settings icon
share icon
ପ୍ରଶ୍ନ

ବାଇବଲ ଚିତା କୁଟାଇବା/ଶରୀରକୁ ଫୋଡ଼ିବା ସମ୍ପର୍କରେ କଅଣ କହେ?

ଉତ୍ତର


ପୂରାତନ ନିୟମର ବ୍ୟବସ୍ଥା ଈଶ୍ରାୟଲ ଲୋକମାନଙ୍କୁ ଆଦେଶ କରିଥିଲା ଯେ, “ତୁମ୍ଭେମାନେ ମୃତ ଲୋକମାନଙ୍କ ନିମନ୍ତେ ଆପଣା ଶରୀରରେ ଅସ୍ତ୍ରଘାତ କରିବ ନାହିଁ, ଅବା ଦେହରେ ଚିତା କୁଟାଇବ ନାହିଁ” (ଲେବୀୟ ୧୯:୨୮) I ତେଣୁ, ଯଦିଓ ବିଶ୍ଵାସୀମାନେ ବର୍ତ୍ତମାନ ପୂରାତନ ନିୟମରେ ନାହାଁନ୍ତି (ରୋମୀୟ ୧୦:୪; ଗାଲାତୀୟ ୩:୨୩-୨୫; ଏଫିସୀୟ ୨:୧୫), ପୂରାତନ ନିୟମରେ ଏହା ବିରୋଧରେ ଆଜ୍ଞା ଦିଆଯାଇଥିଲା, ଏହା ନିଶ୍ଚିତ ପ୍ରଶ୍ନ ସୃଷ୍ଟି କରେ I ନୂତନ ନିୟମ ଏହି ବିଷୟରେ ଶିକ୍ଷା ଦିଏ ନାହିଁ ଯେ ଜଣେ ବିଶ୍ଵାସୀ ଚିତାକୁଟା କରିବା ଆବଶ୍ୟକ ନା ନାହିଁ I

୧ ପିତର ୩:୩-୪ ରେ ଆମକୁ ଏହି ଆଜ୍ଞା ଦିଆଯାଇଛି: “ପୁଣି କେଶବେଶ, ସୁବର୍ଣ୍ଣ ଆବରଣ ଓ ସୁନ୍ଦର ବସ୍ତ୍ର ପରିଧାନ, ଏପରି ଯେଉଁ ବାହାରି ଭୁଷଣ, ତାହା ତୁମ୍ଭମାନଙ୍କର ଭୁଷଣ ନ ହେଉ, ହୃଦୟର ଯେଉଁ କୋମଳ ଓ ଶାନ୍ତିଯୁକ୍ତ ଗୁପ୍ତ ସ୍ଵଭାବ ଈଶ୍ଵରଙ୍କ ଦୃଷ୍ଟିରେ ବହୁମୂଲ୍ୟ ତାହା ହିଁ ତୁମ୍ଭମାନଙ୍କର ଅକ୍ଷୟ ଭୁଷଣ ହେଉ” I ଖ୍ରୀଷ୍ଟିଆନ ମହିଳାମାନଙ୍କୁ ଏହି ଶାସ୍ତ୍ରାଂସଟି ନିର୍ଦ୍ଦେଶିତ କରାଯାଇଛି, କିନ୍ତୁ ଏଠାରେ ଏକ ନିୟମ ରହିଅଛି ଯାହା କି ଉପଯୁକ୍ତ ହୋଇପାରିବ: ନାମତଃ, ଜଣେ ବ୍ୟକ୍ତିର ବାହାରି ଆବରଣ ଆମ ଧ୍ୟାନର କେନ୍ଦ୍ର ହେବ ଉଚିତ ନୁହେଁ ଅନେକ ଚେଷ୍ଟା “କେଶ ସଜ୍ୟା” ଓ “ପୋଷକ ପରିଧାନ” ଏବଂ ଅଳଂକାର ଉପରେ ଦିଆଯାଇଥାଏ, କିନ୍ତୁ ଜଣେ ସ୍ତ୍ରୀର ପ୍ରକୃତ ସୌନ୍ଦର୍ଯ୍ୟ ସେଠାରେ ନ ଥାଏ I ସେହି ପ୍ରକାରେ, ଚିତାକୁଟା ଏବଂ ଶରୀରକୁ ଫୋଡ଼ିବା ହେଉଛି “ବାହାରି ଆବରଣ” ଏବଂ ଲିଂଗ ନିର୍ବିଶେଷରେ, ଆମେ “ଅନ୍ତରର ସ୍ଵଭାବ” କୁ ବୃଦ୍ଧି କରାଇବା ପାଇଁ ଅଧିକ ଚେଷ୍ଟିତ ହେବା ଆବଶ୍ୟକ I

ଚିତାକୁଟା ଓ ଶରୀରକୁ ଫୋଡ଼ିବା ସମ୍ପର୍କରେ, ଏକ ଉତ୍ତମ ପରୀକ୍ଷା ହେଉଛି ଏହା ନିର୍ଦ୍ଧାରଣ କରିବା ଯେ ଆମ ଭିତରୁ କେତେ ଜଣ ନିର୍ମଳ ବିବେକରେ ଈଶ୍ଵରଙ୍କ’ଠାରୁ ସେହି ବିଶେଷ କାର୍ଯ୍ୟ ପାଇଁ ଆଶୀର୍ବାଦ ମାଗିବା ଓ ଏହା ତାହାଙ୍କ ଉଦ୍ଦେଶ୍ୟ ନିମନ୍ତେ ବ୍ୟବହାର କରିବା ପାଇଁ ପ୍ରାର୍ଥନା କରିପାରିବା I “ତୁମ୍ଭେମାନେ ଭୋଜନ କର କି ପାନ କର ଅବା ଯାହା କିଛି କର, ଈଶ୍ଵରଙ୍କ ଗୌରବ ନିମନ୍ତେ ସବୁ କର” (୧ କରନ୍ଥୀୟ ୧୦:୩୧) I ନୂତନ ନିୟମ ନିର୍ଦ୍ଧିଷ୍ଟଭାବରେ ଚିତାକୁଟା ବା ଶରୀରକୁ ଫୋଡ଼ିବା ବିରୁଦ୍ଧରେ ଆଦେଶ ଦିଏ ନାହିଁ, କିନ୍ତୁ ଏହା ମଧ୍ୟ ଶିକ୍ଷା ଦିଏ ନାହିଁ ଯେ ଈଶ୍ଵର ଚିତାକୁଟା ବା ଶରୀରକୁ ଫୋଡ଼ିବା ଆମ ଠାରୁ ଆଶା କରନ୍ତି I

ଯେଉଁ ବିଷୟକୁ ବାଇବଲ ନିର୍ଦ୍ଧିଷ୍ଟରୂପେ ସମ୍ବୋଧନ କରେ ନାହିଁ ସେହିପରି ବିଷୟ ନିମନ୍ତେ ଏକ ବିଶେଷ ବାଇବଲ ସିଦ୍ଧାନ୍ତ ହେଲା ଯଦି ଏହା ଈଶ୍ଵରଙ୍କୁ ସନ୍ତୋଷ କରିବ ନା ନାହିଁ ସନ୍ଦେହ ସୃଷ୍ଟି ତେବେ ସେହି କାର୍ଯ୍ୟକୁ ନକରିବା ହିଁ ଉତ୍ତମ ହେବ I ରୋମୀୟ ୧୪:୨୩ ଆମକୁ ଚେତନା ଦିଏ ଯେ ଯେଉଁ ବିଷୟ ବିଶ୍ଵାସରୁ ଆସେ ନାହିଁ, ତାହା ପାପ ଅଟେ I ଆମେ ମନେ ରଖିବା ଆବଶ୍ୟକ ଯେ ଆମ ଶରୀର, ପ୍ରାଣ କ୍ରୟ କରାଯାଇଅଛି ଓ ତାହା ଈଶ୍ଵରଙ୍କର ଅଟେ I ଯଦିଓ ୧ କରନ୍ଥୀୟ ୬:୧୯-୨୦ ସିଧାସଳଖ ଚିତାକୁଟା ବା ଶରୀରକୁ ଫୋଡ଼ିବା କରିବା ସମ୍ପର୍କରେ ଆଲୋଚନା କରେ ନାହିଁ, ତଥାପି ଏହା ଆମକୁ ଏକ ବାର୍ତ୍ତା ଦିଏ: “ତୁମ୍ଭମାନଙ୍କ ଶରୀର ଯେ ଈଶ୍ଵରଙ୍କଠାରୁ ପ୍ରାପ୍ତ ତୁମ୍ଭମାନଙ୍କର ଅନ୍ତବାର୍ସି ପବିତ୍ରଆତ୍ମାଙ୍କ ମନ୍ଦିର, ଏହା କଅଣ ଜାଣ ନାହିଁ? ଆଉ, ତୁମ୍ଭେମାନେ ନିଜେ ନିଜର ନୁହଁ; କାରଣ ତୁମ୍ଭେମାନେ ବିଶେଷ ମୂଲ୍ୟରେ କିଣା ଯାଇଅଛ; ଏଣୁ ତୁମ୍ଭମାନଙ୍କ ଶରୀରରେ ଈଶ୍ଵରଙ୍କ ଗୌରବ ପ୍ରକାଶ କର”I ଆମେ ଯାହା କରୁ ଏବଂ ଯେଉଁ ସ୍ଥାନକୁ ଯାଉ ଏହି ମହାନ ସତ୍ୟତା ଆମ ଜୀବନରେ କାର୍ଯ୍ୟ କରିବା ଆବଶ୍ୟକ I ଯଦି ଆମ ଶରୀର ଈଶ୍ଵରଙ୍କର ଅଟେ, ଆମେ ସୁନିଶ୍ଚିତ କରିବା ଆବଶ୍ୟକ ଯେ ଆମ ଶରୀର ଉପରେ ଚିତାକୁଟା ଅବା ଫୋଡ଼ିବା ପୂର୍ବରୁ ଆମେ ଈଶ୍ଵରଙ୍କଠାରୁ ସ୍ପଷ୍ଟ ଅନୁମତି ପାଇ ଅଛୁ I

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ବାଇବଲ ଚିତା କୁଟାଇବା/ଶରୀରକୁ ଫୋଡ଼ିବା ସମ୍ପର୍କରେ କଅଣ କହେ?
© Copyright Got Questions Ministries