settings icon
share icon
ପ୍ରଶ୍ନ

ଗଣକମାନଙ୍କ ବିଷୟରେ ଖ୍ରୀଷ୍ଟିୟ ମତବାଦ କ'ଣ?

ଉତ୍ତର


ବାଇବଲ ଅତି ଦୃଢ ଭାବରେ ଭୂତପ୍ରେତ ବିଦ୍ୟା, ଗୁଣିବିଦ୍ୟା, ତନ୍ତ୍ର ବିଦ୍ୟା ଏବଂ ଗଣକ ବିଦ୍ୟା ନିନ୍ଦା କରେ (ଲେବୀୟ ୨୦:୨୭; ଦ୍ବିତୀୟ ବିବରଣ ୧୮:୧୦-୧୩) । ଜ୍ୟୋଃତିଷ ଶାସ୍ତ୍ର, ଶୁଆ ପାଞ୍ଜି, ଜ୍ୟୋଃତିଷ ଶାସ୍ତ୍ର, ଭାଗ୍ୟ ଗଣକ, ହାତ ଦେଖା ପାଞ୍ଜି ଏବଂ ପ୍ରେତାତ୍ମା ସଂଯୋଗ ବିଦ୍ୟା ଏହି ପ୍ରକାରରେ ଯାଏ । ଏହି ସମସ୍ତ କାର୍ଯ୍ୟଗୁଡିକ ସେହି ଧାରଣା ଉପରେ ପର୍ଯ୍ୟବେସିତ ଯାହା କୁହେ ଯେ ଉପଦେଶ ଏବଂ ପଥ ପ୍ରଦର୍ଶନ କରାଉଥିବା ଈଶ୍ବରଗଣ, ଆତ୍ମାଗଣ ଏବଂ ମୃତ ସମ୍ପର୍କୀୟମାନେ ଅଛନ୍ତି । ଏହି ସମସ୍ତ "ଈଶ୍ବରଗଣ" ବା "ଆତ୍ମାଗଣ" ଭୂତଗଣ ଅଟନ୍ତି (୨କରିନ୍ଥୀୟ ୧୧:୧୪-୧୫) । ମୃତ ପ୍ରିୟଜନମାନେ ଯେ ଆମ୍ଭମାନଙ୍କ ସହ ସମ୍ପର୍କ ରଖି ପାରନ୍ତି ଏ ବିଷୟ ବିଶ୍ବାସ କରିବା ନିମନ୍ତେ ବାଇବଲରେ କୌଣସି କାରଣ ନାହିଁ । ଯଦି ସେମାନେ ବିଶ୍ବାସୀ ଅଟନ୍ତି, ସେମାନେ ସ୍ବର୍ଗରେ ଥାଇ ସବୁଠାରୁ ଅଧିକ ଆଶ୍ଚର୍ଯ୍ୟଜନକ ଏକ ପ୍ରେମମୟ ଈଶ୍ବରଙ୍କ ସହଭାଗୀତାରେ ରହିଅଛନ୍ତି । ଯଦି ସେହି ମୃତ ବ୍ୟକ୍ତିଗଣ ବିଶ୍ବାସୀ ନୁହନ୍ତି, ସେମାନେ ନରକରେ ଥାଇ ଈଶ୍ବରଙ୍କ ପ୍ରେମକୁ ପ୍ରତ୍ୟାଖ୍ୟାନ କରିବା ଦ୍ବାରା ଏବଂ ତାଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ଦ୍ବାରା ଅସରନ୍ତି ଯନ୍ତ୍ରଣା ଭୋଗ କରୁଅଛନ୍ତି ।

ତେଣୁ, ଯଦି ଆମ୍ଭମାନଙ୍କର ପ୍ରିୟଜନମାନେ ଆମ୍ଭମାନଙ୍କ ସହ ସମ୍ପର୍କ ରଖିପାରୁନାହାନ୍ତି, କିପରି ଗୁଣିଆମାନେ, ଭୂତପ୍ରେତ ବିଦ୍ୟା ଥିବା ଲୋକମାନେ ଏବଂ ଗଣକମାନେ ଏପରି ସଠିକ୍ ତଥ୍ୟ ପାଇପାରୁଛନ୍ତି? ଅନେକ ଗଣକମାନେ ଭଣ୍ଡ ବୋଲି ଜଣାପଡିଯାଇଛନ୍ତି । ପ୍ରମାଣିତ ହୋଇ ଜଣାଯାଇଛି ଯେ, ଗଣକମାନେ ଜଣେ ବ୍ୟକ୍ତିଙ୍କ ବିଷୟରେ ଅତ୍ୟଧିକ ପରିମାଣର ତଥ୍ୟ ସାଧାରଣ ମାଧ୍ୟମରେ ପ୍ରାପ୍ତ ହେଉଛନ୍ତି । ବେଳେବେଳେ କେବଳ ଫୋନ୍ କରୁଥିବା ବ୍ୟକ୍ତିର ଆଇଡ଼ି. ଦ୍ବାରା ଏକ ଟେଲିଫୋନ୍ ବ୍ୟବହାର କରି କିମ୍ବା ଇଣ୍ଟେରନେଟ୍ ସର୍ଚ୍ଚ୍ କରି ଜଣେ ଗଣକ ନାମ, ଠିକଣା, ଜନ୍ମ ତାରିଖ, ବିବାହ ତାରିଖ, ପରିବାର ସଦସ୍ୟଗଣ ଇତ୍ୟାଦି ବିଷୟରେ ଜାଣିପାରୁଛନ୍ତି । ଅଥଚ, ଅଣ-ଅସ୍ବୀକାର୍ଯ୍ୟ ଯେ, ଗଣକମାନଙ୍କ ନିମନ୍ତେ ଯାହା ଅସମ୍ଭବ ଏପରି ବିଷୟଗୁଡିକ ସେମାନେ ଜାଣିପାରୁଛନ୍ତି । ସେମାନେ ଏହି ସମସ୍ତ ତଥ୍ୟକୁ କେଉଁଠାରୁ ପାଉଛନ୍ତି? ଉତ୍ତର ହେଉଛି ଶୟତାନ ଏବଂ ତାହାର ଦୂତଗଣଙ୍କ ଦ୍ବାରା । "ଆଉ ଏହା ଆଶ୍ଚର୍ଯ୍ୟ ନୁହେଁ, କାରଣ ଶୟତାନ ନିଜେ ଦୀପ୍ତିମୟ ଦୂତର ବେଶ ଧାରଣ କରେ । ଅତଏବ, ଯଦି ତାହାର ସେବକମାନେ ମଧ୍ୟ ଧାର୍ମିକତାର ସେବକମାନଙ୍କ ବେଶ ଧାରଣ କରନ୍ତି, ତେବେ ତାହା ବଡ ବିଷୟ ନୁହେଁ; ସେମାନଙ୍କ ଶେଷ ଦଶା ସେମାନଙ୍କ କର୍ମ ଅନୁସାରେ ଘଟିବ " (୨କରିନ୍ଥୀୟ ୧୧:୧୪-୧୫) । ପ୍ରେରିତ ୧୬:୧୬-୧୮ ଏକ ଭାଗ୍ୟଗଣନାକାରୀଙ୍କ ବିଷୟରେ ବର୍ଣ୍ଣନା କରେ ଯାହାଙ୍କଠାରୁ ଏକ ଭୂତକୁ ପାଉଲ ଧମକ ନ ଦେବା ଯାଏ ସେ ଭବିଷ୍ୟତ କହିପାରୁଥିଲେ ।

ଶୟତାନ ଦୟାଳୁ ଏବଂ ସାହାଯ୍ୟକାରୀ ହେବା ପରି ଛଳନା କରେ । ସେ ଉତ୍ତମ ହେବା ପରି ଦେଖାଯିବା ନିମନ୍ତେ ଚେଷ୍ଟା କରେ । ଜଣେ ବ୍ୟକ୍ତିଙ୍କୁ ଭୂତପ୍ରେତ ବିଦ୍ୟା ମଧ୍ୟରେ ଧରିବା ନିମନ୍ତେ ଶୟତାନ ଓ ତାହାର ସହଯୋଗୀଗଣ ସେହି ବ୍ୟକ୍ତି ବିଷୟରେ ଗଣକ ତଥ୍ୟ ପ୍ରଦାନ କରିବେ, ଯାହା କରିବା ନିମନ୍ତେ ଈଶ୍ବର ବାରଣ କରିଅଛନ୍ତି । ପ୍ରଥମେ ପ୍ରଥମେ ଏହା ନିର୍ଦ୍ଦୋଷ ପରି ଜଣାଯାଏ କିନ୍ତୁ, ଅତିଶୀଘ୍ର ଲୋକମାନେ ନିଜନିଜକୁ ଗଣକମାନଙ୍କ ମଧ୍ୟରେ ମଜ୍ଜିଯାଆନ୍ତି ଏବଂ ସେମାନଙ୍କ ଜୀବନକୁ ନିୟନ୍ତ୍ରଣ କରି ବିନଷ୍ଟ କରିବା ନିମନ୍ତେ ଶୟତାନକୁ ଅନିଛାପୂର୍ବକ ଅନୁମତି ପ୍ରଦାନ କରୁଅଛନ୍ତି । "ସଚେତନ ହୋଇ ଜାଗ୍ରତ ରୁହ । ତୁମ୍ଭମାନଙ୍କ ବିପକ୍ଷ ଶୟତାନ ସିଂହପ୍ରାୟ ଗର୍ଜନ କରି କାହାକୁ ଗ୍ରାସିବ, ଏହା ଖୋଜି ବୁଲୁଅଛି" (୧ପିତର ୫:୮) । କିଛି କ୍ଷେତ୍ରରେ, ଗଣକମାନେ ସେମାନେ ପାଉଥିବା ତଥ୍ୟର ଉତ୍ସ ନ ଜାଣି ନିଜେ ନିଜେ ମଧ୍ୟ ପ୍ରତାରିତ ହୋଇଯାଆନ୍ତି । ଘଟନା ଯାହା ହେଉ ପଛକେ କିମ୍ବା ତଥ୍ୟର ଉତ୍ସ ଯାହା ହେଉନା ପଛକେ, ଭୂତପ୍ରେତ ବିଦ୍ୟା, ଗୁଣିଗାରେଡି କିମ୍ବା ଜ୍ୟୋଃତିଷ ବିଦ୍ୟା ବିଦ୍ୟା ସମ୍ବନ୍ଧିତ କୌଣସି ବିଷୟ ସୂଚନା ଆବିଷ୍କାର କରିବାର ଏକ ଈଶ୍ବରୀୟ ମାଧ୍ୟମ ନୁହେଁ । ଆମ୍ଭମାନଙ୍କ ଜୀବନରେ ଈଶ୍ବରଙ୍କ ଇଛାକୁ ଆମେ କେଉଁ ଉପାୟରେ ଚିହ୍ନିବା ଈଶ୍ବର ଚାହାନ୍ତି? ଈଶ୍ବରଙ୍କ ଯୋଜନାସକଳ ସରଳ ଅଟେ, ତଥାପି ଶକ୍ତିଶାଳୀ ଏବଂ ଫଳପ୍ରଦ ଅଟେ: ବାଇବଲ ଅଧ୍ୟୟନ କରନ୍ତୁ (୨ତିମଥି ୩:୧୬-୧୭) ଏବଂ ବୁଦ୍ଧି ନିମନ୍ତେ ପ୍ରାର୍ଥନା କରନ୍ତୁ (ଯାକୁବ ୧:୫) ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଗଣକମାନଙ୍କ ବିଷୟରେ ଖ୍ରୀଷ୍ଟିୟ ମତବାଦ କ'ଣ?
© Copyright Got Questions Ministries