ବାଇବଲ ଅନୁପ୍ରେରିତ କହିଲେ କ’ଣ ବୁଝାଏ?


ପ୍ରଶ୍ନ: ବାଇବଲ ଅନୁପ୍ରେରିତ କହିଲେ କ’ଣ ବୁଝାଏ?

ଉତ୍ତର:
ବାଇବଲ ଅନୁପ୍ରେରିତ ବୋଲି ଲୋକମାନେ ଯେତେବେଳେ କୁହନ୍ତି, ସେତେବେଳେ ନିମ୍ନ ସତ୍ୟତାକୁ ବୁଝିଥାନ୍ତି ଯେ ଈଶ୍ବର ସ୍ବର୍ଗୀୟ ପଦ୍ଧତି ଅନୁଯାୟୀ ମନୁଷ୍ୟ ଲେଖକମାନଙ୍କୁ ଏପରି ଭାବରେ ପ୍ରଭାବିତ କରିଥିଲେ ଯେ ସେମାନେ ଯାହା ଲେଖିଥିଲେ, ସେହି ସମସ୍ତ ଈଶ୍ବରଙ୍କ ବାକ୍ୟ ଥିଲା । ଶାସ୍ତ୍ରର ପ୍ରସଙ୍ଗ ଅନୁଯାୟୀ, “ଅନୁପ୍ରେରିତ” ଶବ୍ଦର ଅର୍ଥ ସରଳ ଭାବରେ “ଈଶ୍ବର-ନିଶ୍ବସିତ” ବୋଲି ବୁଝାଏ । ଅନୁପ୍ରେରଣାର ଅର୍ଥ ହେଉଛି ବାଇବଲ ପ୍ରକୃତରେ ଈଶ୍ବରଙ୍କ ବାକ୍ୟ ଏବଂ ଏହା ବାଇବଲକୁ ଅନ୍ୟ ସମସ୍ତ ପୁସ୍ତକ ମଧ୍ୟରେ ଏକ ବିଶେଷ ପୁସ୍ତକ କରିଛି ।

ବାଇବଲ ଯେତେ ଅନୁପ୍ରେରିତ ହୋଇଛି ସେତେ ଭିନ୍ନ ଭିନ୍ନ ମତ ରହିଛି, ବାଇବଲରେ ଥିବା ସମସ୍ତ ଅଂଶର ସମସ୍ତ ଶବ୍ଦ ଈଶ୍ବରଙ୍କଠାରୁ ଆସିଛି ବୋଲି ବାଇବଲ ଯେ ଦାବୀ କରେ ଏହା ନିଃସନ୍ଦେହ (1କରିନ୍ଥୀୟ 2:12-13; 2ତିମଥି 3:16-17) । ଶାସ୍ତ୍ରର ଏହି ମତ “ମୌଖିକ ପ୍ଲେନାରୀ” (verbal plenary) ଭାବରେ ଜଣା । ଏହାର ଅର୍ଥ ହେଉଛି ଯେ ଶବ୍ଦଗୁଡିକ ମଧ୍ୟ ଅନୁପ୍ରେରିତ ହୋଇଛି (ମୌଖିକ) –ଓ ଏହା କେବଳ ଧାରଣା ନୁହେଁ ଏବଂ ସେହି ଅନୁପ୍ରେରଣା ଶାସ୍ତ୍ରର ସମସ୍ତ ଅଂଶ ଓ ଶାସ୍ତ୍ରର ସମସ୍ତ ବିଷୟବସ୍ତୁ ପ୍ରତି ହୋଇଛି (plenary)। କିଛି ଲୋକ ବିଶ୍ବାସ କରନ୍ତି ଯେ ବାଇବଲର କିଛି ଅଂଶ ହିଁ ଅନୁପ୍ରେରିତ ହୋଇଛି ବା ଧର୍ମ ବିଷୟରେ ଲେଖାଥିବା ଚିନ୍ତା ବା ଧାରଣାଗୁଡିକ ହିଁ ଅନୁପ୍ରେରିତ ହୋଇଛି, କିନ୍ତୁ ଅନୁପ୍ରେରଣା ବିଷୟରେ ଥିବା ଏହି ସମସ୍ତ ମତ ବାଇବଲର ନିଜ ବିଷୟରେ ଯେଉଁ ଦାବୀ ରହିଛି ତାହା ସତ ବୋଲି ପ୍ରମାଣିତ କରେନାହିଁ । ପୂର୍ଣ୍ଣ ମୌଖିକ ପ୍ଲାନେରୀ ଅନୁପ୍ରେରଣା ହେଉଛି ଈଶ୍ବରଙ୍କ ବାକ୍ୟର ଅତ୍ୟାବଶ୍ୟକୀୟ ଗୁଣଗୁଡିକ ।

ଅନୁପ୍ରେରଣାର ପରିମାଣ 2ତିମଥି 3:16ରେ ସ୍ବଷ୍ଟ ଭାବରେ ଦେଖିବାକୁ ମିଳେ, “ସମସ୍ତ ଶାସ୍ତ୍ର ଈଶ୍ବରନିଶ୍ବସିତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ ।” ଏହି ପଦ ଆମ୍ଭମାନଙ୍କୁ କୁହେ ଯେ ଈଶ୍ବର ସମସ୍ତ ଶାସ୍ତ୍ରର ଅନୁପ୍ରେରଣା କଲେ ଏବଂ ଏହା ଆମ୍ଭମାନଙ୍କ ନିମନ୍ତେ ଉପକାରୀ । ଧର୍ମତତ୍ତ୍ବ ସହ ଜଡିତ ଥିବା ବାଇବଲର ଅଂଶ କେବଳ ଯେ ଈଶ୍ବରଙ୍କ ଦ୍ବାରା ଅନୁପ୍ରେରିତ ତାହା ନୁହେଁ, କିନ୍ତୁ ଆଦି ପୁସ୍ତକରୁ ଯାତ୍ରା ପୁସ୍ତକ ପର୍ଯ୍ୟନ୍ତ ଥିବା ସମସ୍ତ ଶବ୍ଦ ଈଶ୍ବରଙ୍କ ଦ୍ବାରା ଅନୁପ୍ରେରିତ । ଯେହେତୁ ଏହା ଈଶ୍ବରଙ୍କ ଦ୍ବାରା ଅନୁପ୍ରାଣିତ ଅଟେ, ସେଥିଯୋଗୁଁ ଯେତେବେଳେ ଶାସ୍ତ୍ର ତତ୍ତ୍ବକୁ ପ୍ରତିଷ୍ଠା କରିବା ନିମନ୍ତେ ଆସିଥାଏ, ସେତେବେଳେ ଏହା ବିଶ୍ବାସଯୋଗ୍ୟ ହୋଇଥାଏ ଓ ଈଶ୍ବରଙ୍କ ସହ କିପରି ଏକ ଠିକ୍‍ ସମ୍ପର୍କ ରଖିବାକୁ ହେବ ତାହା ଶିକ୍ଷା ଦେବା ନିମନ୍ତେ ଏହା ଯଥେଷ୍ଟ ଅଟେ । ବାଇବଲ କେବଳ ଯେ ଈଶ୍ବରଙ୍କ ଦ୍ବାରା ଅନୁପ୍ରେରିତ ବୋଲି ଦାବୀ କରେ ତାହା ନୁହେଁ କିନ୍ତୁ ଆମ୍ଭମାନଙ୍କୁ ପରିବର୍ତ୍ତନ କରିବା ପାଇଁ ଓ ଆମ୍ଭମାନଙ୍କୁ “ସମ୍ପୂର୍ଣ୍ଣ” କରିବା ନିମନ୍ତେ ଏହାର ଐଶୀ ଶକ୍ତି ରହିଛି ।” ଆମେ ଆଉ କ’ଣ ଅଧିକ ଆବଶ୍ୟକ କରିପାରିବା?

ଶାସ୍ତ୍ରର ଅନ୍ୟ ଏକ ଅନୁପ୍ରେରଣା ମଧ୍ୟରୁ ଆଉ ଏକ ପଦ ହେଉଛି 2ପିତର 1:21 । ଏହି ପଦ ଆମ୍ଭମାନଙ୍କୁ ବୁଝିବାରେ ସାହାଯ୍ୟ କରେ ଯେ ଯଦିଓ ଈଶ୍ବର ମନୁଷ୍ୟମାନଙ୍କୁ ସେମାନଙ୍କ ଭିନ୍ନ ଭିନ୍ନ ବ୍ୟକ୍ତିତ୍ବରେ ଓ ଲେଖା ଶୈଳୀରେ ବ୍ୟବହାର କରିଛନ୍ତି, ତଥାପି ସେମାନେ ଲେଖିଥିବା ପ୍ରତ୍ୟେକ ଶବ୍ଦକୁ ଈଶ୍ବର ସ୍ବର୍ଗୀୟ ଭାବରେ ଅନୁପ୍ରାଣିତ କରିଥିଲେ । ଯୀଶୁ ଯେତେବେଳେ ନିମ୍ନ ପଦରେ କହିଲେ ସେ ନିଜେ ଶାସ୍ତ୍ରର ମୌଖିକ ପ୍ଲେନାରୀ ଅନୁପ୍ରେରଣାକୁ ସୁନିଶ୍ଚିତ କରିଅଛନ୍ତି, “ମୁଁ ଯେ ବ୍ୟବସ୍ଥା କି ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଲୋପ କରିବାକୁ ଆସିଅଛି, ଏପରି ଭାବନାହିଁ; ଲୋପ କରିବାକୁ ଆସିନାହିଁ ବରଂ ସଫଳ କରିବାକୁ ଆସିଅଛି । କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେପର୍ଯ୍ୟନ୍ତ ଆକାଶମଣ୍ଡଳ ଓ ପୃଥିବୀ ଲୋପ ନ ପାଇବ, ସେପର୍ଯ୍ୟନ୍ତ ସମସ୍ତ ନ ଘଟିବା ଯାଏ ବ୍ୟବସ୍ଥାରୁ ଏକ ମାତ୍ରା କି ଏକ ବିନ୍ଦୁ କୌଣସି ପ୍ରକାରେ ଲୋପ ପାଇବ ନାହିଁ” (ମାଥିଉ 5:17-18) । ଏହି ସମସ୍ତ ପଦରେ, ଯୀଶୁ ଶାସ୍ତ୍ରର ସବୁଠାରୁ ଅଧିକ ଛୋଟ ବିଷୟ ଏବଂ ଅତି ଛୋଟ ବନାନର ନିର୍ଭୁଲତାକୁ ବଳବତ୍ତର କରୁଅଛନ୍ତି, କାରଣ ଏହା ଈଶ୍ବରଙ୍କ ବାକ୍ୟ ଅଟେ ।

ଯେହେତୁ ଶାସ୍ତ୍ର ଈଶ୍ବରଙ୍କ ଅନୁପ୍ରେରିତ ବାକ୍ୟ, ସେଥିଯୋଗୁଁ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିବା ଯେ ସେଗୁଡିକ ମଧ୍ୟ ତ୍ରୁଟିଶୂନ୍ୟ ଓ ବିଶ୍ବାସଯୋଗ୍ୟ । ଈଶ୍ବରଙ୍କ ପ୍ରତି ଯଦି ଆମର ସଠିକ୍‍ ମତ ରହିଛି, ତେବେ ତାହାଙ୍କ ବାକ୍ୟ ପ୍ରତି ମଧ୍ୟ ଆମ୍ଭମାନଙ୍କର ସଠିକ୍‍ ମତ ରହିବ । କାରଣ ଈଶ୍ବର ସର୍ବଶକ୍ତିମାନ୍‍, ସର୍ବଜ୍ଞ ଏବଂ ସମ୍ପୂର୍ଣ୍ଣରୂପେ ସିଦ୍ଧ, ତାହାଙ୍କ ବାକ୍ୟର ପ୍ରକୃତି ଅନୁଯାୟୀ ତାହାର ମଧ୍ୟ ସେପରି ଗୁଣ ରହିଛି । ଶାସ୍ତ୍ରର ଅନୁପ୍ରେରଣାକୁ ଯେଉଁ ପଦଗୁଡିକ ପ୍ରମାଣ କରେ ବା ପ୍ରତିଷ୍ଠା କରେ, ଏହା ଯେ ତ୍ରୁଟିଶୂନ୍ୟ ଓ ବିଶ୍ବାସଯୋଗ୍ୟ ତାହା ମଧ୍ୟ ପ୍ରମାଣିତ ବା ପ୍ରତିଷ୍ଠା କରେ । ବାଇବଲ ଅକାଟ୍ୟ, ବିଶ୍ବାସଯୋଗ୍ୟ ଓ ମନୁଷ୍ୟ ପ୍ରତି ଈଶ୍ବରଙ୍କ ବାକ୍ୟ ଅଟେ ବୋଲି ଯାହା ଦାବୀ କରେ ନିଃସନ୍ଦେହରେ ତାହା ତାହାହିଁ ଅଟେ ।



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ



ବାଇବଲ ଅନୁପ୍ରେରିତ କହିଲେ କ’ଣ ବୁଝାଏ?