settings icon
share icon
ପ୍ରଶ୍ନ

ପରିତ୍ରାଣରେ ଈଶ୍ଵରଙ୍କ ସାର୍ବଭୌମତ୍ଵ ଓ ମନୁଷ୍ୟର ସ୍ଵତନ୍ତ୍ର ଇଛା କିପରି ଭାବରେ ଏକତ୍ରିତ କାର୍ଯ୍ୟ କରିଥାଏ?

ଉତ୍ତର


ଈଶ୍ଵରଙ୍କ ସାର୍ବଭୌମତ୍ଵ ଓ ମନୁଷ୍ୟର ସ୍ଵତନ୍ତ୍ର ଇଛା ଓ ଦାୟିତ୍ଵ ମଧ୍ୟରେ ଥିବା ସମ୍ପର୍କକୁ ସମ୍ପୂର୍ଣ୍ଣ ଭାବେ ଜାଣିବା ଆମ୍ଭମାନଙ୍କ ନିମନ୍ତେ ଅସମ୍ଭବ । ତାହା କେବଳ ଈଶ୍ଵର ହିଁ ଜାଣନ୍ତି ଯେ ତାହାଙ୍କ ପରିତ୍ରାଣର ଯୋଜନାରେ ତାହା କିପରି କାର୍ଯ୍ୟ କରିଥାଏ । ଈଶ୍ଵରଙ୍କ ପ୍ରକୃତି ଓ ତାହାଙ୍କ ସହିତ ଆମ୍ଭମାନଙ୍କ ସମ୍ପର୍କ ବିଷୟରେ ସମ୍ପୂର୍ଣ୍ଣ ଜାଣିବା ଅନ୍ୟ ବିଷୟଗୁଡ଼ିକ ଅପେକ୍ଷା ଏହି ବିଷୟରେ ତା’ଠାରୁ ଯେ ଅଧିକ କଠିଣ ତାହା ସ୍ଵୀକାର କରିବା ଅତି ଗୁରୁତ୍ଵପୂର୍ଣ୍ଣ ବିଷୟ ଅଟେ । ଅନ୍ୟ ପକ୍ଷରେ ଏହାକୁ ଅତ୍ୟଧିକ ଗଲେ ପରିତ୍ରାଣ ବିଷୟ ବିକୃତ ବୁଝାଯିବା ।

ଶାସ୍ତ୍ରରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ କେଉଁମାନେ ଉଦ୍ଧାର ପାଇବେ ତାହା ଈଶ୍ଵର ଜାଣନ୍ତି (ରୋମୀୟ ୮:୨୯; ୧ପିତର୧:୨) । ଏଫିସୀୟ ୧:୪ ଆମ୍ଭମାନଙ୍କୁ କୁହେ ଯେ ଈଶ୍ଵର ଆମ୍ଭମାନଙ୍କୁ “ଜଗତର ପତନାବଧି” ମନୋନୀତ କରିଅଛନ୍ତି । ବିଶ୍ଵାସୀମାନଙ୍କୁ ବାଇବଲ ବାରମ୍ବାର “ମନୋନୀତ ଲୋକେ” ଓ “ମନୋନୀତ” (ମାଥିଉ ୨୪:୧୨, ୩୧ ; ମାର୍କ ୧୩:୨୦, ୨୭; ରୋମୀୟ ୧୧:୭ ; ୧ତିମଥି ୫:୨୧ ; ୨ତିମଥି ୨:୧୦; ତିତସ ୧:୧ ; ୧ପିତର ୧:୧ ) ଭାବରେ କହିଆସିଛି (ରୋମୀୟ ୮:୩୩; ୧୧:୫ ; ଏଫିସୀୟ ୧:୧୧; କଲସୀୟ ୩:୧୨ ; ୧ଥେସଲନିକୀୟ ୧:୪ ; ୧ପିତର ୧:୧୨; ୨:୯) । ପ୍ରକୃତ କଥାଟି ହେଉଛି ବିଶ୍ଵାସୀମାନଙ୍କ ବିଷୟରେ ପୂର୍ବରୁ ଜଣାଯାଇଛି (ରୋମୀୟ ୮:୨୯-୩୦; ଏଫିସୀୟ ୧:୫, ୧୧ ) ଓ ସେମାନେ ପରିତ୍ରାଣ ନିମନ୍ତେ ନିର୍ବାଚିତ (ରୋମୀୟ ୯ :୧୧; ୧୧: ୨୮ ; ୨ପିତର ୧:୧୦) ହୋଇଥିବା ବିଷୟଟି ସରଳ ଭାବରେ ସ୍ପଷ୍ଟ କରାଯାଇଛି ।

ବାଇବଲ ମଧ୍ୟ କୁହେ ଯେ ଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତା ଭାବରେ ଗ୍ରହଣ କରିବା ନିମନ୍ତେ ଆମ୍ଭେମାନେ ଦାୟୀ ଅଟୁ ବା ତାହା ଆମ୍ଭମାନଙ୍କର ଦାୟିତ୍ଵ – ଆମ୍ଭେମାନେ କେବଳ ଏତିକି କରିବା ଓ ତାହା ହେଉଛି ଆମେ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିବା ଓ ଆମେ ଉଦ୍ଧାର ପାଇବା (ଯୋହନ ୩:୧୬; ରୋମୀୟ ୧୦:୯-୧୦) । କେଉଁମାନେ ଉଦ୍ଧାର ପାଇବେ ତାହା ଈଶ୍ଵର ଜାଣନ୍ତି, କେଉଁମାନେ ଉଦ୍ଧାର ପାଇବେ ତାହା ଈଶ୍ଵର ମନୋନୀତ କରନ୍ତି ଓ ଉଦ୍ଧାର ପାଇବା ନିମନ୍ତେ ଆମେ ନିହାତି ଖ୍ରୀଷ୍ଟଙ୍କୁ ମନୋନୀତ କରିବାକୁ ହେବ । ଏହି ତିନିଗୋଟି ବିଷୟ କିପରି ଏକାଠି କାର୍ଯ୍ୟ କରିଥାଏ ତାହା ଆମ୍ଭମାନଙ୍କ ସସୀମ ମନରେ ବୁଝିବା ଅସମ୍ଭବ ଅଟେ (ରୋମୀୟ ୧୧:୩୩-୩୬) । ଆମର ଦାୟିତ୍ଵ ହେଉଛି ଆମେ ସମଗ୍ର ଜଗତକୁ ସୁସମାଚାର ନେଇଯିବା (ମାଥିଉ ୨୮:୧୮-୨୦; ପ୍ରେରିତ ୧:୮) । ଆମେ ଈଶ୍ଵରଙ୍କ ପୂର୍ବଜ୍ଞାନ, ମନୋନୟନ ଓ ପୂର୍ବରୁ ମନୋନୀତ କରିବା ବା ଜାଣିବା ବିଷୟକୁ ଈଶ୍ଵରଙ୍କଠାରେ ଛାଡ଼ିଦେବା ଓ ସୁସମାଚାର ପ୍ରଚାର କରି କେବଳ ତାହାଙ୍କର ବାଧ୍ୟ ହେବା ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ପରିତ୍ରାଣରେ ଈଶ୍ଵରଙ୍କ ସାର୍ବଭୌମତ୍ଵ ଓ ମନୁଷ୍ୟର ସ୍ଵତନ୍ତ୍ର ଇଛା କିପରି ଭାବରେ ଏକତ୍ରିତ କାର୍ଯ୍ୟ କରିଥାଏ?
© Copyright Got Questions Ministries