settings icon
share icon
ପ୍ରଶ୍ନ

ଖ୍ରୀଷ୍ଟିଆନକୁ କଅଣ ପୁରତନ ନିୟମର ସମସ୍ତ ବ୍ୟବସ୍ଥା ପାଳନ କରିବା ଆବଶ୍ୟକ?
ଏହି ବିଷୟକୁ ବୁଝିବା ନିମନ୍ତେ ଚାବିକାଠି ହେଲା, ଯେ ପୁରାତନ ନିୟମ ଇସ୍ରାଏଲ୍ ଜାତିକୁ ଦିଆଯାଇଥିଲା, ଖ୍ରୀଷ୍ଟିଆନମାନଙ୍କୁ ନୁହେଁ | କେତେକ ନିୟମ ଇସ୍ରାଏଲକୁ ଏହା ପ୍ରକାଶ କରିବାକୁ ଦିଆଯାଇଥିଲା ଯେ ସେମାନେ ଈଶ୍ଵରଙ୍କ ଆଜ୍ଞାବହ ହୋଇ ତାହାଙ୍କୁ କିପରି ସନ୍ତୁଷ୍ଟ କରିପାରିବେ (ଉଦାହରଣ ସ୍ଵରୁପ, ଦଶ ଆଜ୍ଞା) | କେତେକ ନିୟମ ଈଶ୍ଵରଙ୍କ ଉପାସନା ଓ ପାପର ପ୍ରାୟଶ୍ଚିତ କରିବା ପାଇଁ ଦିଆଯାଇଥିଲା (ଉଦାହରଣ ସ୍ଵରୂପେ ବଳିଦାନ ପ୍ରଥା) | କେତେକ ନିୟମ ଇସ୍ରାଏଲକୁ ଅନ୍ୟ ଦେଶମାନଙ୍କ’ଠାରୁ ପୃଥକ କରିବା ପାଇଁ ଦିଆଯାଇଥିଲା (ଖାଦ୍ୟ ଓ ବେଶପୋଷାକର ନିୟମ) | ଆଜି ପୁରାତନ ନିୟମର କୌଣସି ବ୍ୟବସ୍ଥା ଖ୍ରୀଷ୍ଟିଆନ ମାନଙ୍କ ଉପରେ ଲାଗୁ ହୁଏ ନାହିଁ | ଯେବେ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ହତ ହେଲେ, ପୁରାତନ ନିୟମର ଲୋପ ଘଟିଲା (ରୋମୀୟ ୧୦:୪; ଗାଲାତୀୟ ୩:୨୩-୨୫; ଏଫିସୀୟ ୨:୧୫) |

ପୁରାତନ ନିୟମ ବଦଳରେ, ବର୍ତ୍ତମାନ ଆମେ ଖ୍ରୀଷ୍ଟଙ୍କ ବ୍ୟବସ୍ଥାର ଅଧିନରେ ଅଛୁ (ଗାଲାତୀୟ ୬:୨), ତାହା ହେଉଛି, “...ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ପ୍ରଭୁ, ଆପଣା ଈଶ୍ଵରଙ୍କୁ ପ୍ରେମ କର...ଆପଣା ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କର” (ମାଥିଉ ୨୨:୩୭-୩୯) | ଯଦି ଆମେ ସେହି ଦୁଇ ଆଜ୍ଞା ପାଳନ କରୁ, ତେବେ ଖ୍ରୀଷ୍ଟ ଆମ’ଠାରୁ ଯାହା ଚାହାଁନ୍ତି ଆମେ ସଫଳ କରିଅଛୁ: “ଏହି ଦୁଇ ଆଜ୍ଞା ଉପରେ ସମସ୍ତ ବ୍ୟବସ୍ଥା ଓ ଭାବବାଦୀମାନଙ୍କର ଧର୍ମଶାସ୍ତ୍ର ନିର୍ଭର କରେ” (ମାଥିଉ ୨୨:୪୦) | ଏହାର ଅର୍ଥ ନୁହେଁ ଯେ ପୁରତାନ ନିୟମ ବର୍ତ୍ତମାନ ଅପ୍ରାସଂଗିକ ଅଟେ | ପୁରାତନ ନିୟମର ଅନେକ ବ୍ୟବସ୍ଥା ଦୁଇଟି ଆଜ୍ଞାର ଶ୍ରେଣୀରେ ଆସିବ - “ଈଶ୍ଵରଙ୍କୁ ପ୍ରେମ କରିବା” ଓ “ପ୍ରତିବାସୀକୁ ପ୍ରେମ କରିବା” | ପୁରାତନ ନିୟମ ଈଶ୍ଵରଙ୍କୁ ପ୍ରତିବାସୀକୁ କିପରି ପ୍ରେମ କରିବା ଜାଣିବା ପାଇଁ ଏକ ଉତ୍ତମ ପଥପ୍ରଦର୍ଶକ ହୋଇପାରେ | ଏହା ସହିତ ପୁରାତନ ନିୟମ ଆଜି ଖ୍ରୀଷ୍ଟିଆନମାନଙ୍କ ପାଇଁ ପ୍ରାସଂଗିକ କହିବା ଭୁଲ୍ ଅଟେ | ପୁରାତନ ନିୟମ ଏକ ଏକକ ଅଟେ (ଯାକୁବ ୨:୧୦) | ଏହା ସମସ୍ତଙ୍କ ପାଇଁ ପ୍ରାସଂଗିକ ନୁହେଁ ଅବା ଏହାର କୌଣସି ବିଷୟ ଉପଯୋଗୀ ନୁହେଁ | ଯଦି ଖ୍ରୀଷ୍ଟ ଏହାର କେତେକ ଅଂଶକୁ ସଫଳ କଲେ, ଯଥା- ବଳିଦାନ ପଦ୍ଧତି, ସେ ସମସ୍ତ ସଫଳ କଲେ |

ଈଶ୍ଵରଙ୍କୁ ପ୍ରେମ କରିବାର ଅର୍ଥ ତାହାଙ୍କ ଆଜ୍ଞା ପାଳନ କରିବା, ଆଉ ତାହାଙ୍କ ଆଜ୍ଞାସବୁ ଭାରସ୍ୱରୂପ ନୁହେଁ” (୧ ଯୋହନ ୫:୩) | ଦଶ ଆଜ୍ଞା, ପୁରାତନ ନିୟମର ସଂଷିପ୍ତ ବିବରଣୀ ଅଟେ | ଦଶ ଆଜ୍ଞା ମଧ୍ୟରୁ ୯ଟି ନୂତନ ନିୟମରେ ପୁନରାବୃତ୍ତି କରଯାଇଅଛି (ବିଶ୍ରାମବାକୁ ପାଳନ କରିବା ବ୍ୟତୀତ ସମସ୍ତ) | ସ୍ପଷ୍ଟଭାବରେ, ଯଦି ଆମେ ଈଶ୍ଵରଙ୍କୁ ପ୍ରେମ କରୁ, ତେବେ ଆମେ ମିଥ୍ୟା ଦେବତାମାନଙ୍କୁ ଆରାଧନା କରିବା ନାହିଁ ଓ ସେମାନଙ୍କ ସମ୍ମୁଖରେ ନତ ମସ୍ତକ ହେବା ନାହିଁ | ଯଦି ଆମେ ପ୍ରତିବାସୀକୁ ପ୍ରେମ କରୁ, ତେବେ ଆମେ ସେମାନଙ୍କୁ ହତ୍ୟା କରିବା ନାହିଁ, ମିଥ୍ୟା କହିବା ନାହିଁ, ବ୍ୟଭିଚାର କରିବା ନାହିଁ ଅବା ସେମାନଙ୍କର କୌଣସି ବିଷୟକୁ ଲୋଭ କରିବା ନାହିଁ | ପୁରାତନ ନିୟମ ବ୍ୟବସ୍ଥାର ଉଦ୍ଦେଶ୍ୟ ହେଉଛି ଲୋକଙ୍କ ବ୍ୟବସ୍ଥା ପାଳନ କରିବାର ଅକ୍ଷମତାକୁ ପ୍ରମାଣ କରିବା ଏବଂ ଆମେ ଯେ ଯୀଶୁ ଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତାରୂପେ ଆବଶ୍ୟକ କରୁ, ସେହି ଦିଗରେ ନିର୍ଦ୍ଦେଶ କରିବା (ରୋମୀୟ ୭:୭-୯; ଗାଲାତୀୟ ୩:୨୪) | ପୁରାତନ ନିୟମର ବ୍ୟବସ୍ଥା ସବୁ ସମୟ ପାଇଁ ସମସ୍ତ ଲୋକଙ୍କ ପାଇଁ ସାର୍ବଜନୀନ ବ୍ୟବସ୍ଥା ହେଉ ଈଶ୍ଵରଙ୍କ ଉଦ୍ଦେଶ୍ୟ ନ ଥିଲା | ଆମେ ଈଶ୍ଵରଙ୍କୁ ଓ ଆମ ପ୍ରତିବାସୀକୁ ପ୍ରେମ କରିବା ଆବଶ୍ୟକ | ଯଦି ଆମେ ସେହି ଦୁଇ ଆଜ୍ଞାକୁ ବିଶ୍ଵସ୍ତ ଭାବରେ ପାଳନ କରୁ, ତେବେ ଈଶ୍ଵର ଆମ’ଠାରୁ ଯାହା ଚାହାଁନ୍ତି, ଆମେ ତାହା ବଜାୟ ରଖିପାରିବା |

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଖ୍ରୀଷ୍ଟିଆନକୁ କଅଣ ପୁରତନ ନିୟମର ସମସ୍ତ ବ୍ୟବସ୍ଥା ପାଳନ କରିବା ଆବଶ୍ୟକ?

© Copyright Got Questions Ministries