ୍ଦ ବିଷୟରେ ବାସ୍ତବ ଜ୍ଞାନକୁ ଉଚିତ୍ ବୋଲି ସାବ୍ୟସ୍ତ କରନ୍ତି ।
ପଞ୍ଚମ, ପ୍ରଶ୍ନ ହେଉଛି, “ଆପଣ ଆପଣଙ୍କ ପାପ ବିଷୟରେ କଅଣ କରନ୍ତି”? ଖ୍ରୀଷ୍ଟଧର୍ମ ପାଖରେ ଏହି ସମସ୍ୟାର ସବୁଠାରୁ ଶକ୍ତିଶାଳୀ ଉତ୍ତର ଅଛି । ବୌଦ୍ଧଧର୍ମ ପରି, ହିନ୍ଦୁଧର୍ମରେ ପାପ ବିଷୟରେ ଦୁଇଟି ମତ ଅଛି । ପାପକୁ କେତେକ ସମୟରେ ଅଜ୍ଞତା ବୋଲି ବୁଝାଯାଇଥାଏ । ହିନ୍ଦୁ ଧର୍ମ ସଂଜ୍ଞା ଦିଏ ଯେ ଜଣେ ଯଦି ବାସ୍ତବତାକୁ ଦେଖିପାରେ ନାହିଁ ବା ବୁଝିପାରେନହିଁ, ତେବେ ତାହା ପାପପୁର୍ଣ୍ଣ ଅଟେ । ମାତ୍ର ନୈତିକ ଭୁଲ ବିଷୟରେ ଗୋଟିଏ ମତ ଥାଏ ଓ ତାକୁ ପାପ ବୋଲି କୁହାଯାଏ । ଜାଣିଶୁଣି କିଛି ମନ୍ଦ କର୍ମ କରିବା, ଗୋଟିଏ ପାର୍ଥôବ ବା ଆତ୍ମିକ ନିୟମକୁ ଭାଙ୍ଗିବା, କିମ୍ବା ମନ୍ଦ ଅଭିପ୍ରାୟ ରଖିବା ଏସବୁ ପାପ ଅଟେ । ପ୍ରାୟଶ୍ଚିତ କେଉଁ ସ୍ଥାନରୁ ଆସିବ ? କ’ଣ କର୍ମ ସମ୍ବନ୍ଧୀୟ ସିଦ୍ଧାନ୍ତକୁ ମାନିବା ଦ୍ୱାରା ପ୍ରାୟଶ୍ଚିତ ଆସିପାରେ? କର୍ମ ହେଉଛି ଅବ୍ୟକ୍ତିଗତ ଓ ନୈତିକତା ବିହୀନ ଅଟେ । ତରାଜୁକୁ ସନ୍ତୁଳିତ କରିବା ପାଇଁ ଜଣେ ଉତ୍ତମ କର୍ମ କରିପାରେ, ମାତ୍ର ସେ ପାପକୁ ନିଷ୍କାସନ କରି ନ ପାରେ । କର୍ମ କୌଣସି ଏକ ସନ୍ଦର୍ଭ ମଧ୍ୟ ଯୋଗାଇ ପାରି ନ ଥାଏ ଯେଉଁଥିପାଇଁ ନୈତିକ ତ୍ରୁଟି ମଧ୍ୟ ନୈତିକ ଅଟେ । ଉଦାହରଣ ସ୍ୱରୁପ, ଯଦି ଆମେ ଗୋପନୀୟ ଭାବରେ ପାପ କରୁ ତେବେ କାହାକୁ ଆମେ ଅସନ୍ତୁଷ୍ଟ କରିଥାଉ । ଏପରି ହେଉ ବା ସେପରି ହେଉ କର୍ମକୁ କୌଣସି ଉଦ୍ବେଗ ହେବ ନାହିଁ କାରଣ କର୍ମ ଏକ ବ୍ୟକ୍ତି ନୁହେଁ । ଉଦାହରଣ ସ୍ୱରୁପ, ଧରି ନିଅନ୍ତୁ ଜଣେ ମନୁଷ୍ୟ ଅନ୍ୟ ଜଣେ ମନୁଷ୍ୟର ପୁତ୍ରକୁ ହତ୍ୟା କଲା, ତେବେ କ୍ଷତି ହୋଇଥିବା ବ୍ୟକ୍ତିକୁ ସେ ଟଙ୍କା, ଧନ ସମ୍ପତି, କିମ୍ବା ନିଜ ପୁତ୍ରକୁ ଦେଇପାରେ । ମାତ୍ର ସେ ହତ୍ୟା କରାଯାଇଥିବା ଯୁବକକୁ ବଂଚାଇ ପାରିବ ନାହିଁ । କୌଣସି ମୁଲ୍ୟର କ୍ଷତିପୁରଣ ମଧ୍ୟ ସେହି ପାପର କ୍ଷତିକୁ ପୁରଣ କରିପାରିବ ନାହିଁ । ଶିବ ଓ ବିଷ୍ଣୁଙ୍କୁ ପ୍ରାର୍ଥନା ଓ ଭକ୍ତି ଦ୍ୱାରା କଅଣ ପ୍ରାୟଶ୍ଚିତ ଆସିପାରେ ? ଯଦିଓ ଏହି ଚରିତ୍ରମାନେ କ୍ଷମାଦାନର ଇଚ୍ଛା ପ୍ରକାଶ କରନ୍ତି, ଏହା ପ୍ରତୀୟମାନ ହୁଏ ଯେ ପାପ ତଥାପି ଏକ ଅପରିଶୋଧିତ ଋଣ ହୋଇ ରହିଯିବ । ସେମାନେ ପାପକୁ ଏପରି କ୍ଷମା କରିବେ ଯେପରିକି ପାପ ଏକ କ୍ଷମଣୀୟ ବିଷୟ ଅଟେ, ଆଉ ଏହା ଏକ ବଡ଼ ବିଷୟ ନୁହେଁ, ଆଉ ସେମାନେ ପରମାନନ୍ଦର ଦ୍ୱାର ଦେଇ ଲୋକମାନଙ୍କୁ ବଢ଼େଇ ଚାଲିଥିବେ ।
ଯାହାହେଲେ ମଧ୍ୟ ଖ୍ରୀଷ୍ଟଧର୍ମ ପାପକୁ ଏକମାତ୍ର ପରମ ଓ ବ୍ୟକ୍ତିଗତ ପରମେଶ୍ୱରଙ୍କ ବିରୁଦ୍ଧରେ ନୈତିକ ତୃଟି ଭାବରେ ଦେଖିଥାଏ । ଆଦମଙ୍କଠାରୁ ମାନବଜାତି ପାପପୂର୍ଣ୍ଣ ସୃଷ୍ଟି ଅଟନ୍ତି । ପାପ ପ୍ରକୃତ ଅଟେ, ଆଉ ଏହା ମନୁଷ୍ୟ ଓ ପରମାନନ୍ଦ ମଧ୍ୟରେ ସୀମାହୀନ ବ୍ୟବଧାନ ସ୍ଥାପିତ କରେ । ପାପ ନ୍ୟାୟ ଦାବୀ କରେ । ତଥାପି ଏହା ସମାନ କିମ୍ବା ଅଧିକ ସଂଖ୍ୟକ ଉତ୍ତମ କର୍ମ ଦ୍ୱାରା ସନ୍ତୁଳିତ କରାଯାଇ ନ ପାରେ । ଯଦି ଜଣେ ତାର ମନ୍ଦ କର୍ମ ଠାରୁ ଦଶଗୁଣ ଭଲ କର୍ମ କରେ, ତେବେ ମଧ୍ୟ ତାର ବିବେକରେ ମନ୍ଦ ରହିଅଛି । ତା’ଠାରେ ରହିଥିବା ସେହି ମନ୍ଦ କର୍ମଗୁଡ଼ିକର କଅଣ ହେବ ? ସେଗୁଡ଼ିକୁ କଅଣ କ୍ଷମା ଦିଆଯିବ ଯେପରିକି ସେଗୁଡ଼ିକ କୌଣସି ବଡ଼ ବିଷୟ ନୁହେଁ ? ସେଗୁଡ଼ିକୁ କଅଣ ପରମାନନ୍ଦକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ? ସେଗୁଡ଼ିକ କଅଣ କେବଳ ଭ୍ରମ ଅଟେ, ଯାହାକି କୌଣସି ସମସ୍ୟା ସୃଷ୍ଟି କରିପାରିବ ନାହିଁ । ଏହା ମଧ୍ୟରୁ କୌଣସି ଗୋଟିଏ ବି ଉପଯୁକ୍ତ ନୁହେଁ । ଭ୍ରମ ବିଷୟରେ କହିବାକୁ ଗଲେ, ପାପ ଏତେ ବାସ୍ତବ ଯେ ତାକୁ ଭ୍ରମ ଭାବରେ ବୁଝାଇବା ସହଜ ନୁହେଁ । ପାପପୂର୍ଣ୍ଣତା ବିଷୟରେ କହିବାକୁ ଗଲେ ନିଜ ବିଷୟରେ ଯଦି ଆପଣ ଅକପଟ ହେବେ ତେବେ ଆମେ ନିଜେ ଜାଣିବା ଯେ ଆମେ ପାପ କରିଅଛୁ । କ୍ଷମାଦାନ ବିଷୟରେ କହିବାକୁ ଗଲେ, ବିନାମୂଲ୍ୟରେ ପାପକୁ କେବଳ କ୍ଷମା କରିଦେଲେ ପାପ ପ୍ରତି ଏପ୍ରକାର ଧାରଣା ହେଉଛି ଯେ ତାହାର ପରିଣାମ ଏତେ ଭୟଙ୍କର ନୁହେଁ । ଆମେ ଜାଣିଛୁ ତାହା ମିଥ୍ୟା ଅଟେ । ପରମାନନ୍ଦ ବିଷୟରେ କହିବାକୁ ଗଲେ, ପାପ ଯଦି ତା ଭିତରକୁ ବେଆଇନ ଭାବେ ଚାଲାଣ ହେଉଥିବ ତା’ହେଲେ ପରମାନନ୍ଦ ମଧ୍ୟ କୌଣସି ଭଲ ନୁହେଁ । ଏହା ପ୍ରତୀୟମାନ ହୁଏ ଯେ, କର୍ମର ମାପଦଣ୍ଡ ଆମ ହୃଦୟର ପାପ ସହିତ ଗୋପନ ସଂଶୟରେ ଆମକୁ ଛାଡ଼ି ଦେଇଥାଏ ଯେ ଆମ୍ଭେମାନେ ଭଲ ଓ ମନ୍ଦର ଚରମ ବ୍ୟକ୍ତିଗତ ସ୍ତରକୁ ଲଂଘନ କରିଅଛୁ । ଏବଂ ପରମାନନ୍ଦ ଆମକୁ ସହ୍ୟ କରିପାରିବ ନାହିଁ, କିମ୍ବା ଏହା ସିଦ୍ଧ ହେବାରୁ ବିରତ ହେବା କଥା ଯେପରିକି ଆମେ ପ୍ରବେଶ କରିପାରିବା ।
ଖ୍ରୀଷ୍ଟିୟତ୍ୱରେ, ଅବଶ୍ୟ ସମସ୍ତ ପାପ ଦଣ୍ଡିତ ହୁଏ ଯଦିଓ ସେହି ଦଣ୍ଡକୁ କୃଶରେ ଖ୍ରୀଷ୍ଟଙ୍କର ବ୍ୟକ୍ତିଗତ ବଳିଦାନ ଦ୍ୱାରା ସନ୍ତୁଷ୍ଟ କରାଯାଇଅଛି । ପରମେଶ୍ୱର ମନୁଷ୍ୟ ହେଲେ, ଏକ ସିଦ୍ଧ ଜୀବନଯାପନ କଲେ ଏବଂ ଯେଉଁ ମୃତ୍ୟୁର ଆମେ ଯୋଗ୍ୟ ଥିଲୁ ତାହାକୁ ସେ ବରଣ କଲେ । ସେ ଆମ୍ଭମାନଙ୍କ ତରଫରୁ କ୍ରୁଶବିଦ୍ଧ ହେଲେ, ଆମ୍ଭମାନଙ୍କ ସ୍ଥାନାପନ୍ନ ଓ ଆମ୍ଭମାନଙ୍କ ପାପ ପାଇଁ ଆମ୍ଭମାନଙ୍କର ସୁରକ୍ଷା, ବା ପ୍ରାୟଶ୍ଚିତ ଅଟନ୍ତି । ଏବଂ ସେ ପୁନରୁତ୍ଥିତ ହେଲେ ଓ ଏହା ପ୍ରମାଣ କରିଦେଲେ ଯେ ମୃତୁ୍ୟ ସୁଦ୍ଧା ତାଙ୍କୁ ଜୟ କରିପାରିବ ନାହିଁ । ଆହୁରି ମଧ୍ୟ ଯେଉଁମାନେ ତାଙ୍କଠି ବିଶ୍ୱାସ କରିବେ ଓ କେବଳ ତାଙ୍କୁ ନିଜର ପ୍ରଭୁ ଓ ପରିତ୍ରାଣକର୍ତା ବୋଲି ସ୍ୱୀକାର କରିବେ ସେମାନଙ୍କ ଅନନ୍ତ ଜୀବନ ପାଇଁ ସେହି ପ୍ରକାର ସମାନ ପୁନରୁତ୍ଥାନର ପ୍ରତିଜ୍ଞା କରନ୍ତି ।( ରୋମୀୟ ୩;୧୦-୨୩, ୬;୨୩, ୮;୧୨, ୧୦;୯-୧୦, ଏପିସିୟ ୨;୮-୯, ଫିଲିପ୍ପୀୟ ୩;୨୧)
ଅନ୍ତିମରେ, ଖ୍ରୀଷ୍ଟଧର୍ମରେ ଆମେ ଜାଣିପାରିବା ଯେ ଆମେ ପରିତ୍ରାଣ ପାଇଅଛୁ । ଆମକୁ କୌଣସି କ୍ଷଣସ୍ଥାୟୀ ଅନୁଭୂତି ଉପରେ ଭରସା କରିବାକୁ ପଡ଼େ ନାହିଁ, କିମ୍ବା ଆମେ ନିଜର ଉତ୍ତମ କର୍ମ ବା ଭାବବିହ୍ୱଳ ଧ୍ୟାନ ଉପରେ ଭରସା କରି ନ ଥାଉ, କିମ୍ବା ଆମେ ଆମର ବିଶ୍ୱାସ ଏକ ମିଥ୍ୟା ଈଶ୍ୱର ଉପରେ ରଖି ନଥାଉ ଯାହାକୁ ଆମେ ତାଙ୍କର ଅସ୍ତିତ୍ୱ ବିଷୟରେ ବିଶ୍ୱାସ କରିବାକୁ ଚେଷ୍ଟା କରିଥାଉ । ଆମ ପାଖରେ ଏକ ଜୀବିତ ଓ ସତ୍ୟ ପରମେଶ୍ୱର ଅଛନ୍ତି, ଐତିହାସିକ ଭାବରେ ଏକ ସ୍ଥିର ବିଶ୍ୱାସ ଅଛି, ପରମେଶ୍ୱରଙ୍କର ଏକ ସ୍ଥାୟୀ ଏବଂ ପରୀକ୍ଷିତ ପ୍ରକାଶନ ( ପବିତ୍ରଶାସ୍ତ୍ର) ଅଛି, ନୈତିକ ଜୀବନଯାପନ ପାଇଁ ଈଶ୍ୱରତତ୍ୱ ଅନୁସାରେ ସନ୍ତୋଷଜନକ ଆଧାର ଅଛି, ଏବଂ ପରମେଶ୍ୱରଙ୍କ ସହିତ ସ୍ୱର୍ଗରେ ଏକ ଗୃହର ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଅଛି ।
ତେଣୁ, ଏହା ଆପଣଙ୍କ ପାଇଁ କଅଣ ଅର୍ଥ ପ୍ରକାଶ କରେ ? ଯୀଶୁ ହେଉଛନ୍ତି ଚରମ ବାସ୍ତବତା । ଯୀଶୁ ଆମ୍ଭମାନଙ୍କ ପାପ ପାଇଁ ସିଦ୍ଧ ବଳିଦାନ ଅଟନ୍ତି । ପରମେଶ୍ୱର ଆମ୍ଭମାନଙ୍କୁ ପାପକ୍ଷମା ଓ ପରିତ୍ରାଣ ଦେବାକୁ ଇଚ୍ଛୁକ ଅଟନ୍ତି ଯଦି ଆମେ ତାଙ୍କର ଉପହାରକୁ ଗ୍ରହଣ କରିବା (ଯୋହନ ୧;୧୨), ଏହା ବିଶ୍ୱାସ କରିବା ଦ୍ୱାରା ଯେ ଯୀଶୁ ପରିତ୍ରାଣକର୍ତା ହିସାବରେ ଆମ୍ଭମାନଙ୍କ ପାଇଁ ( ତାଙ୍କର ବନ୍ଧୁମାନଙ୍କ ପାଇଁ) ଆପଣା ପ୍ରାଣ ଦେଲେ । ଯଦି ଆପଣ ନିଜର ଏକମାତ୍ର ପରିତ୍ରାଣକର୍ତା ଭାବରେ ଯୀଶୁଙ୍କ ଉପରେ ଭରସା କରିବେ, ତେବେ ଆପଣ ସ୍ୱର୍ଗରେ ଅନନ୍ତ ପରମାନନ୍ଦ ପାଇଁ ପରମ ନିର୍ଭର ପ୍ରତିଶ୍ରୁତି ପାଇବେ । ପରମେଶ୍ୱର ଆପଣଙ୍କ ପାପ କ୍ଷମା କରିବେ, ଆପଣଙ୍କ ମନକୁ ପରିଷ୍କାର କରିବେ, ଆପଣଙ୍କ ଆତ୍ମାକୁ ନୂତନୀକରଣ କରିବେ, ଏବଂ ଏହି ଜଗତରେ ପ୍ରଚୁର ଜୀବନ ପୁଣି ପର ଜଗତରେ ଅନନ୍ତ ପରମାନନ୍ଦ ଦେବେ । ଏ ପ୍ରକାର ବହୁମୁଲ୍ୟ ଉପହାରକୁ କିପ୍ରକାର ଭାବରେ ଆମେ ଅଗ୍ରାହ୍ୟ କରିବା ? ଆମେ କିପରି ଆମର ପୃଷ୍ଠଭାଗକୁ ପରମେଶ୍ୱରଙ୍କ ଆଡ଼କୁ ମୋଡ଼ିଦେବା ଯେ କି ଆମକୁ ଏତେ ପ୍ରେମ କଲେ ଯେ ଆମ୍ଭମାନଙ୍କ ପାଇଁ ଆପଣାକୁ ବଳିଦାନ କରିଦେଲେ ?
ଯଦି ଆପଣ କଅଣ ବିଶ୍ୱାସ କରୁଛନ୍ତି ସେ ବିଷୟରେ ନିଶ୍ଚିତ ନୁହନ୍ତି, ତେବେ ଆପଣଙ୍କୁ ଆମେ ନିମନ୍ତ୍ରଣ କରୁ ଯେ ପରମେଶ୍ୱରଙ୍କ ପ୍ରତି ନିମ୍ନ ପ୍ରାର୍ଥନା କରନ୍ତୁ , “ହେ ପରମେଶ୍ୱର, ଯାହା ସତ୍ୟ ତାହା ଜାଣିବାକୁ ମୋତେ ସାହାଯ୍ୟ କର, ତ୍ରୁଟିକୁ ବୁଝିପାରିବା ପାଇଁ ମୋତେ ସାହାଯ୍ୟ କର । ପରିତ୍ରାଣ ପାଇଁ ସଠିକ୍ ପଥ କେଉଁଟା ତାକୁ ବୁଝିପାରିବାକୁ ମୋତେ ସାହାଯ୍ୟ କର । ପରମେଶ୍ୱର ଏ ପ୍ରକାର ପ୍ରାର୍ଥନାକୁ ସର୍ବଦା ସମ୍ମାନ କରିବେ ।”
ଯଦି ଆପଣ ଯୀଶୁଙ୍କୁ ନିଜର ପରିତ୍ରାଣକର୍ତା ଭାବରେ ଗ୍ରହଣ କରିବାକୁ ଚାହାନ୍ତି, ତେବେ ଆପଣା ମୁଖ ଫିଟାଇ କିମ୍ବା ନିରବ ଭାବରେ ଈଶ୍ୱରଙ୍କୁ କୁହନ୍ତୁ, ଏବଂ ତାଙ୍କୁ କୁହନ୍ତୁ ଯେ ଆପଣ ଯୀଶୁଖ୍ରୀଷ୍ଟଙ୍କ ଜରିଆରେ ପରିତ୍ରାଣର ଉପହାରକୁ ଗ୍ରହଣ କରୁଛନ୍ତି ।
ଯଦି ଆପଣ ଗୋଟିଏ ପ୍ରାର୍ଥନା କରିବାକୁ ଚାହାନ୍ତି, ତେବେ ଏହା ଏକ ଉଦାହରଣ ଅଟେ: “ହେ ପରମେଶ୍ୱର, ମୋ ପାଇଁ ତୁମର ପ୍ରେମ ପାଇଁ ଧନ୍ୟବାଦ । ମୋ ପାଇଁ ତୁମର ବଳିଦାନ ସକାଶେ ଧନ୍ୟବାଦ । ମୋ ପାଇଁ ପାପକ୍ଷମା ଓ ପରିତ୍ରାଣ ଯୋଗାଇଥିବାରୁ ଧନ୍ୟବାଦ । ମୁଁ ଯୀଶୁଙ୍କ ଜରିଆରେ ପରିତ୍ରାଣର ଉପହାରକୁ ଗ୍ରହଣ କରୁଛି । ମୁଁ ଯୀଶୁଙ୍କୁ ମୋର ପରିତ୍ରାଣକର୍ତା ଭାବରେ ଗ୍ରହଣ କରୁଅଛି । ଆମେନ.. ।”
ଏଠାରେ ଆପଣ ଯାହା ପଢିଲେ ସେହି କାରଣରୁ ଆପଣ ଖ୍ରୀଷ୍ଟଙ୍କ ନିମନ୍ତେ ଗୋଟିଏ ନିଷ୍ପତ୍ତି ନେଲେ କି? ଦୟାକରି ନିମ୍ନରେ ଥିବା "ଆଜି ମୁଁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଅଛି" ବୋତାମକୁ କ୍ଲିକ୍ କରନ୍ତୁ
English
ମୁଁ ଜଣେ ହିନ୍ଦୁ, ଖ୍ରୀଷ୍ଟିୟାନ ହେବା ନିମନ୍ତେ ମୁଁ କାହିକିଁ ବିବେଚନା କରିବା ଉଚିତ୍?