settings icon
share icon
ପ୍ରଶ୍ନ

ଯୁଦ୍ଧ ବିଷୟରେ ବାଇବଲ କ'ଣ କୁହେ?

ଉତ୍ତର


ଯାତ୍ରା ୨୦:୧୩ରେ ଲେଖାଥିବା "ତୁମ୍ଭେ ନରହତ୍ୟା କରିବନାହିଁ"ରେ ବାଇବଲ କ'ଣ କୁହେ ତାହା ପାଠ କରି ଭୁଲ୍ କରିବସନ୍ତି, ଏବଂ ତା'ପରେ ଏହି ଆଦେଶକୁ ଯୁଦ୍ଧରେ ପ୍ରୟୋଗ କରନ୍ତି । ଅଥଚ, ଏଠାରେ ଥିବା ହିବ୍ରୁ ଶବ୍ଦ ଆକ୍ଷରିକ ଭାବେ "ଅନ୍ୟ ଜଣେ ବ୍ୟକ୍ତିଙ୍କୁ କ୍ଷତି କରିବାର ଇଛା ରଖି ଉଦ୍ଦେଶ୍ୟମୂଳକ ଭାବରେ ସେହି ବ୍ୟକ୍ତିଙ୍କୁ ପୂର୍ବକଳ୍ପିତ ହତ୍ୟା; ନରହତ୍ୟା" କୁ ବୁଝାଏ । ଈଶ୍ବର ଅନେକ ସମୟରେ ଅନ୍ୟ ଜାତିଗଣଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ଆଦେଶ ଦେଉଥିଲେ (୧ଶାମୁୟେଲ ୧୫:୩; ଯିହୋଶୂୟ ୪:୧୩) । ଈଶ୍ବର ବହୁସଂଖ୍ୟକ ଅପରାଧ ନିମନ୍ତେ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ (ଯାତ୍ରା ୨୧:୧୨, ୧୫; ୨୨:୧୯; ଲେବୀୟ ୨୦:୧୧) । ତେବେ, ସମସ୍ତ ପରିସ୍ଥିତିରେ ଈଶ୍ବର ହତ୍ୟାର ବିରୋଧୀ ନୁହଁନ୍ତି, କିନ୍ତୁ କେବଳ ନରହତ୍ୟାର ବିରୋଧୀ ଅଟନ୍ତି । ଯୁଦ୍ଧ କେବେ ବି ଏକ ଉତ୍ତମ ବିଷୟ ନୁହେଁ, କିନ୍ତୁ ବେଳେବେଳେ ଏହା ଏକ ଆବଶ୍ୟକୀୟ ବିଷୟ ଅଟେ । ପାପପୂର୍ଣ୍ଣ ଲୋକମାନଙ୍କ ଦ୍ବାରା ପୂର୍ଣ୍ଣ ଥିବା ଏକ ଜଗତରେ (ରୋମୀୟ ୩:୧୦-୧୮) ଯୁଦ୍ଧ ଅବଶ୍ୟାମ୍ଭବୀ । ବେଳେବେଳେ ପାପପୂର୍ଣ୍ଣ ଲୋକମାନେ ନିର୍ଦ୍ଦୋଷ ଲୋକମାନଙ୍କୁ ବଡ କ୍ଷତି କରିବାରୁ ରକ୍ଷା କରିବାର ଏକମାତ୍ର ଉପାୟ ସେମାନଙ୍କ ବିପକ୍ଷରେ ଯୁଦ୍ଧ କରିବା ହୋଇଥାଏ ।

ପୁରାତନ ନିୟମରେ, ଈଶ୍ବର ଇଶ୍ରାୟେଲୀୟମାନଙ୍କୁ "ଇଶ୍ରାୟେଲ ସନ୍ତାନଗଣ ସକାଶେ ମିଦିୟୋନୀୟମାନଙ୍କୁ ପ୍ରତିଫଳ ଦିଅ" ବୋଲି ଆଦେଶ ଦେଇଥିଲେ (ଗଣନା ୩୧:୨) । ଦ୍ବିତୀୟ ବିବରଣୀ ୨୦:୧୬-୧୭ କୁହେ, "ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ବର ଏହି ଲୋକମାନଙ୍କର ଯେ ଯେ ନଗର ତୁମ୍ଭର ଅଧିକାର ପାଇଁ ଦିଅନ୍ତି, ତୁମ୍ଭେ ତହିଁ ମଧ୍ୟରେ ନିଶ୍ବାସଧାରୀ କାହାରିକି ସଜୀବ ରଖିବ ନାହିଁ । ମାତ୍ର ତୁମ୍ଭ ପ୍ରତି ସଦାପ୍ରଭୁ ତୁମ୍ଭ ପରମେଶ୍ବରଙ୍କ ଆଜ୍ଞାନୁସାରେ ତୁମ୍ଭେ ସେମାନଙ୍କୁ ହିତ୍ତୀୟ ଓ ଇମୋରୀୟ ଓ କିଣାନୀୟ ଓ ପିରିଷୀୟ ଓ ହିଦ୍ଦୀୟ ଓ ଯିବୂଷୀୟ ଲୋକମାନଙ୍କୁ ବର୍ଜିତ ରୂପେ ବିନାଶ କରିବ ।" ସ୍ବଷ୍ଟ ଭାବେ ଦେଖିଲେ, ଈଶ୍ବର ସମସ୍ତ ଯୁଦ୍ଧର ବିପକ୍ଷରେ ନାହାନ୍ତି । ଯୀଶୁ ସର୍ବଦା ପିତାଙ୍କ କଥାର ସମର୍ଥକ ଅଟନ୍ତି (ଯୋହନ ୧୦:୩୦), ତେଣୁ ଆମେ ଯୁକ୍ତି କରିପାରିବା ନାହିଁ ଯେ, ଯୁଦ୍ଧ କେବଳ ପୁରାତନ ନିୟମରେ ଈଶ୍ବରଙ୍କର ଇଛା ଥିଲା । ଈଶ୍ବର ପରିବର୍ତ୍ତିତ ହୁଅନ୍ତି ନାହିଁ (ମଲାଖି ୩:୬; ଯାକୁବ ୧:୧୭) ।

ଯୀଶୁଙ୍କ ଦ୍ବିତୀୟ ଆଗମନ ଅତିମାତ୍ରାରେ ପ୍ରଚଣ୍ଡ ଯୁଦ୍ଧରତ ହେବ । ପ୍ରକାଶିତ ୧୯:୧୧-୨୧ ଜୟଲାଭକାରୀ ଖ୍ରୀଷ୍ଟଙ୍କ ସହ ଶେଷ ଯୁଦ୍ଧ ବିଷୟରେ ବର୍ଣ୍ଣନା କରେ, ଯେଉଁ ଖ୍ରୀଷ୍ଟ ବିଚାର କରନ୍ତି ଏବଂ "ନ୍ୟାୟରେ" ଯୁଦ୍ଧ କରନ୍ତି (୧୧ ପଦ) । ଏହି ଯୁଦ୍ଧ ରକ୍ତମୟ (୧୩ ପଦ) ଏବଂ ରକ୍ତାବୃତ୍ତ ହେବ । ଯେଉଁମାନେ ତାଙ୍କୁ ବିରୋଧ କରନ୍ତି ସେମାନଙ୍କର ମାଂସକୁ ପକ୍ଷିମାନେ ଭକ୍ଷଣ କରିବେ (୧୭ ରୁ ୧୮ ପଦ) । ତାଙ୍କ ଶତ୍ରୁମାନଙ୍କ ପ୍ରତି ସେ ତିଳେହେଲେ ଦୟା ଦେଖାଇବେ ନାହିଁ, ଯେଉଁମାନଙ୍କୁ ସେ ସମ୍ପୂର୍ଣ୍ଣ ରୂପେ ଜୟ କରିବେ ଏବଂ ସେମାନଙ୍କୁ ଏକ "ଗନ୍ଧକପ୍ରଜ୍ଜଳିତ ହ୍ରଦରେ" ହସ୍ତାନ୍ତର କରିବେ (୨୦ ପଦ) ।

ଈଶ୍ବର କେବେ ମଧ୍ୟ ଯୁଦ୍ଧକୁ ସମର୍ଥନ କରନ୍ତି ନାହିଁ ବୋଲି କହିବା ଏକ ତ୍ରୁଟି ଅଟେ । ଯୀଶୁ ଜଣେ ଯୁଦ୍ଧବିରୋଧୀ ବ୍ୟକ୍ତି ନୁହଁନ୍ତି । ମନ୍ଦ ବ୍ୟକ୍ତିମାନଙ୍କ ଦ୍ବାରା ପୂର୍ଣ୍ଣ ଏକ ଜଗତରେ, ବେଳେବେଳେ ମନ୍ଦରୁ ଅଧିକ ମନ୍ଦକୁ ପ୍ରତିରୋଧ କରିବା ନିମନ୍ତେ ଯୁଦ୍ଧ ଆବଶ୍ୟକ ଅଟେ । ଯଦି ହିଟଲର୍ ଦ୍ବିତୀୟ ବିଶ୍ବଯୁଦ୍ଧରେ ହାରିନଥାନ୍ତେ, ତେବେ କେତେ ଅୟୁତ ଲୋକେ ମରିନଥାନ୍ତେ? ଯଦି ଆମେରିକା ସିଭିଲ୍ ଓ୍ବାର୍ ହୋଇନଥାନ୍ତା, ତେବେ ଆଫ୍ରିକୀୟ-ଆମେରିକାବାସୀମାନେ କେତେକାଳ ଦାସ ଭାବରେ କ୍ଲେଶ ଭୋଗ କରିନଥାନ୍ତେ?

ଯୁଦ୍ଧ ଏକ ଭୟଙ୍କର ବିଷୟ ଅଟେ । କେତେକ ଯୁଦ୍ଧ ଅନ୍ୟ ଯୁଦ୍ଧ ଆପେକ୍ଷା ଅଧିକ "ଯଥାର୍ଥ" ଅଟେ, କିନ୍ତୁ ଯୁଦ୍ଧ ସର୍ବଦା ପାପର ପରିଣାମ ଅଟେ (ରୋମିୟ ୩:୧୦-୧୧) । ସେହି ସମୟରେ, ଉପଦେଶକ ୩:୮ ଘୋଷଣା କରେ, "ପ୍ରେମ କରିବାର ସମୟ ଓ ଘୃଣା କରିବାର ସମୟ, ଯୁଦ୍ଧର ସମୟ ଓ ସନ୍ଧିର ସମୟ ଅଛି ।' ପାପ, ଘୃଣା, ଏବଂ ମନ୍ଦରେ ପୂର୍ଣ୍ଣ ଜଗତରେ (ରୋମୀୟ ୩:୧୦-୧୮), ଯୁଦ୍ଧ ଅପରିହାର୍ଯ୍ୟ ଅଟେ । ଖ୍ରୀଷ୍ଟିୟାନମାନେ ଯୁଦ୍ଧ ଇଛା କରିବା ଉଚିତ୍ ନୁହେଁ, କିନ୍ତୁ ଖ୍ରୀଷ୍ଟିୟାନମାନେ ସରକାର ବା ଶାସନ ବ୍ୟବସ୍ଥାକୁ ମଧ୍ୟ ବିରୋଧ କରିବା ଉଚିତ୍ ନୁହେଁ ଯାହାକୁ ଈଶ୍ବର ସେମାନଙ୍କ ଉପରେ କର୍ତ୍ତୃକ କରିବା ନିମନ୍ତେ ସ୍ଥାପନ କରିଛନ୍ତି (ରୋମୀୟ ୧୩:୧-୪); ୧ପିତର ୨:୧୭) । ଯୁଦ୍ଧ ସମୟରେ ଆମେ କରିବାକୁ ଥିବା ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଆମ୍ଭମାନଙ୍କ ନେତାଗଣଙ୍କ ବୁଦ୍ଧି ପାଇଁ ପ୍ରାର୍ଥନା କରିବା, ଆମ ମିଲିଟାରୀ ସୁରକ୍ଷା ନିମନ୍ତେ ପ୍ରାର୍ଥନା କରିବା, କଳହର ତ୍ବରିତ ସମାଧାନ ପାଇଁ ପ୍ରାର୍ଥନା କରିବା, ଏବଂ ଉଭୟ ପକ୍ଷରୁ ସାଧାରଣ ନାଗରିକଙ୍କ କମ୍ ମୃତ୍ୟୁ ନିମନ୍ତେ ପ୍ରାର୍ଥନା କରିବା (ଫିଲିପ୍ପୀୟ ୪:୬-୭) ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଯୁଦ୍ଧ ବିଷୟରେ ବାଇବଲ କ'ଣ କୁହେ?
© Copyright Got Questions Ministries