settings icon
share icon
ପ୍ରଶ୍ନ

ବିଭିନ୍ନ ଜାତିର ଉତ୍ପତ୍ତି କ'ଣ?

ଉତ୍ତର


ବାଇବଲ ସ୍ବଷ୍ଟ ଭାବରେ ବିଭିନ୍ନ "ଜାତି"ର ଉତ୍ପତ୍ତି ବିଷୟରେ କିମ୍ବା ମାନବଜାତିର ଚର୍ମର ରଙ୍ଗ ବିଷୟରେ କିଛି କୁହେନାହିଁ । ବାସ୍ତବତାରେ କେବଳ ଗୋଟିଏ ହିଁ ଜାତି ରହିଛି ଏବଂ ତାହା ହେଉଛି ମନୁଷ୍ୟ ଜାତି । ମନୁଷ୍ୟଜାତି ମଧ୍ୟରେ ଚର୍ମର ରଙ୍ଗ ଏବଂ ଅନ୍ୟ ଶାରିରୀକ ବୈଶିଷ୍ଟ୍ୟସକଳ ରହିଛି । କେତେଜଣ ଅନୁମାନ କରି କୁହନ୍ତି ଯେ, ଈଶ୍ବର ଯେତେବେଳେ ବାବିଲ୍ ଦୁର୍ଗରେ ଭାଷାର ଭେଦ ଜନ୍ମାଇଲେ (ଆଦି ୧୧:୧-୯), ସେ ସେଠାରେ ଜାତିର ଭେଦ ମଧ୍ୟ ଜନ୍ମାଇଲେ । ସମ୍ଭବ ହୋଇପାରେ ଯେ, ଈଶ୍ବର ଲୋକମାନଙ୍କୁ ବିଭିନ୍ନ ଅଞ୍ଚଳରେ ଅଧିକ ଉତ୍ତମରୂପେ ବଞ୍ଚାଇ ରଖିବା ନିମନ୍ତେ ଜିନ୍ ଗତ ପରିବର୍ତ୍ତନ କଲେ, ଯେପରିକି ଆଫ୍ରିକାର ଅତି ଉତ୍ତପ୍ତ ପରିବେଶରେ ଜିନ୍ ଗତ ଭାବେ ନିଜକୁ ଅଧିକ ଉତ୍ତମରୂପେ ଖାପଖୁଆଇ ରହିବା ନିମନ୍ତେ ଆଫ୍ରିକୀୟମାନଙ୍କର ଅଧିକ ଗାଢ କୃଷ୍ଣ (କଳା) ବର୍ଣ୍ଣର ଚର୍ମ ଉପଯୋଗୀ ହୋଇଥାଏ । ଏହି ମତ ଅନୁସାରେ, ଭାଷାଗତ ଭାବେ ମନୁଷ୍ୟମାନଙ୍କୁ ବିଛିନ୍ନ କରାଇ ଭାଷାଗୁଡିକରେ ଦ୍ବନ୍ଦ ଜନ୍ମାଇଥିଲେ, ଏବଂ ତା'ପରେ ଏହି ପ୍ରତି ଜାତିର ଦଳଗୁଡିକ କିପରି ପରିଶେଷରେ ବସତି ସ୍ଥାପନ କରିବେ ତାହାର ଆଧାରରେ ଜିନ୍ ଗତ ଜାତିଗତ ଭିନ୍ନତା ସୃଷ୍ଟି କଲେ । ଏହି ମତବାଦ ସମ୍ଭବ ହେଉଥିବା ସ୍ଥଳେ ଏଥିନିମନ୍ତେ ସ୍ବଷ୍ଟରୂପେ କୌଣସି ବାଇବଲ୍ ଆଧାର ନାହିଁ । ବାବିଲ୍ ଦୁର୍ଗକୁ ସମ୍ବନ୍ଧିତ କରି ବାଇବଲର କୌଣସି ସ୍ଥାନରେ ମନୁଷ୍ୟ ଜାତିଗୁଡିକ/ଚର୍ମ ରଙ୍ଗ ବିଷୟରେ କିଛି ଲେଖାଯାଇନାହିଁ ।

ଜଳପ୍ଳାବନ ପରେ, ଯେତେବେଳେ ବିଭିନ୍ନ ଭାଷା ଆସିଲା, ଯେଉଁ ଲୋକମାନେ ଏକ ଭାଷା କହୁଥିଲେ, ସେମାନେ ସେହି ଗୋଟିଏ ଭାଷା କହୁଥିବା ଅନ୍ୟ ଲୋକମାନଙ୍କ ସହିତ ମିଳିତ ହୋଇ ଅନ୍ୟ ସ୍ଥାନକୁ ଚାଲିଗଲେ । ଏପରି କରିବା ଦ୍ବାରା, ନିର୍ଦ୍ଧିଷ୍ଟ ଦଳ ନିମନ୍ତେ ଥିବା ଜିନ୍ ଯାହା ଏହି ଦଳରେ ଥିଲା ତାହା ଆଶ୍ଚର୍ଯ୍ୟଜନକଭାବରେ ସଂକୁଚିତ ହେଲା ଯେହେତୁ ଏଥି ସହ ସମଗ୍ର ମାନବ ଜନସଂଖ୍ୟା ମିଶ୍ରଣ ହେବା ନିମନ୍ତେ ଆଉ ନ ଥିଲା । ଘନିଷ୍ଠ ଅନ୍ତଃଜନନ ଘଟିଲା, ଏବଂ ଏହି ବିଭିନ୍ନ ଦଳରେ (ଏହିସବୁ ମଧ୍ୟରୁ ସମସ୍ତ ଜିନ୍ କୋଡରେ ଥିବା ସମ୍ଭାବନା ଭାବେ ଉପସ୍ଥିତ ଥିଲା) ଠିକ୍ ସମୟରେ ନିର୍ଦ୍ଧିଷ୍ଟ ଗୁଣଗୁଡିକୁ ଗୁରୁତ୍ବପ୍ରଦାନ କରାଯାଇଥିଲା । ଯେହେତୁ ଅଧିକ ଅନ୍ତଃପ୍ରଜନନ ବଂଶାନୁକ୍ରମିକ ଦେଖାଦେଇଛି, ଜିନ୍ ଦଳ କ୍ଷୁଦ୍ରରୁ କ୍ଷୁଦ୍ର ହୋଇ ଏପରି ଏକ ଆକାରକୁ ଆସିଲା ଯେ, ଏକ ଭାଷାର ପରିବାର ସମସ୍ତଙ୍କର ଠିକ୍ ସମାନ କିମ୍ବା ସମତୁଲ ବୈଶିଷ୍ଟ୍ୟବିଶିଷ୍ଟ ହେଲେ ।

ଏହାର ଆଉ ଏକ ବ୍ୟାଖ୍ୟା ହେଉଛି ଆଦମ ଏବଂ ହବା କଳା (କୃଷ୍ଣ), ମାଟିଆ ଏବଂ ଶୁଭ୍ର ବଂଶଧରଙ୍କୁ (ଏବଂ ଏଥିମଧ୍ୟରେ ପ୍ରତ୍ୟେକ ବିଷୟ) ଜାତ କରିବା ନିମନ୍ତେ ସେମାନଙ୍କ ନିକଟରେ ଗୁଣସୂତ୍ର ଥିଲା । ଏହା ଏକ ମିଶ୍ରିତ ଦମ୍ପତ୍ତି ବେଳେବେଳେ ରଙ୍ଗରେ ଭିନ୍ନ ଥିବା ସନ୍ତାନମାନଙ୍କୁ ଜନ୍ମ ଦେବା ସହ ସମାନ । ଯେହେତୁ ଈଶ୍ବର ମାନବଜାତିକୁ ବାହ୍ୟରୂପରେ ଭିନ୍ନ ହେବା ନିମନ୍ତେ ସ୍ବଷ୍ଟଭାବେ ଚାହିଁଥିଲେ, ଏହା ବୁଝାଯିବ ଯେ, ଈଶ୍ବର ଆଦମ ଏବଂ ହବାଙ୍କୁ ଭିନ୍ନ ଭିନ୍ନ ଚର୍ମର ରଙ୍ଗ ଥିବା ସନ୍ତାନ ଉତ୍ପନ୍ନ କରିବାର ସକ୍ଷମତା ଦେଇଥାଇପାରନ୍ତି । ପରବର୍ତ୍ତୀ ସମୟରେ, ଜଳପ୍ଳାବନରେ ରକ୍ଷା ପାଇଯାଇଥିବା ଲୋକମାନେ ନୋହ ଓ ତାଙ୍କ ସ୍ତ୍ରୀ, ନୋହଙ୍କ ତିନି ପୁତ୍ର ଏବଂ ତାଙ୍କ ପୁତ୍ରବଧୁଗଣ- ସର୍ବମୋଟ ଆଠଜଣ ଥିଲେ (ଆଦି ୭:୧୩) । ବୋଧହୁଏ, ନୋହଙ୍କ ପୁତ୍ରବଧୁମାନେ ଭିନ୍ନ ଜାତିର ଥିଲେ । ଏପରି ବି ହୋଇପାରେ ଯେ, ନୋହଙ୍କ ଜାତିଠାରୁ ନୋହଙ୍କ ସ୍ତ୍ରୀ ଭିନ୍ନ ଥିଲେ । ବୋଧହୁଏ, ସେହି ଆଠଜଣ ମିଶ୍ରିତ ଜାତିର ଥିଲେ ଯାହା ବୁଝାଏ ଯେ, ଭିନ୍ନ ଭିନ୍ନ ଜାତିର ସନ୍ତାନ ଉତ୍ପନ୍ନ କରିବା ନିମନ୍ତେ ସେମାନେ ସେହିପ୍ରକାର ଗୁଣସୂତ୍ର ଧାରଣ କରିଥିଲେ । ବ୍ୟାଖ୍ୟା ଯାହାହେଉନା କାହିଁକି ଏହି ପ୍ରଶ୍ନର ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି ଆମେ ସମସ୍ତେ ସମାନ ଜାତିର ଅଟୁ, ଆମେ ସମସ୍ତେ ଏକ ଈଶ୍ବରଙ୍କ ଦ୍ବାରା ସୃଷ୍ଟ ଅଟୁ, ସମସ୍ତେ ଏକ ଉଦ୍ଦେଶ୍ୟରେ ସୃଷ୍ଟ ହୋଇଅଛୁ - ସେହି ଉଦ୍ଦେଶ୍ୟ ହେଉଛି ତାଙ୍କୁ ଗୌରବାନ୍ମିତ କରିବା ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ବିଭିନ୍ନ ଜାତିର ଉତ୍ପତ୍ତି କ'ଣ?
© Copyright Got Questions Ministries