settings icon
share icon
ପ୍ରଶ୍ନ

ଏକ ଉତ୍ତମ ପିତାମାତା ହେବା ବିଷୟରେ ବାଇବଲ କ'ଣ କୁହେ?

ଉତ୍ତର


ସନ୍ତାନ ଲାଳନପାଳନ ଏକ କଷ୍ଟକର ଏବଂ ଉଦ୍ଦୀପକ ଦୁଃସାହସିକ କାର୍ଯ୍ୟ ଅଟେ, କିନ୍ତୁ ତତ୍ ସଙ୍ଗେ ସଙ୍ଗେ ଏହା ଅଧିକ ଲାଭଦାୟକ ଏବଂ ଆମେ କେବେ କରିବାକୁ ଥିବା ପରିପୂରଣ ବିଷୟ ଅଟେ । ଆମେ ଆମର ସନ୍ତାନସନ୍ତତିକୁ ଈଶ୍ବରଙ୍କ ପୁରୁଷ ଏବଂ ମହିଳା ହେବା ନିମନ୍ତେ ସଫଳ ଭାବରେ ପ୍ରତିପାଳନ କରିପାରିବାର ଉପାୟ ବିଷୟରେ କହିବା ନିମନ୍ତେ ବାଇବଲରେ ଅନେକ ବିଷୟ ଅଛି । ଆମେ ନିହାତି କରିବାକୁ ଥିବା ବିଷୟ ହେଉଛି ସେମାନଙ୍କୁ ଈଶ୍ବରଙ୍କ ବାକ୍ୟ ବିଷୟରେ ଶିକ୍ଷା ଦେବା ।

ତାଙ୍କ ଆଦେଶସକଳରେ ଆମେ ନିଜ ନିଜକୁ ସମର୍ପିତ କରିବା ଦ୍ବାରା ଈଶ୍ବରଙ୍କୁ ପ୍ରେମ କରିବା ଏବଂ ଏକ ଈଶ୍ବରୀୟ ଉଦାହରଣ ହେବା ସହ, ଆମେ ଆମ୍ଭମାନଙ୍କର ସନ୍ତାନଗଣଙ୍କୁ ଶିକ୍ଷା ଦେବା ନିମନ୍ତେ ଦ୍ବିତୀୟ ବିବରଣ ୬:୭-୯ରେ ଥିବା ଆଦେଶସକଳକୁ ଶୁଣିବାକୁ ପଡିବ । ଏହି ଶାସ୍ତ୍ରାଂଶ ଏହି ନିର୍ଦ୍ଦେଶ ପରି ଚାଲୁ ପ୍ରକୃତିକୁ ଗୁରୁତ୍ବ ପ୍ରଦାନ କରେ । ଏହା ସବୁ ସମୟରେ କରାଯିବା ଉଚିତ୍ - ଗୃହରେ କରାଯିବା ଉଚିତ୍, ପଥରେ କରାଯିବା ଉଚିତ୍, ରାତ୍ରିବେଳେ କରାଯିବା ଉଚିତ୍, ସକାଳ ସମୟରେ କରାଯିବା ଉଚିତ୍ । ବାଇବଲ ସତ୍ୟତା ଆମ ଗୃହଗୁଡିକରେ ଭିତ୍ତିମୂଳ ହେବା ଉଚିତ୍ । ଏହି ସମସ୍ତ ଆଦେଶର ନୀତିଗୁଡିକର ଅନୁକରଣ କରିବା ଦ୍ବାରା, ଆମେ ଆମ ସନ୍ତାନଗଣଙ୍କୁ ଶିକ୍ଷା ଦେଉ ଯେ ଈଶ୍ବରଙ୍କର ଉପାସନା କରିବା ପ୍ରକ୍ରିୟା ନିରନ୍ତର ହେବା ଉଚିତ୍, ଏହା କେବଳ ରବିବାର ସକାଳ କିମ୍ବା ରାତ୍ରି ପ୍ରାର୍ଥନାଗୁଡିକରେ ସିମୀତ ରହିବା ଉଚିତ୍ ନୁହେଁ ।

ଯଦିଓ ଆମ ପିଲାମାନେ ସିଧାସଳଖ ଶିକ୍ଷା ଦ୍ବାରା ଅନେକ ଗୁଡିଏ ବିଷୟ ଶିଖନ୍ତି, ସେମାନେ ଆମ୍ଭମାନଙ୍କୁ ନିରୀକ୍ଷଣ କରିବା ଦ୍ବାରା ତା' ଅପେକ୍ଷା ଅଧିକ ବିଷୟ ଶିଖିଥାନ୍ତି । ସେଇଥିଯୋଗୁଁ ହିଁ ଆମେ ଯାହା ବି କରୁ ସେଥିପ୍ରତି ଆମେ ନିହାତି ଯତ୍ନବାନ୍ ହେବା ଉଚିତ୍ । ଆମେ ପ୍ରଥମେ ଆମର ଈଶ୍ବର-ଦତ୍ତ ଭୂମିକାକୁ ସ୍ବୀକାର କରିବାକୁ ପଡିବ । ସ୍ବାମୀମାନେ ଏବଂ ସ୍ତ୍ରୀମାନେ ପରସ୍ପର ପ୍ରତି ସମ୍ମାନ ଦେବାକୁ ଏବଂ ପରସ୍ପରର ବଶୀଭୂତ ହେବା ଉଚିତ୍ (ଏଫିସୀୟ ୫:୨୧) । ତତ୍ ସଙ୍ଗେ ସଙ୍ଗେ, ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ଈଶ୍ବର ଅଧିକାରର ଏକ ପଥ ପ୍ରତିଷ୍ଠା କରିଛନ୍ତି । "କିନ୍ତୁ ଖ୍ରୀଷ୍ଟ ଯେ ପ୍ରତ୍ୟେକ ପୁରୁଷର ମସ୍ତକ ସ୍ବରୂପ ଏବଂ ପୁରୁଷ ଯେ ସ୍ତ୍ରୀର ମସ୍ତକସ୍ବରୂପ ଓ ଈଶ୍ବର ଯେ ଖ୍ରୀଷ୍ଟଙ୍କର ମସ୍ତକ ସ୍ବରୂପ, ଏହା ତୁମ୍ଭେମାନେ ଜାଣ ବୋଲି ମୋହର ଇଛା ।" (୧କରିନ୍ଥୀୟ ୧୧:୩) ଆମେ ଜାଣୁ ଯେ, ଖ୍ରୀଷ୍ଟ ଈଶ୍ବରଙ୍କଠାରୁ ନୀଚ୍ଚ ନୁହଁନ୍ତି, ଠିକ୍ ଯେପରି ଜଣେ ସ୍ତ୍ରୀ ତା' ସ୍ବାମୀଠାରୁ ନୀଚ୍ଚ ନୁହେଁ । ଅଥଚ, ଈଶ୍ବର ସ୍ବୀକାର କରନ୍ତି ଯେ ଅଧିକାରପ୍ରାପ୍ତ ବ୍ୟକ୍ତି ପ୍ରତି ସମର୍ପଣ ଭାବ ନ ରହିବା ସ୍ଥାନରେ ଶୃଙ୍ଖଳା ନାହିଁ । ପରିବାରର ମୁଖିଆ ଭାବରେ ସ୍ବାମୀର ଦାୟିତ୍ବ ହେଉଛି ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କଲେ (ଏଫିସୀୟ ୫:୨୫-୨୯) ସେ ଯେପରି ନିଜ ଶରୀରକୁ ପ୍ରେମ କରେ, ଠିକ୍ ତା' ସ୍ତ୍ରୀକୁ ପ୍ରେମ କରିବ ।

ଏହି ପ୍ରେମ ପୂର୍ଣ୍ଣ ନେତୃତ୍ବର ଉତ୍ତର ସ୍ବରୂପେ, ଜଣେ ସ୍ବାମୀର ଅଧିକାର ପ୍ରତି ସମର୍ପିତ ହେବା ଜଣେ ସ୍ତ୍ରୀ ପକ୍ଷରେ କଷ୍ଟକର ବିଷୟ ନୁହେଁ (ଏଫିସୀୟ ୫:୨୪; କଲସୀୟ ୩:୧୮) । ତା' ମୌଳିକ ଦାୟିତ୍ବ ହେଉଛି ତା' ସ୍ବାମୀକୁ ପ୍ରେମ କରିବା ଏବଂ ସମ୍ମାନ ଦେବା , ବୁଦ୍ଧି ଏବଂ ପବିତ୍ରତା ସହ ଜୀବନଯାପନ କରିବା, ଏବଂ ଗୃହର ଯତ୍ନ ନେବା (ତିତସ ୨:୪-୫) । ସ୍ତ୍ରୀମାନେ ପ୍ରାକୃତିକ ଭାବେ ପୁରୁଷମାନଙ୍କ ଅପେକ୍ଷା ଅଧିକ ଯତ୍ନଶୀଳା କାରଣ ସେମାନେ ସେମାନଙ୍କର ସନ୍ତାନସନ୍ତତିଙ୍କ ଯତ୍ନ ନେବା ନିମନ୍ତେ ଗଢାଯାଇଥିଲେ ।

ଶାସନ ଏବଂ ଉପଦେଶ ସନ୍ତାନ ଲାଳନପାଳନର ଅବିଚ୍ଛେଦ୍ୟ ଅଂଶ । ହିତୋପଦେଶ ୧୩:୨୪ କୁହେ "ଯେ ବାଡି ବ୍ୟବହାର କରିବାକୁ ତ୍ରୁଟି କରେ, ସେ ଆପଣା ପୁତ୍ରକୁ ଘୃଣା କରେ, ପୁଣି, ଯେ ତାହାକୁ ପ୍ରେମ କରେ, ସେ ଯଥାକାଳରେ ଶାସ୍ତି ଦିଏ ।" ଅଶୃଙ୍ଖଳିତ ଗୃହରେ ବଢିଥିବା ପିଲାମାନେ ଅଦରକାରୀ ଏବଂ ଅଯୋଗ୍ୟ ବୋଲି ଅନୁଭବ କରନ୍ତି । ସେମାନଙ୍କଠାରେ ପଥ ପ୍ରଦର୍ଶନ ଏବଂ ଆତ୍ମ୍-ସଂଯମର ଅଭାବ ରହିଛି , ଏବଂ ସେମାନେ ଯେତେବେଳେ ଅଧିକରୁ ଅଧିକ ବୟଃପ୍ରାପ୍ତ ହୁଅନ୍ତି ସେମାନେ ବିଦ୍ରୋହ କରନ୍ତି ଏବଂ ଈଶ୍ବରଙ୍କ ଅଧିକାର ସମେତ ଯେକୌଣସି ପ୍ରକାରର ଅଧିକାରକୁ ସମ୍ମାନ ଦିଅନ୍ତି ନାହିଁ । "ଆପଣା ପୁତ୍ରକୁ ଶାସନ କର, କାରଣ ଭରସା ଅଛି; ପୁଣି, ତୁମ୍ଭର ମନ ତାହାର ବିନାଶ ଇଛା ନ କରୁ" (ହିତୋପଦେଶ ୧୯:୧୮) । ତା' ସଙ୍ଗେ ସଙ୍ଗେ, ଶାସନ ନିହାତି ପ୍ରେମ ସହିତ ନିୟନ୍ତ୍ରଣ ମଧ୍ୟରେ ରହିବାକୁ ପଡିବ, ଯଦି ତା' ନ ହୁଏ, ପିଲାମାନେ ବିରକ୍ତ, ହତୋତ୍ସାହିତ ଏବଂ ବିଦ୍ରୋହୀ ହେବେ (କଲସୀୟ ୩:୨୧) ଈଶ୍ବର ଜାଣନ୍ତି ଯେ, ଯେତେବେଳେ ଶାସନ କରାଯାଏ, ସେତେବେଳେ ଏହା ଯନ୍ତ୍ରଣାଦାୟକ ହୋଇଥାଏ (ଏବ୍ରୀ ୧୨:୧୧), କିନ୍ତୁ ଏହା ପ୍ରେମପୂର୍ଣ୍ଣ ଶିକ୍ଷା ସହିତ କରାଗଲେ ପିଲା ନିମନ୍ତେ ଏହା ଦୃଶ୍ୟମାନ ଲାଭଦାୟକ ହୋଇଥାଏ । "ପୁଣି ହେ ପିତାମାନେ ଆପଣା ଆପଣା ପିଲାମାନଙ୍କୁ ବିରକ୍ତ କରନାହିଁ, ମାତ୍ର ସେମାନଙ୍କୁ ପ୍ରଭୁଙ୍କ ଶିକ୍ଷା ଓ ଚେତନା ଦ୍ବାରା ପ୍ରତିପାଳନ କର" (ଏଫିସୀୟ ୬:୪) ।

ପିଲାମାନେ ଯୁବ ଅବସ୍ଥାରେ ଥିବା ସମୟରେ ସେମାନଙ୍କୁ ମଣ୍ଡଳୀ ପରିବାର ଏବଂ ସେବାକାର୍ଯ୍ୟରେ ସଂପୃକ୍ତ କରିବା ଗୁରୁତ୍ବପୂର୍ଣ୍ଣ ବିଷୟ ଅଟେ । ନିୟମିତ ଭାବେ ଏକ ବାଇବଲ-ବିଶ୍ବାସୀ ମଣ୍ଡଳୀରେ ଯୋଗ ଦିଅନ୍ତୁ (ଏବ୍ରୀ ୧୦:୨୫), ଆପଣ ବାକ୍ୟ ଅଧ୍ୟୟନ କରୁଥିବା ଦେଖିବା ନିମନ୍ତେ ସେମାନଙ୍କୁ ଅନୁମତି ଦିଅନ୍ତୁ, ଏବଂ ସେମାନଙ୍କ ସହ ଅଧ୍ୟୟନ କରନ୍ତୁ । ସେମାନଙ୍କ ଚତୁର୍ଦ୍ଦିଗରେ ଥିବା ବିଶ୍ବ ବିଷୟରେ ସେମାନଙ୍କ ସହ ଆଲୋଚନା କରନ୍ତୁ, ଏବଂ ପ୍ରତିଦିନ ଜୀବନ ମାଧ୍ୟମରେ ସେମାନଙ୍କୁ ଈଶ୍ବରଙ୍କର ଗୌରବ ବିଷୟରେ ଶିକ୍ଷା ଦିଅନ୍ତୁ । "ବାଳକର ଗନ୍ତବ୍ୟ ପଥରେ ତାହାକୁ ଶିକ୍ଷିତ କରାଅ, ତେଣୁ ସେ ବୃଦ୍ଧ ହେଲେହେଁ ତହିଁରୁ ବିମୁଖ ହେବନାହିଁ" (ହିତୋପଦେଶ ୨୨:୬) । ଏକ ଉତ୍ତମ ପିତାମାତା ହେବା ହେଉଛି ଏପରି ସନ୍ତାନଗଣଙ୍କୁ ଗଢିତୋଳିବା ଯେଉଁମାନେ କି ପ୍ରଭୁଙ୍କର ବାଧ୍ୟ ହୋଇ ଓ ତାଙ୍କୁ ପୂଜା କରିବା କାର୍ଯ୍ୟରେ ଆପଣଙ୍କର ଉଦାହରଣକୁ ଅନୁକରଣ କରିବେ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଏକ ଉତ୍ତମ ପିତାମାତା ହେବା ବିଷୟରେ ବାଇବଲ କ'ଣ କୁହେ?
© Copyright Got Questions Ministries