settings icon
share icon
ପ୍ରଶ୍ନ

ମନୁଷ୍ୟର ପ୍ରାଣ ଏବଂ ଆତ୍ମା ମଧ୍ୟରେ ଭିନ୍ନତା କ'ଣ?

ଉତ୍ତର


ଶାସ୍ତ୍ର ମାନବଜାତିଠାରେ ଆରୋପ କରୁଥିବା ଦୁଇଟି ମୁଖ୍ୟ ଅପାର୍ଥିବ ରୂପ ହେଉଛି ପ୍ରାଣ ଏବଂ ଆତ୍ମା । ଏହି ଦୁଇଟି ମଧ୍ୟରେ ଥିବା ସବିଶେଷ ଭିନ୍ନତାକୁ ଚିହ୍ନିବାର ପ୍ରୟାସ କରିବା ଦ୍ବନ୍ଦାତ୍ମକ ହୋଇପାରେ । "ଆତ୍ମା" ଶବ୍ଦ ମାନବଜାତିର କେବଳ ଅପାର୍ଥିବ ଦିଗକୁ ବୁଝାଏ । ମନୁଷ୍ୟମାନଙ୍କର ଆତ୍ମା ଅଛି, କିନ୍ତୁ ଆମେ ଆତ୍ମା ନୋହୁଁ । ଅଥଚ, ଶାସ୍ତ୍ରରେ, କେବଳ ବିଶ୍ବାସୀମାନେ ଆତ୍ମିକ ଭାବେ ଜୀବିତ ଥିବାର କୁହାଯାଏ (୧କରିନ୍ଥୀୟ ୨:୧୧; ଏବ୍ରୀ ୪:୧୨; ଯାକୁବ ୨:୨୬) , ଅଥଚ ଅବିଶ୍ବାସୀମାନେ ଆତ୍ମିକ ଭାବେ ମୃତ (ଏଫିସୀୟ ୨:୧-୫; କଲସୀୟ ୨:୧୩) । ପାଉଲଙ୍କ ଲେଖାରେ ବିଶ୍ବାସୀଙ୍କ ଜୀବନରେ ଆତ୍ମିକ ମୁଖ୍ୟ ବିଷୟ ଥିଲା (୧କରିନ୍ଥୀୟ ୨:୧୪; ୩:୧; ଏଫିସୀୟ ୧:୩; ୫:୧୯; କଲସୀୟ ୧:୯; ୩:୧୬) । ଆତ୍ମା ମାନବଜାତିର ଉପାଦାନ ଯାହା ଈଶ୍ବରଙ୍କ ସହ ଏକ ଘନିଷ୍ଠ ସମ୍ପର୍କ ରଖିବାରେ ଆମ୍ଭମାନଙ୍କୁ ସକ୍ଷମତା ପ୍ରଦାନ କରେ । ଯେତେବେଳେ ବି "ଆତ୍ମା" ଶବ୍ଦ ବ୍ୟବହାର ହେଉଛି, ଏହା ମାନବଜାତିର ଅପାର୍ଥିବ ଅଂଶକୁ ବୁଝାଏ ଯାହା ନିଜେ ଆତ୍ମା ଥିବା ଈଶ୍ବରଙ୍କ (ଯୋହନ ୪:୨୪) ସହିତ "ସମ୍ପର୍କ" ସ୍ଥାପନ କରେ ।

"ପ୍ରାଣ" ଶବ୍ଦଟି ମାନବଜାତିର ଉଭୟ ଅପାର୍ଥିବ ଓ ପାର୍ଥିବ ଦିଗକୁ ବୁଝାଯାଇପାରିବ । ମନୁଷ୍ୟମାନଙ୍କର ଆତ୍ମା ଅଛି, କିନ୍ତୁ ମନୁଷ୍ୟମାନେ ପ୍ରାଣୀ ଅଟନ୍ତି । ଏହାର ସବୁଠାରୁ ଅଧିକ ମୌଳିକ ଅର୍ଥରେ, "ପ୍ରାଣ" ଶବ୍ଦଟି "ଜୀବନ" ବୁଝାଏ । ଅଥଚ, ଏହି ମୁଖ୍ୟ ଅର୍ଥ ବାହାରେ, ବାଇବଲ ଅନେକ ପ୍ରସଙ୍ଗରେ ଏହି ପ୍ରାଣ ବିଷୟରେ କୁହେ । ଏହିସବୁ ମଧ୍ୟରୁ ଗୋଟିଏ ହେଉଛି ପାପ କରିବା ନିମନ୍ତେ ମାନବଜାତିର ଆଗ୍ରହତା (ଲୂକ ୧୨:୨୬) । ମାନବଜାତି ପ୍ରାକୃତିକ ଭାବେ ମନ୍ଦ ଅଟେ, ଏବଂ ଫଳସ୍ବରୂପ ଆମ୍ଭମାନଙ୍କର ପ୍ରାଣ କଳୁଷିତ ହୋଇଛି । ପ୍ରାଣର ଜୀବନ ନୀତିନିୟମଟି ଶାରିରୀକ ମୃତ୍ୟୁ ସମୟରେ କାଢି ନିଆଯାଏ (ଆଦି ୩୫:୧୮; ଯିରିମିୟ ୧୫:୨) । ଆତ୍ମା ସହିତ ପ୍ରାଣ ଅନେକ ଆତ୍ମିକ ଏବଂ ଭାବପ୍ରବଣଗତ ଅନୁଭବଗୁଡିକର କେନ୍ଦ୍ର ଅଟେ (ଆୟୁବ ୩୦:୨୫; ଗୀତ ୪୩:୫; ଯିରିମିୟ ୧୩:୧୭) । ଯେତେବେଳେ ବି "ପ୍ରାଣ" ଶବ୍ଦଟି ବ୍ୟବହୃତ ହୁଏ, ଏହା ବ୍ୟକ୍ତି ଜୀବିତ ଥିଲା ସମୟରେ କିମ୍ବା ଜୀବନ ଚାଲିଗଲା ପରେ ବ୍ୟକ୍ତିର ସମଗ୍ର ଅଂଶକୁ ବୁଝାଏ ।

ପ୍ରାଣ ଏବଂ ଆତ୍ମା ସଂଯୁକ୍ତ ହୋଇ ରହିଅଛନ୍ତି କିନ୍ତୁ ଏହାକୁ ବିଚ୍ଛିନ୍ନ କରାଯାଇପାରେ (ଏବ୍ରୀ ୪:୧୨) । ପ୍ରାଣ ମାନବଜାତିର ମୁଖ୍ୟ ଅଂଶ ଅଟେ; ଏହା ହିଁ ଆମର ପ୍ରକୃତ ପରିଚୟ । ଆତ୍ମା ହେଉଛି ମାନବଜାତିର ରୂପ ଯାହା ଈଶ୍ବରଙ୍କ ସହ ସଂଯୁକ୍ତ ହୋଇଥାଏ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ମନୁଷ୍ୟର ପ୍ରାଣ ଏବଂ ଆତ୍ମା ମଧ୍ୟରେ ଭିନ୍ନତା କ'ଣ?
© Copyright Got Questions Ministries