settings icon
share icon
ପ୍ରଶ୍ନ

ଆତ୍ମାରେ ପ୍ରାର୍ଥନା କରିବା କ'ଣ ଅଟେ?

ଉତ୍ତର


ଆତ୍ମାରେ ପ୍ରାର୍ଥନା କରିବା ବିଷୟରେ ଶାସ୍ତ୍ରରେ ତିନିଥର ଲେଖାଯାଇଛି । ୧କରିନ୍ଥୀୟ ୧୪:୧୫ କୁହେ, "ତେବେ କର୍ତ୍ତବ୍ୟ କ'ଣ? ମୁଁ ଆତ୍ମା ଦ୍ବାରା ପ୍ରାର୍ଥନା କରିବି; ପୁଣି ବୁଦ୍ଧି ସହିତ ମଧ୍ୟ ପ୍ରାର୍ଥନା କରିବି; ଆତ୍ମା ଦ୍ବାରା ସ୍ତୁତିଗାନ କରିବି, ପୁଣି ବୁଦ୍ଧି ସହିତ ମଧ୍ୟ ସ୍ତୁତିଗାନ କରିବି ।" ଏଫିସୀୟ ୬:୧୮ କୁହେ, "ସର୍ବ ପ୍ରକାର ପ୍ରାର୍ଥନା ଓ ନିବେଦନରେ ସର୍ବଦା ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର, ପୁଣି ସମସ୍ତ ସାଧୁଙ୍କ ନିମନ୍ତେ ଏକାନ୍ତ ଉଦ୍ୟମ ଓ ନିବେଦନ କରିବାରେ ଜାଗି ରହି ପ୍ରାର୍ଥନା କର ।" ଯିହୂଦା ୨୦ କୁହନ୍ତି, "କିନ୍ତୁ, ହେ ପ୍ରିୟମାନେ, ତୁମ୍ଭେମାନେ ଆପଣାମାନଙ୍କ ଅତି ପବିତ୍ର ବିଶ୍ବାସ ଉପରେ ଆପଣାମାନଙ୍କର ଧର୍ମଜୀବନ ରୂପ ଗୃହ ନିର୍ମାଣ କର, ପବିତ୍ରଆତ୍ମାରେ ପ୍ରାର୍ଥନା କର ।" ତେଣୁ, ପବିତ୍ରଆତ୍ମାରେ ପ୍ରାର୍ଥନା କରିବା ସଠିକ୍ କ'ଣ ବୁଝାଏ?

"ରେ ପ୍ରାର୍ଥନା କର" ଅନୁବାଦିତ ହୋଇଥିବା ଗ୍ରୀକ୍ ଶବ୍ଦର ବିଭିନ୍ନ ଅର୍ଥ ରହିପାରେ । ଏହା "ମାଧ୍ୟମରେ", "ସାହାଯ୍ୟରେ", "ପରିସରରେ", ଏବଂ "ସମ୍ପର୍କରେ" ବୁଝାଏ । ଆତ୍ମାରେ ପ୍ରାର୍ଥନା କରିବା ଆମ୍ଭେମାନେ କହୁଥିବା ବାକ୍ୟକୁ ବୁଝାଏ ନାହିଁ । ବରଂ, ଆମେ କିପରି ପ୍ରାର୍ଥନା କରୁଛୁ, ତାହା ବୁଝାଏ । ଆତ୍ମାରେ ପ୍ରାର୍ଥନା କରିବା ହେଉଛି ଆତ୍ମାଙ୍କ ଚାଳନାରେ ପ୍ରାର୍ଥନା କରିବା । ଏହା ହେଉଛି ଆତ୍ମା ଆମ୍ଭମାନଙ୍କୁ ଯେଉଁ ବିଷୟଗୁଡିକ ପ୍ରାର୍ଥନା କରିବା ପାଇଁ ଚାଳନା ଦିଅନ୍ତି, ସେହି ବିଷୟଗୁଡିକ ନିମନ୍ତେ ପ୍ରାର୍ଥନା କରିବା । ରୋମୀୟ ୮:୨୬ ଆମ୍ଭମାନଙ୍କୁ କୁହେ, "ଆଉ, ସେହିପ୍ରକାରେ ଆତ୍ମା ମଧ୍ୟ ଆମ୍ଭମାନଙ୍କ ଦୁର୍ବଳତାରେ ସାହାଯ୍ୟ କରନ୍ତି, କାରଣ କ'ଣ ପ୍ରାର୍ଥନା କରିବା ଉଚିତ୍, ତାହା ଆମ୍ଭେମାନେ ଜାଣୁନାହୁଁ, କିନ୍ତୁ ଆତ୍ମା ସ୍ବୟଂ ଅକଥନୀୟ ଆର୍ତ୍ତନାଦରେ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରନ୍ତି ।"

କେତେଜଣ, ୧କରିନ୍ଥୀୟ ୧୪:୧୫କୁ ଆଧାରରେ ଆତ୍ମାରେ ପ୍ରାର୍ଥନା କରିବା ବିଷୟକୁ ପରଭାଷାରେ ପ୍ରାର୍ଥନା କରିବା ସହିତ ସମାନ କରୁଛନ୍ତି । ପାଉଲ "ମୋହର ଆତ୍ମା ପ୍ରାର୍ଥନା କରେ" ବୋଲି ଉଲ୍ଲେଖ କରନ୍ତି । ପ୍ରଥମ କରିନ୍ଥୀୟ ୧୪:୧୪ ଦର୍ଶାଏ ଯେ ଯଦି ଜଣେ ବ୍ୟକ୍ତି ପରଭାଷାରେ ପ୍ରାର୍ଥନା କରେ, ସେ କ'ଣ କୁହେ ତାହା ଜାଣିପାରେନାହିଁ, ଯେହେତୁ ସେ ଜାଣୁନଥିବା ଏକ ଭାଷାରେ କଥିତ ହୁଏ । ଅଧିକନ୍ତୁ, କ'ଣ କୁହାଯାଉଛି ତାହା ଅନ୍ୟ କେହି ଜାଣିପାରେନାହିଁ ଯଦି ସେଥିରେ ଜଣେ ଭାଷା ରୂପାନ୍ତର କରିବା ନିମନ୍ତେ ଜଣେ ବ୍ୟକ୍ତି ନ ଥାଏ (୧କରିନ୍ଥୀୟ ୧୪:୨୭-୨୮) । ଏଫିସୀୟ ୬:୧୮ରେ, ପାଉଲ ଆମ୍ଭମାନଙ୍କୁ "ସର୍ବପ୍ରକାର ପ୍ରାର୍ଥନା ଓ ନିବେଦନରେ ସର୍ବଦା ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା...ପୁଣି ସମସ୍ତ ସାଧୁଙ୍କ ନିମନ୍ତେ ...ପ୍ରାର୍ଥନା..." କରିବାକୁ କୁହାଯାଇଛି । ଆମେ କିପରି ସର୍ବପ୍ରକାର ପ୍ରାର୍ଥନା ଓ ନିବେଦନ ଓ ସମସ୍ତ ସାଧୁଙ୍କ ନିମନ୍ତେ ପ୍ରାର୍ଥନା କରିବା, ଯଦି ପ୍ରାର୍ଥନା କରୁଥିବା ବ୍ୟକ୍ତି ସମେତ କୌଣସି ବ୍ୟକ୍ତି କ'ଣ କୁହାଯାଉଛି ତାହା ନ ବୁଝନ୍ତି? ଅତଏବ, ଆତ୍ମାରେ ପ୍ରାର୍ଥନା କରିବା ଆତ୍ମାଙ୍କ ଚାଳନାରେ ତାହାଙ୍କ ଇଛାନୁଯାୟୀ ପ୍ରାର୍ଥନା କରିବା ଭାବରେ ବୁଝିବା ଉଚିତ୍, ଏବଂ ଏହା ପରଭାଷାରେ ପ୍ରାର୍ଥନା କରିବା ଭାବରେ ବୁଝାଯିବା ଉଚିତ୍ ନୁହେଁ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଆତ୍ମାରେ ପ୍ରାର୍ଥନା କରିବା କ'ଣ ଅଟେ?
© Copyright Got Questions Ministries