settings icon
share icon
ପ୍ରଶ୍ନ

ଯୀଶୁଙ୍କ ନାମରେ ପ୍ରାର୍ଥନା କରିବା କ'ଣ ବୁଝାଏ?

ଉତ୍ତର


ଯୀଶୁଙ୍କ ନାମରେ ପ୍ରାର୍ଥନା ଯୋହନ ୧୪:୧୩-୧୪ରେ ଶିକ୍ଷା ଦିଆଯାଇଛି, "ପୁଣି, ପିତା ଯେପରି ପ୍ରଭୁଙ୍କଠାରେ ମହିମାନ୍ମିତ ହୁଅନ୍ତି, ଏଥିନିମନ୍ତେ ତୁମ୍ଭେମାନେ ମୋ' ନାମରେ ଯାହା କିଛି ମାଗିବ, ତାହା ମୁଁ ଜାଣେ । ଯଦି ତୁମ୍ଭେମାନେ ମୋ' ନାମରେ କୌଣସି ବିଷୟ ମୋତେ ମାଗିବ, ମୁଁ ତାହା କରିବି ।" କେତେକ ଏହି ପଦକୁ ଭୁଲ୍ ଭାବେ ପ୍ରୟୋଗ କରି କହି ଭାବନ୍ତି, ଏକ ପ୍ରାର୍ଥନାର ଶେଷରେ "ଯୀଶୁଙ୍କ ନାମରେ" ଯାହା ମଗାଯାଇଥାଏ, ତାହା ସର୍ବଦା ଈଶ୍ବର ଅନୁମୋଦନ କରିଥାନ୍ତି । ଏହା ମୂଳତଃ "ଯୀଶୁଙ୍କ ନାମରେ" ଶବ୍ଦଗୁଡିକୁ ଏକ ଯାଦୁବିଦ୍ୟା ଭାବରେ ବ୍ୟବହାର କରେ । ଏହା ସମ୍ପୂର୍ଣ୍ଣରୂପେ ଅଣବାଇବଲ ପର୍ଯ୍ୟବେସିତ ।

ଯୀଶୁଙ୍କ ନାମରେ ପ୍ରାର୍ଥନା କରିବା ହେଉଛି ତାଙ୍କ ନାମରେ ପ୍ରାର୍ଥନା କରିବା ଏବଂ ଆମ ପ୍ରାର୍ଥନାରେ କାର୍ଯ୍ୟ କରିବା ନିମନ୍ତେ ଯୀଶୁଙ୍କ ଅଧିକାରରେ ପିତା ଈଶ୍ବରଙ୍କୁ ମାଗିବା କାରଣ ଆମେ ତାଙ୍କ ପୁତ୍ର ଯୀଶୁଙ୍କ ନାମରେ ଆସୁଛୁ । ଯୀଶୁଙ୍କ ନାମରେ ପ୍ରାର୍ଥନା କରିବା ହେଉଛି ଈଶ୍ବରଙ୍କ ଇଛାନୁଯାୟୀ ପ୍ରାର୍ଥନା କରିବା । "ପୁଣି ଆମ୍ଭେମାନେ ଯଦି ତାହାଙ୍କ ଇଛାନୁସାରେ କୌଣସି ପ୍ରାର୍ଥନା କରୁ, ତେବେ ସେ ଆମ୍ଭମାନଙ୍କର ସେହି ପ୍ରାର୍ଥନା ଶୁଣନ୍ତି, ତାହାଙ୍କ ଛାମୁରେ ଆମ୍ଭମାନଙ୍କର ଏହି ସାହସ ଅଛି । ଆଉ ଆମ୍ଭେମାନେ ତାହାଙ୍କ ନିକଟରେ ଯାହା କିଛି ପ୍ରାର୍ଥନା କରୁ, ତେବେ ତାହାଙ୍କ ଛାମୁରେ ଯାହା ପ୍ରାର୍ଥନା କରିଅଛୁ, ସେହିସବୁ ଯେ ପାଇଅଛୁ, ଏହା ମଧ୍ୟ ଜାଣୁ" (୧ଯୋହନ ୫:୧୪-୧୫) । ଯୀଶୁଙ୍କ ନାମରେ ପ୍ରାର୍ଥନା କରିବା ଅର୍ଥ ନୁହେ ଯେ, ଯୀଶୁଙ୍କୁ ସମ୍ମାନ ଏବଂ ଗୌରବ ଦେବାର ବିଷୟଗୁଡିକ ନିମନ୍ତେ ପ୍ରାର୍ଥନା କରିବା ।

ଏକ ପ୍ରାର୍ଥନାର ଶେଷରେ "ଯୀଶୁଙ୍କ ନାମରେ" କହିବା ଏକ ଯାଦୁବିଦ୍ୟା ନୁହେଁ । ଆମେ ମାଗୁଥିବା ବିଷୟଗୁଡିକ ଯଦି ଈଶ୍ବରଙ୍କ ଗୌରବ ଏବଂ ତାହାଙ୍କ ଇଛାନୁଯାୟୀ ହୋଇନଥାଏ, ତେବେ "ଯୀଶୁଙ୍କ ନାମରେ" କହିବା ଅର୍ଥଶୂନ୍ୟ ଅଟେ । ଯୀଶୁଙ୍କ ନାମରେ ଏବଂ ତାଙ୍କ ଗୌରବ ନିମନ୍ତେ ସତ୍ୟ ଭାବରେ ପ୍ରାର୍ଥନା କରିବା ଗୁରୁତ୍ବପୂର୍ଣ୍ଣ ବିଷୟ ଅଟେ ଏବଂ ପ୍ରାର୍ଥନାର ଶେଷରେ ନିର୍ଦ୍ଧିଷ୍ଟ ଶବ୍ଦଗୁଡିକ ନ ଯୋଡିବା ଗୁରୁତ୍ବପୂର୍ଣ୍ଣ ଅଟେ । ପ୍ରାର୍ଥନାରେ ଥିବା ଶବ୍ଦ ଗୁଡିକର କିଛି ମାନେ ନାହିଁ, କିନ୍ତୁ ପ୍ରାର୍ଥନା ପଛରେ ଥିବା ଉଦ୍ଦେଶ୍ୟ ଗୁରୁତ୍ବପୂର୍ଣ୍ଣ ଅଟେ । ଈଶ୍ବରଙ୍କ ଇଛାରେ ଥିବା ବିଷୟଗୁଡିକ ନିମନ୍ତେ ପ୍ରାର୍ଥନା କରିବା ଯୀଶୁଙ୍କ ନାମରେ ପ୍ରାର୍ଥନା କରିବାର ଅପରିହାର୍ଯ୍ୟ ଉପାଦାନ ଅଟେ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଯୀଶୁଙ୍କ ନାମରେ ପ୍ରାର୍ଥନା କରିବା କ'ଣ ବୁଝାଏ?
© Copyright Got Questions Ministries