settings icon
share icon
ପ୍ରଶ୍ନ

ସାତଗୋଟି ମାରାତ୍ମକ ପାପ କ'ଣ?

ଉତ୍ତର


ସାତଗୋଟି ମାରାତ୍ମକ ପାପ ହେଉଛି ଏକ ତାଲିକା ଯାହା ମୂଳତଃ ଆଦ୍ୟ ଖ୍ରୀଷ୍ଟିୟ ଶିକ୍ଷା ଗୁଡିକରେ ପତିତ ମନୁଷ୍ୟର ପାପ ପ୍ରବୃତ୍ତି ବିଷୟରେ ଅନୁଗାମୀଗଣଙ୍କୁ ଶିକ୍ଷିତ କରିବା ଏବଂ ଶିକ୍ଷା ଦେବା । ସାତଗୋଟି "ମାରାତ୍ମକ" ପାପର ତାଲିକା ବିଷୟରେ ଥିବା ଭ୍ରାନ୍ତ ଧାରଣା ହେଉଛି ଯେ, ସେଗୁଡିକ ହେଉଛି ଏପରି ପାପ ଯାହାକୁ ଈଶ୍ବର କ୍ଷମା ଦେବେନାହିଁ । ବାଇବଲ ସ୍ବଷ୍ଟ ଭାବେ କୁହେ ଯେ,ଏକମାତ୍ର ପାପ ଯାହା ଈଶ୍ବର କ୍ଷମା ଦେବେନାହିଁ, ତାହା ହେଉଛି ଅବିରତ ଅବିଶ୍ବାସ, କାରଣ ଏହା କ୍ଷମା ପାଇବା ନିମନ୍ତେ ଏକମାତ୍ର ମାଧ୍ୟମ - ଯୀଶୁଖ୍ରୀଷ୍ଟ ଏବଂ କ୍ରୁଶ ଉପରେ ତାଙ୍କ ପ୍ରତିବଦଳାତ୍ମକ ମୃତ୍ୟୁକୁ ଅଗ୍ରାହ୍ୟ କରେ ।

ସାତଗୋଟି ମାରାତ୍ମକ ପାପର ଧାରଣା ବାଇବଲ ସମ୍ମତ କି? ହଁ ଏବଂ ନା । ହିତୋପଦେଶ ୬:୧୬-୧୯ ଘୋଷଣା କରେ, "ଛ' ଗୋଟି ବିଷୟକୁ ସଦାପ୍ରଭୁ ଘୃଣା କରନ୍ତି, ସପ୍ତବସ୍ତୁ ମଧ୍ୟ ତାହାଙ୍କର ଘୃଣାଯୋଗ୍ୟ । (୧) ଅହଙ୍କାର ଦୃଷ୍ଟି, (୨) ମିଥ୍ୟାବାଦୀ ଜିହ୍ବା ଓ (୩) ନିର୍ଦ୍ଦୋଷର ରକ୍ତପାତକାରୀ-ହସ୍ତ; (୪) ଅନିଷ୍ଟ ଚିନ୍ତକ ଅନ୍ତଃକରଣ, (୫) କୁକର୍ମ କରିବାକୁ ବେଗଗାମୀ ଚରଣ; (୬) ମିଥ୍ୟାସାକ୍ଷୀ ଯେ ମିଥ୍ୟା କହେ ଓ (୭) ଯେ ଭାଇମାନଙ୍କ ମଧ୍ୟରେ କଳିର ବୀଜ ବୁଣଇ ।

୬ଷ୍ଠ ଶତାବ୍ଦୀରେ ଥିବା ପୋପ୍ ଗ୍ରେଗୋରୀ ଦ ଗ୍ରେଟ୍ (Pope Gregory the Great)ଙ୍କ ଅନୁଯାୟୀ ସାତତୋଟି ମାରାତ୍ମକ ପାପ ନିମ୍ନ ପ୍ରକାରେ ଅଟେ: ଗର୍ବ, ଈର୍ଷା, ପେଟୁକ, କାମନା, କ୍ରୋଧ, ଲୋଭ ଏବଂ ଅଳସୁଆମି । ଯଦିଓ ଅଣ-ଅନସ୍ବୀକାର୍ଯ୍ୟ ଭାବେ ପାପଗୁଡିକ, ତଥାପି ବାଇବଲରେ ସେଗୁଡିକୁ କେବେବି "ସାତଗୋଟି ମାରାତ୍ମକ ପାପ" ଭାବରେ ବର୍ଣ୍ଣନ ପ୍ରଦାନ କରାଯାଏନାହିଁ । ସାତଗୋଟି ମାରାତ୍ମକ ପାପର ପାରମ୍ପରିକ ତାଲିକା ବିଦ୍ୟମାନ ଥିବା ଅନେକ ପ୍ରକାରର ପାପକୁ ବିଭାଗ କରିବା ନିମନ୍ତେ ଉତ୍ତମ ପଦ୍ଧତି ଭାବରେ କାର୍ଯ୍ୟ କରାଯାଇପାରିବ । ପାଖାପାଖି ପ୍ରତ୍ୟେକ ପ୍ରକାରର ପାପକୁ ଏହି ସାତଗୋଟି ପ୍ରକାରର ପାପ ମଧ୍ୟରୁ ଗୋଟିଏ ପ୍ରକାର ମଧ୍ୟକୁ ନିଆଯାଇପାରେ । ଅଧିକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏହି ସାତଗୋଟି "ମାରାତ୍ମକ" ପାପ ଅନ୍ୟ ଯେକୌଣସି ପାପ ଅପେକ୍ଷା ଅଧିକ ଆଉ ଅଧିକ "ମାରାତ୍ମକ" ନୁହେଁ । ସମସ୍ତ ପାପର ପରିଣତି ହେଉଛି ମୃତ୍ୟୁ (ରୋମୀୟ ୬:୨୩) । ଈଶ୍ବରଙ୍କର ପ୍ରଶଂସା ହେଉଯେ, ଯୀଶୁଖ୍ରୀଷ୍ଟଙ୍କ ଦ୍ବାରା "ସାତଗୋଟି ମାରାତ୍ମକ ପାପ" ସମେତ ଆମ୍ଭମାନଙ୍କର ସମସ୍ତ ପାପ କ୍ଷମା ହୋଇପାରିବ (ମାଥିଉ ୨୬:୨୮; ପ୍ରେରିତ ୧୦:୪୩; ଏଫିସୀୟ ୧:୭) ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ସାତଗୋଟି ମାରାତ୍ମକ ପାପ କ'ଣ?
© Copyright Got Questions Ministries