settings icon
share icon
ପ୍ରଶ୍ନ

ହସ୍ତମୌଥୁନ ବାଇବଲ ଅନୁସାରେ କଅଣ ପାପ?

ଉତ୍ତର


ବାଇବଲ୍ କଦାପି ସିଧାସଳଖ ହସ୍ତମୌଥୁନ ସମ୍ପର୍କରେ ଉଲ୍ଲେଖ କରେ ନାହିଁ କିମ୍ବା ହସ୍ତମୌଥୁନ ପାପ ନା ନାହିଁ ଏହାର ସୂଚନା ଦିଏ ନାହିଁ I ହସ୍ତମୌଥୁନ ସମ୍ପର୍କରେ ସଧାରଣ ଭାବରେ ବୁଝିବା ପାଇଁ ଯେଉଁ ଶାସ୍ତ୍ରାଂସକୁ ନିର୍ଦ୍ଦେଶ କରାଯାଇଥାଏ, ତାହା ହେଉଛି ଆଦିପୁସ୍ତକ ୩୮:୯-୧୦ ରେ ଓନନର କାହାଣୀ I ଏହି ଶାସ୍ତ୍ରାଂସକୁ କେତେକ ଅନୁବାଦ କରନ୍ତି ଯେ “ଭୁମିରେ ରେତଃପାତ” ପାପ ଅଟେ I ଯାହାହେଉ, ଶାସ୍ତ୍ରାଂସ ଏହି ସମ୍ପର୍କରେ କିଛି କହେ ନାହିଁ I “ଭୁମିରେ ରେତଃପାତ” ଯୋଗୁଁ ନୁହେଁ କିନ୍ତୁ ଆପଣା ଭାଇ ନିମନ୍ତେ ଜଣେ ଉତ୍ତରାଧିକାରୀ ଦେବାର କର୍ତ୍ତବ୍ୟକୁ ଅସ୍ଵୀକାର କରିଥିବାରୁ ଈଶ୍ଵର, ଓନନକୁ ଦଣ୍ଡିତ କରି ଥିଲେ I ଏହି ଶାସ୍ତ୍ରାଂସ ହସ୍ତମୌଥୁନ ସମ୍ପର୍କରେ ନୁହଁ କିନ୍ତୁ ପରିବାର ର କର୍ତ୍ତବ୍ୟ ସମ୍ପର୍କରେ ଅଟେ I ଦ୍ଵିତୀୟ ଶାସ୍ତ୍ରାଂସ ଯାହାକୁ ହସ୍ତମୌଥୁନ ପାପ ବୋଲି ସାବ୍ୟସ୍ତ କରିବା ପାଇଁ ବ୍ୟବହାର କରାଯାଇଥାଏ, ତାହା ହେଉଛି ମାଥିଉ ୫:୨୭-୩୦ I ଯୀଶୁ ବ୍ୟଭିଚାର ମନୋଭାବକୁ ନିନ୍ଦା କରନ୍ତି ଏବଂ ସେ କହନ୍ତି ଯେ, “ତୁମ୍ଭର ଦକ୍ଷିଣ ହସ୍ତ ଯେବେ ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟି ଫୋପାଡ଼ି ଦିଅ” I ଯଦିଓ ଏହି ଶାସ୍ତ୍ରାଂସ ଓ ହସ୍ତମୌଥୁନ ମଧ୍ୟରେ କିଛି ସମାନ୍ତର ରହିଅଛି, ଯୀଶୁ ହସ୍ତମୌଥୁନ ବିଷୟରେ କହୁଥିବା ଚିନ୍ତା କରିବା ଅସ୍ଵାଭାବିକ ଅଟେ I

ଯଦିଓ ବାଇବଲର କୌଣସି ସ୍ଥାନରେ ନିର୍ଦ୍ଧିଷ୍ଟରୂପେ ହସ୍ତମୌଥୁନକୁ ପାପ ବୋଲି କୁହାଯାଇନାହିଁ, କିନ୍ତୁ ଏଠାରେ କୌଣସି ପ୍ରଶ୍ନ ନାହିଁ ଯେ ଯେଉଁ ବିଷୟ ହସ୍ତମୌଥୁନ କରିବା ପାଇଁ ପ୍ରବର୍ତ୍ତାଏ ତାହା ପାପମୟ ଅଟେ I ହସ୍ତମୌଥୁନ ପ୍ରାୟ ସର୍ବଦା ବ୍ୟଭିଚାର ଚିନ୍ତା, ଯୌନ ଉତ୍ତେଜିତ, ଏବଂ/ବା କାମକ୍ରିୟା ପ୍ରଦର୍ଶକ ଛବିର ଫଳ ଅଟେ I ଏହି ସମସ୍ୟା ଗୁଡ଼ିକର ମୁକାବିଲା ଆମେ କରିବା ଆବଶ୍ୟକ I ଯଦି ବ୍ୟଭିଚାର ଚିନ୍ତା, ଅନୈତିକ ଭାବନା ଓ କାମକ୍ରିୟା ଛବିକୁ ତ୍ୟାଗ ଅବା ଜୟ କରାଯାଇପାରିବ, ତେବେ ହସ୍ତମୌଥୁନ ଏକ ଆଲୋଚନାର ବିଷୟ ହେବ ନାହିଁ I ଅନେକ ଲୋକ ହସ୍ତମୌଥୁନ ବିଷୟକୁ ନେଇ ନିଜକୁ ଦୋଷୀ ମନେ କରନ୍ତି, ଯେବେ କି ବାସ୍ତବରେ ଯେଉଁ ବିଷୟ ତାହା କରାଇବାକୁ ପ୍ରବର୍ତ୍ତାଲା, ତାହା ଅଧିକ ଅନୁତାପ କରିବାର ବିଷୟ I

ବାଇବଲରେ ଏପରି କେତେକ ଶିଦଧାନତା ରହିଅଛି ଯାହା ହସ୍ତମୌଥୁନ ବିଷୟ ଉପରେ ପ୍ରୟୋଗ କରାଯାଇପାରିବ I ଏଫିସୀୟ ୫:୩, “ବ୍ୟଭିଚାର, ସମସ୍ତ ପ୍ରକାର ଅଶୁଚିତା କିମ୍ବା ଲୋଭ, ଏହିସବୁ ନାମରେ ସୁଦ୍ଧା ତୁମ୍ଭମାନଙ୍କ ମଧ୍ୟରେ ସ୍ଥାନ ନ ପାଉ” I ଏହା ଭାବନାରେ ଆଣିବା ଅତି କଷ୍ଟସାଧ୍ୟ ଯେ ହସ୍ତମୌଥୁନ ଏହି ପରୀକ୍ଷାକୁ କିପରି ଉତ୍ତୀର୍ଣ୍ଣ କରିପାରିବ I ବାଇବଲ ଆମକୁ ଶିକ୍ଷା ଦିଏ ଯେ, “ତୁମ୍ଭେମାନେ ଭୋଜନ କର କି ପାନ କର ଅବା ଯାହା କିଛି କର, ଈଶ୍ଵରଙ୍କ ଗୌରବ ନିମନ୍ତେ ସବୁ କର” (୧ କରନ୍ଥୀୟ ୧୦:୩୧) I ଯଦି ତୁମେ ଈଶ୍ଵରଙ୍କୁ ଗୌରବ ଦେବା ନିମନ୍ତେ କୌଣସି ବିଷୟ କରି ନ ପାର, ତେବେ ତୁମେ ତାହା ନ କରିବା ଉଚିତ୍ I ଯଦି ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣରୂପେ ସୁନିଶ୍ଚିତ ନୁହେଁ ଯେ ସେ କରୁଥିବା କାର୍ଯ୍ୟ ଈଶ୍ଵରଙ୍କ ସନ୍ତୋଷଜନକ ନୁହେଁ, ତେବେ ତାହା ପାପ ଅଟେ: “ଆଉ, ଯାହା କିଛି ବିଶ୍ଵାସରୁ ହୁଏ ନାହିଁ, ତାହା ପାପ” (ରୋମୀୟ ୧୪:୨୩) I ଆହୁରି, ଆମେ ମନେ ରଖିବା ଉଚିତ ଯେ ଆମ ଶରୀର ଉଦ୍ଧାର କରାଯାଇଅଛି ଓ ତାହା ବର୍ତ୍ତମାନ ଈଶ୍ଵରଙ୍କ ଅଟେ I “ତୁମ୍ଭମାନଙ୍କ ଶରୀର ଯେ ଈଶ୍ଵରଙ୍କଠାରୁ ପ୍ରାପ୍ତ ତୁମ୍ଭମାନଙ୍କର ଅନ୍ତବାର୍ସି ପବିତ୍ରଆତ୍ମାଙ୍କ ମନ୍ଦିର, ଏହା କଅଣ ଜାଣ ନାହିଁ? ଆଉ, ତୁମ୍ଭେମାନେ ନିଜେ ନିଜର ନୁହଁ; କାରଣ ତୁମ୍ଭେମାନେ ବିଶେଷ ମୂଲ୍ୟରେ କିଣା ଯାଇଅଛ;ଏଣୁ ତୁମ୍ଭମାନଙ୍କ ଶରୀରରେ ଈଶ୍ଵରଙ୍କ ଗୌରବ ପ୍ରକାଶ କର” (୧ କରନ୍ଥୀୟ ୬:୧୯-୨୦) I ଆମେ ଯାହା କିଛି ବି କରୁ ତାହା ଉପରେ ଏହି ସତ୍ୟତାର ପ୍ରଭାବ ନିହାତି ରହିବା ଆବଶ୍ୟକ I ଏହି ସିଦ୍ଧାନ୍ତ ଗୁଡ଼ିକର ପ୍ରକାଶନରେ ହସ୍ତମୌଥୁନକୁ ପାପ ବୋଲି କହିବା ବାଇବଲଭିତ୍ତିକ ଅଟେ I ସ୍ପଷ୍ଟଭାବରେ, ହସ୍ତମୌଥୁନ ଈଶ୍ଵରଙ୍କୁ ଗୌରବ ଦିଏ ନାହିଁ; ଏହା ବ୍ୟଭିଚାରର ରୂପକୁ ଦୂରିକୃତ କରିପାରେ ନାହିଁ; ଅବା ଆମ ଶରୀରର ଉପରେ ଈଶ୍ଵରଙ୍କ ମାଲିକାନାର ପରୀକ୍ଷାରେ ସୁଧା ଏହା ଉତ୍ତୀର୍ଣ୍ଣ ହୁଏ ନାହିଁ I

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ହସ୍ତମୌଥୁନ ବାଇବଲ ଅନୁସାରେ କଅଣ ପାପ?
© Copyright Got Questions Ministries