settings icon
share icon
ପ୍ରଶ୍ନ

କୁମାରୀ କନ୍ୟାଠାରୁ ଜନ୍ମ କାହିଁକି ଗୁରୁତ୍ଵପୂର୍ଣ୍ଣ ଅଟେ?

ଉତ୍ତର


କୁମାରୀ ଗର୍ଭରୁ ଜନ୍ମ ନେବା ଶିଦ୍ଧାନ୍ତ ଅତି ଗୁରୁତ୍ଵପୂର୍ଣ୍ଣ ଅଟେ (ଯିଶାଇୟ ୭:୧୪ ; ମାଥିଉ ୧:୨୩ ; ଲୂକ ୧:୨୭, ୩୪) । ଆସନ୍ତୁ, ପ୍ରଥମେ ଦେଖିବା ଶାସ୍ତ୍ର ସେହି ଘଟନାକୁ କିପରି ଭାବରେ ବର୍ଣ୍ଣନା କରେ । ମରିୟମଙ୍କ ପ୍ରଶ୍ନର “ଏହା କିପରି ସମ୍ଭବ?” (ଲୂକ ୧:୩୪)ର ଉତ୍ତରରେ ଗାବ୍ରିୟେଲ କୁହନ୍ତି “ପବିତ୍ରଆତ୍ମା ତୁମ୍ଭ ଉପରେ ଅବତରଣ କରିବେ ଓ ପରାତ୍ପରଙ୍କ ଶକ୍ତି ତୁମ୍ଭକୁ ଆବୋରିବ” (ଲୂକ ୧:୩୫) । ଦୂତ ଏହି ବାକ୍ୟ ଦ୍ଵାରା ଯୋଷେଫଙ୍କୁ ଉତ୍ସାହିତ କରି ମରିୟମଙ୍କୁ ବିବାହ କରିବା ନିମନ୍ତେ ନ ଡରିବାକୁ କହିଲେ: “ତାହାଙ୍କ ଗର୍ଭ ପବିତ୍ରଆତ୍ମାଙ୍କ କର୍ତ୍ତୃକ ହୋଇଅଛି” (ମାଥିଉ ୧:୨୦) । ମାଥିଉ ଦର୍ଶାନ୍ତି ଯେ ସେହି କୁମାରୀ “ପବିତ୍ରଆତ୍ମାଙ୍କ କର୍ତ୍ତୃକ ଗର୍ଭବତୀ ହୋଇଅଛନ୍ତି ବୋଲି ଜଣା ପଡ଼ିଲା” (ମାଥିଉ 1:18) । ଗାଲାତୀୟ ୪:୪ ମଧ୍ୟ କୁମାରୀ ଜନ୍ମ ବିଷୟରେ ଶିକ୍ଷା ଦିଏ: “...ନିଜ ପୁତ୍ରଙ୍କୁ ପ୍ରେରଣ କଲେ; ସେ ସ୍ତ୍ରୀ ଜାତ ହୋଇ...” ।

ଏହି ସମସ୍ତ ଶାସ୍ତ୍ରାଂଶରୁ ଏହା ନିଶ୍ଚିତ ରୂପେ ସ୍ପଷ୍ଟ ଯେ ଯୀଶୁଙ୍କ ଜନ୍ମ ପବିତ୍ରଆତ୍ମା ମରିୟମଙ୍କ ଶରୀରରେ କାର୍ଯ୍ୟ କରିବାର ଫଳ । ଉଭୟ ଅପାର୍ଥିବ (ପବିତ୍ରଆତ୍ମା) ଓ ପାର୍ଥିବ (ମରିୟମଙ୍କ ଗର୍ଭ) ଏହି କାର୍ଯ୍ୟରେ ସମ୍ପୃକ୍ତ ଥିଲେ । ଅବଶ୍ୟ ମରିୟମ ନିଜେ ନିଜକୁ ଗର୍ଭବତୀ କରି ପାରିନଥାନ୍ତେ, ଏବଂ ସେହି ଅର୍ଥରେ ସେ କେବଳ ଏକ “ପାତ୍ର” ମାତ୍ର । କେବଳ ଈଶ୍ଵର ହିଁ ମନୁଷ୍ୟରୂପ ଧାରଣର କରିବା ଆଶ୍ଚର୍ଯ୍ୟ କାର୍ଯ୍ୟ କରିପାରନ୍ତି ।

ଅଥଚ, ମରିୟମ ଓ ଯୀଶୁଙ୍କ ମଧ୍ୟରେ ଶାରିରୀକ ସମ୍ପର୍କକୁ ଅସ୍ଵୀକାର କରିବା ଦର୍ଶାଏ ଯେ ଯୀଶୁ ପ୍ରକୃତରେ ମନୁଷ୍ୟ ନ ଥିଲେ । ଶାସ୍ତ୍ର ଶିକ୍ଷା ଦିଏ ଯେ ଯୀଶୁ ଆମ୍ଭମାନଙ୍କ ପରି ଶରୀର ଥିବା ମନୁଷ୍ୟ ଥିଲେ । ସେ ଏହା ମରିୟମଙ୍କଠାରୁ ପାଇଥିଲେ । ତତ ସଙ୍ଗେ ସଙ୍ଗେ ଯୀଶୁ ଅନନ୍ତ ଓ ପାପଶୂନ୍ୟ ପ୍ରକୃତି ଥିବା ଈଶ୍ଵର ଥିଲେ (ଯୋହନ ୧:୧୪; ୧ ତିମଥି ୩ :୧୬; ଏବ୍ରୀ ୨ : ୧୪-୧୭) ।

ଯୀଶୁ ପାପରେ ଜନ୍ମ ହୋଇନଥିଲେ; ତାହାର ଅର୍ଥ ହେଉଛି ତାଙ୍କଠାରେ ପାପ ପ୍ରକୃତି ନ ଥିଲା (ଏବ୍ରୀ ୭:୨୬ ) । ଏହା ଜଣାପଡ଼େ ଯେ ପିତା ଦ୍ଵାରା ପାପପୂର୍ଣ୍ଣ ପ୍ରକୃତି ପିଢ଼ିରୁ ପିଢ଼ି ପର୍ଯ୍ୟନ୍ତ ଆଗେଇ ଚାଲିଛି (ରୋମୀୟ ୫: ୧୨, ୧୨ ୧୭,୧୯) । କୁମାରୀ କନ୍ୟାଠାରୁ ଜନ୍ମ ପାପ ପ୍ରକୃତିର ମିଶ୍ରଣକୁ ଦୂର କଲା ଓ ଅନନ୍ତ ଈଶ୍ଵରଙ୍କୁ ଏକ ସିଦ୍ଧ ଓ ସମ୍ପୂର୍ଣ୍ଣ ମନୁଷ୍ୟ ହେବାକୁ ଅନୁମତି ଦେଲା ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

କୁମାରୀ କନ୍ୟାଠାରୁ ଜନ୍ମ କାହିଁକି ଗୁରୁତ୍ଵପୂର୍ଣ୍ଣ ଅଟେ?
© Copyright Got Questions Ministries