settings icon
share icon
ପ୍ରଶ୍ନ

ଈଶ୍ବରଙ୍କ ଦ୍ବାରା ମୁଁ ମୋ ପ୍ରାର୍ଥନାର କିପରି ଉତ୍ତର ପାଇପାରିବି?

ଉତ୍ତର


ଅନେକ ଲୋକ ପ୍ରାର୍ଥନା ଅନୁରୋଧରେ ମଗାଯାଇଥିବା ବିଷୟ ଈଶ୍ବର ପ୍ରଦାନ କଲେ ଏହାକୁ ଉତ୍ତରପ୍ରାପ୍ତ ପ୍ରାର୍ଥନା ବୋଲି ବିଶ୍ବାସ କରନ୍ତି । ଯଦି ଏକ ପ୍ରାର୍ଥନା ଅନୁରୋଧରେ ମଗାଯାଇଥିବା ବିଷୟ ଦତ୍ତ ନ ହେଲା, ଏହାକୁ ଏକ "ଉତ୍ତବବିହୀନ" ପ୍ରାର୍ଥନା ଭାବେ ବୁଝାଯାଏ । ଅଥଚ, ଏହା ପ୍ରାର୍ଥନାର ଏକ ଭୁଲ୍ ବୁଝାମଣା । ଈଶ୍ବରଙ୍କ ନିକଟରେ ଉତ୍ସର୍ଗୀକୃତ ପ୍ରତ୍ୟେକ ପ୍ରାର୍ଥନାକୁ ଈଶ୍ବର ଉତ୍ତର ଦିଅନ୍ତି । ବେଳେବେଳେ ଈଶ୍ବର "ନା" କିମ୍ବା "ଅପେକ୍ଷା କର" ବୋଲି କହିଥାନ୍ତି । ଆମେ ଈଶ୍ବରଙ୍କ ଇଛାନୁଯାୟୀ ପ୍ରାର୍ଥନା କଲେ କେବଳ ଈଶ୍ବର ହିଁ ଆମ ପ୍ରାର୍ଥନା ଅନୁରୋଧକୁ ମଞ୍ଜୁର କରିଥାନ୍ତି । "ପୁଣି ଆମ୍ଭେମାନେ ଯେବେ ତାହାଙ୍କ ଇଛାନୁସାରେ ପ୍ରାର୍ଥନା କରୁ, ତେବେ ସେ ଆମ୍ଭମାନଙ୍କର ସେହି ପ୍ରାର୍ଥନା ଶୁଣନ୍ତି, ତାହାଙ୍କ ଛାମୁରେ ଆମ୍ଭମାନଙ୍କର ଏହି ସାହସ ଅଛି । ଆଉ ଆମ୍ଭେମାନେ ତାହାଙ୍କ ନିକଟରେ ଯାହାକିଛି ପ୍ରାର୍ଥନା କରୁ, ତାହା ସେ ଶୁଣନ୍ତି ବୋଲି ଯଦି ଆମ୍ଭେମାନେ ଜାଣୁ, ତେବେ ତାହାଙ୍କ ଛାମୁରେ ଯାହା ପ୍ରାର୍ଥନା କରିଅଛୁ, ସେହିସବୁ ଯେ ପାଇଅଛୁ, ଏହା ମଧ୍ୟ ଜାଣୁ" (୧ଯୋହନ ୫:୧୪-୧୫) ।

ଈଶ୍ବରଙ୍କ ଇଛାନୁଯାୟୀ ପ୍ରାର୍ଥନା କରିବାର ଅର୍ଥ କ'ଣ? ଈଶ୍ବରଙ୍କ ଇଛାନୁଯାୟୀ ପ୍ରାର୍ଥନା କରିବା ହେଉଛି ଈଶ୍ବରଙ୍କୁ ସମ୍ମାନ ଏବଂ ଗୌରବ ପ୍ରଦାନ କରୁଥିବା ଏବଂ/କିମ୍ବା ଈଶ୍ବରଙ୍କ ଇଛା କ'ଣ ହୋଇପାରେ ସେ ବିଷୟରେ ବାଇବଲ ଯାହା ପ୍ରକାଶ କରେ ସେପରି ବିଷୟଗୁଡିକ ପାଇବା ନିମନ୍ତେ ପ୍ରାର୍ଥନା କରିବା । ଈଶ୍ବରଙ୍କୁ ଗୌରବପ୍ରଦାନ କରୁନଥିବା କିଛି ବିଷୟ କିମ୍ବା ଆମ୍ଭମାନଙ୍କ ଜୀବନ ନିମନ୍ତେ ଈଶ୍ବରଙ୍କ ଇଛା ନ ଥିବା ବିଷୟ ନିମନ୍ତେ ଯଦି ଆମେ ପ୍ରାର୍ଥନା କରୁ, ତେବେ ଈଶ୍ବର ଆମେ ମାଗୁଥିବା ବିଷୟ ଦେବେନାହିଁ । ଈଶ୍ବରଙ୍କ ଇଛା କ'ଣ ବୋଲି ଆମେ କିପରି ଜାଣିପାରିବା? ଆମେ ଯେତେବେଳେ ଜ୍ଞାନ ମାଗୁ ଈଶ୍ବର ଜ୍ଞାନ ଦେବା ନିମନ୍ତେ ପ୍ରତିଜ୍ଞା କରିଅଛନ୍ତି ଯାକୁବ ୧:୫ କୁହେ, "କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ଯେବେ କାହାରି ଜ୍ଞାନର ଅଭାବ ଥାଏ, ତେବେ ଯେଉଁ ଈଶ୍ବର ଦୋଷ ନ ଧରି ମୁକ୍ତ ହସ୍ତରେ ସମସ୍ତଙ୍କୁ ଦାନ କରନ୍ତି, ତାହାଙ୍କ ଛାମୁରେ ସେ ପ୍ରାର୍ଥନା କରୁ, ସେଥିରେ ତାହାକୁ ଦିଆଯିବ ।" ୧ଥେସଲନିକୀୟ ୫:୧୨-୧୪ରୁ ହିଁ ଆରମ୍ଭ କରିବା ଉତ୍ତମ ହେବ, ଯାହା ଆମ ପ୍ରତି ଈଶ୍ବରଙ୍କ ଇଛା ଥିବାର ଅନେକ ବିଷୟର ରୂପରେଖ ପ୍ରଦାନ କରେ । ଆମେ ଯେତେ ଉତ୍ତମ ଭାବରେ ଈଶ୍ବରଙ୍କ ବାକ୍ୟକୁ ବୁଝିବା, ଆମେ ସେତେ ପରିମାଣରେ କ'ଣ ପ୍ରାର୍ଥନା କରିବାକୁ ହେବ ଆମେ ତାହା ବୁଝିପାରିବା (ଯୋହନ ୧୫:୭) । କ'ଣ ପ୍ରାର୍ଥନା କରିବାକୁ ହେବ ସେ ବିଷୟରେ ଆମେ ଯେତେ ଉତ୍ତମ ଭାବେ ଜାଣିପାରିବା, ସେତେ ଅଧିକ ଥର ଈଶ୍ବର ଆମ୍ଭମାନଙ୍କର ଅନୁରୋଧକୁ "ହଁ" ଭାବରେ ଉତ୍ତର ଦେବେ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଈଶ୍ବରଙ୍କ ଦ୍ବାରା ମୁଁ ମୋ ପ୍ରାର୍ଥନାର କିପରି ଉତ୍ତର ପାଇପାରିବି?
© Copyright Got Questions Ministries