settings icon
share icon
ପ୍ରଶ୍ନ

ଜଣେ ଖ୍ରୀଷ୍ଟିୟାନ ପରିତ୍ରାଣ ପୂର୍ବ ବା ପର ସମୟରେ ପୂର୍ବ ପାପ ବିଷୟରେ ଥିବା ଦୋଷ ଅନୁଭବ କରିବା ବିଷୟରେ କି ପଦକ୍ଷେପ ଗ୍ରହଣ କରିବା ଉଚିତ୍?

ଉତ୍ତର


ସମସ୍ତେ ପାପ କରିଅଛନ୍ତି, ଏବଂ ପାପର ଫଳଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଦୋଷ ଅନୁଭବ କରିବା । ଦୋଷୀ ଅନୁଭବ ଯୋଗୁଁ ଆମେ ଧନ୍ୟବାଦୀ ହେବା ଉଚିତ୍ ଯେହେତୁ ସେଗୁଡିକ କ୍ଷମା ପାଇବାର ଅନ୍ବେଷଣ କରିବା ନିମନ୍ତେ ଆମ୍ଭମାନଙ୍କୁ ସେ ଦିଗରେ କଢାଇ ନେଇଥାଏ । ଜଣେ ବ୍ୟକ୍ତି ଥରେ ପାପରୁ ବିଶ୍ବାସରେ ଯୀଶୁଖ୍ରୀଷ୍ଟଙ୍କ ନିକଟକୁ ଫେରିଲେ, ତା' ପାପ କ୍ଷମା ହୋଇଥାଏ । ଅନୁତାପ ହେଉଛି ସେହି ବିଶ୍ବାସର ଏକ ଅଂଶ ଯାହା ପରିତ୍ରାଣ ଆଡକୁ ପଥ କଢାଇଥାଏ (ମାଥିଉ ୩:୨; ୪:୧୭; ପ୍ରେରିତ ୩:୧୯) ।

ଖ୍ରୀଷ୍ଟଙ୍କଠାରେ ଏପରିକି ସବୁଠାରୁ କଦର୍ଯ୍ୟ ପାପଗୁଡିକ ମଧ୍ୟ କାଟି ହୋଇଯାଏ (୧କରିନ୍ଥୀୟ ୬:୯-୧୧ ରେ କ୍ଷମା ହୋଇପାରୁଥିବା ଅଧର୍ମ କାର୍ଯ୍ୟଗୁଡିକର ତାଲିକା ଦେଖନ୍ତୁ) । ପରିତ୍ରାଣ ଅନୁଗ୍ରହରୁ ଆସିଥାଏ, ଏବଂ ଅନୁଗ୍ରହ କ୍ଷମା ପ୍ରଦାନ କରିଥାଏ । ଜଣେ ବ୍ୟକ୍ତି ଉଦ୍ଧାରପ୍ରାପ୍ତ ହେଲାପରେ, ସେ ତଥାପି ପାପ କରିବ, ଏବଂ ସେ ଯେତେବେଳେ ପାପ କରିବ, ଈଶ୍ବର ତଥାପି କ୍ଷମାର ପ୍ରତିଜ୍ଞା କରିଅଛନ୍ତି । "କିନ୍ତୁ କେହି ଯଦି ପାପ କରେ, ତାହାହେଲେ ପିତାଙ୍କ ଛାମୁରେ ଆମ୍ଭମାନଙ୍କର ଜଣେ ସପକ୍ଷବାଦୀ ଅଛନ୍ତି, ସେହି ଧାର୍ମିକ ଯୀଶୁଖ୍ରୀଷ୍ଟ" (୧ଯୋହନ ୨:୧) ।

ଅଥଚ, ପାପରୁ ମୁକ୍ତି ସର୍ବଦା ଦୋଷୀ ଅନୁଭବରୁ ମୁକ୍ତିକୁ ବୁଝାଏନାହିଁ । ଏପରିକି ଯେତେବେଳେ ଆମର ପାପସବୁ କ୍ଷମା ହୁଏ, ଆମେ ସେସବୁକୁ ତଥାପି ସ୍ମରଣ କରୁ । ପୁଣି, "ଆମ୍ଭମାନଙ୍କ ଭ୍ରାତୃବୃନ୍ଦଙ୍କ ଅପବାଦକାରୀ" ଭାବେ ଜଣାଶୁଣା (ପ୍ରକାଶିତ ୧୨:୧୦) ଏକ ଆତ୍ମିକ ଶତ୍ରୁ ରହିଛି ଯିଏକି ଅବିଶ୍ରାନ୍ତ ଭାବେ ଆମ୍ଭମାନଙ୍କର ବିଫଳତାସବୁ, ଦୋଷଗୁଡିକ, ପାପସବୁକୁ ସ୍ମରଣ କରାଇଥାଏ । ଯେତେବେଳେ ଜଣେ ଖ୍ରୀଷ୍ଟିୟାନ ଦୋଷୀ ଅନୁଭବର ଅନୁଭୂତିପ୍ରାପ୍ତ ହୁଏ, ସେ ନିମ୍ନ କାର୍ଯ୍ୟଗୁଡିକ କରିବା ଉଚିତ୍ ।

୧) ସମସ୍ତ ଜଣା ଓ ପୂର୍ବେ ସ୍ବୀକାର ହୋଇନଥିବା ପାପ ସ୍ବୀକାର କରନ୍ତୁ । କିଛି କ୍ଷେତ୍ରରେ, ଦୋଷୀ ଅନୁଭବ ଉପଯୁକ୍ତ ହୁଏ, ଯେହେତୁ ସ୍ବୀକାର ଆବଶ୍ୟକ ହୋଇଥାଏ । ଅନେକ ସମୟରେ, ଆମେ ଦୋଷୀ ଅନୁଭବ କରୁ, ଯେହେତୁ ଆମେ ଦୋଷୀ ଅଟୁ! (ଦୋଷୀ ଅନୁଭବ ବିଷୟରେ ଦାଉଦଙ୍କ ବର୍ଣ୍ଣନ ଏବଂ ଗୀତ ୩୨:୩-୫ରେ ଏହାର ସମାଧାନ ଦେଖନ୍ତୁ ।)

୨) ଅନ୍ୟ କୌଣସି ସ୍ବୀକାରଯୋଗ୍ୟ ପାପ ପ୍ରକାଶ କରାଇବା ନିମନ୍ତେ ପ୍ରଭୁଙ୍କୁ ପ୍ରାର୍ଥନାରେ କୁହନ୍ତୁ । ପ୍ରଭୁଙ୍କ ସମ୍ମୁଖରେ ସମ୍ପୂର୍ଣ୍ଣରୂପେ ମୁକ୍ତ ଓ ସଚ୍ଚୋଟ ହେବାର ସାହସ ରଖନ୍ତୁ । "ହେ ପରମେଶ୍ବର, ମୋହର ଅନୁସନ୍ଧାନ କର ଓ ମୋ' ଅନ୍ତଃକରଣର ପରିଚୟ ନିଅ; ମୋତେ ପରୀକ୍ଷା କର ଓ ମୋହର ସଂକଳ୍ପସବୁ ଜ୍ଞାତ ହୁଅ; ଆଉ, ମୋ' ଅନ୍ତରରେ ଦୁଷ୍ଟତାର କୌଣସି ମାର୍ଗ ଅଛି କି ନାହିଁ, ଏହା ଦେଖ, ପୁଣି ଅନନ୍ତ ପଥରେ ମୋତେ ଗମନ କରାଅ" (ଗୀତ ୧୩୯:୨୩-୨୪) ।

୩) ଖ୍ରୀଷ୍ଟଙ୍କ ରକ୍ତ ଆଧାରରେ ଈଶ୍ବର ଯେ ପାପ କ୍ଷମା କରିବେ ଏବଂ ଦୋଷୀ ମନୋଭାବ ଦୂର କରିବେ ଈଶ୍ବରଙ୍କର ଏହି ପ୍ରତିଜ୍ଞା ରେ ଭରସା ରଖନ୍ତୁ (୧ଯୋହନ ୧:୯; ଗୀତ ୮୫:୨; ୮୬:୫; ରୋମୀୟ ୮:୧) ।

୪) ପାପ କ୍ଷମା ହୋଇସାରିଥିଲେ ଏବଂ ପାପକୁ ଆପଣ ପରିତ୍ୟାଗ କରିଥିବା ସ୍ଥଳେ ଦୋଷୀ ମନୋଭାବ ଉତ୍ଥିତ ହେଲେ ଏହି ସମସ୍ତ ଦୋଷୀ ମନୋଭାବକୁ ଭ୍ରାନ୍ତ ଦୋଷୀ ମନୋଭାବ ଭାବେ ପ୍ରତ୍ୟାଖ୍ୟାନ କରନ୍ତୁ । ଈଶ୍ବର କ୍ଷମା ଦେବା ନିମନ୍ତେ ତାଙ୍କ ପ୍ରତିଜ୍ଞାରେ ସତ୍ୟ ହୋଇଆସିଛନ୍ତି । ଗୀତ ୧୦୩:୮-୧୨କୁ ପାଠ କରି ଧ୍ୟାନ କରନ୍ତୁ ।

୫) ଆପଣଙ୍କ ଅପବାଦକ ଶୟତାନକୁ ଧମକ ଦେବା ନିମନ୍ତେ ପ୍ରଭୁଙ୍କୁ କୁହନ୍ତୁ, ଏବଂ ଦୋଷୀ ମନୋଭାବରୁ ମୁକ୍ତିରୁ ଆସୁଥିବା ଆନନ୍ଦ ପୁନଃପ୍ରତିଷ୍ଠିତ କରିବା ନିମନ୍ତେ ପ୍ରଭୁଙ୍କୁ କୁହନ୍ତୁ (ଗୀତ ୫୧:୧୨) ।

ଗୀତସଂହିତା ୩୨ ଏକ ଅତି ଲାଭଦାୟକ ଅଧ୍ୟୟନ । ଯଦିଓ ଦାଉଦ ଅତି ଭୟଙ୍କର ପାପ କରିଥିଲେ, ସେ ଉଭୟ ପାପ ଏବଂ ଦୋଷୀ ମନୋଭାବରୁ ମୁକ୍ତି ପାଇଥିଲେ । ସେ ଦୋଷୀ ମନୋଭାବର କାରଣ ଏବଂ କ୍ଷମାର ବାସ୍ତବତାରେ ପଦକ୍ଷେପ ନେଲେ । ଏହା ଅନୁସନ୍ଧାନ କରିବା ନିମନ୍ତେ ଗୀତସଂହିତା ୫୧ ହେଉଛି ଆଉ ଏକ ଉତ୍ତମ ଶାସ୍ତ୍ରାଂଶ । ଏଠାରେ ପାପ ସ୍ବୀକାରକୁ ଗୁରୁତ୍ବ ଦିଆଯାଇଛି, ଯେହେତୁ ଦାଉଦ ଏକ ଦୋଷୀ ମନୋଭାବ ଓ ଦୁଃଖରେ ଭରା ହୃଦୟରୁ ଈଶ୍ବରଙ୍କ ନିକଟରେ ଅନୁନୟ କରୁଛନ୍ତି । ଏହାର ଫଳ ହେଉଛି ପୁନଃସ୍ଥାପନ ଏବଂ ଆନନ୍ଦ ।

ପରିଶେଷରେ, ଯଦି ପାପ ସ୍ବୀକାର କରାଯାଇଛି, ପାପ ଯୋଗୁଁ ଅନୁତାପ କରାଯାଇଛି, ଏବଂ ପାପ କ୍ଷମା ହୋଇଛି ତେବେ ଆଗେଇ ଚାଲିବା ନିମନ୍ତେ ଏହା ଏକ ସମୟ ଅଟେ । ସ୍ମରଣ କରନ୍ତୁ ଯେ, ଆମେ ଯେଉଁମାନେ ଖ୍ରୀଷ୍ଟଙ୍କଠାକୁ ଆସିଛୁ, ତାଙ୍କଠାରେ ନୂତନ ସୃଷ୍ଟି ହୋଇଅଛୁ । "ଏଣୁ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି, ପୁରାତନ ବିଷୟସବୁ ଲୋପପାଇଅଛି; ଦେଖ ନୂତନ ବିଷୟ ବିଷୟ ହୋଇଅଛି!" (୨କରିନ୍ଥୀୟ ୫:୧୭) । ଲୋପପାଇଥିବା "ପୁରାତନ" ର କିଛି ଅଂଶ ହେଉଛି ସେଗୁଡିକ ଉତ୍ପନ୍ନ କରୁଥିବା ପୂର୍ବକୃତ ପାପ ଓ ଦୋଷର ସ୍ମରଣ । ଦୁଃଖର କଥା ଯେ, କିଛି ଖ୍ରୀଷ୍ଟିୟାନ ସେମାନଙ୍କ ପାପପୂର୍ଣ୍ଣ ଜୀବନ, ସ୍ମୃତିଗୁଡିକୁ ତୁଷ୍ଟ କରିବାର ସମ୍ଭାବନା ଦେଖାଦେଇଥାଏ, ଯାହାକି ବହୁ ପୂର୍ବରୁ ମୃତ ଓ ସମାଧିସ୍ଥ ହେବାର ଥିଲା । ଏହା ଅର୍ଥଶୂନ୍ୟ ଏବଂ ଈଶ୍ବର ଚାହୁଁଥିବା ବିଜୟୀ ଜୀବନ ନିମନ୍ତେ ଏକ ସମାସ୍ୟା ଭାବରେ ଦେଖାଦିଏ । ଏକ ବୁଦ୍ଧିର ପ୍ରବାଦ ହେଉଛି "ଯଦି ଈଶ୍ବର ଆପଣଙ୍କୁ ଏକ ନାଳରୁ ରକ୍ଷା କରିଛନ୍ତି, ପୁନର୍ବାର ସେହି ନାଳକୁ ଡେଇଁ ପହଁରନ୍ତୁ ନାହିଁ ।"

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଜଣେ ଖ୍ରୀଷ୍ଟିୟାନ ପରିତ୍ରାଣ ପୂର୍ବ ବା ପର ସମୟରେ ପୂର୍ବ ପାପ ବିଷୟରେ ଥିବା ଦୋଷ ଅନୁଭବ କରିବା ବିଷୟରେ କି ପଦକ୍ଷେପ ଗ୍ରହଣ କରିବା ଉଚିତ୍?
© Copyright Got Questions Ministries