settings icon
share icon
ପ୍ରଶ୍ନ

କାହିଁକି ସମସ୍ତ ଖ୍ରୀଷ୍ଟିୟାନ କପଟୀ ଅଟନ୍ତି?

ଉତ୍ତର


"କପଟୀ" ବୋଲି ନିନ୍ଦା କରିବା ଠାରୁ ବୋଧହୁଏ ଆଉ କୌଣସି ନିନ୍ଦା ତା' ଅପେକ୍ଷା ଅଧିକ କ୍ରୋଧ ଉଦ୍ଦୀପକ ନୁହେଁ । ଦୁର୍ଭାଗ୍ୟବଶତଃ, ସମସ୍ତ ଖ୍ରୀଷ୍ଟିୟାନ ଯେ କପଟୀ ଏହି ମତରେ କେତେକ ଯୁକ୍ତିସିଦ୍ଧ ବୋଲି ଅନୁଭବ କରନ୍ତି । ଇଂରାଜୀ ଭାଷାରେ “hypocrite” ("କପଟୀ") ଶବ୍ଦଟି ଏକ ପ୍ରଭୂତ ଐତିହ୍ୟ ବହନ କରେ । ଏହି ଶବ୍ଦଟି ଲାଟିନ୍ ଶବ୍ଦ hypocrisies ରୁ ଆମ୍ଭମାନଙ୍କ ମଧ୍ୟକୁ ଆସିଛି, ଯାହା "ଅଭିନୟ କରିବା, ଛଳନା"ରୁ ଆସିଛି । ଆଉ କିଛି ପୂର୍ବକୁ ଗଲେ, ଏହି ଶବ୍ଦଟି ଉଭୟ ପାରମ୍ପରିକ ଏବଂ ନୂତନ ନିୟମ ଗ୍ରୀକରେ ଦେଖାଯାଏ ଏବଂ ଏଥିରେ ମଧ୍ୟ ଅନୁରୂପ ଧାରଣା ରହିଛି, ଅର୍ଥାତ୍ - ଏକ ଅଂଶକୁ ଅଭିନୟ କରିବା, ଛଳନା ।

ଏହି ଉପାୟରେ ପ୍ରଭୁ ଯୀଶୁ ଏହି ଶବ୍ଦର ଉପଯୋଗ କରିଥିଲେ । ଉଦାହରଣ ସ୍ବରୂପ, ଯେତେବେଳେ ଖ୍ରୀଷ୍ଟ ପ୍ରାର୍ଥନା, ଉପବାସ, ଏବଂ ଦାନ ଦେବା ବିଷୟରେ ରାଜ୍ୟର ଲୋକମାନଙ୍କୁ ଶିକ୍ଷା ଦେଲେ, ସେତେବେଳେ ସେ କପଟୀମାନଙ୍କର ଉଦାହରଣ ଅନୁକରଣ ନ କରିବାକୁ କହିଛନ୍ତି (ମାଥିଉ ୬:୨, ୫, ୧୬) । ଦୀର୍ଘ ସର୍ବସାଧାରଣ ପ୍ରାର୍ଥନା କରି, ସେମାନଙ୍କର ଉପବାସ ପ୍ରତି ଲୋକମାନଙ୍କର ଦୃଷ୍ଟି ରହିଛିକି ନାହିଁ ସେ ବିଷୟରେ ନିଶ୍ଚିତ ହେବା ନିମନ୍ତେ ଅତି ସାବଧାନତା ଅବଲମ୍ବନ କରି, ଏବଂ ସେମାନଙ୍କର ଦାନକୁ ମନ୍ଦିର ଏବଂ ଦରିଦ୍ରମାନଙ୍କୁ ଦେବାର ବାହ୍ୟ ପ୍ରଦର୍ଶନ କରି ସେମାନେ ପ୍ରଭୁଙ୍କ ପ୍ରତି କେବଳ ଏକ ବାହ୍ୟ ସଂଶ୍ଲିଷ୍ଟ ଥିବାର ପ୍ରକାଶ କରନ୍ତି । ଯେତେବେଳେ ଫାରୁଶୀମାନେ ଧର୍ମକର୍ମର ସାଧୁତା ସର୍ବସାଧାରଣ ଉଦାହରଣ ଭାବେ ସେମାନଙ୍କର ନାଟକୀୟ ଭୂମିକା ଅତି ସୁନ୍ଦର ଭାବେ ସମ୍ପାଦନ କଲେ, ସେମାନେ ହୃଦୟର ଗଭୀରତମ ଜଗତରେ ଅତି ଦୟନୀୟ ଭାବେ ବିଫଳ ହେଲେ ଯେଉଁଠିକି ପ୍ରକୃତ ସାଧୁତା ବାସ କରେ (ମାଥିଉ ୨୩:୧୩-୩୩; ମାର୍କ ୭:୨୦-୨୩) ।

ଯୀଶୁ କେବେବି ତାଙ୍କ ଶିଷ୍ୟମାନଙ୍କୁ କପଟୀ ବୋଲି ଡାକି ନାହାନ୍ତି । ସେହି ନାମ କେବଳ ଅନ୍ଧ ପଥପ୍ରଦର୍ଶକ ଧର୍ମ ଉଗ୍ରସମର୍ଥକମାନଙ୍କୁ ଦିଆଯାଇଉଥିଲା । ବରଂ ସେ ତାଙ୍କ ନିଜ ଲୋକମାନଙ୍କୁ "ଅନୁଗାମୀଗଣ", "ଶିଶୁମାନେ", "ମେଷଗୁଡିକ" ଏବଂ ତାଙ୍କ "ମଣ୍ଡଳୀ" ବୋଲି ଡାକିଲେ । ଏଥିସହିତ, ନୂତନ ନିୟମରେ କପଟ ପାପ ବିଷୟରେ ଏକ ଚେତାବନୀ ଅଛି (୧ପିତର ୨:୨), ଯାହାକୁ ପିତର "ଅବିଶ୍ବସ୍ତତା" ବୋଲି କୁହନ୍ତି । ପୁଣି, କପଟାଚରଣର ଦୁଇଗୋଟି ଅତି ଲଜ୍ଜାହୀନ ଉଦାହରଣ ମଣ୍ଡଳୀରେ ଲିପିବଦ୍ଧ ହୋଇଛି । ପ୍ରେରିତ ୫:୧-୧୦ରେ, ଦୁଇଜଣ ଶିଷ୍ୟ ଯେଉଁ ପରିମାଣରେ ଦାନ ଦେବା ନିମନ୍ତେ ଉଦାର ଥିଲେ ତା' ଅପେକ୍ଷା ସେମାନେ ଅଧିକ ଉଦାର ହେବାର ଛଳନା କରି ଧରାପଡିଥିଲେ । ସେଥିର ପରିଣାମ ଅତି ଦୟନୀୟ ଥିଲା । ଏବଂ, ସମସ୍ତ ଲୋକଙ୍କ ସାକ୍ଷାତରେ, ବିଜାତୀୟ ବିଶ୍ବାସୀମାନଙ୍କୁ ସେମାନଙ୍କ ବ୍ୟବହାରରେ ଏକ କପଟୀ ଦଳକୁ ଚାଳିତ କରିଥିବାରୁ ପିତରଙ୍କୁ ଭର୍ସନା କରାଯାଇଥିଲା (ଗାଲାତୀୟ ୨:୧୩) ।

ନୂତନ ନିୟମ ଶିକ୍ଷାରୁ ସେହି ସମୟରେ ଆମେ ଅତି କମରେ ଦୁଇଗୋଟି ଯୁକ୍ତି ସମ୍ମତ ସିଦ୍ଧାନ୍ତରେ ଉପନୀତ ହୋଇପାରୁ । ପ୍ରଥମ, ଜଣାଶୁଣା ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ କପଟୀ ଦେଖାଯାଆନ୍ତି । ସେମାନେ ପ୍ରଥମରୁ ହିଁ ରହିଥିଲେ, ଏବଂ ଯୀଶୁଙ୍କ ଗହମ ଏବଂ ବାଳୁଙ୍ଗାର ଦୃଷ୍ଟାନ୍ତ ଅନୁଯାୟୀ, ସେମାନେ ନିଶ୍ଚିତ ଯୁଗର ଶେଷ ପର୍ଯ୍ୟନ୍ତ ରହିବେ (ମାଥିଉ ୧୩:୧୮-୩୦) । ଏହା ବ୍ୟତୀତ, ଯଦି ଏପରିକି ଜଣେ ପ୍ରେରିତ କପଟାଚରଣରେ ଦୋଷୀ ହୁଏ, "ସାଧାରଣ" ଖ୍ରୀଷ୍ଟିୟାନମାନେଯେ ଏଥିରୁ ମୁକ୍ତ ରହିବେ ତାହା ବିଶ୍ବାସ କରିବାର କୌଣସି କାରଣ ନାହିଁ । ଆମେ ସର୍ବଦା ଜାଗି ରହିବା ଉଚିତ୍ ଯେପରିକି ଆମେ ଠିକ୍ ସେହି ପ୍ରଲୋଭନରେ ପତିତ ନ ହେଉ (୧କରିନ୍ଥୀୟ ୧୦:୧୨) ।

ବାସ୍ତବରେ, ଖ୍ରୀଷ୍ଟିୟାନ ବୋଲାଉଥିବା ସମସ୍ତେ ବାସ୍ତବ ଖ୍ରୀଷ୍ଟିୟାନ ନୁହନ୍ତି । ବୋଧହୁଏ, ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ଥିବା ସମସ୍ତ ବିଖ୍ୟାତ କପଟୀ କିମ୍ବା ଅଧିକାଂଶ କପଟୀ ବାସ୍ତବରେ ଛଳନାକାରୀ ବା ପ୍ରତାରଣାକାରୀମାନେ ଅଟନ୍ତି । ଏହି ଦିନ ପର୍ଯ୍ୟନ୍ତ, ଅତି ଜଣାଶୁଣା ଖ୍ରୀଷ୍ଟିୟାନମାନେ ଭୟଙ୍କର ପାପରେ ପତିତ ହୋଇଛନ୍ତି । ଆର୍ଥିକ ବା ଯୌନଗତ କଳେଙ୍କାରୀଗୁଡିକ ଖ୍ରୀଷ୍ଟିୟ ସମାଜରେ ଏକ ମହାମାରୀ ରୂପ ନେଉଛି । ଅଥଚ, ଅଳ୍ପ କେତେକଙ୍କର କାର୍ଯ୍ୟ ଦ୍ବାରା ସମସ୍ତ ଖ୍ରୀଷ୍ଟିୟ ସମାଜକୁ ନ୍ୟୁନ କରିବା ଅପେକ୍ଷା ଆମେ ପଚାରିବାକୁ ହେବ ଯେ, ଖ୍ରୀଷ୍ଟିୟାନ ବୋଲି ଦାବୀ କରୁଥିବା ସମସ୍ତେ କ'ଣ ବାସ୍ତବ ଖ୍ରୀଷ୍ଟିୟାନ ଅଟନ୍ତିକି? ଅନେକ ସଂଖ୍ୟକ ବାଇବଲ ଅଂଶ ନିଶ୍ଚିତ କରେ ଯେ, ଯେଉଁମାନେ ବାସ୍ତବରେ ଖ୍ରୀଷ୍ଟଙ୍କର ଅଟନ୍ତି ସେମାନେ ଆତ୍ମାଙ୍କ ଫଳ ପ୍ରକାଶ କରିବେ (ଗାଲାତୀୟ ୫:୨୨-୨୩) । ମାଥିଉ ୧୩ରେ ଥିବା ଯୀଶୁଙ୍କ ବୀଜ ଓ ମାଟିର ଦୃଷ୍ଟାନ୍ତ ସ୍ବଷ୍ଟ କରେ ଯେ, ତାଙ୍କଠାରେ ବିଶ୍ବାସର ଘୋଷଣା କରୁଥିବା ସମସ୍ତେ ବାସ୍ତବରେ ତାଙ୍କଠାରେ ବିଶ୍ବାସ କରିନାହାନ୍ତି । ଦୁଃଖର କଥା ଯେ, ତାଙ୍କର ବୋଲି କହୁଥିବା ଲୋକମାନଙ୍କ ମଧ୍ୟରୁ ଅନେକେ ଯୀଶୁ ସେମାନଙ୍କୁ "ମୁଁ ତୁମ୍ଭମାନଙ୍କୁ କେବେହେଁ ଜାଣିନାହିଁ। ହେ ଅଧର୍ମାଚାରୀମାନେ, ମୋ ପାଖରୁ ଦୂର ହୁଅ ।" (ମାଥିଉ ୭:୨୩) କହିବା ଶୁଣି ସ୍ତମ୍ଭିଭୂତ ହୋଇଯିବେ ।

ଦ୍ବିତୀୟ, ଖ୍ରୀଷ୍ଟିୟାନ ବୋଲି ଦାବୀ କରୁଥିବା କେତେକ ଲୋକେ ଯେ ତା' ଅପେକ୍ଷା ଅଧିକ ପବିତ୍ର ହୋଇଥିବାର ଛଳନା କରନ୍ତି ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, ଏବଂ ମଣ୍ଡଳୀ ଯେ ପ୍ରାୟ କପଟୀମାନଙ୍କ ଦ୍ବାରା ପରିପୂର୍ଣ୍ଣ ଏହି ସିଦ୍ଧାନ୍ତରେ ଆମେ ପହଞ୍ଚି ପାରିବାନାହିଁ । ଜଣେ ବ୍ୟକ୍ତି ନିଶ୍ଚିତ ସତ୍ୟ ବୋଲି ସ୍ବୀକାର କରିବ ଯେ, ଆମେ ସମସ୍ତେ ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କ ନାମ ନେଉଛୁ ଆମ୍ଭମାନଙ୍କର ପାପ କ୍ଷମା ହୋଇସାରିଲା ପରେ ମଧ୍ୟ ପାପୀ ହୋଇ ରହିଥାଉ । ତାହା ହେଉଛି, ଯଦିଓ ଆମେ ପାପର ଅନନ୍ତ ଦଣ୍ଡରୁ ରକ୍ଷା ପାଇଛୁ (ରୋମୀୟ ୫:୧; ୬:୨୩), ଆମେ ତଥାପି ରକ୍ଷାପ୍ରାପ୍ତ ହେବାକୁ ଏବଂ କପଟାଚରଣର ପାପ ସମେତ ଆମ୍ଭମାନଙ୍କ ଜୀବନରେ ଥିବା ପାପର ଉପସ୍ଥିତିରୁ ମୁକ୍ତି ପାଇବାକୁ ପଡିବ (୧ଯୋହନ ୧:୮-୯), ପ୍ରଭୁ ଯୀଶୁଙ୍କଠାରେ ଥିବା ଆମ୍ଭମାନଙ୍କର ଜୀବନ୍ତ ବିଶ୍ବାସ ମାଧ୍ୟମରେ, ଆମେ ପରିଶେଷରେ ସମ୍ପୂର୍ଣ୍ଣରୂପେ ମୁକ୍ତିପ୍ରାପ୍ତ ହେବା ପର୍ଯ୍ୟନ୍ତ ଅବିରତ ପାପର ଶକ୍ତିରୁ ମୁକ୍ତିପ୍ରାପ୍ତ ହେଉଅଛୁ (୧ଯୋହନ ୫:୪-୫) ।

ସମସ୍ତ ଖ୍ରୀଷ୍ଟିୟାନ ବାଇବଲ ଶିକ୍ଷା ଦେଉଥିବା ମାନ ଅନୁଯାୟୀ ସିଦ୍ଧରୂପେ ଜୀବନଯାପନ କରିବାରେ ବିଫଳ ହୋଇଛନ୍ତି । କୌଣସି ଖ୍ରୀଷ୍ଟିୟାନ କେବେ ମଧ୍ୟ ଖ୍ରୀଷ୍ଟ-ସମ ହୋଇନାହାନ୍ତି । ଅଥଚ, କେତେକ ଖ୍ରୀଷ୍ଟିୟାନ ଅଛନ୍ତି ଯେଉଁମାନେ କି ସତ୍ୟ ଭାବେ ଖ୍ରୀଷ୍ଟିୟ ଜୀବନଯାପନ କରିବା ନିମନ୍ତେ ଅନ୍ବେଷଣ କରନ୍ତି ଏବଂ ସେମାନଙ୍କୁ ହୃତବୋଧ, ପରିବର୍ତ୍ତନ ଏବଂ ଶକ୍ତିଯୁକ୍ତ କରିବା ନିମନ୍ତେ ପବିତ୍ରଆତ୍ମାଙ୍କଠରେ ଅଧିକରୁ ଅଧିକ ନିର୍ଭର କରି ଆସୁଛନ୍ତି । ବହୁ ସଂଖ୍ୟକ ଖ୍ରୀଷ୍ଟିୟାନ ଅଛନ୍ତି ଯେଉଁମାନେ କି ଅପବାଦ କାର୍ଯ୍ୟଗୁଡିକରୁ ସେମାନଙ୍କ ଜୀବନକୁ ରକ୍ଷା କରିଛନ୍ତି । କୌଣସି ଖ୍ରୀଷ୍ଟିୟାନ ସିଦ୍ଧ ନୁହନ୍ତି, କିନ୍ତୁ ସେମାନେ ଭୁଲ୍ କରନ୍ତି ଏବଂ ସେମାନେ ଯେ ଏହି ଜୀବନରେ ସିଦ୍ଧତାରେ ପହଞ୍ଚିବା ନିମନ୍ତେ ଅସଫଳ ହୁଅନ୍ତି ଏହି ବିଷୟଟି କପଟୀ ହୋଇଥିବାର ସମାନ ବିଷୟ ନୁହେଁ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

କାହିଁକି ସମସ୍ତ ଖ୍ରୀଷ୍ଟିୟାନ କପଟୀ ଅଟନ୍ତି?
© Copyright Got Questions Ministries