settings icon
share icon
ପ୍ରଶ୍ନ

ଧୂମପାନର ଖ୍ରୀଷ୍ଟିୟ ମତ କ'ଣ? ଧୂମପାନ କରିବା ଏକ ପାପ କି?

ଉତ୍ତର


ବାଇବଲ ସିଧାସଳଖ ଧୂମପାନ ବିଷୟରେ ଉଲ୍ଲେଖ କରେନାହିଁ । ଅଥଚ, କେତେକ ନୀତି ଅଛି ଯାହା ନିଶ୍ଚିତ ଭାବରେ ଧୂମପାନ ନିମନ୍ତେ ପ୍ରଯୁଜ୍ୟ । ପ୍ରଥମତଃ, ବାଇବଲ ଆଦେଶ ଦିଏ ଯେ, ଆମ୍ଭମାନଙ୍କ ଶରୀରକୁ କୌଣସି ବିଷୟ ଦ୍ବାରା "ବଶୀଭୂତ" ହେବା ନିମନ୍ତେ ଅନୁମତି ନ ଦେବା । "ସମସ୍ତ ବିଷୟ ସାଧନ କରିବାକୁ ମୋହର ସ୍ବାଧୀନତା ଅଛି, କିନ୍ତୁ ସମସ୍ତ ବିଷୟ ହିତଜନକ ନୁହେଁ । ସମସ୍ତ ବିଶୟ ସାଧନ କରିବାକୁ ମୋହର ସ୍ବାଧୀନତା ଅଛି, କିନ୍ତୁ ମୁଁ କୌଣସି ବିଷୟର ବଶୀଭୂତ ହେବିନାହିଁ" (୧କରିନ୍ଥୀୟ ୬:୧୨) । ଧୂମପାନ ନିଃସନ୍ଦେହରେ ଅତ୍ୟନ୍ତ ମତ୍ତତା । ପରବର୍ତ୍ତୀ ସମୟରେ ସେହି ଶାସ୍ତ୍ରାଂଶରେ ଆମ୍ଭମାନଙ୍କୁ "ଅବା ତୁମ୍ଭମାନଙ୍କ ଶରୀର ଯେ ଈଶ୍ବରଙ୍କଠାରୁ ପ୍ରାପ୍ତ ତୁମ୍ଭମାନଙ୍କର ଅନ୍ତର୍ବାସୀ ପବିତ୍ରଆତ୍ମାଙ୍କ ମନ୍ଦିର, ଏହା କ'ଣ ଜାଣନାହିଁ? ଆଉ, ତୁମ୍ଭେମାନେ ନିଜେ ନିଜର ନୁହଁ । କାରଣ ତୁମ୍ଭେମାନେ ବିଶେଷ ମୂଲ୍ୟରେ କିଣା ଯାଇଅଛ; ଏଣୁ ତୁମ୍ଭମାନଙ୍କ ଶରୀରରେ ଈଶ୍ବରଙ୍କ ଗୌରବ ପ୍ରକାଶ କର" (୧କରିନ୍ଥୀୟ ୬:୧୯-୨୦) ବୋଲି କୁହାଯାଇଛି ।

ଧୂମପାନକୁ "ଲାଭଦାୟକ" (୧କରିନ୍ଥୀୟ ୬:୧୨) ବୋଲି ବିବେଚନା କରାଯାଇପାରିବକି? କୁହାଯାଇପାରିବକି ଯେ, ଆପଣଙ୍କ ଶରୀର ସହ ଧୂମପାନ ଈଶ୍ବରଙ୍କ ଗୌରବ ପ୍ରକାଶ କରେ (୧କରିନ୍ଥୀୟ ୬:୨୦)? ଜଣେ ବ୍ୟକ୍ତି "ଈଶ୍ବରଙ୍କ ଗୌରବ ନିମନ୍ତେ" (୧କରିନ୍ଥୀୟ ୧୦:୩୧) ଧୂମପାନ କରିପାରିବକି? ଆମେ ବିଶ୍ବାସ କରୁ ଯେ, ଏହି ସମସ୍ତ ତିନିଗୋଟି ପ୍ରଶ୍ନ ନିମନ୍ତେ ଥିବା ଉତ୍ତର "ନା" ଅଟେ । ଫଳ ସ୍ବରୂପ, ଆମେ ବିଶ୍ବାସ କରୁ ଯେ ଧୂମପାନ ହେଉଛି ପାପ ଏବଂ ଯୀଶୁଖ୍ରୀଷ୍ଟଙ୍କ ଅନୁଗାମୀ ଭାବରେ ଆମେ ଏହାର ଅଭ୍ୟାସ କରିବା ଉଚିତ୍ ନୁହେଁ ।

କେତେ ଲୋକ କୁହନ୍ତି ଯେ, ଅନେକ ଲୋକ ଅସ୍ବାସ୍ଥ୍ୟକର ଖାଦ୍ୟ ଖାଆନ୍ତି, ଯାହାକି ମତ୍ତତା ସହ ସମାନ ଏବଂ ଯାହା ଶରୀର ନିମନ୍ତେ ମଧ୍ୟ ସେହି ପ୍ରକାରେ ମନ୍ଦ ଅଟେ ଏବଂ ଏହା ସୂଚାଇ ସେମାନେ ଧୂମପାନ ପାପ ନୁହେଁ ବୋଲି କହି ଏହି ମତବାଦର ବିରୁଦ୍ଧାଚାରୀ ଅଟନ୍ତି । ଉଦାହରଣ ସ୍ବରୂପ, ଅନେକ ଲୋକ ଅସହାୟ ଭାବରେ କାଫେଁ ରେ ଏତେ ପରିମାଣରେ ଆସକ୍ତି ହୋଇଯାଇଥାନ୍ତି ଯେ, ସକାଳ ସମୟରେ ଏକ କପ୍ କଫି ପାନ ନ କଲେ ସେମାନେ ଚଳିପାରନ୍ତି ନାହିଁ । ଯେତେବେଳେ ଏହା ସତ୍ୟ ଅଟେ, ଏହା ଧୂମପାନକୁ କିପରି ଠିକ୍ ବୋଲି ଦର୍ଶାଏ? ଆମର ବିବାଦ ହେଉଛି ଖ୍ରୀଷ୍ଟିୟାନମାନେ ପେଟୁକ ମନୋଭାବ ଏବଂ ଅତ୍ୟଧିକ ଅସ୍ବାସ୍ଥ୍ୟକର ଖାଦ୍ୟରୁ ଦୂରରେ ରହିବା ଉଚିତ୍ । ହଁ, ଖ୍ରୀଷ୍ଟିୟାନମାନେ ଗୋଟିଏ ପାପକୁ ନିନ୍ଦା କରି ଏବଂ ଆଉ ଏକ ପାପକୁ ବିଚାରକୁ ନ ନେବା ଦ୍ବାରା କପଟାଚରଣ କରିଥାନ୍ତି, କିନ୍ତୁ, ପୁନଶ୍ଚ ଧୂମପାନ ଈଶ୍ବରଙ୍କୁ ଗୌରବ ଦିଏନାହିଁ ।

ଏହି ମତବାଦ ବିରୁଦ୍ଧରେ ଆଉ ଏକ ଯୁକ୍ତି ହେଉଛି ଯେ, ଅନେକ ଈଶ୍ବର ପରାୟଣ ବ୍ୟକ୍ତି ଧୂମପାନ କରୁଥିଲେ, ଯେପରିକି ବିଖ୍ୟାତ ବ୍ରିଟିଶ୍ ପ୍ରଚାରକ ସି.ଏଚ୍. ସ୍ବର୍ଜନ୍, ଯିଏକି ପିକା ସେବନ କରୁଥିଲେ ବୋଲି କୁହାଯାଏ । ପୁନଶ୍ଚ, ଆମେ ଏହି ଯୁକ୍ତିର କିଛି ଓଜନ ନାହିଁ ବୋଲି ବିଶ୍ବାସ କରୁ । ଆମେ ବିଶ୍ବାସ କରୁଯେ, ଧୂମପାନ କରି ସ୍ପର୍ଜନ୍ ଭୁଲ୍ କରୁଥିଲେ । ତଥାପି ସେ ଏକ ଈଶ୍ବରପରାୟଣ ବ୍ୟକ୍ତି ଏବଂ ଈଶ୍ବରଙ୍କ ବାକ୍ୟର ଅତି ଉତ୍କୃଷ୍ଟ ପ୍ରଚାରକ ଥିଲେ? ନିଶ୍ଚିତ ଭାବରେ! ତାଙ୍କ ସମସ୍ତ କାର୍ଯ୍ୟ ଏବଂ ଅଭ୍ୟାସଗୁଡିକ (ଧୂମପାନ) ଈଶ୍ବରଙ୍କୁ ଗୌରବ ପ୍ରଦାନ କରୁଥିଲାକି? ନା ।

ଧୂମପାନ ଏକ ପାପ ବୋଲି ଦର୍ଶାଇଲା ବେଳେ, ଆମେ ଦର୍ଶାଉନାହୁଁ ଯେ, ସମସ୍ତ ଧୂମପାନକାରୀ ଉଦ୍ଧାରପ୍ରାପ୍ତ ନ ଥିଲେ । ଯୀଶୁଖ୍ରୀଷ୍ଟଙ୍କଠାରେ ଏପରି ଅନେକ ପ୍ରକୃତ ବିଶ୍ବାସୀ ଅଛନ୍ତି, ଯେଉଁମାନେ କି ଧୂମପାନ କରନ୍ତି । ଧୂମପାନ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାରପ୍ରାପ୍ତ ହେବାରୁ ବିରତ କରିନପାରେ । ଏହା ଜଣେ ବ୍ୟକ୍ତିର ପରିତ୍ରାଣ ହରାଇବାର କାରଣ ମଧ୍ୟ ହୋଇନପାରେ । ଜଣେ ଖ୍ରୀଷ୍ଟିୟାନ ହୋଇଥିବା ବ୍ୟକ୍ତି କିମ୍ବା ଈଶ୍ବରଙ୍କୁ ଜଣେ ଖ୍ରୀଷ୍ଟିୟାନ ତା' ପାପ ସ୍ବୀକାର କରିବା ନିମନ୍ତେ ଧୂମପାନ ଅନ୍ୟ କୌଣସି ପାପଠାରୁ କମ୍ କ୍ଷମାଯୋଗ୍ୟ ନୁହେଁ (୧ଯୋହନ ୧:୯) । ସେହି ଏକା ସମୟରେ, ଆମେ ଦୃଢ ଭାବେ ବିଶ୍ବାସ କରୁଯେ, ଧୂମପାନ ହେଉଛି ଏକ ପାପ ଯାହାକୁ ଈଶ୍ବରଙ୍କ ସାହାଯ୍ୟରେ ପରିତ୍ୟାଗ ଏବଂ ଜୟଯୁକ୍ତ କରାଯିବା ଉଚିତ୍ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଧୂମପାନର ଖ୍ରୀଷ୍ଟିୟ ମତ କ'ଣ? ଧୂମପାନ କରିବା ଏକ ପାପ କି?
© Copyright Got Questions Ministries