settings icon
share icon
ପ୍ରଶ୍ନ

ଯୀଶୁ ଈଶ୍ଵର କି? ଯୀଶୁ କେବେ ନିଜକୁ ଈଶ୍ଵର ବୋଲି ଦାବି କରିଥିଲେ କି?

ଉତ୍ତର


ଯୀଶୁ ନିଜକୁ “ମୁଁ ଈଶ୍ଵର” ବୋଲି କହିବା ବାଇବଲରେ ସଠିକ୍ ଭାବରେ ଉଲ୍ଲେଖ କରାଯାଇନାହିଁ | କିନ୍ତୁ ତାହାର ଅର୍ଥ ଏହା ନୁହେଁ ଯେ, ସେ ଘୋଷଣା କରି ନ ଥିଲେ ଯେ ସେ ଈଶ୍ଵର ଅଟନ୍ତି | ଉଦାହରଣ ସ୍ଵରୂପେ, ଯୋହନ ୧୦:୩୦ରେ ଯୀଶୁଙ୍କ ବାକ୍ୟକୁ ଦେଖ, “ମୁଁ ଓ ମୋ ପିତା ଏକ” | ଆମେ କେବଳ ଯୀଶୁଙ୍କ ବାକ୍ୟ ପ୍ରତି ଯିହୂଦୀ ମାନଙ୍କ ପ୍ରତିକ୍ରିୟାକୁ ଦେଖିବା ଆବଶ୍ୟକ, ଯେ ସେ ଆପଣାକୁ ଈଶ୍ଵର ବୋଲି ଦାବି କରୁଥିଲେ | ଏହି କାରଣ ହେତୁ, ସେମାନେ ତାହାଙ୍କ ଉପରକୁ ପଥର ଫୋପାଡିବାକୁ ଉଦ୍ୟମ କଲେ, “… ପୁଣି ତୁ ମନୁଷ୍ୟ ହୋଇ ଆପଣାକୁ ଇଶ୍ଵର ବୋଲାଉଛୁ” (ଯୋହନ ୧୦:୩୩) | ଯିହୂଦୀମାନେ ପ୍ରକୃତରେ ବୁଝିପାରିଥିଲେ ଯେ ଯୀଶୁ କଅଣ ଦାବି କରୁଥିଲେ- ଈଶ୍ଵରତ୍ଵ | ଧ୍ୟାନ ଦିଅନ୍ତୁ, ଯୀଶୁ ନିଜେ ଈଶ୍ଵର ହେବା ଦାବିକୁ ଖଣ୍ଡନ କରୁନାହାଁନ୍ତି | ଯେତେବେଳେ, ଯୀଶୁ କହିଲେ, “ମୁଁ ଓ ମୋ ପିତା ଏକ” | ସେ କହୁଥିଲେ ଯେ ପିତା ଓ ସେ ଏକ ସ୍ଵଭାବ ଓ ଉପାଦାନର ଅଟନ୍ତି | ଯୋହନ ୮:୫୮ ହେଉଛି ଆଉ ଏକ ଉଦାହରଣ | ଯୀଶୁ ଘୋଷଣା କାଲେ, “ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି ଅବ୍ରାହମଙ୍କ ଜନ୍ମ ପୂର୍ବରୁ ମୁଁ ଅଛି”| ଏହି ବାକ୍ୟର ପ୍ରତିକ୍ରିୟା ସ୍ଵରୂପେ ଯିହୂଦୀମାନେ ତାହାଙ୍କୁ ଈଶ୍ଵର ନିନ୍ଦା ଦୋଷରେ ପଥର ଫୋପାଡ଼ି ମାରି ବାକୁ ଉଦ୍ୟମ କଲେ ଯେପରି କି ମୋଶାଙ୍କ ଲିଖିତ ବ୍ୟବସ୍ଥାରେ ଆଦେଶ ଦିଆଯାଇଛି (ଲେବୀୟ ୨୪:୧୫) |

ଯୋହନ ଯୀଶୁଙ୍କ ଈଶ୍ଵରତ୍ଵକୁ ଗୁରୁତ୍ଵଆରୋପ କରନ୍ତି: “ବାକ୍ୟ ପରମେଶ୍ଵର ଥିଲେ” ଏବଂ “ବାକ୍ୟ ଦେହବନ୍ତ ହେଲେ” (ଯୋହନ ୧:୧,୧୪) | ଏହି ପଦଗୁଡ଼ିକ ସ୍ପଷ୍ଟଭାବରେ ସୂଚନା ଦିଅନ୍ତି ଯେ ଯୀଶୁ ମାନବ ଶରୀରରେ ପରମେଶ୍ଵର ଥିଲେ | ପ୍ରେରିତ ୨୦:୨୮ ଆମକୁ କହେ ଯେ, “...ଆଉ ଯେଉଁ ମଣ୍ଡଳୀକି ଈଶ୍ଵର ଆପଣା ନିଜ ରକ୍ତରେ କ୍ରୟ କରିଅଛନ୍ତି ସେହି ମଣ୍ଡଳୀର ପ୍ରତିପାଳନ କର ..”| କିଏ ମଣ୍ଡଳୀ- ଈଶ୍ଵର ଙ୍କ ମଣ୍ଡଳୀ କି ତାହାଙ୍କ ରକ୍ତ ଦ୍ଵାରା କ୍ରୟ କଲେ? ଯୀଶୁ ଖ୍ରୀଷ୍ଟ! ପ୍ରେରିତ ୨୦:୨୮ ଘୋଷଣା କରେ ଯେ ଈଶ୍ଵର ମଣ୍ଡଳୀକୁ ଆପଣା ରକ୍ତରେ କ୍ରୟ କଲେ, ତେଣୁ ଯୀଶୁ ଈଶ୍ଵର ଅଟନ୍ତି!

ଶିଷ୍ୟ ଥୋମା, ଯୀଶୁଙ୍କ ବିଷୟରେ ଏହା ଘୋଷଣା କଲେ, “ମୋ ପ୍ରଭୁ ଓ ମୋ ଈଶ୍ଵର ” (ଯୋହନ ୨୦:୨୮) | ଯୀଶୁ ତାହାଙ୍କୁ ଏହି ବିଷୟକୁ ନେଇ ସଂଶୋଧନ କରନ୍ତି ନାହିଁ|ନ୍ତି । ତୀତସ ୨:୧୩ ଆମ୍ଭମାନଙ୍କ ଈଶ୍ଵର ଓ ତ୍ରାଣକର୍ତ୍ତା, ଯୀଶୁ ଖ୍ରୀଷ୍ଟଙ୍କ ଆଗମନକୁ ଅପେକ୍ଷା କରିବାକୁ ଉତ୍ସାହିତ (ଦେଖ ୨ ପିତର ୧:୧) | ଏବ୍ରୀ ୧:୮ରେ ପିତା ପରମେଶ୍ଵର ଯୀଶୁଙ୍କ ବିଷୟରେ ଏହା ଘୋଷଣା କରନ୍ତି, “ହେ, ଈଶ୍ଵର , ତୁମର ସିଂହାସନ ଅନନ୍ତକାଳସ୍ଥାୟୀ, ପୁଣି, ନ୍ୟାୟର ଦଣ୍ଡ ତୁମ୍ଭର ରାଜଦଣ୍ଡ ଅଟେ” | ପିତା ଈଶ୍ଵର ଯୀଶୁଙ୍କୁ “ହେ ଈଶ୍ଵର ” ବୋଲି ସମ୍ବୋଧନ କରନ୍ତି ଯାହା ଯୀଶୁଙ୍କ ଈଶ୍ଵରତ୍ଵର ପ୍ରମାଣ ଦିଏ |

ପ୍ରକାଶିତ ପୁସ୍ତକରେ, ଏକ ଦୂତ ପ୍ରେରିତ ଯୋହନଙ୍କୁ କେବଳ ଈଶ୍ଵରଙ୍କ ଆରାଧନା କରିବାକୁ ଆଜ୍ଞା ଦେଲେ (ପ୍ରକାଶିତ ୧୯:୧୦) | ବାଇବଲରେ ଅନେକ ଥର, ଯୀଶୁ ଆରାଧନା ଗ୍ରହଣ କରନ୍ତି (ମାଥିଉ ୨:୧୧; ୧୪:୩୩; ୨୮:୯, ୧୭; ଲୂକ ୨୪:୫୨; ଯୋହନ ୯:୩୮) | ସେ କଦାପି ଲୋକମାନଙ୍କୁ ତାହାଙ୍କ ଆରଧନା କରିବାରୁ ଭତ୍ସନା କରନ୍ତି ନାହିଁ | ଯଦି ଯୀଶୁ ଈଶ୍ଵର ହୋଇ ନଥାନ୍ତେ, ସେ ଲୋକମାନଙ୍କୁ ତାହାଙ୍କ ପୂଜା କରିବା ପାଇଁ ମନା କରିଥାନ୍ତେ, ଯେପରି କି ପ୍ରକାଶିତ ପୁସ୍ତକରେ ଦୂତ କରିଥିଲେ | ବାଇବଲରେ ଆହୁରି ଅନେକ ପଦ ଓ ଶାସ୍ତ୍ରାଂସ ରହିଅଛି ଯାହା ଯୀଶୁଙ୍କ ଈଶ୍ଵରତ୍ଵ ବିଷୟରେ ଯୁକ୍ତି କରେ |

ଯୀଶୁଙ୍କୁ ଇଶ୍ଵର ହେବାର କାରଣ ଯେ ଯଦି ଯୀଶୁ, ଈଶ୍ଵର ହୋଇ ନ ଥାନ୍ତେ, ତେବେ ତାହାଙ୍କ ମୃତ୍ୟୁ ସମସ୍ତ ଜଗତର ପାପର ଦଣ୍ଡକୁ ପେୟ କରିବାକୁ ଯଥେଷ୍ଟ ହୋଇ ନ ଥାନ୍ତା (୧ ଯୋହନ ୨:୨) | ଜଣେ ସୃଷ୍ଟ ବ୍ୟକ୍ତି, ଯାହା ଯୀଶୁ ହୋଇ ଥାନ୍ତି ଯଦି ସେ ଇଶ୍ଵର ହୋଇ ନଥାନ୍ତି ଓ ସେ ଏକ ଅସୀମ ଈଶ୍ଵରଙ୍କ ବିରୋଧରେ ଅସୀମ ପାପର ବେତନକୁ ପେୟ କରିପାରି ନଥାନ୍ତେ | କେବଳ ଈଶ୍ଵର ହିଁ ଏହି ପ୍ରକାର ଅସୀମ ପ୍ରେମକୁ ପରିଶୋଧ କରିପାରିବେ | କେବଳ ଈଶ୍ଵର ଏହି ପରି ଜଗତର ସମସ୍ତ ପାପକୁ ନେଇ ପାରିବେ (୨ କରନ୍ଥିୟ ୫:୨୧), ମୃତ୍ୟୁଭୋଗ କରିପାରିବେ, ଏବଂ ପୁନରୁଥିତ ହୋଇ, ପାପ ଓ ମୃତ୍ୟୁ ଉପରେ ଆପଣା ବିଜୟର ପ୍ରମାଣ ଦେଇପାରିବେ |

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଯୀଶୁ ଈଶ୍ଵର କି? ଯୀଶୁ କେବେ ନିଜକୁ ଈଶ୍ଵର ବୋଲି ଦାବି କରିଥିଲେ କି?
© Copyright Got Questions Ministries