settings icon
share icon
ପ୍ରଶ୍ନ

କୟିନଙ୍କ ସ୍ତ୍ରୀ କିଏ ଥିଲେ? କୟିନଙ୍କ ସ୍ତ୍ରୀ କଅଣ ତାଙ୍କ ନିଜ ଭଉଣୀ ଥିଲେ?

ଉତ୍ତର


ବାଇବଲ ନିର୍ଦ୍ଧିଷ୍ଟଭାବରେ କହେ ନାହିଁ ଯେ କୟିନଙ୍କ ସ୍ତ୍ରୀ କିଏ ଥିଲେ? କେବଳ ଗୋଟିଏ ସମ୍ଭାବତଃ ଉତ୍ତର ହେଉଛି ଯେ କୟିନଙ୍କ ସ୍ତ୍ରୀ ତାହାଙ୍କ ଭଉଣୀ ଅବା ଝିଆରୀ, ଅବା ନାତୁଣୀ ଇତ୍ୟାଦି ଥିଲେ I ବାଇବଲ କହେ ନାହିଁ ଯେ ଯେଉଁ ସମୟରେ କୟିନ ହେବଲଙ୍କୁ ହତ୍ୟା କଲେ ସେ ସମୟରେ ତାଙ୍କ ବୟସ କେତେ ଥିଲା (ଆଦିପୁସ୍ତକ ୪:୮) I କାରଣ ସେମାନେ ଦୁହେଁ କୃଷକ ଥିଲେ, ସମ୍ଭବତଃ ଦୁହେଁ ବୟସ୍କ ଥିଲେ, ଏବଂ ସମ୍ଭବତଃ ଦୁହିଁଙ୍କର ନିଜ ପରିବାର ଥିଲା I ନିଶ୍ଚିତରୂପେ ହେବଲଙ୍କୁ ହତ୍ୟା କରାଯିବା ସମୟରେ ଆଦମ ଓ ହବାଙ୍କର କୟିନ ଓ ହେବଲଙ୍କ ବ୍ୟତୀତ ଆହୁରି ଅନେକ ସନ୍ତାନସନ୍ତତି ଜନ୍ମ ହୋଇଥିଲେ ଏବଂ ନିଶ୍ଚିତରୂପେ ପରବର୍ତ୍ତୀ ସମୟରେ ସେମାନଙ୍କର ଆହୁରି ସନ୍ତାନସନ୍ତତି ହେଲେ (ଆଦିପୁସ୍ତକ ୫:୪) I ହେବଲକୁ ହତ୍ୟା କଲା ଉତ୍ତାରେ, କୟିନ ନିଜ ଜୀବନ ପାଇଁ ଭୟଭୀତ ଥିଲେ (ଆଦିପୁସ୍ତକ ୪:୧୪) I ଏହି ସତ୍ୟତା ନିର୍ଦ୍ଦେଶ ଦିଏ ଯେ ପୃଥିବୀରେ ଆହୁରି ଅନେକ ସନ୍ତାନ ଥିଲେ ଓ ହୁଏତ ସେହି ସମୟରେ ଆଦମ ଓ ହବାଙ୍କ ନାତିନାତୁଣୀ ଥିଲେ I କୟିନଙ୍କ ସ୍ତ୍ରୀ (ଆଦିପୁସ୍ତକ ୪:୧୭) ଆଦମ ଓ ହବାଙ୍କ ଝିଅ ବା ନାତୁଣୀ ଥିଲେ I

କାରଣ ଆଦମ ଓ ହବା ପୃଥିବୀରେ ପ୍ରଥମ ମାନବ ଥିଲେ, ସେମାନଙ୍କ ସନ୍ତାନସନ୍ତତି ପରସ୍ପରକୁ ବିବାହ କରିବା ଛଡା ଆଉ କୌଣସି ବିକଳ୍ପ ନ ଥିଲା I ଯେ ପର୍ଯ୍ୟନ୍ତ ପୃଥିବୀରେ ଯଥେଷ୍ଟ ଜନସଂଖ୍ୟା ବୃଦ୍ଧି ପାଇ ନ ଥିଲା ସେ ପର୍ଯ୍ୟନ୍ତ ଇଶ୍ଵର ଅନ୍ତ – ପରିବାର ବିବାହକୁ ନିଷେଧ କରି ନଥିଲେ (ଲେବୀୟ ୧୮:୬-୧୮) I ନିକଟ ଜ୍ଞାତି ମଧ୍ୟରେ ଯୌନ ସମ୍ବନ୍ଧ ଦ୍ଵାରା ଅନେକ ଜନ୍ମ ସମ୍ବନ୍ଧୀୟ ଅସ୍ଵାଭାବିକତା ହୋଇଥାଏ, ଯେତେବେଳେ ଦୁଇ ଅନୁବଂଶିକ (ଉଦାହରଣ, ଭାଇ ଓ ଭଉଣୀ) ସନ୍ତାନସନ୍ତତି କରନ୍ତି, ସେମାନଙ୍କ ଅପ୍ରଭାବି ଲକ୍ଷଣର ବିପଦ ଥିବା ସମ୍ଭାବନା ଅଧିକ ଥାଏ I ଯେବେ ଦୁଇ ଭିନ୍ନ ପରିବାରର ସନ୍ତାନ ବିବାହ କରି ସନ୍ତାନସନ୍ତତି କରନ୍ତି, ତେବେ ସେଠାରେ ଅନେକ କମ ଅପ୍ରଭାବି ଲକ୍ଷଣର ସମ୍ଭାବନା ଥାଏ I ବର୍ଷ ପ୍ରବାହରେ ମନୁଷ୍ୟର ଅନୁବଂଶିକ ସଂକେତ ଅତ୍ୟଧିକ “କଳୁଷିତ” ହୋଇଅଛି, କାରଣ ଅନୁବଂଶିକ ଗୁଣିତ, ଶକ୍ତିଯୁକ୍ତ ହୋଇ ବୃଦ୍ଧି ହେଉଅଛି ଏବଂ ଏକ ପିଢ଼ିରୁ ପିଢ଼ି ହସ୍ତାନ୍ତର ହୋଇ ଆସୁଅଛି I ଆଦମ ଓ ହବାଙ୍କ ପାଖରେ ଅନୁବଂଶିକ ତ୍ରୁଟି ନ ଥିଲା, ଏବଂ ଏହା ସେମାନଙ୍କୁ ଓ ତାହାଙ୍କ ପ୍ରଥମ ପିଢିକୁ ଉତ୍ତମ ସ୍ଵାସ୍ଥ ପ୍ରଦାନ କରିଥିଲା I ଯଦି କୌଣସି ଅନୁବଂଶିକ ତ୍ରୁଟି ଥିଲା, ତେବେ ଏହା ଆଦମ ଓ ହବାଙ୍କ ପକ୍ଷରେ ଅତି କମ୍ ଥିଲା I ଫଳତଃ, ସେମାନଙ୍କ ପାଇଁ ପରସ୍ପର ମଧ୍ୟରେ ବିବାହ କରିବା ସୁରକ୍ଷିତର ବିଷୟ ଥିଲା I

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

କୟିନଙ୍କ ସ୍ତ୍ରୀ କିଏ ଥିଲେ? କୟିନଙ୍କ ସ୍ତ୍ରୀ କଅଣ ତାଙ୍କ ନିଜ ଭଉଣୀ ଥିଲେ?
© Copyright Got Questions Ministries