settings icon
share icon
ପ୍ରଶ୍ନ

ମୁଁ ଏବେ ଯୀଶୁଙ୍କଠାରେ ବିଶ୍ଵାସ କରିଅଛି...ବର୍ତ୍ତମାନ ମୁଁ କଅଣ କରିବି?

ଉତ୍ତର


ମୁଁ ଏବେ ଯୀଶୁଙ୍କଠାରେ ବିଶ୍ଵାସ କରିଅଛି...ବର୍ତ୍ତମାନ ମୁଁ କଅଣ କରିବି?

ଅଭିନନ୍ଦନ! ତୁମେ ନିଜ ଜୀବନ ପରିବର୍ତ୍ତନ କାରୀ ନିଷ୍ପତି ନେଇଅଛ । ବୋଧହୁଏ, ତୁମେ ଭାବୁଅଛ, “ବର୍ତ୍ତମାନ କଅଣ କରିବି? ଈଶ୍ଵରଙ୍କ ସହିତ ମୋହର ଯାତ୍ରାକୁ କିପରି ଆରମ୍ଭ କରିବି?” ନିମ୍ନରେ, ୫ଟି ସୋପାନ ଦିଆଯାଇଅଛି ଯାହା ତୁମକୁ ବାଇବଲରୁ ନିର୍ଦ୍ଦେଶ ଦେବ । ତୁମ ଯାତ୍ରାରେ ଯଦି ଆଉ କିଛି ପ୍ରଶ୍ନ ଥାଏ, ଦୟାପୂର୍ବକ ଏହି ୱେବସାଇଟକୁ ପରିଦର୍ଶନ କରନ୍ତୁ www.GotQuestions.org/Oriya

୧. ଏହା ସୁନିଶ୍ଚିତ କରନ୍ତି ଯେ ତୁମେ ପରିତ୍ରାଣକୁ ବୁଝିଅଛନ୍ତି

୧ ଯୋହନ ୫:୧୩ କହେ ଯେ, “ଈଶ୍ଵରଙ୍କ ପୁତ୍ରଙ୍କ ନାମରେ ବିଶ୍ଵାସ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଯେପରି ଜାଣ ଯେ ତୁମ୍ଭେମାନେ ଅନନ୍ତ ଜୀବନ ପାଇଅଛ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହିସମସ୍ତ ଲେଖିଲି” । ଇଶ୍ଵର ଚାହାନ୍ତି ଯେ, ଆମେ ପରିତ୍ରାଣକୁ ବୁଝୁ । ଇଶ୍ଵର ଚାହାନ୍ତି ଯେ, ଆମେ ଉଦ୍ଧାର ନିଶ୍ଚିତତାକୁ ଭରସା ରଖୁ । ଆସନ୍ତୁ, ସଂକ୍ଷେପରେ, ପରିତ୍ରାଣର କେତେକ ମୁଖ୍ୟ ବିଷୟକୁ ଦେଖିବା:

(କ) ଆମେ ସମସ୍ତେ ପାପ କରିଅଛୁ । ଆମେ ସମସ୍ତେ ଏପରି ବିଷୟ କରିଅଛୁ ଯାହା ଈଶ୍ଵରଙ୍କୁ ଅସନ୍ତୋଷ କରେ (ରୋମୀୟ ୩:୨୩)

(ଖ) ଆମ ପାପ ହେତୁ, ଆମେ ଈଶ୍ଵରଙ୍କଠାରୁ ଅନନ୍ତକାଳ ବିଚ୍ଛେଦ ହେବା ଦଣ୍ଡ ପାଇବା ପାଇଁ ଯୋଗ୍ୟ ଅଟୁ (ରୋମୀୟ ୬:୨୩)

(ଗ) ଆମ ପାପର ମୂଲ୍ୟ ପରିଶୋଧ କରିବା ପାଇଁ ଯୀଶୁ କ୍ରୁଶରେ ହତ ହେଲେ (ରୋମୀୟ ୫:୮; ୨ କରନ୍ଥୀୟ ୫:୨୧) । ଆମ ପାପର ଦଣ୍ଡ ନିଜ ଉପରେ ନେଇ ଯୀଶୁ ଆମ ସ୍ଥାନରେ ମୃତ୍ୟୁଭୋଗ କଲେ । ଯୀଶୁ ଖ୍ରୀଷ୍ଟଙ୍କ ପୃନରୁତଥାନ ପ୍ରମାଣ କରେ ଯେ, ଆମ ପାପର ମୂଲ୍ୟ ପରିଶୋଧ କରିବା ପାଇଁ ତାହାଙ୍କ ମୃତ୍ୟୁ ଯଥେଷ୍ଟ ଥିଲା ।

(ଘ) ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ ରଖନ୍ତି, - ସେ ଯେ ଆମ ପାପର ମୂଲ୍ୟ ପରିଶୋଧ ପାଇଁ ମୃତ୍ୟୁ ଭୋଗ କରିଛନ୍ତି ଈଶ୍ଵର ସେମାନଙ୍କୁ ପାପକ୍ଷମା ଓ ପରିତ୍ରାଣ ପ୍ରଦାନ କରନ୍ତି (ଯୋହନ ୩:୧୬; ରୋମୀୟ ୮:୧)

ଏହା ହିଁ ହେଉଛି ପରିତ୍ରାଣର ସମ୍ବାଦ ! ଯଦି ତୁମେ ଯୀଶୁ ଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତାରୁପେ ବିଶ୍ଵାସ କରିଅଛ, ତୁମେ ଉଦ୍ଧାର ପାଇଅଛ ! ତୁମର ସମସ୍ତ ପାପ କ୍ଷମା କରାଯାଇଅଛି ଏବଂ ଈଶ୍ଵର ପ୍ରତିଜ୍ଞା କରନ୍ତି ଯେ, ସେ ତୁମକୁ କଦାପି ଛାଡ଼ିବେ ନାହିଁ ଅବା ପରିତ୍ୟାଗ କରିବେ ନାହିଁ (ରୋମୀୟ ୮:୩୮-୩୯; ମାଥିଉ ୨୮:୨୦) । ମନେରଖନ୍ତୁ, ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମର ପରିତ୍ରାଣ ସୁରକ୍ଷିତ ଅଟେ (ଯୋହନ ୧୦:୨୮-୨୯) , ଯଦି ତୁମେ କେବଳ ଯୀଶୁଙ୍କୁ ନିଜର ଉଦ୍ଧାରକର୍ତ୍ତାରୁପେ ବିଶ୍ଵାସ କରୁଅଛ, ତେବେ ଭରସା ରଖ, ତୁମେ ସ୍ଵର୍ଗରେ ଈଶ୍ଵରଙ୍କ ସହ ଅନନ୍ତକାଳ ବାସ କରିବ !

୨. ଏପରି ଏକ ଉତ୍ତମ ମଣ୍ଡଳୀର ସନ୍ଧାନ କରନ୍ତୁ ଯାହା ବାଇବଲ ଆଧାରିତ ଶିକ୍ଷା ଦିଏ ।

ମଣ୍ଡଳୀକୁ ଏକ କୋଠାଘରରୁପେ ଭାବନ୍ତୁ ନାହିଁ । ଲୋକମାନେ ହେଉଛନ୍ତି ପ୍ରକୃତରେ ମଣ୍ଡଳୀ । ଖ୍ରୀଷ୍ଟ ବିଶ୍ଵାସୀଗଣ ପରସ୍ପର ସହ ସହଭାଗିତା କରିବା ଅତି ମହତ୍ଵପୂର୍ଣ୍ଣ । ତାହା ହେଉଛି ମଣ୍ଡଳୀର ଏକ ପ୍ରାଥମିକ ଉଦ୍ଦେଶ୍ୟ । ବର୍ତ୍ତମାନ, ତୁମେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିଅଛ, ତେଣୁ ଆମେ ତୁମକୁ ଉତ୍ସାହିତ କରୁ ଯେ, ତୁମେ ନିଜ ଅଞ୍ଚଳରେ ଏକ ବାଇବଲ ଆଧାରିତ ମଣ୍ଡଳୀର ସନ୍ଧାନ କର ଓ ସେଠାକାର ପାଳକଙ୍କ ସହ କଥାବାର୍ତ୍ତା କର । ଯୀଶୁଙ୍କଠାରେ ତୁମର ନୂତନ ବିଶ୍ଵାସ ସମ୍ପର୍କରେ ତାହାଙ୍କୁ ଜାଣିବାକୁ ଦିଅ ।

ମଣ୍ଡଳୀର ଦ୍ଵିତୀୟ ଉଦ୍ଦେଶ୍ୟ ହେଉଛି ବାଇବଲ ଶିକ୍ଷା ଦେବା । ଈଶ୍ଵରଙ୍କ ଶିକ୍ଷାକୁ ତୁମ ଜୀବନରେ କିପରି ପ୍ରୟୋଗ କରିବ, ତାହା ତୁମେ ଶିଖିପାରିବ । ଏକ ସଫଳ ଓ ଶକ୍ତିଶାଳୀ ଖ୍ରୀଷ୍ଟିଆନ୍ ଜୀବନର ଚାବିକାଠି ହେଉଛି ବାଇବଲକୁ ବୁଝିବା । ୨ତୀମଥି ୩:୧୬-୧୭, “ସମସ୍ତ ଶାସ୍ତ୍ର ଈଶ୍ଵରନିଶ୍ଵସିତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ, ଯେପରି ଈଶ୍ଵରଙ୍କ ଲୋକ ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଅ” ।

ମଣ୍ଡଳୀର ତୃତୀୟ ଉଦ୍ଦେଶ୍ୟ ହେଉଛି ଆରାଧନା ଈଶ୍ଵର ଯେ ସମସ୍ତ କରିଅଛନ୍ତି ସେଥିପାଇଁ ତାହାଙ୍କୁ ଧନ୍ୟବାଦ ଦେବା ହେଲା ଆରାଧନା ! ଈଶ୍ଵର ଆମକୁ ଉଦ୍ଧାର କରିଅଛନ୍ତି । ଈଶ୍ଵର ଆମକୁ ପ୍ରେମ କରନ୍ତି । ଈଶ୍ଵର ଆମକୁ ଯୋଗନ୍ତି । ଈଶ୍ଵର ଆମକୁ ପଥ ପ୍ରଦର୍ଶନ ଓ ନିର୍ଦ୍ଦେଶ ଦିଅନ୍ତି । ତେବେ, ଆମେ ତାହାଙ୍କୁ କିପରି ଧନ୍ୟବାଦ ଦେବା ନାହିଁ ? ଈଶ୍ଵର ପବିତ୍ର, ଧାର୍ମିକ, ପ୍ରେମମୟ, ଦୟାଳୁ ଓ ଅନୁଗ୍ରହରେ ପୂର୍ଣ୍ଣ ଅଟନ୍ତି । ପ୍ରକାଶିତ ୪:୧୧ କହେ ଯେ, “ହେ ଆମ୍ଭମାନଙ୍କର ପ୍ରଭୁ ଓ ଈଶ୍ଵର, ତୁମ୍ଭେ ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ସୁଭାଜନ ଅଟ, ତୁମ୍ଭେ ସମସ୍ତ ସୃଷ୍ଟି କରିଅଛ, ଆଉ ତୁମ୍ଭ ଇଚ୍ଛାରେ ସେହିସବୁ ସ୍ଥିତି ପ୍ରାପ୍ତ ହୋଇସୃଷ୍ଟ ହୋଇଅଛି” ।

୩. ପରମେଶ୍ଵରଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ପ୍ରତିଦିନ ସମୟ ଦିଅନ୍ତୁ ।

ଈଶ୍ଵରଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରି ପ୍ରତିଦିନ ସମୟ ବିତାଇବା ଅତି ଗୁରୁତ୍ଵପୂର୍ଣ । କେତେକ ଲୋକ ଏହାକୁ “ନୀରବ ସମୟ” କହନ୍ତି ଓ ଅନ୍ୟ କେହି ଏହାକୁ “ଧ୍ୟାନର ସମୟ” କହନ୍ତି କାରଣ ଏହି ସମୟରେ ଆମେ ନିଜକୁ ଈଶ୍ଵରଙ୍କ ନିକଟବର୍ତ୍ତୀ କରାଇଥାଉ । କେତେକ ଲୋକ ଧ୍ୟାନ ନିମନ୍ତେ ସକାଳ ସମୟରେ ପସନ୍ଦ କରିଥାନ୍ତି, ଆଉ, ଅନ୍ୟ କେତେକ ଲୋକ ସନ୍ଧ୍ୟା ସମୟକୁ ପସନ୍ଦ କରିଥାନ୍ତି ।ଏହି ସମୟକୁ କେଉଁ ନାମ ଦିଆଯାଏ ଅବା କେତେବଳେ ଧ୍ୟାନ ପାଇଁ ସମୟ ଦିଆଯାଏ, ତାହା ଏତେ ଗୁରୁତ୍ଵପୂର୍ଣ ନୁହେଁ । ମୁଖ୍ୟ ବିଷୟ ହେଉଛି ତୁମେ ନିୟମିତ ଭାବେ ଈଶ୍ଵରଙ୍କ ସହ ସମୟ ବିତାଉଛନ୍ତି କି ନାହିଁ । ଈଶ୍ଵରଙ୍କ ସହ ସମୟ ବିତାଇବା କେଉଁସବୁ ବିଷୟକୁ ବୁଝାଏ?

(କ) ପ୍ରାର୍ଥନା । ପ୍ରାର୍ଥନା ହେଉଛି ଈଶ୍ଵରଙ୍କ ସହ କଥୋପକଥନ କରିବା । ଆପଣା ସମସ୍ୟା ଓ ଆବଶ୍ୟକତା ବିଷୟରେ ଈଶ୍ଵରଙ୍କ ସହିତ କଥାବାର୍ତ୍ତା କରନ୍ତୁ । ଜ୍ଞାନ ଓ ପଥ ଦେଖାଇବା ପାଇଁ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରନ୍ତୁ । ଆପଣଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ତାହାଙ୍କୁ ବିନତି କର । ଈଶ୍ଵରଙ୍କୁ କେତେ ପ୍ରେମ କର ଓ ସେ ତୁମ ପାଇଁ ଯେ ସମସ୍ତ କରନ୍ତି ସେଥିପାଇଁ ତୁମେ ତାହାଙ୍କଠାରେ କେତେ କୃତଜ୍ଞ ଅଟ, ତାହା ତାହାଙ୍କୁ କୁହ । ଏହି ସବୁ ବିଷୟ ହିଁ ପ୍ରାର୍ଥନା ।

(ଖ) ବାଇବଲ ଅଧ୍ୟୟନ । ମଣ୍ଡଳୀ, ସଣ୍ଡେସ୍କୁଲ, ଓ ବାଇବଲ ଅଧ୍ୟୟନ ଦଳରେ ତୁମେ ବାଇବଲ ଶିକ୍ଷା ପ୍ରାପ୍ତ ବ୍ୟତୀତ ନିଜେ ମଧ୍ୟ ବାଇବଲ ପଢ଼ିବାକୁ ହେବ । ଏକ ସଫଳ ଖ୍ରୀଷ୍ଟିଆନ ଜୀବନ ଯାପନ କରିବା ପାଇଁ ଆପଣଙ୍କୁ ଯେ ସମସ୍ତ ବିଷୟ ଜାଣିବାର ଆବଶ୍ୟକତା ଅଛି, ସେ ସମସ୍ତ ବିଷୟ ବାଇବଲରେ ନିହିତ ଅଛି । ଉଚିତ୍ ନିଷ୍ପତି କିପରି ନେବା, ଈଶ୍ଵରଙ୍କ ଇଚ୍ଛାକୁ କିପରି ଜାଣିବା, ଅନ୍ୟମାନଙ୍କୁ କିପରି ସେବା କରିବା ଏବଂ ଆତ୍ମିକ ଜୀବନରେ କିପରି ବଢ଼ିବା, ଏହି ସବୁ ସମ୍ପର୍କରେ ବାଇବଲ ପଥ ପ୍ରଦର୍ଶନ କରେ । ବାଇବଲ ଆମ ପାଇଁ ଈଶ୍ଵରଙ୍କ ବାକ୍ୟ ଅଟେ । ବାଇବଲ ହେଉଛି ଈଶ୍ଵରଙ୍କ ଉପଦେଶ ଓ ନିୟମାବଳୀ, ଏହା ଦ୍ଵାରା ଆମେ ଏପରି ଏକ ଜୀବନ ଅତିବାହିତ କରିପାରିବା ଯାହା ତାହାଙ୍କୁ ପ୍ରସନ୍ନ କରିବ ଓ ଆମର ଆତ୍ମସନ୍ତୋଷଜନକ ହୋଇପାରିବ ।

୪. ଏପରି ଲୋକମାନଙ୍କ ସହ ସମ୍ପର୍କ ସ୍ଥାପନ କର ଯେଉଁମାନେ ତୁମକୁ ଆତ୍ମିକ ଜୀବନରେ ସାହାଯ୍ୟ କରିପାରିବେ ।

୧ କରନ୍ଥିୟ ୧୫:୩୩, ଆମକୁ କୁହେ ଯେ, “ଭ୍ରାନ୍ତ ନ ହୁଅ, କୁସଂସର୍ଗ ଶିଷ୍ଟାଚାର ନଷ୍ଟ କରେ” । “ମନ୍ଦ” ଲୋକମାନେ ଆମ ଉପରେ କେଉଁପ୍ରକାର ପ୍ରଭାବ ପକାନ୍ତି, ସେ ସମ୍ପର୍କରେ ବାଇବଲରେ ଅନେକ ଚେତାନା ଦିଆଯାଇଅଛି । ପାପମୟ କାର୍ଯ୍ୟରେ ଲିପ୍ତ ରହିବା ଲୋକଙ୍କ ସହିତ ସମୟ ଅତିବାହିତ କରିବା ଦ୍ଵାରା ଆମେ ମଧ୍ୟ ସେହି ପ୍ରକାରର କାର୍ଯ୍ୟ କରିବା ପାଇଁ ପ୍ରଲୋଭିତ ହୋଇ ପାରୁ । ଆମେ ଯେଉଁ ଲୋକମାନଙ୍କ ଚତୁଃପାର୍ଶ୍ଵରେ ରହୁ, ସେମାନଙ୍କ ପ୍ରଭାବ ଆମ ଉପରେ ପଡ଼ିଥାଏ । ଏଣୁ, ଏହା ଅତି ଗୁରୁତ୍ଵପୂର୍ଣ ଯେ, ଯେଉଁମାନେ ପ୍ରଭୁଙ୍କୁ ପ୍ରେମ କରନ୍ତି ଓ ତାହାଙ୍କ ପ୍ରତି ସମର୍ପିତ ଅଟନ୍ତି, ଆମେ ସେହି ପ୍ରକାରର ଲୋକମାନଙ୍କ ସମ୍ପର୍କରେ ରହିବା ଉଚିତ୍ ।

ତୁମ ମଣ୍ଡଳୀରୁ ଅନ୍ତତଃ ଏକ ଅବା ଦୁଇ ବନ୍ଧୁଙ୍କୁ ଖୋଜିବାକୁ ଚେଷ୍ଟା କର ଯିଏ ତୁମକୁ ସାହାଯ୍ୟ କରିପାରିବ ଓ ତୁମକୁ ଉତ୍ସାହିତ କରିପାରିବ (ଏବ୍ରୀ ୩:୧୩; ୧୦:୨୪) । ନିଜ ବନ୍ଧୁଙ୍କୁ କୁହ ଯେ ତୁମର ନୀରବ ସମୟ, ତୁମର ଚାଲିଚଳନ ଓ ଈଶ୍ଵରଙ୍କ ସହ ତୁମ ଗତିବିଧି ସମ୍ପର୍କରେ ତୁମେ ତାହାଙ୍କଠାରେ ଉତ୍ତରଦାୟୀ ଅଟ । ଯଦି ତୁମେ ତାହାଙ୍କ ପାଇଁ ଠିକ୍ ସେହି ବିଷୟ କରିବାକୁ ଚାହୁଁଛ, ସେ ତାହା ଚାହାନ୍ତି କି ନାହିଁ ତାହାଙ୍କୁ ପଚାରି ଦେଖ । ଏହାର ଅର୍ଥ ନୁହେଁ ଯେ, ତୁମର ଯେଉଁ ବନ୍ଧୁମାନେ ଯୀଶୁଙ୍କୁ ଉଦ୍ଧାରକର୍ତ୍ତାରୂପେ ବିଶ୍ଵାସ କରିନାହାନ୍ତି, ସେମାନଙ୍କୁ ପରିତ୍ୟାଗ କରିବାକୁ ହେବ । ସେମାନଙ୍କ ସହ ବନ୍ଧୁତା ବଜାୟ ରଖନ୍ତୁ ଏବଂ ସେମାନଙ୍କୁ ପ୍ରେମ କରନ୍ତୁ । କେବଳ ସେମାନେ ଜାଣନ୍ତୁ ଯେ, ଯୀଶୁ ଖ୍ରୀଷ୍ଟ ତୁମ ଜୀବନକୁ କିପରି ପରିବର୍ତ୍ତନ କରିଅଛନ୍ତି ଏବଂ ତୁମେ ଯେଉଁ ସବୁ ବିଷୟ ପୂର୍ବେ କରୁଥିଲ, ସେହି ସବୁ ବିଷୟ ତୁମେ ଆଉ କରୁନାହଁ । ନିଜ ବନ୍ଧୁମାନଙ୍କ ନିକଟରେ ଯୀଶୁଙ୍କୁ ଜଣାଇବା ପାଇଁ ଯେଉଁ ସୁଯୋଗ ଆବଶ୍ୟକ ସେଥି ସକାଶେ ଈଶ୍ଵରଙ୍କଠାରେ ପ୍ରାର୍ଥନା କର ।

୫. ବାପ୍ତିସ୍ମ ନିଅ

ଅନେକ ଲୋକ ବାପ୍ତିସ୍ମ ବିଷୟରେ ଭୁଲ ବୁଝାମଣା ରଖିଥାନ୍ତି । “ବାପ୍ତିସ୍ମ” ର ଅର୍ଥ ହେଉଛି ଜଳରେ ଡୁବିତ ହେବା । ବାପ୍ତିସ୍ମ ହେଉଛି ଖ୍ରୀଷ୍ଟଙ୍କଠାରେ ତୁମର ନୂତନ ବିଶ୍ଵାସକୁ ଓ ତାହାଙ୍କୁ ଅନୁଗମନ କରିବା ପାଇଁ ତୁମେ ଯେଉଁ ପ୍ରତିଶ୍ରୁତିବଦ୍ଧ ହୋଇଅଛ, ତାହାକୁ ସମସ୍ତ ଲୋକମାନଙ୍କ ସମ୍ମୁଖରେ ସ୍ଵୀକାର କରିବା । ଜଳରେ ଡୁବିତ ହେବା କାର୍ଯ୍ୟଟି ଖ୍ରୀଷ୍ଟଙ୍କ ସହ କବରଶାୟୀ ହେବାକୁ ଚିତ୍ରଣ କରେ । ଜଳରୁ ବାହାରି ଆସିବା କାର୍ଯ୍ୟଟି ଖ୍ରୀଷ୍ଟଙ୍କ ପୁନରୁତଥାନର ଚିତ୍ରଣ କରେ । ବାପ୍ତିସ୍ମ ହେବାର ଅର୍ଥ ହେଉଛି ଯୀଶୁଙ୍କର ମୃତ୍ୟୁ, କବର, ଓ ପୁନରୁତଥାନ ସହ ସହଭାଗୀ ହେବା (ରୋମୀୟ ୬:୩-୪) ।

ବାପ୍ତିସ୍ମ ତୁମକୁ ଉଦ୍ଧାର କରେ ନାହିଁ । ବାପ୍ତିସ୍ମ ତୁମର ପାପକୁ ଧୌତ କରେ ନାହିଁ । ବାପ୍ତିସ୍ମ ହେଉଛି, ଆଜ୍ଞାବହତାର ଏକେ ସରଳ ପଦକ୍ଷେପ, ପରିତ୍ରାଣ ସକାଶେ କେବଳ ଖ୍ରୀଷ୍ଟଙ୍କଠାରେ ଥିବା ତୁମ ବିଶ୍ଵାସକୁ ସମସ୍ତଙ୍କ ସମ୍ମୁଖରେ ଘୋଷଣା କରିବା । ବାପ୍ତିସ୍ମ ଗୁରୁତ୍ଵପୂର୍ଣ୍ଣ କାରଣ ଏହା ଆଜ୍ଞାବହତାର ଏକ ପଦକ୍ଷେପ- ଖ୍ରୀଷ୍ଟଙ୍କୁ ବିଶ୍ଵାସ କରିଥିବା ବିଷୟକୁ ସମସ୍ତଙ୍କ ସମ୍ମୁଖରେ ଘୋଷଣା କରିବା ଓ ତାହାଙ୍କ ନିକଟରେ ପ୍ରତିଶ୍ରୁତିବଦ୍ଧ ହେବା । ଯଦି ତୁମେ ବାପ୍ତିସ୍ମ ନେବା ପାଇଁ ପ୍ରସ୍ତୁତ ଅଛ ତେବେ, ତୁମେ ନିକଟସ୍ଥ ପାଳକ ସହ କଥାବାର୍ତ୍ତା କରିବା ଉଚିତ୍ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ମୁଁ ଏବେ ଯୀଶୁଙ୍କଠାରେ ବିଶ୍ଵାସ କରିଅଛି...ବର୍ତ୍ତମାନ ମୁଁ କଅଣ କରିବି?
© Copyright Got Questions Ministries