ମୁଁ କିପରି ଜୀବନର ପ୍ରକୃତ ଅର୍ଥକୁ ପାଇ ପାରିବି?


ପ୍ରଶ୍ନ: ମୁଁ କିପରି ଜୀବନର ପ୍ରକୃତ ଅର୍ଥକୁ ପାଇ ପାରିବି?

ଉତ୍ତର:
ଜୀବନର ଅର୍ଥ କଅଣ? ଜୀବନରେ କିପରି ଉଦ୍ଦେଶ୍ୟ, ସଫଳତା ଓ ସନ୍ତୋଷ ମିଳିପାରିବ? ଜୀବନରେ କିପରି ଦୀର୍ଘ ତାତ୍ପର୍ଯ୍ୟତାକୁ ହାସଲ କରିହେବ? କେତେକ ଲୋକ ଏହି ପ୍ରମୁଖ ପ୍ରଶ୍ନ ପଚାରିବା କେବେ ବି ବନ୍ଦ କରି ନାହାଁନ୍ତି । କେତେକ ବର୍ଷ ଉତ୍ତାରେ ଯେବେ ସେମାନେ ନିଜ ନିଜକୁ ଦେଖନ୍ତି, ସେମାନେ ଆଶ୍ଚର୍ଯ୍ୟ ହୁଅନ୍ତି ଯେ ସେମାନଙ୍କ ସମ୍ପର୍କ କାହିଁକି ଭଗ୍ନ ଅବସ୍ଥାରେ ଅଛି ଏବଂ ସେମାନେ ଯାହା ଉଦ୍ଦେଶ୍ୟ ରଖିଥିଲେ, ତାହା ହାସଲ କରିବା ପରେ ସୁଦ୍ଧା ସେମାନଙ୍କ ଜୀବନ ଶୂନ୍ୟ ଭଳି ସେମାନଙ୍କୁ ମନେ ହେଉଛି । ଏକଦା, ଜଣେ କ୍ରୀଡାବିତ ଯେ କି କ୍ରୀଡାରେ ହାସଲ କରିଅଛନ୍ତି ତାହାଙ୍କୁ ପଚରାଗଲା ଯେ ସେ କ୍ରୀଡା ଆରମ୍ଭ କଲା ବେଳେ ସେ କେଉଁ ପ୍ରକାରର ଉପଦେଶ ପାଇବା ଉତ୍ତମ ବୋଲି ମାନେ କରିଥାନ୍ତେ । ସେ ଉତ୍ତର ଦେଲେ, “ମୁଁ ଇଚ୍ଛା କରେ ଯେ କେହି ମୋତେ ଏହା କହିଥାନ୍ତା ଯେ, ଯେବେ ତୁମେ ଶୀର୍ଷତାରେ ପହଂଚି ଯାଅ, ସେଠାରେ କିଛି ନାହିଁ” । ଅନେକ ଉଦ୍ଦେଶ୍ୟର ଶୂନ୍ୟତା ତେବେ ଜଣା ପଡେ, ଯେବେ କି ତାହା ହାସଲ କରିବା ପାଇଁ ବହୁ ବର୍ଷ ନଷ୍ଟ ହୋଇଯାଇଅଛି” ।

ମାନବ ତିଆରି ସଂସ୍କୃତିରେ, ଲୋକେ ବହୁ ବିଷୟକୁ ପଛରେ ଦୌଡିଥାନ୍ତି, ଏହା ଭାବି ଯେ ସେହି ବିଷୟମାନଙ୍କରେ ସେମାନେ ଜୀବନର ଅର୍ଥକୁ ପାଇପାରିବେ । ଏହି ପ୍ରକାର ଉଦ୍ଦେଶ୍ୟ ହେଉଛି ଉଦାହରଣ ସ୍ବରୁପେ ବ୍ୟବସାୟରେ ସଫଳତା, ଧନ, ଉତ୍ତମ ସମ୍ପର୍କ, ଯୌନ ସମ୍ପର୍କ, ମନୋରଂଜନ ଏବଂ ଅନ୍ୟର ମଂଗଳ କରିବା । ଲୋକେ ଏହା ସାକ୍ଷ୍ୟ ଦେଇଅଛନ୍ତି ଯେ ସେମାନେ ଜୀବନରେ ଧନ, ସମ୍ପର୍କ, ଏବଂ ସୁଖ ଭଳି ଉଦ୍ଦେଶ୍ୟକୁ ହାସଲ କରିବା ପରେ ସୁଦ୍ଧା ଅନ୍ତରରେ ଗଭୀର ଶୂନ୍ୟତା, ଏପରି ଏକ ଶୂନ୍ୟତାର ଅନୂଭବ ଯାହାକୁ ପୂର୍ଣ୍ଣ କରିବା ଅସମ୍ଭବ ବୋଲି ମନେ ହୁଏ ।

ବାଇବଲର ଉପଦେଶକ ପୁସ୍ତକର ଲେଖକ ଏହି ଅନୁଭବକୁ ବ୍ୟାଖ୍ୟା କରନ୍ତି, ସେ କହନ୍ତି, “ଅସାର! ଅସାର! ସବୁ ହିଁ ଅସାର” (ଉପଦେଶକ ୧:୨) । ରାଜା ଶଲୋମନ, ଉପଦେଶକର ଲେଖକ, ତାହାଙ୍କ ପାଖରେ ଅନେକ ବିଷୟ ଥିଲା ଯଥା:- ମାପିବା ବାହାରେ ଧନ, ତାହାଙ୍କ ଓ ଆମ ସମୟର ଚିନ୍ତାର ବାହାରେ ଜ୍ଞାନ, ଅନେକ ସଂଖ୍ୟକ ସ୍ତ୍ରୀ, ରାଜପ୍ରସାଦ ଓ ଉଦ୍ୟାନ ଯାହାକୁ ଅନ୍ୟ ରାଜାମାନେ ଇର୍ଷା କରୁଥିଲେ, ଉତ୍କୃଷ୍ଟ ଖାଦ୍ୟ ଓ ଦ୍ରାକ୍ଷାରସ, ବିଭିନ୍ନ ପ୍ରକାରର ମନୋରଂଜନ । ସେ ଗୋଟିଏ ସ୍ଥାନରେ କହନ୍ତି ଯେ ତାହାଙ୍କ ଚକ୍ଷୁ ଯାହା ଇଚ୍ଛା କଲା ତାହାକୁ ସେ ମନା କଲେ ନାହିଁ । ତଥାପି, ସେ କହନ୍ତି ଯେ, “ସୂର୍ଯ୍ୟ ତଳେ ସବୁ ହିଁ ଅସାର”- ଆମ ଇନ୍ଦ୍ରିୟ ଦ୍ବାରା ଯାହା ଅନୁଭବ କରି ହୁଏ ଓ ଚକ୍ଷୁ ଯାହା ଦେଖିପାରେ, ତାହା ହିଁ ଭାବି ଜୀବନ ବଂଚିବା- ଅସାର । ଜୀବନର ଏହିପରି ଶୂନ୍ୟତା କାହିଁକି ଆସେ? କାରଣ ଈଶ୍ବର ଆମ ପାଇଁ ଏପରି କିଛି ସୃଷ୍ଟି କରିଅଛନ୍ତି ଯାହା ଆମେ “ଏଠାରେ-ଓ-ବର୍ତ୍ତମାନ”ରେ ଅନୁଭବ କରିବା ଅପେକ୍ଷା ଅଧିକ । ଶଲୋମନ ଈଶ୍ବରଙ୍କ ବିଷୟରେ କହିଲେ, “ସେ ପ୍ରତ୍ୟେକ ବିଷୟକୁ ତାହାର ସମୟରେ ଶୋଭିତ କରିଅଛନ୍ତି; ମଧ୍ୟ ସେ ସେମାନଙ୍କ ହୃଦୟରେ ଅନନ୍ତ କାଳ ରଖିଅଛନ୍ତି” (ଉପଦେଶକ ୩:୧୧) । ଆମ ହୃଦୟରେ ଆମେ ଜାଣୁ ଯେ ଜୀବନରେ “ଏଠାରେ-ଓ-ବର୍ତ୍ତମାନ” ଅପେକ୍ଷା ଆହୁରି ଅଧିକ ବିଷୟ ଅଛି ।

ବାଇବଲର ପ୍ରଥମ ପୁସ୍ତକ, ଆଦିପୁସ୍ତକରେ, ଆମେ ଜାଣୁ ଯେ ଈଶ୍ବର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ନିର୍ମାଣ କଲେ (ଆଦିପୁସ୍ତକ ୧:୨୬) । ଏହାର ଅର୍ଥ ହେଉଛି ଆମେ ଅନ୍ୟାନ୍ୟ ବିଷୟ ଅପେକ୍ଷା ଆମେ ଅଧିକ ଈଶ୍ବରଙ୍କ ଭଳି (ଜୀବନର ଆଉ ଅନ୍ୟ କୌଣସି ରୂପ) । ଆମେ ଏହା ମଧ୍ୟ ଦେଖିବାକୁ ପାରୁ ଯେ ମନୁଷ୍ୟ ପାପରେ ପତ୍ତିତ ହେବ ପୂର୍ବରୁ ଓ ପୃଥିବୀରେ ପାପର ଅଭିଶାପ ଆସିବା ପୂର୍ବରୁ, ନିମ୍ନଲିଖିତ ବିଷୟମାନ ସତ୍ୟ ଥିଲା: (୧) ଈଶ୍ବର ମନୁଷ୍ୟକୁ ଏକ ସାମାଜିକ ପ୍ରାଣୀ ଭାବରେ ସୃଷ୍ଟି କଲେ (ଆଦିପୁସ୍ତକ ୨:୧୮-୨୫); (୨) ଈଶ୍ବର ମନୁଷ୍ୟକୁ କାର୍ଯ୍ୟ ଦେଲେ (ଆଦିପୁସ୍ତକ ୨:୧୫); (୩) ମନୁଷ୍ୟ ସହ ଈଶ୍ବର ସହ ସହଭାଗିତା କଲେ (ଆଦିପୁସ୍ତକ ୩:୮); ଏବଂ (୪) ପୃଥିବୀ ଉପରେ ଈଶ୍ବର ମନୁଷ୍ୟକୁ କର୍ତ୍ତୁତ୍ବ ଦେଲେ (ଆଦିପୁସ୍ତକ ୧:୨୬) । ଏହି ସବୁ ବିଷୟର ତାତ୍ପର୍ଯ୍ୟତା କଅଣ?ଜୀବନର ସଫଳତା ପାଇଁ ଈଶ୍ବର ଆମ ପାଇଁ ଏହି ସବୁ ବିସୟ ଅଭିପ୍ରାୟ କରିଥିଲେ.କିନ୍ତୁ ଏହି ସମସ୍ତ ବିସୟ (ବିଶେଷତଃ ଈଶ୍ବରଙ୍କ ସହ ମନୁଷ୍ୟର ସମ୍ପର୍କ) ମନୁଷ୍ୟ ପାପରେ ପଡିବା ଦ୍ବାରା ପ୍ରଭାବିତ ହେଲା ଓ ପୃଥିବୀ ଉପରେ ଅଭିଶାପର ପ୍ରତିଫଳ ଆସିଲା (ଆଦିପୁସ୍ତକ ୩) ।

ବାଇବଲର ଶେଷ ପୁସ୍ତକ, ପ୍ରକାଶିତ ବାକ୍ୟରେ, ଈଶ୍ବର ପ୍ରକାଶ କରନ୍ତି ଯେ ସେ ବର୍ତ୍ତମାନର ପୃଥିବୀ ଓ ସୂର୍ଯ୍ୟକୁ ଧ୍ବଂସ କରିବେ ଏବଂ ନୂତନ ସ୍ବର୍ଗ ଓ ନୂତନ ପୃଥିବୀକୁ ସୃଷ୍ଟି କରି ଅନନ୍ତ ରାଜ୍ୟରେ ପ୍ରବେଶ କରିବେ । ସେ ସମୟରେ, ଉଦ୍ଧାରପ୍ରାପ୍ତ ମନୁଷ୍ୟ ସମାଜ ସହ ସେ ସମ୍ପୂର୍ଣ୍ଣ ସହଭାଗିତାକୁ ସୁସ୍ଥାପିତ କରିବେ, ଯେବେ କି ଉଦ୍ଧାର ପାଇ ନ ଥିବା ମନୁଷ୍ୟ ସମାଜ ବିଚାରିତ ହେବେ ଓ ଅଗ୍ନିମୟ ହ୍ରଦରେ ଯନ୍ତ୍ରଣା ଭୋଗ କରିବେ (ପ୍ରକାଶିତ ୨୦:୧୧-୧୫) । ପାପର ଅଭିଶାପ ଉଭେଇଯିବ, ଓ ସେମାନେ ତାହାଙ୍କ ସନ୍ତାନ ହେବେ (ପ୍ରକଶିତ ୨:୭) । ତେଣୁ, ଆମେ ପୁଣି ସେହି ବିଷୟକୁ ପ୍ରତ୍ୟାବର୍ତ୍ତନ କରୁଅଛୁ: ତାହାଙ୍କ ସହ ସହଭାଗିତା କରିବା ପାଇଁ ଈଶ୍ବର ଆମକୁ ନିର୍ମାଣ କଲେ, ମନୁଷ୍ୟ ପାପ କଲା ଓ ସେହି ସହଭାଗିତାକୁ ଭଗ୍ନ କଲା, ଅନନ୍ତକାଳୀନ ରାଜ୍ୟରେ ଈଶ୍ବର ସେହି ସହଭାଗିତାକୁ ସୁସ୍ଥାପନ କରନ୍ତି । ଜୀବନରେ ସମସ୍ତ ବିଷୟକୁ ହାସଲ କରି ଅନନ୍ତକାଳ ପାଇଁ ଈଶ୍ବରଙ୍କ’ଠାରୁ ପୃଥକୀକୃତ ହେବା ପାଇଁ ମୃତ୍ୟୁଭୋଗ କରିବା ଅତି ଦୁଃଖର ବିଷୟ! କିନ୍ତୁ ଈଶ୍ବର ଏକ ପଥ ପ୍ରସ୍ତୁତ କରିଅଛନ୍ତି କେବଳ ଅନନ୍ତ ସୁଖ ସମ୍ଭବ କରିବା ପାଇଁ ନୁହେଁ (ଲୂକ ୨୩:୪୩), କିନ୍ତୁ ପୃଥିବୀ ଉପରେ ସନ୍ତୋଷ ଓ ଅର୍ଥପୂର୍ଣ୍ଣ ଜୀବନ କିପରି ଅନନ୍ତ ସୁଖ ଓ “ଧରାପୃଷ୍ଠରେ ସ୍ବର୍ଗ” ହାସଲ କରାଯାଇପାରିବ?

ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ଜୀବନର ଅର୍ଥ ସୁସ୍ଥାପିତ

ପ୍ରକୃତ ଜୀବନର ଅର୍ଥ, ବର୍ତ୍ତମାନ ଓ ଅନନ୍ତକାଳ ନିମନ୍ତେ,ଇଶ୍ବରଙ୍କ ସହ ସହଭାଗିତା ଦ୍ବାରା ସୁସ୍ଥାପିତ କରାଯାଇ ପାରିବ ଯାହାକି ଆଦମ ଓ ହବାଙ୍କ ପାପରେ ପତିତ ହେବା ଦ୍ବାରା ହଜି ଯାଇଥିଲା । ଈଶ୍ବରଙ୍କ ସହ ସହଭାଗିତା କେବଳ ତାହାଙ୍କ ପୁତ୍ର, ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ସମ୍ଭବ (ପ୍ରେରିତ ୪:୧୨; ଯୋହନ ୧:୧୨; ୧୪:୬) । ଯେବେ ଆମେ ପାପର ଅନୁତାପ କରୁ, ଆମେ ଅନନ୍ତ ଜୀବନ ପ୍ରାପ୍ତ ହେଉ (ସେହି ପାପରେ ଆମେ ଆଉ ବାସ କରୁ ନାହୁଁ )ଏବଂ ଖ୍ରୀଷ୍ଟ ଆମକୁ ପରିବର୍ତ୍ତନ କରନ୍ତି, ଆମକୁ ନୂତନ ସୃଷ୍ଟି କରନ୍ତି ଏବଂ ଆମେ ଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତା ରୁପେ ବିଶ୍ବାସ କରୁ ।

ଜୀବନର ପ୍ରକୃତ ଅର୍ଥ କେବଳ ଯୀଶୁଙ୍କୁ ଉଦ୍ଧାରକର୍ତ୍ତା ରୂପେ ବିଶ୍ବାସ କରିବା ଦ୍ବାରା ଆସି ନ ଥାଏ, ବରଂ ଜୀବନରେ ପ୍ରକୃତ ଅର୍ଥ ଆସିଥାଏ ଯେବେ ଜଣେ ଖ୍ରୀଷ୍ଟଙ୍କ ଶିଷ୍ୟରୂପେ ଅନୁଗମନ କରେ, ତାହାଙ୍କ ଠାରୁ ଶିକ୍ଷା କରେ, ତାହାଙ୍କ ବାକ୍ୟରେ ସମୟ ବିତାଏ, ପ୍ରାର୍ଥନାରେ ତାହାଙ୍କ ସହ ବାର୍ତ୍ତାଳାପ କରେ, ଏବଂ ତାହାଙ୍କ ଆଜ୍ଞାର ଆଜ୍ଞାବହ ହୁଏ । ଯଦି ତୁମେ ଖ୍ରୀଷ୍ଟିଆନ ନୁହଁ, (ଅବା ତୁମେ ଜଣେ ନୂତନ ବିଶ୍ବାସୀ) ତୁମେ ନିଜକୁ ହୁଏତ କହିପାର, “ଏହି ବିଷୟ ମୋ ପାଇଁ ସଫଳ ହେବା ଭଳି ମନେ ହେଉ ନାହିଁ” କିନ୍ତୁ ଯୀଶୁ ନିମ୍ନଲିଖିତ ଉକ୍ତିଗୁଡିକ କହିଥିଲେ:

“ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ, ମୋ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି. ମୋହର ଜୁଆଳି ଆପଣା ଆପଣା ଉପରେ ଘେନ, ପୁଣି ମୋ ନିକଟରୁ ଶିଖ, କାରଣ ମୋ ମୃଦୃଶୀଳ ଓ ନମ୍ରଚିତ୍ତ, ଆଉ, ତୁମ୍ଭେମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ; ଯେଣୁ ମୋହର ଜୁଆଳି ସହଜ ଓ ମୋହର ଭାର ଉଶ୍ବାସ” (ମାଥିଉ ୧୧:୨୮-୩୦) “ଚୋର କେବଳ ଚୋରି ବଧ ଓ ବିନାଶ କରିବା ନିମନ୍ତେ ଆସେ; ସେମାନେ ଯେପରି ଜୀବନ ପାଆନ୍ତି ଓ ପ୍ରଚୁର ଭାବରେ ପାଆନ୍ତି, ଏଥି ନିମନ୍ତେ ମୁଁ ଆସିଅଛି” (ଯୋହନ ୧୦:୧୦ଖ) । “କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ବୀକାର କରୁ ପୁଣି ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ । କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ପ୍ରାପ୍ତ ହେବ ।” (ମାଥିଉ ୧୬:୨୪-୨୫) । “ମଧ୍ୟ ସଦାପ୍ରଭୁଙ୍କଠାରେ ଆନନ୍ଦ କର; ତହିଁରେ ସେ ତୁମ୍ଭର ମନୋବାଂଛା ପୂର୍ଣ୍ଣ କରିବେ” (ଗୀତସଂହିତା ୩୭:୪) ।

ଏହି ପଦଗୁଡିକ କହେ ଯେ ଆମ ପାଖରେ ପସନ୍ଦ ରହିଅଛି । ଆମେ ନିଜ ଜୀବନକୁ ନିଜ ଇଚ୍ଛାଅନୁସାରେ ବଂଚି ପାରିବା, ଯାହାକି ଶୁନ୍ୟତା ହିଁ ଆଣି ଦେବ, ବା ଆମେ ଇଶ୍ବରଙ୍କ ଓ ଆମ ଜୀବନରେ ତାହାଙ୍କ ଇଚ୍ଛାକୁ ହୃଦୟରେ ପାଇବା, ଯାହା ଆମ ଜୀବନରେ ସମ୍ପୂର୍ଣ୍ଣ ସନ୍ତୋଷ ଓ ଆନନ୍ଦକୁ ଆଣି ଦେଇପାରିବ । ଏହାର କାରଣ ହେଉଛି ଆମ ସୃଷ୍ଟିକର୍ତ୍ତା ଆମକୁ ପ୍ରେମ କରନ୍ତି, ଏବଂ ଆମର ଉତ୍ତମତା ଚାହାଁନ୍ତି (ଅତ୍ୟାବଶ୍ୟକ ଭାବରେ ସହଜ ଜୀବନ ନୁହେଁ କିନ୍ତୁ ସଫଳ ଜୀବନ) ।

ଖ୍ରୀଷ୍ଟିଆନ ଜୀବନକୁ ଏହି ବିଷୟ ସହ ତୁଳନା କରାଯାଇପାରେ, ଉଦାହରଣ ସ୍ଵରୁପେ କ୍ରୀଡା ପଡିଆରେ ଏକ ବ୍ୟୟବହୁଳ ଟିକଟକୁ କିଣିବା ଯେଉଁ ସ୍ଥାନରେ ସମସ୍ତ ବିଷୟ ନିକଟରୁ ଦେଖାଯାଇପାରିବ ଅବା କମ୍ ପେୟ କରି କ୍ରୀଡାକୁ ବହୁ ଦୂରରୁ ଦେଖିବା । ଈଶ୍ବରଙ୍କ କାର୍ଯ୍ୟ କରୁଥିବା ଦେଖିବା “ପ୍ରଥମ ଧାଡିର ସିଟ୍” ଆମେ ବାଛିବା ଆବଶ୍ୟକ, କିନ୍ତୁ ଦୁଃଖର ବିଷୟ, ଏହାକୁ ଅନେକ ଲୋକ ଚୟନ କରନ୍ତି ନାହିଁ । ଈଶ୍ବରଙ୍କୁ କାର୍ଯ୍ୟ କରିବା ଦେଖିବା ହେଉଛି ଖ୍ରୀଷ୍ଟଙ୍କ ସେହି ବିଶ୍ବାସୀମାନେ ଯେଉଁମାନେ ନିଜ ସ୍ଵଅଭିଳାଷକୁ ପରିତ୍ୟାଗ କରି ଈଶ୍ବରଙ୍କ ଇଚ୍ଛାକୁ ଓ ଉଦ୍ଦେଶ୍ୟକୁ ଲୋଡୁଅଛନ୍ତି । ସେମାନେ ମୂଲ୍ୟ ପରିଶୋଧ କରିଅଛନ୍ତି (ଖ୍ରୀଷ୍ଟ ଓ ତାହାଙ୍କ ଇଚ୍ଛାକୁ ସମ୍ପୂର୍ଣ୍ଣ ସମର୍ପଣ); ସେମାନେ ସଫଳ ଜୀବନ ଅନୁଭବ କରୁଅଛନ୍ତି; ଏବଂ ସେମାନେ ନିଜକୁ ଅନ୍ୟ ଲୋକମାନଙ୍କୁ ଓ ସେମାନଙ୍କ ସୃଷ୍ଟିକର୍ତ୍ତାଙ୍କୁ ବିନା ଦୁଃଖରେ ସମ୍ମୁଖୀନ କରିପାରିବେ । ତୁମେ ମୂଲ୍ୟ ପରିଶୋଧ କରିଅଛ କି? ତୁମେ ଇଛୁକ କି? ଯଦି ହଁ, ତେବେ ତୁମେ ପୁନର୍ବାର ଅର୍ଥ ଅବା ଉଦ୍ଦେଶ୍ୟ ପାଇଁ କ୍ଷୁଧିତ ହେବ ନାହିଁ ।



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ



ମୁଁ କିପରି ଜୀବନର ପ୍ରକୃତ ଅର୍ଥକୁ ପାଇ ପାରିବି?