settings icon
share icon
ପ୍ରଶ୍ନ

କାଲଭିନ୍ ମତବାଦ ବନାମ ଆରମିନ୍ ମତବାଦ - କେଉଁ ମତବାଦ ଠିକ୍?

ଉତ୍ତର


କାଲଭିନ୍ ମତବାଦ ଏବଂ ଆରମିନ୍ ମତବାଦ ହେଉଛି ପରିତ୍ରାଣ ବିଷୟରେ ଈଶ୍ବରଙ୍କ ସାର୍ବଭୌମତ୍ବ ଏବଂ ମନୁଷ୍ୟର ଦାୟିତ୍ବ ମଧ୍ୟରେ ଥିବା ସମ୍ପର୍କ ବର୍ଣ୍ଣନା କରିବା ନିମନ୍ତେ ପ୍ରଚେଷ୍ଟା କରୁଥିବା ଦୁଇଗୋଟି ଈଶ୍ବରତତ୍ତ୍ବର ପଦ୍ଧତି । କାଲଭିନ୍ ମତବାଦ ୧୫୦୯ ରୁ ୧୫୬୪ ମଧ୍ୟରେ ବାସ କରୁଥିବା ଜନ୍ କାଲଭିନ୍ (John Calvin) ନାମକ ଜଣେ ଫରାସୀ ଈଶ୍ବର ତତ୍ତ୍ବବିତଙ୍କ ନାମାନୁସାରେ ନାମିତ । ଆରମିନ୍ ମତବାଦ ଏକ ପର୍ତ୍ତୁଗୀଜ୍ ଈଶ୍ବର ତତ୍ତ୍ବବିତ୍ ଯାକୋବସ୍ ଆରମନିଅସ(Jacobus Arminius)ଙ୍କ ନାମାନୁସାରେ ନାମିତ ଯିଏ ୧୫୬୦ ରୁ ୧୬୦୯ ମଧ୍ୟରେ ବାସ କରୁଥିଲେ ।

ଉଭୟ ପଦ୍ଧତିକୁ ପାଞ୍ଚଗୋଟି ବିଷୟରେ ସାରାଂଶ କରାଯାଇପାରେ । କାଲଭିନ୍ ମତବାଦ ମନୁଷ୍ୟର ପୂର୍ଣ୍ଣ ନୈତିକ ଅବନତିରେ ବିଶ୍ବାସ ରଖୁଥିବା ସ୍ଥଳେ ଆରମିନ୍ ମତବାଦ ଆଂଶିକ ନୈତିକ ଅବନତିରେ ବିଶ୍ବାସ ରଖେ । ପୂର୍ଣ୍ଣ ନୈତିକ ଅବନତି ଦର୍ଶାଏ ଯେ, ମାନବଜାତିର ପ୍ରତ୍ୟେକ ଦିଗ ପାପ ଦ୍ବାରା କଳୁଷିତ ଅଟେ; ଅତଏବ, ମନୁଷ୍ୟମାନେ ସେମାନଙ୍କ ନିଜରୁ ଈଶ୍ବରଙ୍କ ନିକଟକୁ ଆସିବାରେ ଅସମର୍ଥ ଅଟନ୍ତି । ଆଶିଂକ ନୈତିକ ଅବନତି ଦର୍ଶାଏ ଯେ, ମାନବଜାତିର ପ୍ରତ୍ୟେକ ଦିଗ ପାପ ଦ୍ବାରା କଳୁଷିତ, କିନ୍ତୁ ସେମାନେ ସେମାନଙ୍କ ନିଜରୁ ଈଶ୍ବରଙ୍କଠାରୁ ବିଶ୍ବାସ ସ୍ଥାପନ ନ ପାରିବା ଭଳି କଳୁଷିତ ହୋଇନାହାନ୍ତି ।

କାଲଭିନ୍ ମତବାଦ ମନୋନୟନ ଯେ ସର୍ତ୍ତହୀନ ସେହି ବିଶ୍ବାସକୁ ଅନ୍ତର୍ଭୁକ୍ତ କରେ, ଯେତେବେଳେକି ଆରମିନ୍ ମତବାଦ ସର୍ତ୍ତମୂଳକ ମନୋନୟନରେ ବିଶ୍ବାସ କରେ । ସର୍ତ୍ତହୀନ ମନୋନୟନର ମତବାଦ ହେଉଛି ବ୍ୟକ୍ତିଠାରେ ସାଧାରଣ ଭାବେ ଏପରି କୌଣସି ବିଷୟର ଯୋଗ୍ୟତା ନାହିଁ ଯାହା ଉପରେ ତାହାର ପରିତ୍ରାଣ ପର୍ଯ୍ୟବେସିତ କିନ୍ତୁ ଈଶ୍ବର ବ୍ୟକ୍ତିବିଶେଷଙ୍କୁ ମନୋନୟନ କରିବା ସମ୍ପୂର୍ଣ୍ଣରୂପେ କେବଳ ତାଙ୍କ ଇଛା ଉପରେ ହିଁ ପର୍ଯ୍ୟବେସିତ ଅଟେ । ସର୍ତ୍ତମୂଳକ ମନୋନୟନ ଦର୍ଶାଏ ଯେ, ଈଶ୍ବର ବ୍ୟକ୍ତିବିଶେଷଙ୍କୁ ପରିତ୍ରାଣ ନିମନ୍ତେ ମନୋନୟନ କରିବା ବିଷୟ ପରିତ୍ରାଣ ନିମନ୍ତେ କିଏ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବ ସେ ବିଷୟରେ ଈଶ୍ବରଙ୍କ ପୂର୍ବଜ୍ଞାନ ଉପରେ ପର୍ଯ୍ୟବେସିତ, ସେଥିଦ୍ବାରା ବ୍ୟକ୍ତି ଈଶ୍ବରଙ୍କୁ ଚୟନ କରିବାର ସର୍ତ୍ତ ଉପରେ ଆଧାରିତ ଅଟେ ।

କାଲଭିନ୍ ମତବାଦ ପ୍ରାୟଶ୍ଚିତକୁ ସୀମିତ ଭାବରେ ଦୃଷ୍ଟିପାତ କରେ, ଯେତେବେଳେ କି ଆରମିନ୍ ମତବାଦ ଏହାକୁ ଅସୀମିତ ଭାବରେ ଦୃଷ୍ଟିପାତ କରେ । ଏହା ସମସ୍ତ ପାଞ୍ଚଗୋଟି ବିଷୟ ମଧ୍ୟରୁ ସବୁଠାରୁ ଅଧିକ ବିବାଦୀୟ । ସୀମିତ ପ୍ରାୟଶ୍ଚିତ ମତବାଦର ବିଶ୍ବାସ ହେଉଛି ଯୀଶୁ କେବଳ ମନୋନୀତ ଲୋକମାନଙ୍କ ନିମନ୍ତେ ମୃତ୍ୟୁଭୋଗ କରିଥିଲେ । ଅସୀମିତ ମତବାଦର ବିଶ୍ବାସ ହେଉଛି ଯୀଶୁ ସମସ୍ତ ମନୁଷ୍ୟଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, କିନ୍ତୁ ତାଙ୍କ ମୃତ୍ୟୁ ଫଳପ୍ରଦ ହୋଇନଥାଏ ଯେପର୍ଯ୍ୟନ୍ତ ଜଣେ ବ୍ୟକ୍ତି ବିଶ୍ବାସରେ ତାଙ୍କୁ ଗ୍ରହଣ ନ କରିଛି ।

କାଲଭିନ୍ ମତବାଦ ଈଶ୍ବରଙ୍କ ଅନୁଗ୍ରହକୁ ଯେ ପ୍ରତିରୋଧ କରାଯାଇପାରିବ ନାହିଁ, ସେହି ବିଶ୍ବାସକୁ ଅନ୍ତର୍ଭୁକ୍ତ କରେ, ଯେତେବେଳେ କି ଆରମିନ୍ ମତବାଦ କୁହେ ଯେ, ଜଣେ ବ୍ୟକ୍ତି ଈଶ୍ବରଙ୍କ ଅନୁଗ୍ରହକୁ ପ୍ରତିରୋଧ କରିପାରିବ । ଅପ୍ରତିରୋଧୀଯୁକ୍ତ ଅନୁଗ୍ରହ ଯୁକ୍ତି କରେ ଯେ, ଈଶ୍ବର ଯେତେବେଳେ ଜଣେ ବ୍ୟକ୍ତିଙ୍କୁ ପରିତ୍ରାଣ ନିମନ୍ତେ ଆହ୍ବାନ କରନ୍ତି, ସେହି ବ୍ୟକ୍ତି ଅପରିହାର୍ଯ୍ୟ ଭାବରେ ପରିତ୍ରାଣର ପାଇବାକୁ ଆସିଥାଏ । ପ୍ରତିରୋଧୀଯୁକ୍ତ ଅନୁଗ୍ରହ ଦର୍ଶାଏ ଯେ, ଈଶ୍ବର ସମସ୍ତଙ୍କୁ ପରିତ୍ରାଣ ପାଇବା ନିମନ୍ତେ ଆହ୍ବାନ କରନ୍ତି, କିନ୍ତୁ ଅନେକ ଲୋକ ଏହି ଆହ୍ବାନକୁ ପ୍ରତିରୋଧ ଓ ପ୍ରତ୍ୟାଖ୍ୟାନ କରିବେ ।

କାଲଭିନ୍ ମତବାଦ ସାଧୁମାନଙ୍କର ଦୃଢ ବିନିଯୋଗ ପୋଷଣ କରିଥିବା ସ୍ଥଳେ ଆରମନ୍ ମତବାଦ ସର୍ତ୍ତମୂଳକ ପରିତ୍ରାଣ ମନରେ ପୋଷଣ କରେ । ସାଧୁମାନଙ୍କର ଦୃଢ ବିନିଯୋଗ ସେହି ଧାରଣାକୁ ବୁଝାଏ ଯାହା କୁହେ ଯେ, ଯେଉଁ ବ୍ୟକ୍ତି ଈଶ୍ବରଙ୍କ ଦ୍ବାରା ମନୋନୀତ ହୋଇଛି, ସେ ତା' ବିଶ୍ବାସକୁ ଦୃଢ ଭାବରେ ଧରି ରଖିବ ଏବଂ ଖ୍ରୀଷ୍ଟଙ୍କୁ ସ୍ଥାୟୀ ଭାବେ ଅସ୍ବୀକାର କରିବ ନାହିଁ କିମ୍ବା ତାଙ୍କଠାରୁ ବିମୁଖ ହୋଇଯିବ ନାହିଁ । ସର୍ତ୍ତମୂଳକ ପରିତ୍ରାଣ ସେହି ମତ ରଖନ୍ତି ଯେ ଖ୍ରୀଷ୍ଟଙ୍କଠାରେ ଥିବା ଜଣେ ବିଶ୍ବାସୀ ତା' ନିଜ ସ୍ବାଧିନ ଇଛାରେ ଖ୍ରୀଷ୍ଟଙ୍କଠାରୁ ବିମୁଖ ହୋଇ ଚାଲିଯାଇପାରେ ଏବଂ ସେଥିଯୋଗୁଁ ତା' ପରିତ୍ରାଣ ହରାଇଦେବ ।

ତେଣୁ, କାଲଭିନ୍ ମତବାଦରେ ବନାମ ଆରମିନ୍ ମତବାଦ ତର୍କରେ, କେଉଁଟି ଠିକ୍? ଏକ ମଜା କଥା ଉଲ୍ଲେଖଯୋଗ୍ୟ ଅଟେ ଯେ, ଖ୍ରୀଷ୍ଟଙ୍କ ଶରୀରର ବିଭିନ୍ନତାରେ କାଲଭିନ୍ ମତବାଦ ଏବଂ ଆରମିନ୍ ମତବାଦର ସମସ୍ତ ପ୍ରକାର ମିଶ୍ରଣ ଅଛି । ପାଞ୍ଚ-ବିଷୟ ଥିବା କାଲଭିନ୍ ମତବାଦୀ ଏବଂ ପାଞ୍ଚ-ବିଷୟ ଥିବା ଆରମିନ୍ ମତବାଦୀ ଅଛନ୍ତି, ଏବଂ ଠିକ୍ ସେହି ସମୟରେ ତିନି-ବିଷୟ ପୋଷଣ କରୁଥିବା କାଲଭିନ୍ ମତବାଦୀ ଏବଂ ଦୁଇ-ବିଷୟ ପୋଷଣ କରୁଥିବା ଆରମିନ୍ ମତବାଦୀମାନେ ମଧ୍ୟ ଅଛନ୍ତି । ପରିଶେଷରେ, ଆମର ମତ ହେଉଛି ଯେ, ଉଭୟ ପଦ୍ଧତି ଅବର୍ଣ୍ଣନୀୟ ବିଷୟକୁ ବର୍ଣ୍ଣନା କରିବା ପ୍ରୟାସ କରି ବିଫଳ ଅଟନ୍ତି । ମନୁଷ୍ୟମାନେ ଏହିପରି ଏକ ଧାରଣାକୁ ସମ୍ପୂର୍ଣ୍ଣରୂପେ ବୁଝିବାକୁ ଅକ୍ଷମ ଅଟନ୍ତି । ହଁ, ଈଶ୍ବର ସମ୍ପୂର୍ଣ୍ଣରୂପେ ସାର୍ବଭୌମ ଏବଂ ସମସ୍ତ ବିଷୟ ଜାଣନ୍ତି । ହଁ, ମନୁଷ୍ୟମାନେ ପରିତ୍ରାଣ ପାଇବା ନିମନ୍ତେ ଖ୍ରୀଷ୍ଟଙ୍କଠାରେ ସେମାନଙ୍କର ବିଶ୍ବାସ ରଖିବା ନିମନ୍ତେ ଏକ ସତ୍ୟ ନିଷ୍ପତ୍ତି ଗ୍ରହଣ କରିବା ନିମନ୍ତେ ଆହ୍ବାନ ପାଉଅଛନ୍ତି । ଏହି ଦୁଇଟି ଘଟନା ଆମ୍ଭମାନଙ୍କୁ ବିବାଦୀୟ ଲାଗିପାରେ, କିନ୍ତୁ ଈଶ୍ବରଙ୍କ ମନରେ ସେଗୁଡିକ ସିଦ୍ଧ ଅର୍ଥରେ ବୁଝାଯାଏ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

କାଲଭିନ୍ ମତବାଦ ବନାମ ଆରମିନ୍ ମତବାଦ - କେଉଁ ମତବାଦ ଠିକ୍?
© Copyright Got Questions Ministries