settings icon
share icon
ପ୍ରଶ୍ନ

ଖ୍ରୀଷ୍ଟିୟାନମାନେ ଡାକ୍ତରଙ୍କ ନିକଟକୁ ଯିବା ଉଚିତ୍ କି?

ଉତ୍ତର


କିଛି ଖ୍ରୀଷ୍ଟିୟାନ ଅଛନ୍ତି ଯେଉଁମାନେ ବିଶ୍ବାସ କରନ୍ତି ଯେ, ଡାକ୍ତରୀ ଚିକିତ୍ସା ପ୍ରତି ଦୃଷ୍ଟି ଦେବା ଈଶ୍ବରଙ୍କଠାରେ ବିଶ୍ବାସର ଅଭାବକୁ ପ୍ରଦର୍ଶନ କରେ । ବାକ୍ୟ-ବିଶ୍ବାସ (Word-Faith movement) ଗତିଧାରାରେ, ଜଣେ ଡାକ୍ତରଙ୍କ ନିକଟକୁ ରୋଗ ସୁସ୍ଥତା ନିମନ୍ତେ ଯିବା ଅନେକ ସମୟରେ ବିଶ୍ବାସର ଅଭାବ ଭାବରେ ବିବେଚନା କରାଯାଏ ଯାହା ପ୍ରକୃତରେ ଆପଣଙ୍କୁ ସୁସ୍ଥ କରିବା ନିମନ୍ତେ ଈଶ୍ବରଙ୍କୁ ରୋକିଦେବ । ଖ୍ରୀଷ୍ଟିୟାନ ବି ଜ୍ଞାନ (Christian Science) ପରି ଦଳରେ, ଏକ ଚିକିତ୍ସକଙ୍କ ସାହାଯ୍ୟ ଅନ୍ବେଷଣ କରିବା ବେଳେବେଳେ ଈଶ୍ବର ଆମ ନିଜକୁ ସୁସ୍ଥ କରିବା ନିମନ୍ତେ ଯେଉଁ ଆତ୍ମିକ ଶକ୍ତି ଦେଇଛନ୍ତି ତାହାକୁ ବ୍ୟବହାର କରିବାର ଏକ ପ୍ରତିବନ୍ଧକ ଭାବେ ଉଭା ହୁଏ । ଏହି ସମସ୍ତ ମତବାଦର ତର୍କର ଅତି ଗୁରୁତର ଭାବେ ଅଭାବ ରହିଛି । ଯଦି ଆପଣଙ୍କ କାର୍ କିଛି କ୍ଷତି ହୋଇଗଲା, ଆପଣ ଏକ ମେକାନିକ୍ ପାଖକୁ ନ ନେଇ ଈଶ୍ବର ଯେପରି ଏକ ଆଶ୍ଚର୍ଯ୍ୟ କର୍ମ କରି ଆପଣଙ୍କ କାର୍ କୁ ଠିକ୍ କରି ଦିଅନ୍ତି ସେଥିନିମନ୍ତେ ଅପେକ୍ଷା କରି ରୁହନ୍ତି? ଆପଣଙ୍କ ଗୃହରେ ଥିବା ଜଳଯୋଗାଣ କଳ ଯଦି ଫାଟିଯାଏ, ସେତେବେଳେ ସେହି ଛିଦ୍ରରେ କିଛି ଦେବା ନିମନ୍ତେ ଆପଣ ଈଶ୍ବରଙ୍କର ଅପେକ୍ଷା କରନ୍ତି, ନା ଆପଣ ଜଣେ ମିସ୍ତ୍ରୀକୁ ଡାକନ୍ତି? ଈଶ୍ବର ଆମ ଶରୀରକୁ ସୁସ୍ଥ କରିବା ନିମନ୍ତେ ଯେପରି ସକ୍ଷମ ଅଟନ୍ତି, ସେ ସେହିପରି ଆମ କାର୍ ମରାମତି କରିବା କିମ୍ବା ଫାଟି ଯାଇଥିବା ଜଳ ଯୋଗାଣ ନଳରେ କିଛି ଦେବା ନିମନ୍ତେ ସେହିପରିମାଣରେ ସକ୍ଷମ ଅଟନ୍ତି । ଘଟନାଟି ହେଉଛି ଈଶ୍ବର ଆଶ୍ଚର୍ଯ୍ୟକର୍ମ କରିପାରିବେ ଏବଂ କରିବେ କିନ୍ତୁ ତାହାର ଅର୍ଥ ଏହା ନୁହଁ ଯେ, ଯେଉଁ ବ୍ୟକ୍ତିବିଶେଷମାନେ ଆମ୍ଭମାନଙ୍କୁ ସାହାଯ୍ୟ କରିପାରିବା ପରି ଜ୍ଞାନ ଏବଂ ଦକ୍ଷତାସବୁ ଧାରଣ କରିଛନ୍ତି ଆମେ ସେମାନଙ୍କର ସାହାଯ୍ୟ ଅନ୍ବେଷଣ କରିବା ପରିବର୍ତ୍ତେ ସର୍ବଦା ଈଶ୍ବରଙ୍କଠାରୁ ଆଶ୍ଚର୍ଯ୍ୟକର୍ମର ଆଶା ରଖିବା ।

ଚିକିତ୍ସକ ବା ବୈଦମାନଙ୍କ ବିଷୟରେ ବାଇବଲରେ ପ୍ରାୟ ବାର ଥର ଲେଖାଯାଇଛି । ଜଣେ ବ୍ୟକ୍ତି ଚିକିତ୍ସକମାନଙ୍କ ନିକଟକୁ ନ ଯିବା ପାଇଁ ପ୍ରସଙ୍ଗ ବର୍ହିଭୂତ ଶିକ୍ଷା ଦିଆଯାଇପାରିବାକୁ ଥିବା ଏକମାତ୍ର ପଦ ୨ବଂଶାବଳୀ ୧୬:୧୭ । "ଆସା ଆପଣା ଅଧିକାରର ଅଣଚାଳିଶ୍ ବର୍ଷରେ ପାଦ ରୋଗଗ୍ରସ୍ତ ହେଲେ; ତାଙ୍କର ରୋଗ ଅତିଶୟ ହୋଇଥିଲା; ତଥାପି ରୋଗ ସମୟରେ ସେ ସଦାପ୍ରଭୁଙ୍କର ଅନ୍ବେଷଣ କଲେନାହିଁ, ମାତ୍ର ବୈଦ୍ୟମାନଙ୍କର ଅନ୍ବେଷଣ କଲେ ।" ଆସା ଯେ ବୈଦ୍ୟମାନଙ୍କର ଅନ୍ବେଷଣ କଲେ ଏହାର ସମାସ୍ୟା ତାହା ନୁହଁ, କିନ୍ତୁ "ସେ ସଦାପ୍ରଭୁଙ୍କଠାରୁ ସାହାଯ୍ୟ ଅନ୍ବେଷଣ କଲେନାହିଁ ।" ଏପରିକି ଆମେ ଯେତେବେଳେ ଏକ ଡାକ୍ତରଙ୍କ ନିକଟକୁ ଯାଉ ଆମର ଶେଷ ବିଶ୍ବାସ୍ ଡାକ୍ତରଙ୍କଠାରେ ନ ରହି ଈଶ୍ବରଙ୍କଠାରେ ରହିବା ଉଚିତ୍ ।

"ଡାକ୍ତରୀ ଚିକିତ୍ସା" ବ୍ୟବହାରର ଅନେକ ପଦ ରହିଛି ଯେପରିକି ବନ୍ଧା ଯିବା (ଯିଶାଇୟ ୧:୬), ତୈଳ (ଯାକୁବ ୫:୧୪), ତୈଳ ଏବଂ ଦ୍ରାକ୍ଷାରସ (ଲୂକ ୧୦:୩୪), ପତ୍ରଗୁଡିକ (ଯିହିଜିକଲ ୪୭:୧୨), ଦ୍ରାକ୍ଷାରସ (୧ତିମଥି ୫:୨୩), ଏବଂ ମଲମ, ନିର୍ଦ୍ଧିଷ୍ଟ ଭାବେ "ଗିଲିୟଦର ମଲମ" (ଯିରିମିୟ ୮:୨୨) । ପୁଣି, ପ୍ରେରିତ ପୁସ୍ତକ ଏବଂ ଲୂକ ସୁସମାଚାର ପୁସ୍ତକର ଲେଖକ ଲୂକଙ୍କୁ ପାଉଲ "ପ୍ରିୟ ବୈଦ୍ୟ" ଭାବରେ ଲେଖନ୍ତି (କଲସୀୟ ୪:୧୪) ।

ମାର୍କ ୫:୨୫-୩୦ ଜଣେ ମହିଳାଙ୍କ ବିଷୟରେ ସମ୍ବନ୍ଧିତ ଅଟେ ଯିଏକି ଅବିରତ ରକ୍ତସ୍ରାବ ସମାସ୍ୟାରେ ପଡିଥିଲେ, ଯାହାକି ଅନେକ ବୈଦ୍ୟଙ୍କ ଦ୍ବାରା ସୁସ୍ଥ ହୋଇପରିନଥିଲା ଓ ଯଦ୍ୟପି ସେ ସେଇଥିଯୋଗୁଁ ତାଙ୍କର ସର୍ବସ୍ବ ହରାଇଥିଲେ । ଯୀଶୁଙ୍କ ନିକଟକୁ ଆସି ସେ ଭାବିଲେ ଯେ ଯଦି ସେ କେବଳ ତାଙ୍କ ବସ୍ତ୍ରର ଝୁମ୍ପା ଛୁଅନ୍ତି, ସେ ସୁସ୍ଥ ହେବେ; ସେ ତାଙ୍କ ବସ୍ତ୍ରର ଝୁମ୍ପା ଛୁଇଁଲେ ଏବଂ ସେ ସୁସ୍ଥ ହେଲେ । ଯୀଶୁ କାହିଁକି ପାପୀମାନଙ୍କ ସହ ସମୟ କାଟନ୍ତି ବୋଲି ଫାରୁଶୀମାନଙ୍କ ପ୍ରଶ୍ନର ଉତ୍ତରରେ ଯୀଶୁ କହିଲେ "କିନ୍ତୁ ସେ ତାହା ଶୁଣି କହିଲେ, ସୁସ୍ଥ ଲୋକମାନଙ୍କର ବୈଦ୍ୟଠାରେ ପ୍ରୟୋଜନ ନାହିଁ, ମାତ୍ର ଅସୁସ୍ଥ ଲୋକମାନଙ୍କର ପ୍ରୟୋଜନ ଅଛି" (ମାଥିଉ ୯:୧୨) । ଏହି ସମସ୍ତ ପଦରୁ ଜଣେ ନିମ୍ନ ନୀତିଗୁଡିକ ପରୀକ୍ଷା କରି ବାଛିପାରିବ :

(୧) ବୈଦ୍ୟ ବା ଚିକିତ୍ସକମାନେ ଈଶ୍ବର ନୁହଁନ୍ତି ଏବଂ ସେମାନଙ୍କ ପ୍ରତି ସେପରି ମତପୋଷଣ କରିବା ଉଚିତ୍ ନୁହେଁ । ବେଳେବେଳେ ସେମାନେ ସାହାଯ୍ୟ କରିପାରନ୍ତି, କିନ୍ତୁ କିଛି ସମୟ ଅଛି ଯେଉଁ ସମୟରେ କି ସେମାନେ ଅର୍ଥ ଝଡାଇବା ଛଡା ଆଉ କିଛି କରିପାରନ୍ତି ନାହିଁ ।

(୨) ଚିକିତ୍ସକମାନଙ୍କ ଅନ୍ବେଷଣ କରିବା ଏବଂ "ଜାଗତିକ" ପ୍ରତିକାର ଗୁଡିକ ବ୍ୟବହାର କରିବା ବିଷୟକୁ ଶାସ୍ତ୍ରରେ ନିନ୍ଦା କରାଯାଇନାହିଁ । ବାସ୍ତବରେ, ଡାକ୍ତରୀ ଚିକିତ୍ସାକୁ ସନ୍ତୋଷଜନକ ଭାବରେ ଧରିନିଆଯାଇଛି ।

(୩) ଯେକୌଣସି ଶାରିରୀକ କଷ୍ଟ ମଧ୍ୟରେ ଈଶ୍ବରଙ୍କ ହସ୍ତକ୍ଷେପକୁ ଚାହିଁବା ଉଚିତ୍ (ଯାକୁବ ୪:୨; ୫:୧୩) । ସେ ପ୍ରତିଜ୍ଞା କରନ୍ତି ନାହିଁ ଯେ ଆମେ ସର୍ବଦା ଚାହିଁବା ପ୍ରକାରେ ସେ ଉତ୍ତର ଦେବେ (ଯିଶାଇୟ ୫୫:୮-୯), କିନ୍ତୁ ଆମର ଭରସା ଅଛି ଯେ ସେ କରୁଥିବା ସମସ୍ତ ବିଷୟ ପ୍ରେମରେ କରନ୍ତି ଏବଂ ଏହିପରି ଭାବରେ ଆମର ସର୍ବଶ୍ରେଷ୍ଠ ଉପକାର ପାଇଁ ହିଁ କରିବେ (ଗୀତ ୧୪୫:୮-୯) ।

ତେବେ, ଖ୍ରୀଷ୍ଟିୟାନମାନେ ଡାକ୍ତର ନିକଟକୁ ଯିବା ଉଚିତ୍ କି? ଈଶ୍ବର ଆମ୍ଭମାନଙ୍କୁ ବୁଦ୍ଧିମାନ୍ ପ୍ରାଣୀ ଭାବରେ ନିର୍ମାଣ କରିଅଛନ୍ତି ଏବଂ ସେ ଆମ୍ଭମାନଙ୍କୁ ଔଷଧ ତିଆରି କରିବା ଏବଂ ଆମ ଶରୀରର କିପରି କ୍ଷତି ପୂରଣ କରିବାକୁ ପଡିବ ତାହାର ସକ୍ଷମତା ପ୍ରଦାନ କରିଛନ୍ତି । ଶାରିରୀକ ସୁସ୍ଥତା ନିମନ୍ତେ ଏହି ଜ୍ଞାନ ଏବଂ ସକ୍ଷମତାକୁ ପ୍ରୟୋଗ କରିବାରେ କିଛି ଭୁଲ୍ ନାହିଁ । ଡାକ୍ତରମାନଙ୍କୁ ଆମେ ଆମ୍ଭମାନଙ୍କ ନିମନ୍ତେ ଈଶ୍ବରଙ୍କ ଦାନ ଭାବରେ ଦେଖିବା ଉଚିତ୍, ଡାକ୍ତରମାନେ ଏକ ମାଧ୍ୟମ ଯେଉଁମାନଙ୍କ ଦ୍ବାରା ଈଶ୍ବର ସୁସ୍ଥତା ଏବଂ ଆରୋଗ୍ୟ କରନ୍ତି । ଠିକ୍ ସେହି ସମୟରେ, ଆମ୍ଭମାନଙ୍କର ସର୍ବଶେଷ ବିଶ୍ବାସ ଏବଂ ଭରସା ଡାକ୍ତର କିମ୍ବା ଔଷଧଠାରେ ନ ରହି ଈଶ୍ବରଙ୍କଠାରେ ହିଁ ରହିବା ଉଚିତ୍ । ଏହି ସମସ୍ତ କଷ୍ଟକର ନିଷ୍ପତ୍ତିଗୁଡିକରେ, ଆମେ ଈଶ୍ବରଙ୍କର ଅନ୍ବେଷଣ କରିବା ଉଚିତ୍ ଯିଏକି ଆମ୍ଭମାନଙ୍କୁ ବୁଦ୍ଧି ଦେବା ନିମନ୍ତେ ପ୍ରତିଜ୍ଞା କରିଅଛନ୍ତି ଯେତେବେଳେ କି ଆମେ ବୁଦ୍ଧି ପାଇବା ନିମନ୍ତେ ତାଙ୍କ ନିକଟରେ ପ୍ରାର୍ଥନା କରୁ (ଯାକୁବ ୧:୫) ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଖ୍ରୀଷ୍ଟିୟାନମାନେ ଡାକ୍ତରଙ୍କ ନିକଟକୁ ଯିବା ଉଚିତ୍ କି?
© Copyright Got Questions Ministries