settings icon
share icon
ପ୍ରଶ୍ନ

ଜଣେ ଖ୍ରୀଷ୍ଟିୟାନ ଖ୍ରୀଷ୍ଟିୟାନ ଭୂତଗ୍ରସ୍ତ, ଖ୍ରୀଷ୍ଟିୟାନ ଭୂତାକ୍ରାନ୍ତ ହୋଇପାରେକି? ଜଣେ ଖ୍ରୀଷ୍ଟିୟାନ୍ ଭୂତାକ୍ରାନ୍ତ ହୋଇପାରେକି?

ଉତ୍ତର


ଜଣେ ଖ୍ରୀଷ୍ଟିୟାନ ଭୂତଗ୍ରସ୍ତ ହୋଇପାରେକି ନା ନାହିଁ ସେ ବିଷୟରେ ଯେତେବେଳେ ବାଇବଲ ସଠିକ୍ ଭାବେ କିଛି କୁହେ ନାହିଁ, ଏ ସମ୍ପର୍କିତ ବାଇବଲ ସତ୍ୟତାଗୁଡିକ ସ୍ବଷ୍ଟ କରେ ଯେ ଖ୍ରୀଷ୍ଟିୟାନମାନେ ଭୂତଗ୍ରସ୍ତ ହୋଇପାରିବେ ନାହିଁ ବା ଖ୍ରୀଷ୍ଟିୟାନମାନେ ଭୂତାକ୍ରାନ୍ତ ହୋଇପାରିବେ ନାହିଁ । ଭୂତଗ୍ରସ୍ତ ହେବା ଏବଂ ଭୂତ ଦ୍ବାରା ଆକ୍ରାନ୍ତ ହେବା ବା ଭୂତ ଦ୍ବାରା କଷ୍ଟ ପାଇବା ଦୁଇଟି ଭିନ୍ନ ବିଷୟ ଅଟେ । ଭୂତଗ୍ରସ୍ତ ହେବା ହେଉଛି ଭୂତ ବ୍ୟକ୍ତିର ଚିନ୍ତା ଏବଂ/କିମ୍ବା କାର୍ଯ୍ୟକଳାପ ଉପରେ ସିଧାସଳଖ/ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିଥାଏ (ମାଥିଉ ୧୭:୧୪-୧୮; ଲୂକ ୪:୩୩-୩୫; ୮:୨୭-୩୩) । ଭୂତ ଉତ୍ପୀଡନ ବା ପ୍ରଭାବ ହେଉଛି ଏକ ଭୂତ ବା ଭୂତମାନେ ଆତ୍ମିକ ଭାବେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ଏବଂ/କିମ୍ବା ତାକୁ ପାପପୂର୍ଣ୍ଣ ବ୍ୟବହାର କରିବା ନିମନ୍ତେ ଉତ୍ସାହିତ କରିବା । ଲକ୍ଷ୍ୟ କରନ୍ତୁ ଯେ ଆତ୍ମିକ ଯୁଦ୍ଧ ସମ୍ବନ୍ଧିତ ଥିବା ନୂତନ ନିୟମର ଶାସ୍ତ୍ରାଂଶଗୁଡିକରେ ଜଣେ ବିଶ୍ବାସୀଠାରୁ ଭୂତ ଛଡାଇବା ନିମନ୍ତେ କୌଣସି ନିର୍ଦ୍ଦେଶ ନାହିଁ (ଏଫିସୀୟ ୬:୧୦-୧୮) । ଶୟତାନକୁ ପ୍ରତିବାଧା କରିବା ନିମନ୍ତେ ବିଶ୍ବାସୀମାନଙ୍କୁ କୁହାଯାଇଛି (ଯାକୁବ ୪:୭; ୧ପିତର ୫:୮-୯), କିନ୍ତୁ ତାଙ୍କୁ ଛଡାଇବା ନିମନ୍ତେ କୁହାଯାଇନାହିଁ ।

ଖ୍ରୀଷ୍ଟିୟାନମାନେ ପବିତ୍ରଆତ୍ମାଙ୍କ ବାସସ୍ଥଳୀ ଅଟନ୍ତି (ରୋମୀୟ ୮:୯-୧୧; ୧କରିନ୍ଥୀୟ ୩:୧୬; ୬:୧୯) । ନିଶ୍ଚିତ ଭାବେ ପବିତ୍ରଆତ୍ମା ଯେଉଁ ବ୍ୟକ୍ତିଙ୍କଠାରେ ବାସ କରୁଛନ୍ତି, ସେହି ବ୍ୟକ୍ତିଙ୍କୁ ଭୂତଗ୍ରସ୍ତ ହେବା ନିମନ୍ତେ ଅନୁମତି ଦେବେନାହିଁ । ଈଶ୍ବର ଯେଉଁ ବ୍ୟକ୍ତିଙ୍କୁ ଖ୍ରୀଷ୍ଟଙ୍କ ରକ୍ତରେ କ୍ରୟ କରିଅଛନ୍ତି (୧ପିତର ୧:୧୮-୧୯) ଏବଂ ଏକ ନୂତନ ସୃଷ୍ଟି କରିଅଛନ୍ତି (୨କରିନ୍ଥୀୟ ୫:୧୭) ଏପରି ତାଙ୍କ ସନ୍ତାନଗଣଙ୍କ ମଧ୍ୟରୁ ଜଣଙ୍କୁ ସେ ଏକ ଭୂତ ଦ୍ବାରା ଆବିଷ୍ଟ ହେବା ଓ ନିୟନ୍ତ୍ରିତ ହେବାକୁ ଅନୁମତି ଦେବା ନିହାତି ଚିନ୍ତାର ବାହାରେ । ହଁ, ବିଶ୍ବାସୀ ଭାବରେ ଆମେ ଶୟତାନ ଏବଂ ତା'ର ଦୂତମାନଙ୍କ ସହ ଯୁଦ୍ଧ କରୁଅଛୁ, କିନ୍ତୁ ଆମେ ନିଜେ ଆମ ଭିତରେ ନୁହେଁ । ପ୍ରେରିତ ଯୋହନ ଘୋଷଣା କରନ୍ତି "ହେ ବତ୍ସଗଣ, ତୁମ୍ଭେମାନେ ଈଶ୍ବରଙ୍କଠାରୁ ଜାତ, ଆଉ ତୁମ୍ଭେମାନେ ସେମାନଙ୍କୁ ଜୟ କରିଅଛ, କାରଣ ତୁମ୍ଭମାନଙ୍କଠାରେ ଯେ ଅଛନ୍ତି ସେ ଜଗତରେ ଯେ ଅଛି, ତାହାଠାରୁ ମହାନ୍ ।" (୧ଯୋହନ ୪:୪) କିଏ ସେହି ବ୍ୟକ୍ତି ଯେ ଆମ୍ଭମାନଙ୍କଠାରେ ଅଛନ୍ତି? ପବିତ୍ରଆତ୍ମା । ଜଗତରେ କିଏ ଅଛି? ଶୟତାନ ଓ ତାହାର ଦୂତଗଣ । ଅତଏବ, ବିଶ୍ବାସୀ ଭୂତମାନଙ୍କର ଜଗତକୁ ଜୟ କରିଅଛି, ଏବଂ ଜଣେ ବିଶ୍ବାସୀ ଭୂତଗ୍ରସ୍ତ ହେବା ଶାସ୍ତ୍ର ଅନୁମୋଦିତ ହୋଇପାରିବ ନାହିଁ ।

ଜଣେ ଖ୍ରୀଷ୍ଟିୟାନ ଯେ ଭୂତଗ୍ରସ୍ତ ହୋଇପାରିବ ନାହିଁ ସେ ବିଷୟରେ ଦୃଢ ବାଇବଲ ପ୍ରମାଣ ରହିଥିବାର ମତରେ, କେତେକ ବାଇବଲ ଶିକ୍ଷକ "ଭୂତାକ୍ରାନ୍ତ" ଶବ୍ଦ ବ୍ୟବହାର କରନ୍ତି ଯାହା ଜଣେ ଖ୍ରୀଷ୍ଟିୟାନ ଭୂତ ଦ୍ବାରା ନିୟନ୍ତ୍ରିତ ହୋଇପାରନ୍ତି । କେତେକେ ଯୁକ୍ତି କରନ୍ତି ଯେ, ଜଣେ ଖ୍ରୀଷ୍ଟିୟାନ ଭୂତଗ୍ରସ୍ତ ହୋଇପାରୁ ନ ଥିବା ସ୍ଥଳେ ସେ ଭୂତାକ୍ରାନ୍ତ ହୋଇପାରିବ । ପ୍ରକାରଗତ ଭାବରେ, ଭୂତାକ୍ରାନ୍ତର ବର୍ଣ୍ଣନ ଭୂତଗ୍ରସ୍ତ ବର୍ଣ୍ଣନ ସହ ପ୍ରାୟ ସମାନ । ତେଣୁ, ସେହି ସମାନ ଆଲୋଚ୍ୟ ବିଷୟ ହିଁ ଆସିଥାଏ । ଶବ୍ଦ ବ୍ୟବହାର ପରିବର୍ତ୍ତନ କରିଦେଲେ ଏକ ଭୂତ ଜଣେ ଖ୍ରୀଷ୍ଟିୟାନଠାରେ ବାସ କରିପାରିବ ନାହିଁ ବା ଖ୍ରୀଷ୍ଟିୟାନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖେନାହିଁ ଏହି ବିଷୟକୁ ପରିବର୍ତ୍ତନ କରେନାହିଁ । ଭୂତ ସମ୍ବନ୍ଧୀୟ ପ୍ରଭାବ ଏବଂ ଉତ୍ପୀଡନ ଖ୍ରୀଷ୍ଟିୟାନମାନଙ୍କ ନିମନ୍ତେ ବାସ୍ତବତା, ଏଥିରେ ସନ୍ଦେହ ନାହିଁ, କିନ୍ତୁ ଜଣେ ଖ୍ରୀଷ୍ଟିୟାନ ଏକ ଭୂତ ଦ୍ବାରା ଆବିଷ୍ଟ ହେବା ବା ଭୂତାକ୍ରାନ୍ତ ହେବା ବୋଲି କହିବା ବାଇବଲ ସମ୍ମତ ନୁହେଁ ।

ଭୂତାକ୍ରାନ୍ତ ଧାରଣାର ପଛରେ ଥିବା କାରଣଗୁଡିକ ମଧ୍ୟରୁ ଅଧିକ ହେଉଛି ଜଣେ ବ୍ୟକ୍ତିଙ୍କୁ "ନିଶ୍ଚିତ ଭାବେ" ଖ୍ରୀଷ୍ଟିୟାନ ଭାବେ ଦେଖିବା ଏବଂ ସେହି ଖ୍ରୀଷ୍ଟିୟାନ ଏକ ଭୂତ ଦ୍ବାରା ନିୟନ୍ତିତ ହେଉଥିବାର ପ୍ରମାଣ ଦେଖାଉଥିବାର ବ୍ୟକ୍ତିଗତ ଅନୁଭବ ଅଟେ । ଅଥଚ ଆମ୍ଭମାନଙ୍କର ବ୍ୟକ୍ତିଗତ ଅନୁଭବ ଦ୍ବାରା ଆମ୍ଭମାନଙ୍କ ଶାସ୍ତ୍ରର ବ୍ୟାଖ୍ୟାକୁ ପ୍ରଭାବିତ କରିବା ନିମନ୍ତେ ଯେ ଅନୁମତି ନ ଦେବା ଏହା ଅତି ଗୁରୁତ୍ବପୂର୍ଣ୍ଣ ଅଟେ । ବରଂ ଆମେ ଶାସ୍ତ୍ରର ସତ୍ୟତା ଦ୍ବାରା ଆମ୍ଭମାନଙ୍କର ବ୍ୟକ୍ତିଗତ ଅନୁଭବକୁ ଶୋଧନ କରିବା ଉଚିତ୍ (୨ତିମଥି ୩:୧୬-୧୭) । ଜଣେ ବ୍ୟକ୍ତିଙ୍କୁ ଖ୍ରୀଷ୍ଟିୟାନ ବୋଲି ଧରିନେବା ଏବଂ ସେହି ଖ୍ରୀଷ୍ଟିୟାନ ଭୂତାକ୍ରାନ୍ତ ହେବାର ବ୍ୟବହାର ପ୍ରଦର୍ଶନ କଲେ ଆମେ ଖ୍ରୀଷ୍ଟିୟାନ ବୋଲି ଧରିନେଇଥିବା ସେହି ବ୍ୟକ୍ତିଙ୍କର ବିଶ୍ବାସର ସତ୍ୟତା ଉପରେ ପ୍ରଶ୍ନ ଉଠାଇବା ଦରକାର । ଏହା ଜଣେ ଖ୍ରୀଷ୍ଟିୟାନ ଭୂତଗ୍ରସ୍ତ/ଭୂତାକ୍ରାନ୍ତ ହେବ ନା ନାହିଁରେ ଥିବା ବାଇବଲ ସମ୍ମତ ମତକୁ ବଦଳାଇବାକୁ ଦେବା ଉଚିତ୍ ନୁହେଁ । ବୋଧହୁଏ ବ୍ୟକ୍ତିଟି ବାସ୍ତବରେ ଖ୍ରୀଷ୍ଟିୟାନ କିନ୍ତୁ ଅତି ଅଧିକ ଭାବେ ଭୂତ ଦ୍ବାରା ଉତ୍ପୀଡିତ ଏବଂ/କିମ୍ବା ଅତି ଅଧିକ ରୂପେ ମନସ୍ତତ୍ତ୍ବ ସମାସ୍ୟାଗୁଡିକ ଦ୍ବାରା କ୍ଲେଶ ପାଉଛନ୍ତି । କିନ୍ତୁ ପୁନଶ୍ଚ, ଆମର ଅନୁଭବସକଳ ଶାସ୍ତ୍ର ସହ ଏହାର ପରୀକ୍ଷା ସହ ସମ୍ମତ ହେବାକୁ ପଡିବ, ଏହା ଅନ୍ୟ ଭାବରେ ହେବାକୁ ପଡିବ ନାହିଁ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଜଣେ ଖ୍ରୀଷ୍ଟିୟାନ ଖ୍ରୀଷ୍ଟିୟାନ ଭୂତଗ୍ରସ୍ତ, ଖ୍ରୀଷ୍ଟିୟାନ ଭୂତାକ୍ରାନ୍ତ ହୋଇପାରେକି? ଜଣେ ଖ୍ରୀଷ୍ଟିୟାନ୍ ଭୂତାକ୍ରାନ୍ତ ହୋଇପାରେକି?
© Copyright Got Questions Ministries