settings icon
share icon
ପ୍ରଶ୍ନ

ମୁଁ ନିଶ୍ଚିତରୂପେ କିପରି ଜାଣି ପାରିବି ଯେ, ମୃତ୍ୟୁ ଉତ୍ତାରେ ମୁଁ ସ୍ଵର୍ଗକୁ ଯିବି?

ଉତ୍ତର


ତୁମେ କଅଣ ନିଶ୍ଚିତରୂପେ ଜାଣ ଯେ, ତୁମ ପାଖରେ ଅନନ୍ତ ଜୀବନ ଅଛି ଏବଂ ଯେବେ ତୁମେ ମୃତ୍ୟୁବରଣ କରିବ, ତୁମେ ସ୍ଵର୍ଗକୁ ଯିବ? ଈଶ୍ଵର ଚାହାଁନ୍ତି ଯେ, ତୁମେ ଏହି ବିଷୟରେ ନିଶ୍ଚିତ ହୁଅ ! ବାଇବଲ କହେ, “ଈଶ୍ଵରଙ୍କ ନାମରେ ବିଶ୍ଵାସ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଯେପରି ଜାଣ ଯେ, ତୁମ୍ଭେମାନେ ଅନନ୍ତଜୀବନ ପାଇଅଛ”(୧ ଯୋହନ ୫:୧୩) | ମନେକର, ବର୍ତ୍ତମାନ ତୁମେ ଈଶ୍ଵରଙ୍କ ସମ୍ମୁଖରେ ବର୍ତ୍ତମାନ ଠିଆ ହୋଇଥାନ୍ତ ଓ ସେ ତୁମକୁ ପଚାରିଥାନ୍ତେ, “ମୁଁ ସ୍ଵର୍ଗରେ ତୁମକୁ କାହିଁକି ସ୍ଥାନ ଦେବି?”, ତେବେ, ତୁମେ କଅଣ ଉତ୍ତର ଦେବ? ହୁଏତ, କଅଣ ଉତ୍ତର ଦେବାକୁ ହେବ ତୁମେ ଜାଣିଥାଇ ନପାର । କିନ୍ତୁ ତୁମେ ଏହା ଜାଣିବା ଉଚିତ୍ ଯେ, ଈଶ୍ଵର ଆମକୁ ପ୍ରେମ କରନ୍ତି ଓ ଆମ ନିମନ୍ତେ ଏକ ପଥ ଯୋଗାଇଅଛନ୍ତି ଯାହାଦ୍ଵାରା ଆମେ ନିଶ୍ଚିତରୂପେ ଜାଣିପାରିବା ଯେ ଆମେ କେଉଁଠାରେ ଅନନ୍ତକାଳ ବାସ କରିବା | ବାଇବଲ ଏହାକୁ ଏହି ପ୍ରକାରେ କୁହେ, “କାରଣ ଈଶ୍ଵର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଏକମାତ୍ର ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ଵାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ” ଯୋହନ ୩:୧୬ |

ପ୍ରଥମେ, ଆମକୁ ବୁଝିବାକୁ ହେବ ଯେ, କେଉଁ ବିଷୟ ଆମକୁ ସ୍ଵର୍ଗକୁ ଯିବାକୁ ପ୍ରତିରୋଧ କରୁଅଛି | ପ୍ରକୃତ ସମସ୍ୟା ହେଉଛି ଏହା – ଆମ ପାପମୟ ସ୍ଵଭାବ, ଆମକୁ ଈଶ୍ଵରଙ୍କ ସହ ସମ୍ପର୍କ ରଖିବାକୁ ପ୍ରତିରୋଧ କରୁଅଛି | ଆମେ ସ୍ଵାଭାବିକ ରୂପେ ଓ ଆମ ପସନ୍ଦ ଦ୍ଵାରା ପାପୀ ଅଟୁ | “କାରଣ ଅନୁଗ୍ରହରେ ବିଶ୍ଵାସ ଦ୍ଵାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ; ତାହା ତୁମ୍ଭମାନଙ୍କ ନିଜ ଠାରୁ ହୋଇ ନାହିଁ, ତାହା ଈଶ୍ଵରଙ୍କ ଦାନ” ଏଫିସୀୟ ୨:୮-୯ | ଆମେ ମୃତ୍ୟୁ ଓ ନର୍କ ପାଇବାକୁ ଯୋଗ୍ୟ | “କାରଣ ପାପର ବେତନ ମୃତ୍ୟୁ” ରୋମୀୟ ୬:୨୩ |

ଈଶ୍ଵର ପବିତ୍ର, ନ୍ୟାୟବାନ ଓ ପାପକୁ ନିଶ୍ଚିତରୂପେ ଦଣ୍ଡ ଦିଅନ୍ତି, ତଥାପି ସେ ଆମକୁ ପ୍ରେମ କରନ୍ତି ଏବଂ ଆମ ପାପ ସକାଶେ କ୍ଷମା ଯୋଗାଇଛନ୍ତି | ଯୀଶୁ କହିଲେ: “ମୁଁ ପଥ, ସତ୍ୟ ଓ ଜୀବନ, ମୋ ଦେଇ ନଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ । “ (ଯୋହନ ୧୪:୬) | ଯୀଶୁ ଆମ ପାପ ପାଇଁ କୃଶରେ ମୃତ୍ୟୁଭୋଗ କଲେ: “ଯେଣୁ ଆମ୍ଭମାନଙ୍କୁ ଈଶ୍ଵରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକ ମାନଙ୍କ ନିମନ୍ତେ ପାପ ହେତୁ ଥରେ ମୃତ୍ୟୁଭୋଗ କଲେ” (୧ ପିତର ୩:୧୮) | ଯୀଶୁ ମୃତମାନଙ୍କ ମଧ୍ୟରୁ ପୁନରୁତଥିତ ହେଲେ: “ସେହି ଯୀଶୁ ଆମ୍ଭମାନଙ୍କ ଅପରାଧ ନିମନ୍ତେ ସମର୍ପିତ ହେଲେ, ପୁଣି ଆମ୍ଭେମାନେ ଧାର୍ମିକ ଗଣିତ ହେବା ନିମନ୍ତେ ଉତଥାପିତ ହେଲେ”(ରୋମୀୟ ୪:୨୫) |

ତେଣୁ, ଆମେ ପ୍ରଥମ ପ୍ରଶ୍ନକୁ ଫେରିଯିବା- ମୁଁ କିପରି ନିଶ୍ଚିତରୂପେ ଜାଣିବି ଯେ, ମୃତ୍ୟୁବରଣ କଲା ଉତ୍ତାରେ, ମୁଁ ସ୍ଵର୍ଗକୁ ଯିବି? ଉତ୍ତର ହେଉଛି – ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କର ଏବଂ ତୁମେ ଉଦ୍ଧାର ପାଇବ (ପ୍ରେରିତ ୧୬:୩୧) | “ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍ ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେସମସ୍ତଙ୍କୁ ସେ ଈଶ୍ଵରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ; ସେମାନେ ରକ୍ତରୁ, ଶରୀରର ଇଚ୍ଛାରୁ ଅବା ମନୁଷ୍ୟର ଇଚ୍ଛାରୁ ଜାତ ହେଲେ ନାହିଁ, ବରଂ ଈଶ୍ଵରଙ୍କଠାରୁ ଜାତ ହେଲେ” (ଯୋହନ ୧:୧୨) | ଆପଣ ବିନାମୂଲ୍ୟରେ ଅନନ୍ତଜୀବନକୁ ଉପହାର ସ୍ଵରୂପେ ଗ୍ରହଣ କରିପାରିବେ | “କିନ୍ତୁ ଈଶ୍ଵରଙ୍କ ଅନୁଗ୍ରହଦାନ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହଭାଗିତାରେ ଅନନ୍ତଜୀବନ ଅଟେ”(ରୋମୀୟ ୬:୨୩) | ଆପଣ ବର୍ତ୍ତମାନ ଏକ ପରିପୂର୍ଣ୍ଣ ଓ ଅର୍ଥପୂର୍ଣ୍ଣ ଜୀବନ ଯାପନ କରି ପାରିବେ | ଯୀଶୁ କହିଲେ: “ଚୋର କେବଳ ଚୋରୀ, ବଧ ଓ ବିନାଶ କରିବା ନିମନ୍ତେ ଆସେ; ସେମାନେ ଯେପରି ଜୀବନ ପାଆନ୍ତି ଓ ପ୍ରଚୁର ଭାବରେ ପାଆନ୍ତି ଏଥିନିମନ୍ତେ ମୁଁ ଆସିଅଛି”(ଯୋହନ ୧୦:୧୦) | ସ୍ଵର୍ଗରେ ତୁମେ ଯୀଶୁଙ୍କ ସହ ଅନନ୍ତକାଳ ପାଇଁ ବାସ କରିପାରିବ, କାରଣ ସେ ପ୍ରତିଜ୍ଞା କରିଥିଲେ: “ପୁଣି, ମୁଁ ଯାଇ ତୁମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କଲେ ପୁନର୍ବାର ଆସିବି, ଆଉ, ମୁଁ ଯେଉଁ ସ୍ଥାନରେ ଥାଏ, ତୁମ୍ଭେମାନେ ମଧ୍ୟ ଯେପରି ସେହି ସ୍ଥାନରେ ରହିବା, ସେଥି ନିମନ୍ତେ ତୁମ୍ଭମାନଙ୍କୁ ଆପଣା ନିକଟକୁ ଘେନିଯିବି” (ଯୋହନ ୧୪:୩) |

ଯଦି ଆପଣ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିବାକୁ ଚାହାଁନ୍ତି ଏବଂ ଈଶ୍ଵରଙ୍କଠାରୁ ପାପକ୍ଷମା ପାଇବାକୁ ଇଚ୍ଛା କରନ୍ତି, ତେବେ ନିମ୍ନରେ ପ୍ରାର୍ଥନାର ଏକ ନମୁନା ଦିଆଯାଇଅଛି | ମନେ ରଖନ୍ତୁ, ଏହି ପ୍ରାର୍ଥନା କରିବା ଦ୍ଵାରା ଅବା ଏହି ପରି ଅନ୍ୟ କୌଣସି ପ୍ରାର୍ଥନା ଆପଣଙ୍କୁ ଉଦ୍ଧାର କରି ପାରିବ ନାହିଁ କିନ୍ତୁ କେବଳ ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସ କରିବା ଦ୍ଵାରା ହିଁ ପାପରୁ ଉଦ୍ଧାର ପାଇପାରିବେ |

ଏହି ପ୍ରାର୍ଥନାର ଉଦ୍ଦେଶ୍ୟ ହେଉଛି, ଇଶ୍ଵରଙ୍କଠାରେ ନିଜ ବିଶ୍ଵାକୁ ପ୍ରକାଶ କରିବ। ଓ ସେ ତୁମ ପାଇଁ ପରିତ୍ରାଣ ଯୋଗାଇ ଥିବାରୁ ତାହାଙ୍କ ପ୍ରତି ଧନ୍ୟବାଦୀ ହେବ| । ପ୍ରାର୍ଥନା - “ହେ ଇଶ୍ଵର, ମୁଁ ଜାଣେ ଯେ ମୁଁ ତୁମ ବିରୁଦ୍ଧରେ ପାପ କରିଅଛି ଏବଂ ମୁଁ ଦଣ୍ଡ ପାଇବା ପାଇଁ ଯୋଗ୍ୟ | କିନ୍ତୁ ମୁଁ ବିଶ୍ଵାସ କରେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋର ପାପର ଦଣ୍ଡକୁ କୃଶରେ ଭୋଗ କରି ଅଛନ୍ତି | ତାହାଙ୍କ ଠାରେ ବିଶ୍ଵାସ କରିବା ଦ୍ଵାରା ମୋର ପାପକ୍ଷମା ହୋଇପାରିବ | ପରିତ୍ରାଣ ପାଇବା ପାଇଁ ମୁଁ ତୁମ୍ଭଠାରେ ବିଶ୍ଵାସ କରୁଅଛି | ତୁମର ମହା ଅନୁଗ୍ରହ, କ୍ଷମା ଓ ଅନନ୍ତ ଜୀବନ ପାଇଁ ମୁଁ ତୁମକୁ ଧନ୍ୟବାଦ ଦେଉଅଛି” ଆମେନ୍ |

ଏଠାରେ ଆପଣ ଯାହା ପଢିଲେ ସେହି କାରଣରୁ ଆପଣ ଖ୍ରୀଷ୍ଟଙ୍କ ନିମନ୍ତେ ଗୋଟିଏ ନିଷ୍ପତ୍ତି ନେଲେ କି? ଦୟାକରି ନିମ୍ନରେ ଥିବା "ଆଜି ମୁଁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଅଛି" ବୋତାମକୁ କ୍ଲିକ୍ କରନ୍ତୁ

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ମୁଁ ନିଶ୍ଚିତରୂପେ କିପରି ଜାଣି ପାରିବି ଯେ, ମୃତ୍ୟୁ ଉତ୍ତାରେ ମୁଁ ସ୍ଵର୍ଗକୁ ଯିବି?
© Copyright Got Questions Ministries