settings icon
share icon
ପ୍ରଶ୍ନ

ଖ୍ରୀଷ୍ଟିୟାନମାନେ ଦେଶର ନିୟମ ପାଳନ କରିବାକୁ ପଡିବକି?

ଉତ୍ତର


ରୋମୀୟ ୧୩:୧-୭ ଦର୍ଶାଏ "ପ୍ରତ୍ୟେକ ଜଣ ଅଧିକାର ପ୍ରାପ୍ତ ଶାସନକର୍ତ୍ତାଙ୍କର ବଶୀଭୂତ ହେଉ, କାରଣ ଅଧିକାର କେବଳ ଈଶ୍ବରଙ୍କଠାରୁ ଆସେ, ଆଉ ଯେସମସ୍ତ ଅଧିକାରପ୍ରାପ୍ତ ଶାସନକର୍ତ୍ତା ଅଛନ୍ତି, ସେମାନେ ଈଶ୍ବରଙ୍କ ଦ୍ବାର ନିଯୁକ୍ତ । ଅତଏବ, ଯେ ଅଧିକାର ପ୍ରତିରୋଧ କରେ, ସେ ଈଶ୍ବରଙ୍କ ବିଧାନର ପ୍ରତିରୋଧ କରେ; ପୁଣି ଯେଉଁମାନେ ପ୍ରତିରୋଧ କରନ୍ତି, ସେମାନେ ଆପଣା ଆପଣା ଉପରେ ଦଣ୍ଡ ଘଟାଇବେ । କାରଣ ଶାସନକର୍ତ୍ତାମାନେ ସଦାଚାରୀ ପ୍ରତି ଭୟଜନକ ନୁହଁନ୍ତି, କିନ୍ତୁ ଅସଦାଚାରୀ ପ୍ରତି ଭୟଜନକ । ତୁମ୍ଭେ କି ଅଧିକାରପ୍ରାପ୍ତ ଶାସନକର୍ତ୍ତାଙ୍କ ନିକଟରେ ନିର୍ଭୟ ହେବାକୁ ଇଛା କର? ତେବେ ସଦାଚାର କର, ତାହାହେଲେ ତାହାଙ୍କଠାରୁ ପ୍ରଶଂସା ପାଇବ, କାରଣ ସେ ମଙ୍ଗଳ ନିମନ୍ତେ ତୁମ୍ଭ ପାଇଁ ଈଶ୍ବରଙ୍କ ସେବକ । କିନ୍ତୁ ଯଦି ଅସଦାଚାର କର, ତାହାହେଲେ ଭୀତ ହୁଅ, ଯେଣୁ ସେ ନିରର୍ଥକ ଖଡ୍ଗ ଧାରଣ କରନ୍ତି ନାହିଁ, କାରଣ ସେ ଈଶ୍ବରଙ୍କ ସେବକସ୍ବରୂପେ ଅସଦାଚାରୀ ପ୍ରତି କ୍ରୋଧ ପ୍ରକାଶ କରିବା ନିମନ୍ତେ ଦଣ୍ଡଦାତା ଅଟନ୍ତି । ଅତଏବ, କେବଳ କ୍ରୋଧର ଭୟରେ ନୁହେଁ, ମାତ୍ର ବିବେକ ହେତୁ ମଧ୍ୟ ବଶୀଭୂତ ହେବା ଆବଶ୍ୟକ । ଯେଣୁ, ଏହି କାରଣରୁ ତୁମ୍ଭେମାନେ ରାଜସ୍ବ ମଧ୍ୟ ଦେଇଥାଅ, କାରଣ ସେମାନେ ଈଶ୍ବରଙ୍କ ସେବକସ୍ବରୂପେ ଏହି କାର୍ଯ୍ୟରେ ପ୍ରବୃତ୍ତ ରହନ୍ତି । ଯାହାଙ୍କର ଯାହା ପ୍ରାପ୍ୟ, ତାହାଙ୍କୁ ତାହା ଦିଅ; ଯାହାଙ୍କୁ ରାଜସ୍ବ ଦେବାକୁ ହୁଏ, ତାହାଙ୍କୁ ରାଜସ୍ବ ଦିଅ; ଯାହାଙ୍କୁ ଶୁଳ୍କ ଦେବାକୁ ହୁଏ, ତାହାଙ୍କୁ ଶୁଳ୍କ ଦିଅ; ଯାହାଙ୍କୁ ଭୟ କରିବାକୁ ହୁଏ, ତାହାଙ୍କୁ ଭୟ କର; ଯାହାଙ୍କୁ ସମାଦର କରିବାକୁ ହୁଏ, ତାହାଙ୍କୁ ସମାଦର କର ।"

ଏହି ଶାସ୍ତ୍ରାଂଶ ପ୍ରଚୁର ଭାବେ ସ୍ବଷ୍ଟ କରେ ଯେ ଈଶ୍ବର ଆମ୍ଭମାନଙ୍କ ଉପରେ ରଖିଥିବା ଶାସନ ବ୍ୟବସ୍ଥାକୁ ଆମେ ମାନିବାକୁ ପଡିବ । ଶୃଙ୍ଖଳା ପ୍ରତିଷ୍ଠା କରିବା ନିମନ୍ତେ, ମନ୍ଦ ବ୍ୟକ୍ତିକୁ ଦଣ୍ଡ ଦେବା ନିମନ୍ତେ, ଏବଂ ନ୍ୟାୟ ବିଚାର ପ୍ରଦାନ କରିବା ନିମନ୍ତେ ଈଶ୍ବର ଶାସନ ବ୍ୟବସ୍ଥା ସୃଷ୍ଟି କରିଛନ୍ତି (ଆଦି ୯:୬; ୧କରିନ୍ଥୀୟ ୧୪:୩୩; ରୋମୀୟ ୧୨:୮) । ଆମେ ଶାସନ ବ୍ୟବସ୍ଥାରେ ଥିବା ସମସ୍ତ ବିଷୟକୁ ମାନିବାକୁ ପଡିବ - ଆମେ କର ପ୍ରଦାନ କରିବାକୁ, ନିୟମ ଏବଂ ନୀତି ମାନିବାକୁ, ଏବଂ ସମ୍ମାନ ପ୍ରଦର୍ଶନ କରିବାକୁ ପଡିବ । ଯଦି ଆମେ ତାହା କରୁନାହୁଁ, ଆମେ ପରିଶେଷରେ ଈଶ୍ବରଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରୁ, କାରଣ ସେ ହିଁ ଆମ୍ଭମାନଙ୍କ ଉପରେ ଶାସନ ବ୍ୟବସ୍ଥା ରଖିଅଛନ୍ତି । ଯେତେବେଳେ ପ୍ରେରିତ ପାଉଲ ରୋମୀୟମାନଙ୍କୁ ଲେଖିଲେ, ସେ ନୀରୋଙ୍କ ଶାସନ ସମୟରେ ଶାସନ ବ୍ୟବସ୍ଥାର ଅଧୀନରେ ଥିଲେ, ଯେଉଁ ନୀରୋ ବୋଧହୁଏ ରୋମୀୟ ସମ୍ରାଟମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ମନ୍ଦ ଥିଲେ । ତଥାପି ପାଉଲ ତାଙ୍କ ଉପରେ ଥିବା ରୋମୀୟ ଶାସନ ବ୍ୟବସ୍ଥାକୁ ଚିହ୍ନିପାରିଥିଲେ । ଆମେ ତାହାଠାରୁ କିପରି କମ୍ କରିବା?

ପରବର୍ତ୍ତୀ ପ୍ରଶ୍ନ ହେଉଛି "ଏପରି ଏକ ସମୟ ଅଛି କି ଯେଉଁ ସମୟରେ କି ଆମେ ଦେଶର ନିୟମକୁ ଉଦ୍ଦେଶ୍ୟମୂଳକ ଭାବରେ ଅମାନ୍ୟ କରିବା ଉଚିତ୍?" ସେହି ପ୍ରଶ୍ନର ଉତ୍ତର ପ୍ରେରିତ ୫:୨୭-୨୯ରେ ମିଳିପାରିବ, "ସେମାନେ ସେମାନଙ୍କୁ ଆଣି ମହାସଭା ସମ୍ମୁଖରେ ଠିଆ କରାଇଲେ । ସେଥିରେ ମହାଯାଜକ ସେମାନଙ୍କୁ ପଚାରିଲେ, ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ନାମରେ ଶିକ୍ଷା ଦେବାକୁ ଅତି ଦୃଢରୂପେ ନିଷେଧ କରିଥିଲୁ, ତଥାପି ଦେଖ, ତୁମ୍ଭେମାନେ ତୁମ୍ଭମାନଙ୍କ ଶିକ୍ଷାରେ ଯିରୁଶାଲମ ପୂର୍ଣ୍ଣ କରି ସେହି ଲୋକର ରକ୍ତପାତର ଦୋଷ ଆମ୍ଭମାନଙ୍କ ଉପରେ ବର୍ତ୍ତାଇବାକୁ ଚାହୁଁଅଛ । କିନ୍ତୁ ପିତର ଓ ଅନ୍ୟ୍ ପ୍ରେରିତମାନେ ଉତ୍ତର ଦେଲେ, ମନୁଷ୍ୟମାନଙ୍କ ଆଜ୍ଞା ଅପେକ୍ଷା ବରଂ ଈଶ୍ବରଙ୍କ ଆଜ୍ଞା ପାଳନ କରିବା କର୍ତ୍ତବ୍ୟ ।" ଏହି ଲେଖାରୁ ସ୍ବଷ୍ଟ ଯେ, ଯେପର୍ଯ୍ୟନ୍ତ ଦେଶର ଈଶ୍ବରଙ୍କ ବାକ୍ୟର ପରିପନ୍ଥୀ ନ ହୋଇଛି ସେ ପର୍ଯ୍ୟନ୍ତ ଆମେ ଦେଶର ନିୟମ ମାନିବାକୁ ବାଧ୍ୟ । ଯେତେବେଳେ ଦେଶର ନିୟମ ଈଶ୍ବରଙ୍କ ବାକ୍ୟର ବିରୁଦ୍ଧାଚାରଣ କରେ, ସାଙ୍ଗେ ସାଙ୍ଗେ ଆମେ ଦେଶର ନିୟମକୁ ଅବଜ୍ଞା କରିବା ଉଚିତ୍ ଏବଂ ଈଶ୍ବରଙ୍କ ନିୟମକୁ ମାନିବାକୁ ହେବ । ଅଥଚ, ଏପରିକି ସେପରି କ୍ଷେତ୍ରରେ ମଧ୍ୟ ଆମ ଉପରେ ଥିବା ଶାସନ ବ୍ୟବସ୍ଥାର ଅଧିକାରକୁ ସ୍ବୀକାର କରିବାକୁ ପଡିବ । ଏହି ବିଷୟଟି ପ୍ରଦର୍ଶିତ ହୋଇଛି ଯେତେବେଳେ ପିତର ଓ ଯୋହନଙ୍କୁ କୋରଡା ପ୍ରହାର କରାଗଲା ସେତେବେଳେ ସେମାନେ ତାହାକୁ ବିରୋଧ କଲେ ନାହିଁ, ବରଂ ସେମାନେ ଯେ ଈଶ୍ବରଙ୍କର ଆଜ୍ଞାବହ ହେବାରୁ କ୍ଲେଶ ପାଇଲେ ସେଥିଯୋଗୁଁ ଆନନ୍ଦ କରିବାକୁ ଲାଗିଲେ (ପ୍ରେରିତ ୫:୪୦-୪୨) ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଖ୍ରୀଷ୍ଟିୟାନମାନେ ଦେଶର ନିୟମ ପାଳନ କରିବାକୁ ପଡିବକି?
© Copyright Got Questions Ministries