settings icon
share icon
ପ୍ରଶ୍ନ

ପ୍ରତିବଦଳାତ୍ମକ ପ୍ରାୟଶ୍ଚିତ କ’ଣ?

ଉତ୍ତର


ପ୍ରତିବଦଳାତ୍ମକ ପ୍ରାୟଶ୍ଚିତ ପାପୀମାନଙ୍କ ନିମନ୍ତେ ଏକ ପ୍ରତିବଦଳ ଭାବେ ଯୀଶୁଖ୍ରୀଷ୍ଟଙ୍କ ମରିବାକୁ ସୂଚାଏ । ଶାସ୍ତ୍ର ଶିକ୍ଷା ଦିଏ ଯେ ସମସ୍ତ ମନୁଷ୍ୟ ପାପୀ ଅଟନ୍ତି (ରୋମୀୟ ୩-୧୮,୨୩) । ପାପର ବେତନ ମୃତ୍ୟୁ । ରୋମୀୟ ୬:୨୩ରେ ଲେଖାଯାଏ “କାରଣ ପାପର ବେତନ ମୃତ୍ୟୁ କିନ୍ତୁ ଈଶ୍ଵରଙ୍କ ଅନୁଗ୍ରହଦାନ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହଭାଗୀତାରେ ଅନନ୍ତ ଜୀବନ ଅଟେ ।”

ଏହି ପଦ ଆମ୍ଭମାନଙ୍କୁ ଅନେକ ବିଷୟ ଶିକ୍ଷା ଦିଏ । ଖ୍ରୀଷ୍ଟଙ୍କ ବିନା ଆମେ ସମସ୍ତେ ମୃତ୍ୟୁ ଭୋଗ କରିବା ପାପର ବେତନ ରୂପେ ଅନନ୍ତକାଳ ନରକରେ ରହିବା । ଶାସ୍ତ୍ରରେ ମୃତ୍ୟୁକୁ “ ପରମେଶ୍ଵରଙ୍କ ଠାରୁ ପୃଥକ ହେବାକୁ” ଦର୍ଶାଏ । ସମସ୍ତେ ମୃତ୍ୟୁ ଭୋଗ କରିବେ , କିନ୍ତୁ କିଛି ଲୋକ ସ୍ଵର୍ଗରେ ପ୍ରଭୁଙ୍କ ସହିତ ଅନନ୍ତକାଳ ରହିବେ ଯେତେବେଳେକି ଅନ୍ୟମାନେ ଅନନ୍ତକାଳ ନରକରେ ରହିବେ । ଏହି ପଦରେ ମୃତ୍ୟୁ ନର୍କର ଜୀବନକୁ ଦର୍ଶାଏ । ଅର୍ଥାତ ଦ୍ଵିତୀୟ ବିଷୟକୁ ଯାହା ଏହି ପଦ ଶିକ୍ଷା ଦିଏ, ତାହା ହେଉଛି ଯୀଶୁଖ୍ରୀଷ୍ଟଙ୍କ ଦ୍ଵାରା ଅନନ୍ତ ଜୀବନ ଦିଆଯାଇଛି ।

ଯେବେ ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁ ଭୋଗ କଲେ ଯେବେ, ସେ କ୍ରୁଶବିଦ୍ଧ ହେଲେ । ଆମେ ସମସ୍ତେ ପାପମୟ ଜୀବନ କାଟୁଥିବାରୁ ଆମେ ମରିବା ନିମନ୍ତେ କ୍ରୁଶରେ ଟଙ୍ଗାଯିବାର ଯୋଗ୍ୟ ଅଟୁ । କିନ୍ତୁ ଆମ୍ଭମାନଙ୍କ ସ୍ଥାନରେ ଖ୍ରୀଷ୍ଟ ନିଜେ ସେହି ଦଣ୍ଡକୁ ନିଜ ଉପରେ ନେଲେ । ସେ ଆମ୍ଭମାନଙ୍କ ନିମନ୍ତେ ନିଜକୁ ପ୍ରତିବଦଳ କଲେ ଏବଂ ଆମ୍ଭମାନଙ୍କୁ ଯାହା ନ୍ୟାୟ ଭାବରେ ପାଇବାର ଯୋଗ୍ୟ ଥିଲା, ତାହା ସେ ନିଜ ଉପରେ ନେଲେ । “ଯାହାଙ୍କଠାରେ ପାପର ଲେଶମାତ୍ର ନ ଥିଲା ତାହାଙ୍କୁ ସେ ଆମ୍ଭମାନଙ୍କ ନିମନ୍ତେ ପାପ ସ୍ବରୂପ କଲେ ଯେପରି ଆମ୍ଭେମାନେ ତାହାଙ୍କ ଦ୍ବାରା ଈଶ୍ବରଙ୍କ ଧାର୍ମିକତା ସ୍ବରୂପ ହେଉ” (୨ କରିନ୍ଥୀୟ ୫:୨୧) ।

“ଆମ୍ଭେମାନେ ଯେପରି ପାପ ପ୍ରତି ମୃତ ହୋଇ ଧାର୍ମିକତା ନିମନ୍ତେ ଜୀବନଯାପନ କରୁ, ଏଥିନିମନ୍ତେ ସେ ଆପେ କ୍ରୁଶ ଉପରେ ନିଜ ଶରୀରରେ ଆମ୍ଭମାନଙ୍କ ସମସ୍ତ ପାପ ବହନ କଲେ ପୁଣି ତାହାଙ୍କ ପ୍ରହାରରେ ତୁମ୍ଭେମାନେ ସୁସ୍ଥ ହୋଇଅଛ” (୧ପିତର ୨:୨୪ ) । ଏଠାରେ ଆମେ ପୁନର୍ବାର ଦେଖୁ ଯେ ଆମେ ଯେଉଁ ପାପ କରିଛୁ ତାହାର ପାଉଣା ପରିଶୋଧ କରିବାକୁ ଖ୍ରୀଷ୍ଟ ନିଜ ଉପରକୁ ତାହା ନେଲେ । ପରବର୍ତ୍ତୀ ଅଳ୍ପକିଛି ପଦ ପରେ ଆମେ ପାଠ କରୁ “ଯେଣୁ ଆମ୍ଭମାନଙ୍କୁ ଈଶ୍ବରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକମାନଙ୍କ ନିମନ୍ତେ ପାପ ହେତୁ ଥରେ ମୃତ୍ୟୁଭୋଗ କଲେ, ଓ ଶରୀରରେ ମୃତ୍ୟୁଭୋଗ କଲେ ସତ କିନ୍ତୁ ଆତ୍ମାରେ ଜୀବିତ ହେଲେ ।” (୧ ପିତର ୩:୧୮) । ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଯେଉଁ ପ୍ରତିବଦଳର କାର୍ଯ୍ୟ କଲେ କେବଳ ସେ ବିଷୟରେ ଯେ ଏହି ସମସ୍ତ ପଦ ଶିକ୍ଷା ଦିଏ ତାହା ନୁହେଁ କିନ୍ତୁ ଏହା ମଧ୍ୟ ଶିକ୍ଷା ଦିଏ ଯେ ସେ ପ୍ରାୟଶ୍ଚିତ ଥିଲେ, ଅର୍ଥାତ୍‍ ମନୁଷ୍ୟ ପାପର ପାଉଣାକୁ ପରିଶୋଧ କଲେ ।

ପ୍ରତିବଦଳାତ୍ମକ ପ୍ରାୟଶ୍ଚିତ ବିଷୟରେ କହୁଥିବା ଆଉ ଏକ ଶାସ୍ତ୍ରାଂଶ ହେଉଛି ଯିଶାଇୟ ୫୩:୩ । ଏହି ପଦ ଆଗାମୀ ଖ୍ରୀଷ୍ଟଙ୍କ ବିଷୟରେ କୁହେ ଯାହାଙ୍କୁ ଆମ୍ଭମାନଙ୍କ ପାପ ନିମନ୍ତେ କ୍ରୁଶ ଉପରେ ମୃତ୍ୟୁଭୋଗ କରିବାକୁ ଥିଲା । ଭାବବାଣୀ ଟିକିନିଖି ଭାବରେ କୁହାଯାଇଛି ଏବଂ ଭାବବାଣୀ ଯେପରି ଭାବରେ କୁହାଯାଇଥିଲା କ୍ରୁଶବିଦ୍ଧ ଠିକ୍‍ ସେପରି ଭାବରେ ହିଁ ହୋଇଥିଲା । “ମାତ୍ର ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କ ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ; ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ ।” ପ୍ରତିବଦଳକୁ ଲକ୍ଷ୍ୟ କରନ୍ତୁ । ଏଠାରେ ଆମେ ପୁନର୍ବାର ଦେଖୁ ଯେ ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ପରିଶୋଧ କଲେ!

ଆମେ ନରକରେ ଚିରଦିନ ରହି ଦଣ୍ଡ ପାଇଥିଲେ ହିଁ ଆମେ ନିଜେ ପାପର ପାଉଣାକୁ ପରିଶୋଧ କରିପାରିଥାନ୍ତୁ । କିନ୍ତୁ ଈଶ୍ବରଙ୍କ ପୁତ୍ର, ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କ ପାପର ପରିଶୋଧ କରିବା ନିମନ୍ତେ ପୃଥିବୀକୁ ଆସିଲେ । ସେ ଆମ୍ଭମାନଙ୍କ ନିମନ୍ତେ ଏହା କରିଥିବାରୁ, ଆମ୍ଭମାନଙ୍କର ପାପ ଯେ କେବଳ କ୍ଷମା ହୋଇଛି ତାହା ନୁହେଁ କିନ୍ତୁ ଆମେ ତାଙ୍କ ସହ ଚିରଦିନ ମଧ୍ୟ ରହିବା । ଏହା କରିବା ନିମନ୍ତେ ଖ୍ରୀଷ୍ଟ ଆମ ନିମନ୍ତେ କ୍ରୁଶ ଉପରେ ଯାହା କରିଅଛନ୍ତି ସେଥିରେ ଆମର ବିଶ୍ବାସ ରଖିବାକୁ ହେବ । ଆମେ ନିଜକୁ ନିଜେ ରକ୍ଷା କରିପାରିବା ନାହିଁ; ଆମ୍ଭମାନଙ୍କର ସ୍ଥାନ ନେବା ନିମନ୍ତେ ଆମେ ଏକ ପ୍ରତିବଦଳର ଆବଶ୍ୟକ କରୁ । ଖ୍ରୀଷ୍ଟଙ୍କ ମୃତ୍ୟୁ ହେଉଛି ପ୍ରତିବଦଳାତ୍ମକ ପ୍ରାୟଶ୍ଚିତ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ପ୍ରତିବଦଳାତ୍ମକ ପ୍ରାୟଶ୍ଚିତ କ’ଣ?
© Copyright Got Questions Ministries