settings icon
share icon
ପ୍ରଶ୍ନ

ପଦ୍ଧତିଗତ (ସିଷ୍ଟମେଟିକ୍) ଈଶ୍ବରତତ୍ତ୍ବ କ'ଣ?

ଉତ୍ତର


"ପଦ୍ଧତିଗତ" କିଛି ବିଷୟକୁ ସୂଚାଏ ଯାହ ଏକ ପଦ୍ଧତିରେ ରଖାଯାଉଛି । ଅତଏବ, ପଦ୍ଧତିଗତ ଈଶ୍ବରତତ୍ତ୍ବ ହେଉଛି ବିଭିନ୍ନ ପଦ୍ଧତିରେ ଈଶ୍ବରତତ୍ତ୍ବର ବିଭାଜନ ଯାହା ଏହାର ବିଭିନ୍ନ ପରିସରକୁ ବୁଝାଇଥାଏ । ଉଦାହରଣ ସ୍ବରୂପ, ବାଇବଲର ଅନେକ ପୁସ୍ତକ ଦୂତମାନଙ୍କ ବିଷୟରେ ସୂଚନା ପ୍ରଦାନ କରେ । କୌଣସି ଗୋଟିଏ ପୁସ୍ତକ ଏକାକୀ ଦୂତମାନଙ୍କ ବିଷୟରେ ଥିବା ସମସ୍ତ ସୂଚନା ପ୍ରଦାନ କରେନାହିଁ । ପଦ୍ଧତିଗତ ଈଶ୍ବରତତ୍ତ୍ବ ବାଇବଲର ସମସ୍ତ ପୁସ୍ତକରୁ ଦୂତମାନଙ୍କ ବିଷୟରେ ସମସ୍ତ ସୂଚନା ନେଇଥାଏ ଏବଂ ଏହାକୁ ଦୂତତତ୍ତ୍ବ (angelology) ନାମକ ଏକ ପଦ୍ଧତିରେ ସଂଗଠନ କରେ । ତାହା ହିଁ ପଦ୍ଧତିଗତ ଈଶ୍ବରତତ୍ତ୍ବର ସମସ୍ତ ବିଷୟ - ଏହା ବାଇବଲର ଶିକ୍ଷାଗୁଡିକୁ ପ୍ରକାରଗତ ପଦ୍ଧତିଗୁଡିକରେ ପ୍ରଣାଳୀବଦ୍ଧ କରେ ।

ଈଶ୍ବର ପ୍ରୋପେର୍ (Proper) ବା ପାଟେରଲୋଜୀ (Paterology) ପିତା ଈଶ୍ବରଙ୍କ ଉପରେ ଅଧ୍ୟୟନ । କ୍ରିଷ୍ଟଲୋଜି ହେଉଛି ପୁତ୍ର ଈଶ୍ବର ବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଉପରେ ଅଧ୍ୟୟନ, ନ୍ୟୁମାଟୋଲୋଜୀ (Pneumatology) ହେଉଛି ଈଶ୍ବର ଏବଂ ପବିତ୍ରଆତ୍ମାଙ୍କ ଉପରେ ଅଧ୍ୟୟନ । ବିବ୍ଲିଓଲୋଜି (Bibliology) ହେଉଛି ବାଇବଲ ଉପରେ ଅଧ୍ୟୟନ । ସଟେରଲୋଜୀ (Soteriology) ହେଉଛି ପରିତ୍ରାଣ ଉପରେ ଅଧ୍ୟୟନ । ଏକ୍ଲେସିଓଲୋଜୀ (Ecclesiology) ହେଉଛି ମଣ୍ଡଳୀ ଉପରେ ଅଧ୍ୟୟନ । ଏସ୍କାଟଲୋଜୀ (Eschatology) ହେଉଛି ଶେଷ ସମୟ ଉପରେ ଅଧ୍ୟୟନ । ଆଞ୍ଜେଲୋଜୀ (Angelology) ହେଉଛି ଦୂତମାନଙ୍କ ଉପରେ ଅଧ୍ୟୟନ । ଖ୍ରୀଷ୍ଟିୟାନ ଡେମନୋଲୋଜୀ (Demonology) ହେଉଛି ଏକ ଖ୍ରୀଷ୍ଟିୟ ଅନ୍ତର୍ଦ୍ଦୃଷ୍ଟିରେ ପାପାତ୍ମା ବା ଭୂତଗୁଡିକ ଉପରେ ଅଧ୍ୟୟନ । ଖ୍ରୀଷ୍ଟିୟାନ ଆନ୍ଥ୍ରପଲୋଜୀ (Anthropology) ହେଉଛି ଖ୍ରୀଷ୍ଟିୟ ଅନ୍ତର୍ଦ୍ଦୃଷ୍ଟିରୁ ମନୁଷ୍ୟଜାତି ଉପରେ ଅଧ୍ୟୟନ । ହାମାର୍ଟିଅଲୋଜି (Hamartiology) ହେଉଛି ପାପ ଉପରେ ଅଧ୍ୟୟନ । ସିଷ୍ଟମେଟିକ୍ ଥିଓଲୋଜି (Systematic theology) ହେଉଛି ବାଇବଲକୁ ବୁଝିବା ଏବଂ ଏକ ସଂଗଠିତ ଉପାୟରେ ବାଇବଲ ଶିକ୍ଷା ଦେବାରେ ସାହାଯ୍ୟ କରୁଥିବା ଏକ ଗୁରୁତ୍ବପୂର୍ଣ୍ଣ ଉପକରଣ ଅଟେ ।

ପଦ୍ଧତିଗତ ଈଶ୍ବରତତ୍ତ୍ବ ସମେତ, ଈଶ୍ବରତତ୍ତ୍ବ ବିଭାଜନ ହୋଇପାରିବାର ଅନ୍ୟ ଉପାୟଗୁଡିକ ମଧ୍ୟ ଅଛି । ବାଇବଲ ସମ୍ବନ୍ଧୀୟ ଈଶ୍ବରତତ୍ତ୍ବ ବାଇବଲର ନିର୍ଦ୍ଧିଷ୍ଟ ଏକ ପୁସ୍ତକ (ପୁସ୍ତକଗୁଡିକ)ର ଅଧ୍ୟୟନ ଅଟେ ଏବଂ ଏହା କେନ୍ଦ୍ରିଭୂତ କରୁଥିବା ଈଶ୍ବରତତ୍ତ୍ବର ବିଭିନ୍ନ ଦିଗକୁ ପ୍ରାଧାନ୍ୟ ଦେଇଥାଏ । ଉଦାହରଣ ସ୍ବରୂପ, ସୁସମାଚାର ଯୋହନ ପୁସ୍ତକ ଏକ ଅତି କ୍ରିଷ୍ଟିଓଲୋଜିକାଲ୍ (Christological) ଯେହେତୁ ଏହା ଖ୍ରୀଷ୍ଟଙ୍କ ଈଶ୍ବରତ୍ବକୁ ଅଧିକ ସ୍ବଷ୍ଟ ଦୃଷ୍ଟିକୁ ଆଣିଥାଏ (ଯୋହନ ୧:୧, ୧:୪; ୮:୫୮; ୧୦:୩୦; ୨୦:୨୮) । ହିଷ୍ଟରିକାଲ୍ ବା ଐତିହାସିକ ଈଶ୍ବରତତ୍ତ୍ବ ତତ୍ତ୍ବଗୁଡିକର ଅଧ୍ୟୟନ ଏବଂ ଖ୍ରୀଷ୍ଟିୟ ମଣ୍ଡଳୀରେ ସେଗୁଡିକ କିପରି ଶହ ଶହ ବର୍ଷ ଧରି ବିକଶିତ ହୋଇଛି । ଡଗମାଟିକ୍ (Dogmatic) ଈଶ୍ବରତତ୍ତ୍ବ ହେଉଛି ପଦ୍ଧତିଗତ ହୋଇଥିବା ଈଶ୍ବରତତ୍ତ୍ବ ଥିବା କେତେକ ନିର୍ଦ୍ଧିଷ୍ଟ ଖ୍ରୀଷ୍ଟିୟ ଗୋଷ୍ଠୀର ତତ୍ତ୍ବସବୁର ଅଧ୍ୟୟନ - ଉଦାହରଣ ସ୍ବରୂପ, କାଲଭିନ୍ ମତବାଦୀ ଈଶ୍ବରତତ୍ତ୍ବ ଏବଂ ଈଶ୍ବରୀୟ ବିଧିବିଧାନ (dispensational) ଈଶ୍ବରତତ୍ତ୍ବ । କଣ୍ଟେମ୍ପରାରୀ (Contemporary) ଈଶ୍ବରତତ୍ତ୍ବ ହେଉଛି ଅଧୁନା ସ୍ବଷ୍ଟ ଦୃଷ୍ଟିକୁ ଆସିଥିବା ଈଶ୍ବରତତ୍ତ୍ବ ବା ବିକଶିତ କରିଥିବା ଈଶ୍ବରତତ୍ତ୍ବ ଗୁଡିକର ଅଧ୍ୟୟନ । ଯେଉଁ ପଦ୍ଧତିର ଈଶ୍ବରତତ୍ତ୍ବ ଅଧ୍ୟୟନ କରାଯାଉନା କାହିଁକି, ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଈଶ୍ବରତତ୍ତ୍ବ ହିଁ ଅଧ୍ୟୟନ କରାଯାଇଛି ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ପଦ୍ଧତିଗତ (ସିଷ୍ଟମେଟିକ୍) ଈଶ୍ବରତତ୍ତ୍ବ କ'ଣ?
© Copyright Got Questions Ministries