ମୋ ଖ୍ରୀଷ୍ଟିୟ ଜୀବନରେ ମୁଁ କିପରି ମୁଁ ଆନନ୍ଦ ଅନୁଭବ କରିପାରିବି?


ପ୍ରଶ୍ନ: ମୋ ଖ୍ରୀଷ୍ଟିୟ ଜୀବନରେ ମୁଁ କିପରି ମୁଁ ଆନନ୍ଦ ଅନୁଭବ କରିପାରିବି?

ଉତ୍ତର:
ଦୁଃଖ ଓ ମାନସିକ ଅବସାଦର ସମୟ ଏପରିକି ସର୍ବଶ୍ରେଷ୍ଠ ଧାର୍ମିକ ଖ୍ରୀଷ୍ଟିୟାନର ଜୀବନରେ ମଧ୍ୟ ପ୍ରବେଶ କରିପାରେ । ଏହାର ଅନେକ ଉଦାହରଣ ଆମେ ବାଇବଲରେ ଦେଖିପାରୁ । ଆୟୁବ ଚାହିଁଲେ ଯେ, ସେ କେବେ ଜନ୍ମ ହୋଇନଥିଲେ ଭଲ ହୋଇଥାନ୍ତା (ଆୟୁବ ୩:୧୧) । ଦାଉଦ ଏପରି ଏକ ସ୍ଥାନକୁ ତାଙ୍କୁ ନିଆଯାଉ ବୋଲି ପ୍ରାର୍ଥନା କରିଥିଲେ ଯେଉଁଠିକି ସେ ବାସ୍ତବତାକୁ ଅନୁଭବ କରିନଥାନ୍ତେ (ଗୀତସଂହିତା ୫୫:୬-୮) । ଏଲୀୟ, ଏପରିକି ୪୫୦ ବାଲର ଭବିଷ୍ୟଦବକ୍ତାଙ୍କୁ ଅଗ୍ନି ଊର୍ଦ୍ଧ୍ବରୁ ପତିତ କରାଇ (୧ରାଜାବଳୀ ୧୮:୧୬-୪୬) ପରାଜୟ କଲାପରେ ମଧ୍ୟ ପ୍ରାନ୍ତରକୁ ପଳାୟନ କଲେ ଏବଂ ତାଙ୍କ ଜୀବନ ନେଇଯିବା ନିମନ୍ତେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଥିଲେ (୧ରାଜାବଳୀ ୧୯:୩-୫) ।

ତେବେ ଆମେ କିପରି ଏପରି ଆନନ୍ଦଶୂନ୍ୟ ସମୟକୁ ଆୟତ୍ତ କରିପାରିବା? ଆମେ ଦେଖୁ ଯେ, ଏହି ଲୋକମାନେ ସେମାନଙ୍କର ମାନସିକ ଅବସାଦର ସମୟକୁ କିପରି ଆୟତ୍ତ କରିପାରିଥିଲେ । ଆୟୁବ କହିଲେ ଯେ, ଯଦି ଆମେ ପ୍ରାର୍ଥନା କରୁ ଏବଂ ଆମ୍ଭମାନଙ୍କର ଆଶୀର୍ବାଦଗୁଡିକ ସ୍ମରଣ କରୁ, ଈଶ୍ବର ଆମ୍ଭମାନଙ୍କର ଆନନ୍ଦ ଏବଂ ଧାର୍ମିକତାକୁ ପୁନଃସ୍ଥାପନ କରିବେ (ଆୟୁବ ୩୩:୨୬) । ଦାଉଦ ଲେଖିଲେ ଯେ, ଈଶ୍ବରଙ୍କ ବାକ୍ୟର ଅଧ୍ୟୟନ ଆମ୍ଭମାନଙ୍କୁ ଆନନ୍ଦ ଆଣିଦେବ (ଗୀତସଂହିତା ୧୯:୮) । ଦାଉଦ ମଧ୍ୟ ହୃଦୟଙ୍ଗମ କଲେ ଯେ, ସେ ହତାଶ ମଧ୍ୟରେ ମଧ୍ୟ ଈଶ୍ବରଙ୍କ ପ୍ରଶଂସା କରିବାର ଆବଶ୍ୟକ କରନ୍ତି (ଗୀତ ୪୨:୫) । ଏଲୀୟଙ୍କ ଘଟନାରେ, ଈଶ୍ବର ତାଙ୍କ ଏକ ସମୟରେ ବିଶ୍ରାମ ନେବାକୁ ଦେଲେ ଏବଂ ଇଲୀଶାୟ ନାମକ ଜଣେ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବା ନିମନ୍ତେ ପ୍ରେରଣ କଲେ (୧ରାଜାବଳୀ ୧୯:୧୯-୨୧) । ଜଣେ ଖ୍ରୀଷ୍ଟିୟାନ ସହ ଆମର ଅନୁଭବସବୁକୁ ବାଣ୍ଟିବା ସାହାଯ୍ୟ କରିବ । ଆମେ କିଛି ସଂଘର୍ଷ କରୁଥିବା କିଛି ବିଷୟ ସହ ସେ ମଧ୍ୟ ଯେ ସଂଘର୍ଷ କରୁଛି ଏହା ଜାଣିବା ଏକ ଅପ୍ରତ୍ୟାଶିତ ବିଷୟ ହେବ ।

ଅଧିକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏକ ନିଶ୍ଚିତ ବିଷୟ ହେଉଛି, ଆମ ନିଜ ନିଜ ନିମନ୍ତେ, ଆମ ନିଜର ସମାସ୍ୟାଗୁଡିକ ବିଷୟରେ, ଆମ ଆଘାତଗୁଡିକ ବିଷୟରେ, ଏବଂ ବିଶେଷ ଭାବରେ ଆମର ବିଗତ ବିଷୟଗୁଡିକ ଉପରେ ଚିନ୍ତା କଲେ ଏହା କେବେବି ପ୍ରକୃତ ଆନନ୍ଦ ଆଣିଦେବନାହିଁ । ଆନନ୍ଦ ବସ୍ତୁବାଦରେ ମିଳେନାହିଁ, ଏହା ମନସ୍ତାତ୍ତ୍ବିକ ଚିକିତ୍ସାରେ ମିଳେନାହିଁ, ଏବଂ ଅତି ନିଶ୍ଚିତ ଭାବରେ, ଏହା ଆମ ନିଜ ନିଜ ମଧ୍ୟରେ ରହିଥିବା ଆବେଗରେ ମିଳେନାହିଁ । ଏହା ଖ୍ରୀଷ୍ଟଙ୍କଠାରେ ମିଳେ । ଆମେ ଯେଉଁମାନେ ପ୍ରଭୁଙ୍କର ଅଟୁ, ଆମେ "ବାହ୍ୟିକ ବିଷୟ ଉପରେ ନିର୍ଭର ନ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଦର୍ପ କରୁ" (ଫିଲିପ୍ପୀୟ ୩:୩) । ଖ୍ରୀଷ୍ଟଙ୍କୁ ଜାଣିବା ହେଉଛି ପ୍ରକୃତପକ୍ଷେ ଆମ ନିଜ ନିଜକୁ ଜାଣିବା, ଏବଂ ପ୍ରକୃତ ଆଧ୍ୟାତ୍ମିକ ଅନ୍ତର୍ଦ୍ଦୃଷ୍ଟି, ଯାହା ଆମ ନିଜଠାରେ, ଆମ ବୁଦ୍ଧିରେ, ଆମ ଶକ୍ତିରେ, ଆମ ପ୍ରାଚୁର୍ଯ୍ୟତାରେ, ଏବଂ ଆମ ଉତ୍ତମତାରେ ଦର୍ପ କରିବା ଅସମ୍ଭବ କରାଇ କେବଳ ଖ୍ରୀଷ୍ଟଙ୍କଠାରେ - ଖ୍ରୀଷ୍ଟଙ୍କ ବୁଦ୍ଧି ଏବଂ ଶକ୍ତି, ତାହାଙ୍କ ପ୍ରାଚୁର୍ଯ୍ୟତା, ତାହାଙ୍କ ଉତ୍ତମତା, ଏବଂ ତାଙ୍କ ବ୍ୟକ୍ତିତ୍ବରେ କେବଳ ଦର୍ପ କରାଏ । ଯଦି ଆମେ ତାଙ୍କଠାରେ ରହୁ, ତାଙ୍କ ବାକ୍ୟରେ ନିଜ ନିଜକୁ ଡୁବାଇ ରଖୁ, ଏବଂ ଅଧିକ ଘନିଷ୍ଠତାରେ ତାଙ୍କୁ ଜାଣିବାର ଅନ୍ବେଷଣ କରୁ, ଆମ୍ଭମାନଙ୍କର "ଆନନ୍ଦ ପୂର୍ଣ୍ଣ ହେବ" (ଯୋହନ ୧୫:୧-୧୧) ।

ପରିଶେଷରେ, ସ୍ମରଣରେ ରଖନ୍ତୁ ଯେ କେବଳ ଈଶ୍ବରଙ୍କ ପବିତ୍ରଆତ୍ମାଙ୍କ ଦ୍ବାରା ଆମ୍ଭେମାନେ ପ୍ରକୃତ ଆନନ୍ଦ ପାଇଥାଉ (ଗୀତସଂହିତା ୫୧:୧୧-୧୨; ଗାଲାତୀୟ ୫:୨୨; ୧ଥେସଲନିକୀୟ ୧:୬) । ଆମେ ଈଶ୍ବରଙ୍କ ଶକ୍ତି ବିହୂନେ କିଛି କରିପାରିବା ନାହିଁ (୨କରିନ୍ଥୀୟ ୧୨:୧୦; ୧୩:୪) । ପ୍ରକୃତରେ, ଆମେ ଆମ ନିଜ ପ୍ରଚେଷ୍ଟାରେ ଯେତେ ଅଧିକ କଠିନ ଭାବେ ଆନନ୍ଦିତ ହେବା ନିମନ୍ତେ ଚେଷ୍ଟା କରିବା, ଆମେ ସେତେ ଦୟନୀୟ ହେବା । ଈଶ୍ବରଙ୍କ ବାହୁରେ ବିଶ୍ରାମ ନିଅନ୍ତୁ (ମାଥିଉ ୧୧:୨୮-୩୦) ଏବଂ ପ୍ରାର୍ଥନା ଏବଂ ଶାସ୍ତ୍ର ମାଧ୍ୟମରେ ତାଙ୍କ ମୁଖ ଅନ୍ବେଷଣ କରନ୍ତୁ । "ସେହି ଭରସାର ଈଶ୍ବର ତୁମ୍ଭମାନଙ୍କୁ ବିଶ୍ବାସ ଦ୍ବାରା ସମସ୍ତ ଆନନ୍ଦ ଓ ଶାନ୍ତିରେ ପରିପୂର୍ଣ୍ଣ କରନ୍ତୁ, ଯେପରି ତୁମ୍ଭେମାନେ ପବିତ୍ରଆତ୍ମାଙ୍କ ଶକ୍ତିରେ ଭରସାର ପ୍ରଚୁରତା ଅନୁଭବ କର ।" (ରୋମୀୟ ୧୫:୧୩)

English
ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ
ମୋ ଖ୍ରୀଷ୍ଟିୟ ଜୀବନରେ ମୁଁ କିପରି ମୁଁ ଆନନ୍ଦ ଅନୁଭବ କରିପାରିବି?