ବିବାହ ପୂର୍ବରୁ ଯୌନ ସମ୍ପର୍କ / ପ୍ରାକ ବୈବାହିକ ଯୌନ ସମ୍ପର୍କ ବିଷୟରେ ବାଇବଲ କ'ଣ କୁହେ?



ପ୍ରଶ୍ନ: ବିବାହ ପୂର୍ବରୁ ଯୌନ ସମ୍ପର୍କ / ପ୍ରାକ ବୈବାହିକ ଯୌନ ସମ୍ପର୍କ ବିଷୟରେ ବାଇବଲ କ'ଣ କୁହେ?

ଉତ୍ତର:
ବିବାହ ପୂର୍ବରୁ ଯୌନ ସମ୍ପର୍କ ବିଷୟରେ ନିର୍ଭୁଲଭାବେ ଉଲ୍ଲେଖ କରିବା ନିମନ୍ତେ ବାଇବଲରେ କୌଣସି ହିବ୍ରୁ କିମ୍ବା ଗ୍ରୀକ୍ ଶବ୍ଦ ବ୍ୟବହାର କରାଯାଇନାହିଁ | ବାଇବଲ ନିଃସନ୍ଦେହରେ ବ୍ୟଭିଚାର ଓ ଯୌନ ଅଶୁଚିତାକୁ ନିନ୍ଦା କରେ, କିନ୍ତୁ ବିବାହ ପୂର୍ବର ଯୌନ ସମ୍ପର୍କକୁ ଯୌନ ଅଶୁଚିତା ଭାବେ ଧରାଯାଏକି? ୧କରିନ୍ଥୀୟ ୭:୨ ଅନୁଯାୟୀ ଏହାର ସ୍ବଷ୍ଟ ଉତ୍ତର "ହଁ": "କିନ୍ତୁ ବ୍ୟଭିଚାର ଭୟ ହେତୁ ପ୍ରତ୍ୟେକ ପୁରୁଷର ନିଜର ଭାର୍ଯ୍ୟା ଥାଉ, ଆଉ ପ୍ରତ୍ୟେକ ସ୍ତ୍ରୀ'ର ନିଜର ସ୍ବାମୀ ଥାଉ |" ଏହି ପଦରେ, ପାଉଲ ଉଲ୍ଲେଖ କରନ୍ତି ଯେ, ଯୌନ ଅଶୁଚିତାର "ପ୍ରତିକାର" ହେଉଛି ବିବାହ | ପ୍ରଥମ କରିନ୍ଥୀୟ ୭:୨ ମୂଳତଃ କୁହେ ଯେ, ଯେହେତୁ ଲୋକମାନେ ନିଜ ନିଜକୁ ନିୟନ୍ତ୍ରଣ କରିପାରିବେ ନାହିଁ ତେଣୁ ଅନେକେ ବିବାହ ବହିର୍ଭୁତ ଯୌନ ଅଶୁଚିତାରେ କଳୁଷିତ ହୁଅନ୍ତି, ତେଣୁ ଲୋକେ ବିବାହ କରିବା ଭଲ | ତା'ପରେ ସେମାନେ ଏକ ନୈତିକ ଉପାୟରେ ସେମାନଙ୍କର ଅଭିଳାଷକୁ ପୂରଣ କରିପାରିବେ |

ଯେହେତୁ ଯୌନ ଅଶୁଚିତାର ସଂଜ୍ଞାରେ ୧କରିନ୍ଥୀୟ ୭:୨ ସ୍ବଷ୍ଟ ଭାବେ ବିବାହ ପୂର୍ବର ଯୌନ ସମ୍ପର୍କକୁ ଅନ୍ତର୍ଭୁକ୍ତ କରେ, ତେଣୁ ଯୌନ ଅଶୁଚିତାକୁ ପାପପୂର୍ଣ୍ଣ ବୋଲି ନିନ୍ଦା କରୁଥିବା ସମସ୍ତ ବାଇବଲ ପଦ ବିବାହ ପୂର୍ବରୁ ଯୌନ ସମ୍ପର୍କ ପାପପୂର୍ଣ୍ଣ ବୋଲି ନିନ୍ଦା କରେ | ବିବାହ ପୂର୍ବରୁ ଯୌନ ସମ୍ପର୍କ ଯୌନ ଅଶୁଚିତାର ବାଇବଲ ସମ୍ମତ ସଂଜ୍ଞାରେ ଅନ୍ତର୍ଭୁକ୍ତ କରାଯାଇଛି | ବିବାହ ପୂର୍ବରୁ ଯୌନସମ୍ପର୍କ ପାପ ବୋଲି କହିବାର ଅନେକ ସଂଖ୍ୟକ ଶାସ୍ତ୍ରାଂଶ ଅଛି (ପ୍ରେରିତ ୧୫:୨୦; ୧କରିନ୍ଥୀୟ ୫:୧; ୬:୧୩, ୧୮; ୧୦:୮; ୨କରିନ୍ଥୀୟ ୧୨:୨୧; ଗାଲାତୀୟ ୫:୧୯; ଏଫିସୀୟ ୫:୩; କଲସୀୟ ୩:୫; ୧ଥେସଲନିକୀୟ ୪:୩; ଯିହୂଦା ୭) | ବାଇବଲ ବିବାହ ପୂର୍ବରୁ ସମ୍ପୂର୍ଣ୍ଣ ସମ୍ଭୋଗ ବିରତିକୁ ପ୍ରୋତ୍ସାହିତ କରେ | କେବଳ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ଯୌନ ସମ୍ପର୍କ ହେଉଛି ଏକମାତ୍ର ଯୌନ ସମ୍ଭୋଗ ପ୍ରକାର ଯାହାକୁ ଈଶ୍ବର ଅନୁମୋଦନ କରନ୍ତି (ଏବ୍ରୀ ୧୩:୪) |

ଅନେକ ସମୟରେ ଆମେ ଯୌନ ସମ୍ପର୍କର ଅନ୍ୟ ଏକ ଦିଗ - ପ୍ରଜନନକୁ ଚିହ୍ନିବା କାର୍ଯ୍ୟକୁ ବାଦ୍ ଦେଇ"ଆମୋଦପ୍ରମୋଦ" ଦିଗ ଉପରେ ହିଁ ଦୃଷ୍ଟି କେନ୍ଦ୍ରୀଭୂତ କରିଥାଉ | ବିବାହ ଅନ୍ତର୍ଭୁକ୍ତ ଯୌନସମ୍ପର୍କ ସୁଖମୟ, ଏବଂ ଈଶ୍ବର ଏହାକୁ ଏହିପରି ଭାବରେ ହିଁ ପରିକଳ୍ପନା କରିଅଛନ୍ତି | ଈଶ୍ବର ବିବାହର ସୀମାବଦ୍ଧତା ମଧ୍ୟରେ ହିଁ ଯୌନ କାର୍ଯ୍ୟକଳାପକୁ ପୁରୁଷ ଓ ସ୍ତ୍ରୀ ଉପଭୋଗ କରିବା ଚାହାନ୍ତି | ପରମଗୀତ ଏବଂ ଅନ୍ୟ ବହୁତ ବାଇବଲ ଶାସ୍ତ୍ରାଂଶସକଳ (ଯେପରିକି ହିତୋପଦେଶ ୫:୧୯) ସ୍ବଷ୍ଟ ଭାବେ ଯୌନ ସମ୍ପର୍କର ସୁଖକୁ ବର୍ଣ୍ଣନା କରନ୍ତି | ଅଥଚ, ଦମ୍ପତ୍ତି (ସ୍ବାମୀ ଓ ସ୍ତ୍ରୀ) ବୁଝିବା ଉଚିତ୍ ଯେ ଯୌନ ସମ୍ପର୍କ ନିମନ୍ତେ ଈଶ୍ବରଙ୍କ ଉଦ୍ଦେଶ୍ୟ ହେଉଛି ସନ୍ତାନ ସନ୍ତାନ ଜାତ କରିବା | ଏହିପରି ଭାବରେ, ବିବାହ ପୂର୍ବରୁ ଏକ ଦମ୍ପତ୍ତିଙ୍କର ଯୌନ ସମ୍ପର୍କ ଦୁଇଗୁଣରେ ଭୁଲ୍ ଅଟେ - ସେମାନେ ଏପରି ଏକ ସୁଖ ଅନୁଭବ କରୁଛନ୍ତି ଯାହା ସେମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ନୁହେଁ, ଏବଂ ପ୍ରତି ସନ୍ତାନ ନିମନ୍ତେ ଈଶ୍ବର ରଖିଥିବା ପରିବାର ଢାଞ୍ଚାର ପରିସର ବାହାରେ ସେମାନେ ମନୁଷ୍ୟ ଜୀବନ ସୃଷ୍ଟି କରିବାର ଏକ ସୁଯୋଗ ନେଉଛନ୍ତି |

ଯଦିଓ ବାସ୍ତବିକତା ଭୁଲରୁ ଠିକ୍ ନିର୍ଦ୍ଧାରଣ କରେନାହିଁ, ଯଦି ବିବାହ ପୂର୍ବରୁ ଯୌନ ସମ୍ପର୍କ ବିଷୟରେ ଥିବା ବାଇବଲ୍ ବାର୍ତ୍ତାଗୁଡିକ ପାଳନ କରାଯାଇଥାନ୍ତେ, ତେବେ ଅତି କମ୍ ପରିମାଣର ଯୌନ ସଂକ୍ରମିତ ରୋଗଗୁଡିକ ହୋଇଥାନ୍ତେ, ଅତି କମ୍ ପରିମାଣର ଗର୍ଭପାତ ହୋଇଥାନ୍ତେ, ଅତି କମ୍ ପରିମାଣର ଅବିବାହିତ ମା ଓ ଅବିବାହିତ ଗର୍ଭଧାରଣ ହୋଇଥାନ୍ତେ, ଏବଂ ଅତି କମ୍ ସଂଖ୍ୟକ ପିତାମାତ ବିହୀନ ପିଲାମାନେ ବୃଦ୍ଧି ପାଇଥାନ୍ତେ | ସମ୍ଭୋଗରୁ ବିରତି ହେଉଛି ଈଶ୍ବରଙ୍କ ଏକମାତ୍ର ନୀତି ଯେତେବେଳେ ଏହା ବିବାହ ପୂର୍ବରୁ ଯୌନ ସମ୍ପର୍କ ହୋଇଥାଏ | ସମ୍ଭୋଗରୁ ବିରତି ରହିବା ଜୀବନ ରକ୍ଷା କରେ, ଶିଶୁମାନଙ୍କୁ ସୁରକ୍ଷା ଦିଏ, ଯୌନ ସମ୍ପର୍କକୁ ଏକ ସଠିକ୍ ମୂଲ୍ୟ ପ୍ରଦାନ କରେ, ଅତି ଗୁରୁତ୍ବପୂର୍ଣ୍ଣଭାବେ ଏହା ଈଶ୍ବରଙ୍କୁ ଗୌରବ ପ୍ରଦାନ କରେ |



ଓଡିଆ ହୋମ୍ ପେଜକୁ ପ୍ରତ୍ୟାବର୍ତ୍ତନ କରନ୍ତୁ



ବିବାହ ପୂର୍ବରୁ ଯୌନ ସମ୍ପର୍କ / ପ୍ରାକ ବୈବାହିକ ଯୌନ ସମ୍ପର୍କ ବିଷୟରେ ବାଇବଲ କ'ଣ କୁହେ?