ମୁଁ ଏବେ କିଛି ସମୟ ପୂର୍ବରୁ ଯୀଶୁଙ୍କ ଉପରେ ମୋର ବିଶ୍ବାସ ସ୍ଥାପନ କରିଛି…ବର୍ତ୍ତମାନ କ’ଣ କରିବି?
 

ମୁଁ ଏବେ କିଛି ସମୟ ପୂର୍ବରୁ ଯୀଶୁଙ୍କ ଉପରେ ମୋର ବିଶ୍ବାସ ସ୍ଥାପନ କରିଛି…ବର୍ତ୍ତମାନ କ’ଣ କରିବି?




ମୁଁ ଏବେ କିଛି ସମୟ ପୂର୍ବରୁ ଯୀଶୁଙ୍କ ଉପରେ ମୋର ବିଶ୍ବାସ ସ୍ଥାପନ କରିଛି…ବର୍ତ୍ତମାନ କ’ଣ କରିବି?

ଅଭିନନ୍ଦନ ! ଆପଣ ଗୋଟିଏ ଜୀବନ ପରିବର୍ତ୍ତକ ନିଷ୍ପତ୍ତି ନେଇଛନ୍ତି | ବୋଧହୁଏ ଆପଣ ପଚାରୁଛନ୍ତି, "ବର୍ତ୍ତମାନ ମୁଁ କ’ଣ କରିବି ? ଈଶ୍ବରଙ୍କ ସହିତ ମୋର ଯାତ୍ରା କିପରି ଭାବରେ ଆରମ୍ଭ କରିବି?" ନିମ୍ନଲିଖିତ, ବାଇବଲରୁ ପାଞ୍ଚଗୋଟି ମାର୍ଗ ଆପଣଙ୍କୁ ନିର୍ଦେଶ କରିବ | ଯଦି ଆପଣଙ୍କର, ଆପଣଙ୍କ ଯାତ୍ରା ବିଷୟରେ କୌଣସି ପ୍ରଶ୍ନ ଥାଏ, ଦୟାକରି www.GotQuestions.org/Oriya ପରିଦର୍ଶନ କରନ୍ତୁ |

୧. ପରିତ୍ରାଣକୁ ଆପଣ ବୁଝିଛନ୍ତି, ତାହା ସୁନିଶ୍ଚିତ କରନ୍ତୁ |

୧ ଯୋହନ ୫:୧୩ ଆମକୁ କୁହେ, "ଈଶ୍ବରଙ୍କ ପୁତ୍ରଙ୍କ ନାମରେ ବିଶ୍ବାସ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଯେପରି ଜାଣ ଯେ, ତୁମ୍ଭେମାନେ ଅନନ୍ତ ଜୀବନ ପାଇଅଛ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି" | ଈଶ୍ବର ଚାହନ୍ତି ଯେ ଆମେ ପରିତ୍ରାଣକୁ ବୁଝୁ | ଈଶ୍ବର ଚାହାନ୍ତି ଯେ, ଆତ୍ମବିଶ୍ବାସର ସହ, ଆମେ ଉଦ୍ଧାର ପାଇଛେ ବୋଲି ଆମେ ନିଶ୍ଚିତ ହେବା | ସଂକ୍ଷିପ୍ତରେ, ଆସନ୍ତୁ, ପରିତ୍ରାଣର ମୁଖ୍ୟ ବିଷୟବସ୍ତୁ ଉପରକୁ ଯିବା:

(କ) ସମସ୍ତେ ତ ପାପ କରିଅଛନ୍ତି, ପୁଣି ଈଶ୍ବରଙ୍କ ଗୌରବରହିତ ହୋଇଅଛନ୍ତି (ରୋମୀଯ ୩:୨୩) |

(ଖ) କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ବରଙ୍କ ଅନୁଗ୍ରହଦାନ ଆମ୍ଭମାନଙ୍କପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ (ଯୋହନ ୬:୨୩) |

(ଗ) ଯୀଶୁ କୃଶ ଉପରେ ଆମର ପାପ ନିମନ୍ତେ ମୃତ୍ୟୁ ଭୋଗ କଲେ (ଯୋହନ ୫:୮; ୨ କରିନ୍ଥିୟ ୫:୨୧) | ଆମେ ପାଇବାଯୋଗ୍ୟ ଦଣ୍ଡକୁ ନିଜେ ନେଇ, ସେ ଆମ ସ୍ଥାନରେ ମୃତ୍ୟୁଭୋଗ କଲେ | ତାଙ୍କର ପୁନରୁତ୍ଥାନ ପ୍ରମାଣିତ କରେ ଯେ ଯୀଶୁଙ୍କର ମୃତ୍ୟୁ ଆମ ପାପର ପାଉଣା ଦେବା ପାଇଁ ଯଥେଷ୍ଟ ଅଟେ |

(ଘ) ଯୀଶୁଙ୍କଠାରେ ନିଜର ବିଶ୍ବାସ ସ୍ଥାପନ କରିଥିବା – ତାଙ୍କ ମୃତ୍ୟୁକୁ ଆମ ପାପର ପାଉଣା ଭାବରେ ବିଶ୍ବାସ କରୁଥିବା ଲୋକମାନଙ୍କୁ ଈଶ୍ବର କ୍ଷମା ଓ ପରିତ୍ରାଣ ଦାନ କରିଥା’ନ୍ତି (ଯୋହନ ୩:୧୬; ରୋମୀୟ ୫:୧; ୮:୧) |

ତାହା ହେଉଛି ପରିତ୍ରାଣ ବାର୍ତ୍ତା ! ଆପଣଙ୍କର ତ୍ରାଣକର୍ତ୍ତା ଭାବରେ ଯୀଶୁ ଖ୍ରୀଷ୍ଟଙ୍କ ଉପରେ ଯଦି ଆପଣ ଆପଣଙ୍କର ବିଶ୍ବାସ ସ୍ଥାପନ କରିଛନ୍ତି, ତେବେ ଆପଣ ଉଦ୍ଧାର ପ୍ରାପ୍ତ | ଆପଣଙ୍କର ସମସ୍ତ ପାପ କ୍ଷମା କରିଦିଆଯିବ, ଏବଂ ଈଶ୍ବର ଆପଣଙ୍କୁ ଆଦୌ ପରିତ୍ୟାଗ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥା’ନ୍ତି (ରୋମୀୟ ୮:୩୮ – ୩୯; ମାଥିଉ ୨୮:୨୦) | ମନେରଖନ୍ତୁ, ଆପଣଙ୍କର ପରିତ୍ରାଣ ଯୀଶୁ ଖ୍ରୀଷ୍ଟଙ୍କ ପାଖରେ ସୁରକ୍ଷିତ ଅଛି (ଯୋହନ ୧୦:୨୮ – ୨୯) | ଆପଣଙ୍କର ତ୍ରାଣକର୍ତ୍ତା ଭାବରେ ଯଦି ଆପଣ କେବଳ ଯୀଶୁଙ୍କ ଉପରେ ଭରଷା କରିଥା’ନ୍ତି, ଆପଣଙ୍କର ଦୃଢ଼ ବିଶ୍ବାସ ରହିବା ଦରକାର ଯେ ଆପଣ ସ୍ବର୍ଗରେ ଈଶ୍ବରଙ୍କ ସହିତ ଅନନ୍ତ କାଳ କଟାଇବେ |

୨. ଗୋଟିଏ ଉତ୍ତମ ମଣ୍ଡଳୀ (ଗୀର୍ଜା) ଖୋଜନ୍ତୁ ଯାହା ବାଇବଲ ଶିକ୍ଷା ଦେଉଥିବ |

ମଣ୍ଡଳୀକୁ ଗୋଟିଏ ଘର ଭାବରେ ଚିନ୍ତା କରନ୍ତୁ ନାହିଁ | ଲୋକମାନଙ୍କ ଗହଣକୁ ମଣ୍ଡଳୀ କୁହାଯାଏ | ଯୀଶୁ ଖ୍ରୀଷ୍ଟଙ୍କ ବିଶ୍ବାସୀମାନେ ନିଜ ନିଜ ଭିତରେ ବନ୍ଧୁତ୍ବପୂର୍ଣ ସମ୍ପର୍କ ରଖିବା ଅତ୍ୟନ୍ତ ଜରୁରୀ ଅଟେ | ମଣ୍ଡଳୀର ଉଦ୍ଯେଶ୍ୟମାନଙ୍କ ମଧ୍ୟରୁ ତାହା ହେଉଛି ମୁଖ୍ୟ ଉଦ୍ଯେଶ୍ୟ | ବର୍ତ୍ତମାନ ଯେତେବେଳେ ଆପଣ, ଯୀଶୁ ଖ୍ରୀଷ୍ଟ ଉପରେ ଆପଣଙ୍କର ବିଶ୍ବାସ ସ୍ଥାପନ କରିସାରିଛନ୍ତି, ଆପଣଙ୍କର ଅଞ୍ଚଳରେ ବାଇବଲ ବିଶ୍ବାସୀ ମଣ୍ଡଳୀ ଖୋଜି, ତାହାର ଧର୍ମଯାଜକଙ୍କ ସହିତ କଥା ହେବା ପାଇଁ ଆମେ ଆପଣଙ୍କୁ ଦୃଢ଼ ଭାବରେ ଉତ୍ସାହିତ କରିବୁ | ଯୀଶୁ ଖ୍ରୀଷ୍ଟଙ୍କ ଉପରେ ଆପଣଙ୍କର ନୂତନ ବିଶ୍ବାସ ସମ୍ପର୍କରେ ତାଙ୍କୁ ଜାଣିବାକୁ ଦିଅନ୍ତୁ |

ବାଇବଲ ଶିକ୍ଷା ଦେବା ହେଉଛି ମଣ୍ଡଳୀର ଦ୍ବିତୀୟ ଉଦ୍ଯେଶ୍ୟ | ଆପଣଙ୍କ ଜୀବନରେ ଈଶ୍ବରଙ୍କ ଆଦେଶକୁ କିପରି ଭାବରେ ଲାଗୁ କରିବେ ତାହା ଶିକ୍ଷା ଲାଭ କରିବେ | ଗୋଟିଏ ସଫଳ ଓ ଶକ୍ତିଶାଳୀ ଖ୍ରୀଷ୍ଟିଆନ ଜୀବନ ବଞ୍ଚିବାର ମୁଖ୍ୟ ଉଦ୍ଯେଶ୍ୟ ହେଉଛି ବାଇବଲକୁ ବିଝିବା | ୨ ତୀମଥି ୩:୧୬ – ୧୭ କୁହେ, "ସମସ୍ତ ଶାସ୍ତ୍ର ଈଶ୍ବରନିଶ୍ବସିତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ | ଯେପରି ଈଶ୍ବରଙ୍କ ଲୋକ ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ" |

ମଣ୍ଡଳୀର ତୃତୀୟ ଉଦ୍ଦେଶ୍ୟ ହେଉଛି ଆରାଧନା କରିବା | ଆରାଧନା ହେଉଛି, ଈଶ୍ବରଙ୍କୁ, ଯାହା ସବୁ ସେ ଆମମାନଙ୍କ ପାଇଁ କରିଛନ୍ତି, ସେଥିପାଇଁ ଧନ୍ୟବାଦ ଦେବା | ଈଶ୍ବର ଆମକୁ ଉଦ୍ଧାର କରିଛନ୍ତି | ଈଶ୍ବର ଆମକୁ ପ୍ରେମ କରୁଛନ୍ତି, ଈଶ୍ବର ଆମ ପାଇଁ ଯୋଗାଇ ଦେଉଛନ୍ତି ଏବଂ ଆମକୁ ନିର୍ଦେଶିତ କରୁଛନ୍ତି | ଆମେ କିପରି ଭାବରେ ତାଙ୍କୁ ଧନ୍ୟବାଦ ନଦେବା ? ଈଶ୍ବର ହେଉଛନ୍ତି ପବିତ୍ର, ସଚ୍ଚରିତ୍ର, ଦୟାଳୁ ଏବଂ ଅନୁଗ୍ରହରେ ପରିପୂର୍ଣ | ପ୍ରକାଶିତ ବାକ୍ୟ ୪:୧୧ ଏହା କୁହେ ଯେ, "ହେ ଆମ୍ଭମାନଙ୍କର ପ୍ରଭୁ ଓ ଈଶ୍ବର, ତୁମ୍ଭେ ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ସୁଭାଜନ ଅଟ, ତୁମ୍ଭେ ସମସ୍ତ ସୃଷ୍ଟି କରିଅଛ, ଆଉ ତୁମ୍ଭ ଇଚ୍ଛାରେ ସେହିସବୁ ସତ୍ତ୍ବ ପ୍ରାପ୍ତ ହୋଇ ସୃଷ୍ଟ ହୋଇଅଛି" |

୩. ପ୍ରତ୍ୟେକ ଦିନ ଈଶ୍ବରଙ୍କ ବିଷୟରେ ଚିନ୍ତା କରିବାକୁ ସମୟ କାଢ଼ି ରଖନ୍ତୁ |

ପ୍ରତ୍ୟେକଦିନ ଈଶ୍ବରଙ୍କ ବିଷୟରେ ଚିନ୍ତା କରି ସମୟ ଅତିବାହିତ କରିବା ଆମ ନିମନ୍ତେ ଜରୁରୀ ଅଟେ | କେତେଜଣ ଏହକୁ "ନୀରବ ସମୟ" କୁହନ୍ତି | ଆନ୍ୟମାନେ ଏହାକୁ "ଭକ୍ତି" କହିଥା’ନ୍ତି, କାରଣ ଏହା ହିଁ ସମୟ ଯେତେବେଳେ ଆମେ ଆମ ନିଜକୁ ଈଶ୍ବରଙ୍କ ପାଖରେ ଉତ୍ସର୍ଗ କରିତାଉ | କିଛି ଲୋକ ସକାଳବେଳରେ ସମୟ କାଢ଼ିଥିବା ବେଳେ ଅନ୍ୟମାନେ ସଂନ୍ଧ୍ୟାବେଳେ ସମୟ କାଢ଼ିଥା’ନ୍ତି | ଏହି ସମୟକୁ ଆପଣ କ’ଣ କହିଥା’ନ୍ତି କିମ୍ବା ଏହାକୁ କେତେବେଳେ କରିଥା’ନ୍ତି ଏହାର କୌଣସି ମୂଲ୍ୟ ନଥାଏ | ଆପଣ ନିୟମିତ ଭାବରେ ଈଶ୍ବରଙ୍କ ସହିତ ସମୟ କଟାଉଛନ୍ତି ତାହାର ହିଁ ମୂଲ୍ୟ ଥାଏ | କେଉଁ ଘଟଣା ଈଶ୍ବରଙ୍କ ସହିତ ଆମ ସମୟକୁ ନିରୂପଣ କରେ ?

(କ) ପ୍ରାର୍ଥନା | ସାଧାରଣ ଭାବରେ ଈଶ୍ବରଙ୍କ ସହିତ କଥାବାର୍ତ୍ତା ହେବାକୁ ପ୍ରାର୍ଥନା କୁହାଯାଏ | ଆପଣଙ୍କର ସଂପୃକ୍ତତା ଓ ସମସ୍ୟା ବିଷୟରେ ଈଶ୍ବରଙ୍କ ସହିତ କଥା ହୁଅନ୍ତୁ | ଆପଣଙ୍କୁ ବୁଦ୍ଧି ଓ ମାର୍ଗଦର୍ଶନ ଦେବା ପାଇଁ ଈଶ୍ବରଙ୍କୁ କୁହନ୍ତୁ | ଆପଣଙ୍କ ଆବଶ୍ୟକତାକୁ ପୁରଣ କରିବା ପାଇଁ ଈଶ୍ବରଙ୍କୁ କୁହନ୍ତୁ | ଆପଣ ଈଶ୍ବରଙ୍କୁ କେତେ ଭଲ ପାଆନ୍ତି ତାହା କୁହନ୍ତୁ ଏବଂ ସେ ଯାହା ସବୁ ଆପଣଙ୍କ ପାଇଁ କରିଛନ୍ତି ସେଥିପାଇଁ ତାଙ୍କୁ ଧନ୍ୟବାଦ ଦିଅନ୍ତୁ | ତାହକୁ ହିଁ ପ୍ରାର୍ଥନା କୁହାଯାଏ |

(ଖ) ବାଇବଲ ପଠନ | ମଣ୍ଡଳୀରେ, ରବିବାର ସ୍କୁଲରେ, ଏବଂ/କିମ୍ବା ବାଇବଲ ପଠନ କାର୍ଯ୍ୟକ୍ରମରେ, ବାଇବଲ ଶିକ୍ଷା ଗ୍ରହଣ କରିବା ସହିତ – ଆପଣ ନିଜେ ନିଜେ ବାଇବଲ ପଢ଼ିବା ଆବଶ୍ୟକ | ଗୋଟିଏ ସଫଳ ଖ୍ରୀଷ୍ଟିଆନ ଜୀବନ ବଞ୍ଚିବା ପାଇଁ ଆପଣଙ୍କୁ ଯାହା ସବୁ ଜାଣିବାକୁ ଆବଶ୍ୟକ ହୋଇଥାଏ, ବାଇବଲରେ ସେ ସମସ୍ତ ବିଷୟ ରହିଅଛି | ଏଥିରେ ଆପଣ କିପରି ଭାବରେ ଚତୁର ନିଷ୍ପତ୍ତି ନେଇପାରିବେ, କିପରି ଭାବରେ ଈଶ୍ବରଙ୍କ ଇଚ୍ଛା ଜାଣି ପାରିବେ, କିପରି ଅନ୍ୟମାନଙ୍କର ସେବା କରିପାରିବେ, ଏବଂ ଆତ୍ମିକ ଭାବରେ କିପରି ଉନ୍ନତି କରି ପାରିବେ, ସେସବୁ ଉପରେ ଈଶ୍ବରଙ୍କ ମାର୍ଗଦର୍ଶନ ରହିଅଛି | ବାଇବଲ ହେଉଛି ଆମ ପ୍ରତି ଈଶ୍ବରଙ୍କର ବାକ୍ୟ | ନିଶ୍ଚିତ ଭାବରେ ବାଇବଲ ହେଉଛି ଈଶ୍ବରଙ୍କ ମାର୍ଗଦର୍ଶିକା ପୁସ୍ତକ, ଯେଉଁଥିରେ ରହିଅଛି, କିପରି ଭାବରେ ଆମେ ଏପରି ଜୀବନ ବଞ୍ଚିବା ଯାହା ଈଶ୍ବରଙ୍କୁ ଖୁସି କରିବ ଓ ଆମକୁ ସନ୍ତୁଷ୍ଟି ଦେବ |

୪. ଯେଉଁମାନେ ଆପଣଙ୍କୁ ଆତ୍ମିକ ଭାବ୍ରେ ସାହାଯ୍ୟ କରିପାରିବେ ସେମାନଙ୍କ ସହିତ ସମ୍ପର୍କ ବିକାଶ କରନ୍ତୁ |

୧ କରିନ୍ଥୀୟ ୧୫:୩୩ ଆମକୁ କୁହେ, "ଭ୍ରାନ୍ତ ନ ହୁଅ, କୁସଂସର୍ଗ ଶିଷ୍ଟାଚାର ନଷ୍ଟ କରେ" | ଆମ ଉପରେ "ମନ୍ଦ" ଲୋକମାନଙ୍କର ପ୍ରଭାବ ବିଷୟରେ ସମ୍ପୁର୍ଣ ସତର୍କବାଣୀ, ବାଇବଲରେ ରହିଅଛି | ଯେଉଁମାନେ ପାପପୂର୍ଣ କାର୍ଯ୍ୟକଳାପରେ ସଂପୃକ୍ତ ଅଛନ୍ତି, ସେମାନଙ୍କ ସହିତ ସମୟ ଅତିବାହିତ କଲେ ଆମ ମନରେ ମଧ୍ୟ ସେହି କାର୍ଯ୍ୟ କରିବା ପାଇଁ ଲାଳସା ଜାଗ୍ରତ ହେବ | ଆମ ଚତୁର୍ପାର୍ଶ୍ବରେ ଥିବା ଏହିସବୁ ଚରିତ୍ର ଆମକୁ "ଲୁଟି" ନେବେ | ସେଥିପାଇଁ ଏହା ଜରୁରୀ ଯେ ଆମେ ନିଜ ଚତୁର୍ପାର୍ଶ୍ବରେ ଏହିପରି ଲୋକମାନଙ୍କ ପରିବେଷ୍ଟନୀ ସୃଷ୍ଟି କରିବା ଯେଉଁମାନେ ଈଶ୍ବରଙ୍କୁ ପ୍ରେମ କରୁଥିବେ ଓ ତାଙ୍କଠାରେ ପ୍ରତିଶ୍ରୁତିବଦ୍ଧ ଥିବେ |

ଆପଣଙ୍କ ମଣ୍ଡଳୀରୁ ଜଣେ କିମ୍ବା ଦୁଇଜଣ ସାଙ୍ଗଙ୍କୁ ଖୋଜି ବାହାର କରିବା ପାଇଁ ଚେଷ୍ଟା କରନ୍ତୁ ଯେଉଁମାନେ ଆପଣଙ୍କୁ ସାହାଯ୍ୟ ଏବଂ ଉତ୍ସାହିତ କରିପାରିବେ (ଏବ୍ରୀ ୩:୧୩; ୧୦:୨୪) | ଆପଣଙ୍କର ନିରବ ସମୟ, ଆପଣଙ୍କର କାର୍ଯ୍ୟକଳାପ ଏବଂ ଈଶ୍ବରଙ୍କ ସହିତ ଆପଣଙ୍କ ପଦଚାଳନା ବିଷୟରେ ଆପଣଙ୍କୁ ବୁଝାଇବା ପାଇଁ, ଆପଣଙ୍କର ସାଙ୍ଗମାନଙ୍କୁ କୁହନ୍ତୁ | ସେହିସବୁ ଜିନିଷ ଆପଣ ତାଙ୍କ ପାଇଁ କରିପାରିବେ କି ତାହା ସେମାନଙ୍କୁ ପଚାରନ୍ତୁ | ତାହାମାନେ ନୁହଁ ଯେ ଆପଣ ଆପଣଙ୍କର ସେହି ସମସ୍ତ ସାଙ୍ଗମାନଙ୍କୁ ଛାଡ଼ି ଦେବେ ଯେଉଁମାନେ, ପ୍ରଭୁ ଯୀଶୁ ସେମାନଙ୍କର ତ୍ରାଣକର୍ତ୍ତା ବୋଲି ଜାଣି ନାହାନ୍ତି | ସେମାନଙ୍କ ସହିତ ସାଙ୍ଗ ହେଉଥା’ନ୍ତୁ ଓ ତାଙ୍କୁ ପ୍ରେମ କରୁଥା’ନ୍ତୁ | ସେମାନଙ୍କୁ ସରଳ ଭାବରେ ବୁଝାଇ ଦିଆନ୍ତୁ ଯେ ଯୀଶୁ ଆପଣଙ୍କର ଜୀବନ ପରିବର୍ତ୍ତନ କରିସାରିଛନ୍ତି ଏବଂ ଯେଉଁ ସବୁ କାମ ଆପଣ ଆଗରୁ କରୁଥିଲେ, ସେସବୁ ଆଉ କରି ପାରିବେ ନାହିଁ | ଆପଣ ଈଶ୍ବରଙ୍କଠାରେ ନିବେଦନ କରନ୍ତୁ ଯେ ସେ ଆପଣଙ୍କୁ, ଆପଣଙ୍କ ସାଙ୍ଗମାନଙ୍କ ସହ ଯୀଶୁଙ୍କୁ ବାଣ୍ଟିବା ପାଇଁ ସୁଯୋଗ ଦେବେ |

୫. ବ୍ଯାପ୍ଟାଇଜ ହୁଅନ୍ତୁ

ଅନେକ ଲୋକଙ୍କର ବ୍ଯାପ୍ଟିଜ୍ମ ଉପରେ ଭୁଲ ଧାରଣା ରହିଅଛି | "ପ୍ଯାପ୍ଟିଜ୍ମ" ଶବ୍ଦର ଅର୍ଥ ହେଉଛି ଜଳଦୀକ୍ଷା ଗ୍ରହଣ କରିବା | ବ୍ଯାପ୍ଟିଜ୍ମ ହେଉଛି ବାଇବଲର ଏକ ମାର୍ଗ ଯାହା, ଯୀଶୁଙ୍କଠାରେ ଆପଣଙ୍କ ବିଶ୍ବାସ ଏବଂ ତାଙ୍କୁ ଅନୁସରଣ କରିବାର ଆପଣଙ୍କ ପ୍ରତିଶ୍ରୁତିକୁ ସର୍ବସାଧାରଣରେ ଘୋଷଣା କରିଥାଏ | ପାଣିରେ ବୁଡ଼ିବାର କାର୍ଯ୍ୟ, ଯୀଶୁଙ୍କ ସହିତ କବରସ୍ଥ ହେବାକୁ ଏବଂ ପାଣିରୁ ବାହାରିବାର କାର୍ଯ୍ୟ ଖ୍ରୀଷ୍ଟଙ୍କ ପୁନରୁତ୍ଥାନକୁ ଚିତ୍ରଣ କରିଥାଏ | ବ୍ଯାପ୍ଟାଇଜ ହେବା, ଯୀଶୁଙ୍କର ମୃତ୍ୟୁ, କବରସ୍ଥ, ଏବଂ ପୁନରୁତ୍ଥାନକୁ ଆପଣଙ୍କ ସହିତ ଚିହ୍ନିତ କରାଇଥାଏ |

ବ୍ଯାପ୍ଟିଜ୍ମ ଆପଣଙ୍କୁ ଉଦ୍ଧାର କରୁନାହିଁ | ବ୍ଯାପ୍ଟିଜ୍ମ ଆପଣଙ୍କର ପାପକୁ ଧୋଉନାହିଁ | ବ୍ଯାପ୍ଟିଜ୍ମ ହେଉଛି, ପରିତ୍ରାଣ ପାଇଁ କେବଳ ଖ୍ରୀଷ୍ଟଙ୍କଠାରେ ଆପଣଙ୍କ ବିଶ୍ବାସର, ସର୍ବସାଧାରଣ ଘୋଷଣାର, ଏକ ସରଳ ବିନୀତ ପଦକ୍ଷେପ | ବ୍ଯାପ୍ଟିଜ୍ମ ଜରୁରୀ ଅଟେ କାରଣ ଏହା ଯୀଶୁଙ୍କଠାରେ ଆପଣଙ୍କ ବିଶ୍ବାସ ଏବଂ ତାଙ୍କୁ ଅନୁସରଣ କରିବାର ଆପଣଙ୍କ ପ୍ରତିଶ୍ରୁତିକୁ ସର୍ବସାଧାରଣରେ ଘୋଷଣାର ଏକ ସରଳ ଓ ବିନୀତ ପଦକ୍ଷେପ ଅଟେ | ଯଦି ଆପଣ ବ୍ଯାପ୍ଟାଇଜ ହେବାକୁ ପ୍ରସ୍ତୁତ ଅଛନ୍ତି, ତେବେ ଆପଣଙ୍କର ଜଣେ ଧର୍ମଯାଜକଙ୍କ ସହ କଥା ହେବା ଉଚିତ |



ଓଡିଆ ହୋମ୍ ପେଜକୁ ପ୍ରତ୍ୟାବର୍ତ୍ତନ କରନ୍ତୁ



ମୁଁ ଏବେ କିଛି ସମୟ ପୂର୍ବରୁ ଯୀଶୁଙ୍କ ଉପରେ ମୋର ବିଶ୍ବାସ ସ୍ଥାପନ କରିଛି…ବର୍ତ୍ତମାନ କ’ଣ କରିବି?