settings icon
share icon
ପ୍ରଶ୍ନ

ଚାରୋଟି ଆତ୍ମିକ ନିୟମ କଅଣ?

ଉତ୍ତର


ଏହି ଚାରୋଟି ଆତ୍ମିକ ନିୟମ ହେଉଛି, ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ଵାସ କରିବା ଦ୍ଵାରା ପ୍ରାପ୍ତ ପରିତ୍ରାଣର ସୁସମାଚାରକୁ ଶୁଣାଇବାର ଏକ ପନ୍ଥା | ଏହା, ସୁସମାଚାରର ଗୁରୁତ୍ୟପୂର୍ଣ୍ଣ ସମ୍ବାଦକୁ ଚାରୋଟି ପ୍ରସଙ୍ଗରେ ସଂଗଠିତ କରିବାର ଏକ ସରଳ ପଦ୍ଧତି ଅଟେ । ଯାହା ସୁସମାଚାରକୁ ମୁଖ୍ୟ ଚାରୋଟି ସରଳ ବାକ୍ୟରେ ସଂଗଠିତ କରେ |

ଏହି ଚାରୋଟି ଆତ୍ମିକ ନିମୟମାନଙ୍କ ମଧ୍ୟରୁ ପ୍ରଥମଟି ହେଉଛି, “ଈଶ୍ଵର ତୁମକୁ ପ୍ରେମ କରନ୍ତି ଓ ତୁମ ଜୀବନ ନିମନ୍ତେ ସେ ଏକ ମହାନ ଯୋଜନା ରଖିଅଛନ୍ତି” | ଯୋହନ ୩:୧୬ କହେ ଯେ, “କାରଣ ଈଶ୍ଵର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଏକମାତ୍ର ପୁତ୍ରଙ୍କୁ ଦାନ କଲେ, ଯେପରି ଯେକେହି ତାହାଙ୍କଠାରେ ବିଶ୍ଵାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ” | ଯୋହନ ୧୦:୧୦ ଯୀଶୁ ଖ୍ରୀଷ୍ଟ ଏହି ଜଗତକୁ ଆସିବାର କାରଣ ଆମକୁ ଦର୍ଶାଏ, “ଚୋର କେବଳ ଚୋରୀ, ବଧ ଓ ବିନାଶ କରିବା ନିମନ୍ତେ ଆସେ; ସେମାନେ ଯେପରି ଜୀବନ ପାଆନ୍ତି ଓ ପ୍ରଚୁର ଭାବରେ ପାଆନ୍ତି ଏଥିନିମନ୍ତେ ମୁଁ ଆସିଅଛି” | ଈଶ୍ଵରଙ୍କ ପ୍ରେମରୁ ଆମକୁ କେଉଁ ବିଷୟ ବଂଚିତ କରୁଅଛି? ଏକ ପ୍ରଚୁର ଜୀବନ ଯାପନ କରିବା ପାଇଁ କେଉଁ ବିଷୟ ଆମକୁ ବାଧା ଦେଉଅଛି?

ଚାରୋଟି ନିୟମର ଦ୍ଵିତୀୟଟି ହେଉଛି, “ମାନବ ଜାତୀ ପାପରେ କଳୁଷିତ ହୋଇଅଛି ଏବଂ ସେଥିପାଇଁ ପରମେଶ୍ଵରଙ୍କଠାରୁ ପୃଥକ ହୋଇଅଛନ୍ତି; ଫଳତଃ, ଆମ ଜୀବନ ପାଇଁ ଈଶ୍ଵରଙ୍କ ମହାନ ଯୋଜନାକୁ ଆମେ ଜାଣି ପାରିବା ନାହିଁ” | ଏହି ସମ୍ବାଦକୁ ରୋମୀୟ ୩:୨୩, ସମର୍ଥନ କରେ, “ସମସ୍ତେ ତ ପାପ କରିଅଛନ୍ତି, ପୁଣି ଈଶ୍ବରଙ୍କ ଗୌରଵରହିତ ହୋଇଅଛନ୍ତି” | ରୋମୀୟ ୬:୨୩, ଆମକୁ ଆମର ପାପର ପରିଣାମ ସମ୍ପର୍କରେ ଜଣାଏ, “କାରଣ ପାପର ବେତନ ମୃତ୍ୟୁ” | ଆପଣା ସହିତ ସହଭାଗିତା ରଖିବା ପାଇଁ ଈଶ୍ଵର ଆମକୁ ସୃଷ୍ଟି କଲେ । କିନ୍ତୁ ମନୁଷ୍ୟ ଦ୍ଵାରା ଜଗତକୁ ପାପ ପ୍ରବେଶ କଲା ଏବଂ ତେଣୁ, ଆମେ ଈଶ୍ଵରଙ୍କଠାରୁ ପୃଥକୀକୃତ ହୋଇଅଛୁ ଈଶ୍ଵର ଯେଉଁ ସମ୍ପର୍କ ଆମ ସହ ରଖିବାକୁ ଚାହୁଁଥିଲେ, ତାହାକୁ ଆମେ ନଷ୍ଟ କରିଅଛୁ ତେବେ, ଏହାର ସମାଧାନ କଅଣ?

ଚାରୋଟି ଆତ୍ମିକ ନିୟମର ତୃତୀୟଟି ହେଉଛି, “ଆମ ପାପ ସକାଶେ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ଈଶ୍ଵରଙ୍କ ଏକମାତ୍ର ପ୍ରାବଧାନ ” | ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା, ଆମର ପାପ କ୍ଷମା କରାଯିବ ଏବଂ ଈଶ୍ଵରଙ୍କ ସହ ଆମେ ଠିକ୍ ସମ୍ପର୍କ ସ୍ଥାପନ କରିପାରିବା | ରୋମୀୟ ୫:୮ କୁହେ ଯେ, “କିନ୍ତୁ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ସେଥିରେ ଈଶ୍ଵର ଆମ୍ଭମାନଙ୍କ ପ୍ରତି ଆପଣା ପ୍ରେମ ସପ୍ରମାଣ କରୁଅଛନ୍ତି” | ୧ କରିନ୍ଥୀୟ ୧୫:୩-୪ ଆମକୁ କୁହେ ଯେ, ଉଦ୍ଧାର ପାଇବା ପାଇଁ ଆମକୁ କଅଣ ଜାଣିବାକୁ ହେବ ଓ କଅଣ ବିଶ୍ଵାସ କରିବାକୁ ହେବ, “...ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭମାନଙ୍କ ପାପ ନିମନ୍ତେ ମୃତ୍ୟୁଭୋଗ କଲେ, ସମାଧିପ୍ରାପ୍ତ ହେଲେ, ଶାସ୍ତ୍ର ଅନୁସାରେ ତୃତୀୟ ଦିନରେ ଉତଥିତ ହେଲେ” | ଯୋହନ ୧୪:୬ରେ ଯୀଶୁ ସ୍ଵୟଂ ଏହା ଘୋଷଣା କରନ୍ତି ଯେ, ପରିତ୍ରାଣ ନିମନ୍ତେ, ସେ ଏକମାତ୍ର ପଥ ଅଟନ୍ତି; “ମୁଁ ପଥ, ସତ୍ୟ ଓ ଜୀବନ; ମୋ’ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ” | ଏହି ମହାନ ପରିତ୍ରାଣର ଉପହାରକୁ ମୁଁ କିପରି ପ୍ରାପ୍ତ କରିବି?

ଚାରୋଟି ଆତ୍ମିକ ନିମୟର ଚତୁର୍ଥଟି ହେଉଛି, “ପରିତ୍ରାଣର ଦାନକୁ ଗ୍ରହଣ କରିବାକୁ ଏବଂ ଆମ ଜୀବନ ପାଇଁ ଈଶ୍ଵରଙ୍କ ମହାନ ଯୋଜନାକୁ ଜାଣିବା ପାଇଁ ଆମକୁ ଯୀଶୁଖ୍ରୀଷ୍ଟଙ୍କୁ ତ୍ରାଣକର୍ତ୍ତା ରୂପେ ବିଶ୍ଵାସ କରିବାକୁ ହେବ ।” | ଯୋହନ ୧:୧୨ ଆମକୁ ଏହା ବର୍ଣ୍ଣନା କରେ, “ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍ ଯେଉଁମାନେ ତାହାଙ୍କ ନାମରେ ବିଶ୍ଵାସ କଲେ, ସେସମସ୍ତଙ୍କୁ ସେ ଈଶ୍ଵରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ” | ପ୍ରେରିତ ୧୬:୩୧ ଅତି ସ୍ପଷ୍ଟ ଭାବରେ କହେ ଯେ, “ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କର, ତାହାହେଲେ ତୁମ୍ଭେ ସପରିବାରରେ ପରିତ୍ରାଣ ପାଇବ” | ଆମେ କେବଳ ଅନୁଗ୍ରହରେ, ବିଶ୍ଵାସ ଦ୍ଵାରା, କେବଳ ଯୀଶୁଙ୍କଠାରେ ଉଦ୍ଧାର ପାଇପାରିବା (ଏଫିସୀୟ ୨:୮-୯) |

ଯଦି ତୁମେ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ଉଦ୍ଧାରକର୍ତ୍ତା ରୁପେ ବିଶ୍ଵାସ କରିବାକୁ ଚାହୁଁଅଛ, ତେବେ ନିମ୍ନରେ ଦିଆଯାଇଥିବା ଶବ୍ଦକୁ କୁହନ୍ତୁ । ମନେ ରଖନ୍ତୁ, ଏହି ଶବ୍ଦ କହିବ। ଦ୍ଵାରା ଆପଣ ପରିତ୍ରାଣ ପାଇବେ ନାହିଁ କିନ୍ତୁ କେବଳ ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସ କରିବା ଦ୍ଵାରା ଉଦ୍ଧାର ପାଇପାରିବେ | ଏହି ପ୍ରାର୍ଥନାର ଉଦ୍ଦେଶ୍ୟ ହେଉଛି, ଇଶ୍ଵରଙ୍କଠାରେ ନିଜ ବିଶ୍ଵାକୁ ପ୍ରକାଶ କରିବ। ଓ ସେ ତୁମ ପାଇଁ ପରିତ୍ରାଣ ଯୋଗାଇ ଥିବାରୁ ତାହାଙ୍କ ପ୍ରତି ଧନ୍ୟବାଦୀ ହେବ| । ପ୍ରାର୍ଥନା - “ହେ ଇଶ୍ଵର , ମୁଁ ଜାଣେ ଯେ ମୁଁ ତୁମ ବିରୁଦ୍ଧରେ ପାପ କରିଅଛି ଏବଂ ମୁଁ ଦଣ୍ଡ ପାଇବା ପାଇଁ ଯୋଗ୍ୟ | କିନ୍ତୁ ମୁଁ ବିଶ୍ଵାସ କରେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋର ପାପର ଦଣ୍ଡକୁ କୃଶରେ ଭୋଗ କରି ଅଛନ୍ତି | ତାହାଙ୍କ ଠାରେ ବିଶ୍ଵାସ କରିବା ଦ୍ଵାରା ମୋର ପାପକ୍ଷମା ହୋଇପାରିବ | ପରିତ୍ରାଣ ପାଇବା ପାଇଁ ମୁଁ ତୁମ ଠାରେ ବିଶ୍ଵାସ କରୁଅଛି | ତୁମର ମହା ଅନୁଗ୍ରହ, କ୍ଷମା ଓ ଅନନ୍ତ ଜୀବନ ପାଇଁ ମୁଁ ତୁମକୁ ଧନ୍ୟବାଦ ଦେଉଅଛି” ଆମେନ୍ |

ଏଠାରେ ଆପଣ ଯାହା ପଢିଲେ ସେହି କାରଣରୁ ଆପଣ ଖ୍ରୀଷ୍ଟଙ୍କ ନିମନ୍ତେ ଗୋଟିଏ ନିଷ୍ପତ୍ତି ନେଲେ କି? ଦୟାକରି ନିମ୍ନରେ ଥିବା "ଆଜି ମୁଁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଅଛି" ବୋତାମକୁ କ୍ଲିକ୍ କରନ୍ତୁ

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଚାରୋଟି ଆତ୍ମିକ ନିୟମ କଅଣ?
© Copyright Got Questions Ministries