settings icon
share icon
ପ୍ରଶ୍ନ

ବାଇବଲ ବିଭିନ୍ନ ଜାତି ମଧ୍ୟରେ ବିବାହ ବିଷୟରେ କଅଣ କହେ?

ଉତ୍ତର


ପୂରାତନ ନିୟମରେ ବ୍ୟବସ୍ଥା ଇସ୍ରାଏଲ ଲୋକମାନଙ୍କୁ ଅନ୍ୟ ଜାତି ସହ ବିବାହ କରିବାକୁ ନିଷେଧ କରାଯାଇଥିଲା (ଦ୍ଵିତୀୟ ବିବରଣ ୭:୩-୪) I ତଥାପି, ଏହି ଆଦେଶର କାରଣ ବର୍ଣ୍ଣ ଅବା ଗୋଷ୍ଠୀ ନ ଥିଲା ବରଂ ଏହା ଧର୍ମ ସମ୍ବନ୍ଧୀୟ ଥିଲା I ଈଶ୍ଵର ଅନ୍ୟ ଜାତି ମଧ୍ୟରେ ବିବାହ ନିଷେଧ କରିବାର କାରଣ ହେଉଛି ଅନ୍ୟ ଜାତିର ଲୋକମାନେ ମିଥ୍ୟା ଦେବତାର ପୂଜକ ଥିଲେ I ଯଦି ଇସ୍ରାଏଲ ଲୋକମାନେ ପ୍ରତିମାପୂଜକ, ବିଜାତିମାନଙ୍କୁ ବିବାହ କରନ୍ତି ତେବେ ସେମାନେ ବିପଥଗାମୀ ହେବେ, ମଲାଖି ୨:୧୧ରେ ଇସ୍ରାଏଲ ପ୍ରତି ଏହି ବିଷୟ ଘଟିଥିଲା I

ଏହି ପ୍ରକାର ଏକ ଆଧ୍ୟାତ୍ମିକ ପବିତ୍ରତାର ଶିଦ୍ଧାନ୍ତ ନୂତନ ନିୟମରେ ମଧ୍ୟ ଦିଆଯାଇଅଛି, କିନ୍ତୁ ଏହା ଜାତି ସମ୍ପର୍କରେ ନୁହଁ: “ଅବିଶ୍ଵାସୀମାନଙ୍କ ସହିତ ଅସମାନରୂପେ ଯୋଚା ନ ଯାଅ, କାରଣ ଧର୍ମ ଓ ଅଧର୍ମ ମଧ୍ୟରେ କି ସହଯୋଗିତା? ଅବା ଅନ୍ଧକାର ସହିତ ଆଲୋକର କି ସହଭାଗିତା?” (୨ କରନ୍ଥୀୟ ୬:୧୪) I ଯେପରି ଇସ୍ରାଏଲମାନେ ଆଦେଶ ପାଇଥିଲେ ପ୍ରତିମା ପୂଜକମାନଙ୍କୁ ବିବାହ ନ କରିବା ପାଇଁ, ସେହିପରି ଖ୍ରୀଷ୍ଟିଆନମାନେ (ସତ୍ୟ ପରମେଶ୍ଵରଙ୍କ ବିଶ୍ଵାସୀ) ଅବିଶ୍ଵାସୀମାନଙ୍କୁ ବିବାହ ନ କରିବା ପାଇଁ ଆଦେଶ ପାଇଅଛନ୍ତି I ବାଇବଲ କଦାପି କୁହେ ନାହିଁ ଯେ ଭିନ୍ନ ଜାତି ମଧ୍ୟରେ ବିବାହ କରିବା ଭୁଲ୍ ଅଟେ I ଯଦି କେହି ଭିନ୍ନ ଜାତି ମଧ୍ୟରେ ବିବାଦକୁ ନିଷେଧ କରେ ତେବେ ତାହା ବାଇବଲ ଶିକ୍ଷାର ବାହାରେ ଅଟେ I

ମାର୍ଟିନ୍ ଲୁଥର ଜୁନିଅର ଯେପରି କହିଥିଲେ ଯେ ଜଣେ ବ୍ୟକ୍ତି ତାହାଙ୍କ ବର୍ଣ୍ଣ ଦ୍ଵାରା ନୁହେଁ, କିନ୍ତୁ ତାହାର ସ୍ଵଭାବ ଓ ଚରିତ୍ରଦ୍ଵାରା ବିଚାରିତ ହେବ ଉଚିତ I ଖ୍ରୀଷ୍ଟିଆନ ଜୀବନରେ ଜାତିଭେଦର ଆଧାରରେ ପକ୍ଷପାତର , ମଧ୍ୟରେ କୌଣସି ସ୍ଥାନ ନାହିଁ (ଯାକୁବ ୨:୧-୧୦) I ପ୍ରକୃତରେ, ବାଇବଲର ଦୃଷ୍ଟିକୋଣରେ କେବଳ ଗୋଟିଏ ଜାତି ରହିଅଛି- ମାନବଜାତି, ସମସ୍ତେ ଆଦମ ଓ ହବାଙ୍କଠାରୁ ଆଗତ ହୋଇଅଛନ୍ତି I ଜୀବନସାଥୀ ଖୋଜିବା ସମୟରେ, ଖ୍ରୀଷ୍ଟିଆନ ବ୍ୟକ୍ତି ଜଣକ ଏହା ସୁନିଶ୍ଚିତ କରିବା ଆବଶ୍ୟକ ଯେ ଯାହାକୁ ସେ ଜୀବନସାଥୀ ଜଣକ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରି ନୂତନ ଜନ୍ମ ପାଇଅଛି (ଯୋହନ ୩:୩-୫) I ଜୀବନସାଥୀ ମନୋନୀତ କରିବା ଆଧାର ବର୍ଣ୍ଣ ନୁହେଁ, କିନ୍ତୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ I ଭିନ୍ନ ଜାତି ମଧ୍ୟରେ ବିବାହ କରିବା ଠିକ୍ ବା ଭୁଲ୍ ବିଷୟ ନୁହେଁ, ଏହା ବୁଦ୍ଧି, ବିଚାରଶୀଳତା ଏବଂ ପ୍ରାର୍ଥନାର ବିଷୟ ଅଟେ I

ଏକ ଯୋଡ଼ି ଯେଉଁମାନେ ବିବାହ କରିବାକୁ ଚାହାଁନ୍ତି, ସେମାନେ ବହୁ ବିଷୟ ବିଚାର କରିବା ଆବଶ୍ୟକ I ଯଦିଓ ବର୍ଣ୍ଣ ବିଭେଦ ସମ୍ପୂର୍ଣ୍ଣରୂପେ ଅବହେଳା କରାଯିବା ଉଚିତ ନୁହେଁ କିନ୍ତୁ ଏହା ଦୁଇଜଣ ବିବାହ କରିବା ନିମନ୍ତେ ଏହା ନିଷ୍ପତି ନେବାର ଆଧାର ହେବା କଥା ନୁହେଁ । ଭିନ୍ନ ଜାତି ମଧ୍ୟରେ ବିବାହ କରିଥିବା ଦମ୍ପତ୍ତି ପକ୍ଷପାତ ଓ ଥଟ୍ଟା ଓ ଉପହାସର ଶିକାର ହୋଇପାରନ୍ତି, ଏବଂ ସେମାନେ ଏହି ପକ୍ଷପାତକୁ ବାଇବଲ ଅନୁସାରେ ସମ୍ମୁଖୀନ ହେବା ଆବଶ୍ୟକ I “କାରଣ ଯିହୂଦୀ ଓ ଗ୍ରୀକ୍ ମଧ୍ୟରେ କିଛି ପ୍ରଭେଦ ନାହିଁ; ଯେଣୁ ସମସ୍ତଙ୍କର ତ ଏକ ପ୍ରଭୁ”(ରୋମୀୟ ୧୦:୧୨) I ମଣ୍ଡଳୀରେ ଭିନ୍ନ ବର୍ଣ୍ଣର ଅବା ଭିନ୍ନ ଜାତି ମଧ୍ୟରେ ବିବାହ କରିଥିବା ଦମ୍ପତ୍ତି ଖ୍ରୀଷ୍ଟଙ୍କଠାରେ ଆମ ସମାନତା ଓ ଏକତାର ଏକ ଶକ୍ତିଯୁକ୍ତ ଉଦାହରଣ ଅଟେ I

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ବାଇବଲ ବିଭିନ୍ନ ଜାତି ମଧ୍ୟରେ ବିବାହ ବିଷୟରେ କଅଣ କହେ?
© Copyright Got Questions Ministries