settings icon
share icon
ପ୍ରଶ୍ନ

ଜଣେ ଖ୍ରୀଷ୍ଟିୟାନ ୠଣଗ୍ରସ୍ତ ହେବା ବିଷୟରେ ବାଇବଲ କ'ଣ କୁହେ? ଜଣେ ଖ୍ରୀଷ୍ଟିୟାନ ଅର୍ଥ କରଜ କିମ୍ବା ଅର୍ଥ ଧାର ଦେବା ଉଚିତ୍ କି?

ଉତ୍ତର


ରୋମୀୟ ୧୩:୮ରେ ପାଉଲ ଆମ୍ଭମାନଙ୍କୁ ପ୍ରେମ ବିହୂନେ ଆଉ କୌଣସି ବିଷୟରେ ୠଣୀ ନ ହେବା ନିମନ୍ତେ କହିବା ହେଉଛି ସମୟ ଅନୁସାରେ ପ୍ରାପ୍ୟ କରାଯାଉନଥିବା ସମସ୍ତ ପ୍ରକାର ୠଣ ପ୍ରତି ଈଶ୍ବରଙ୍କ ଘୃଣା ଭାବର ଏକ ଶକ୍ତିଶାଳୀ ସ୍ମାରକ ଅଟେ (ଗୀତସଂହିତା ୩୭:୨୧ ମଧ୍ୟ ଦେଖନ୍ତୁ) । ତାହା କହିବା ସଙ୍ଗେ ସଙ୍ଗେ, ବାଇବଲ ସମସ୍ତ ପ୍ରକାର ୠଣ କରିବା ବିରୁଦ୍ଧରେ ସ୍ବଷ୍ଟ ଭାବରେ ଆଦେଶ ଦିଏନାହିଁ । ବାଇବଲ ୠଣ ବିଷୟରେ ସତର୍କ କରାଇଦିଏ, ଏବଂ ୠଣୀ ନ ହେବାର ଉତ୍ତମ ଗୁଣକୁ ଆଗ୍ରହପୂର୍ଣ୍ଣ ଭାବରେ ପ୍ରଶଂସା କରେ, କିନ୍ତୁ ୠଣ ନେବାକୁ ନିଷେଧ କରେନାହିଁ । ୠଣଗ୍ରହୀତାମାନଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବା ୠଣଦାତାମାନଙ୍କୁ ବାଇବଲ ଅତି କର୍କଶ ଶବ୍ଦରେ ନିନ୍ଦା କରେ, କିନ୍ତୁ ଏହା ୠଣଗ୍ରହୀତାମାନଙ୍କୁ ନିନ୍ଦା କରେନାହିଁ ।

କିଛି ଲୋକ ୠଣ ଦେଇ ୠଣର କୌଣସି ସୁଧ ନେବା ବିଷୟକୁ ନିନ୍ଦା କରି ପ୍ରଶ୍ନ ଉଠାନ୍ତି, କିନ୍ତୁ ବାଇବଲରେ ଅନେକ ସମୟରେ ଆମେ ଦେଖୁ ଯେ ଧାରସୂତ୍ରରେ ନିଆଯାଇଥିବା ଅର୍ଥରୁ ଯଥାର୍ଥ ସୁଧ ନେବାର ଆଶା କରାଯାଏ (ହିତୋପଦେଶ ୨୮:୮; ମାଥିଉ ୨୫:୨୭) । ପ୍ରାଚୀନ ଇଶ୍ରାୟେଲରେ ଦରିଦ୍ରମାନଙ୍କୁ ଦିଆଯାଇଥିବା ୠଣ ଉପରେ ସୁଧ ନେବାର ନିଷେଧ କରେ (ଲେବୀୟ ୨୫:୩୫-୩୮) । ଏହି ନିୟମରେ ଅନେକ ସାମାଜିକ, ଆର୍ଥିକ ଏବଂ ଆତ୍ମିକ ନିହିତାର୍ଥ ରହିଛି, କିନ୍ତୁ ଦୁଇଗୋଟି ବିଶେଷ ଭାବେ ଉଲ୍ଲେଖଯୋଗ୍ୟ । ପ୍ରଥମ, ଏହି ନିୟମ ଦରିଦ୍ରମାନଙ୍କ ଅବସ୍ଥା ଆହୁରି ଶୋଚନୀୟ ନ କରି ପ୍ରକୃତରେ ସେମାନଙ୍କୁ ସାହାଯ୍ୟ କଲା । ଦରିଦ୍ରତା ମଧ୍ୟରେ ପଡିବା ନିମନ୍ତେ ଏହା ଯଥେଷ୍ଟ ମନ୍ଦ ଥିଲା, ଏବଂ ସାହାଯ୍ୟ ଅନ୍ବେଷଣ କରିବା ନିମନ୍ତେ ଏହା ଲଜ୍ଜା ପ୍ରଦାନ କରିଥାନ୍ତେ । କିନ୍ତୁ, ଯଦି ୠଣ ପରିଶୋଧ କରିବା ସମେତ, ଜଣେ ଦରିଦ୍ର ଲୋକ ଏକ ପେଷଣ ସୁଧ ଦେବାକୁ ହୁଏ, ତେବେ ସେହି ଆଇନଗତ ବାଧ୍ୟତା ଉପକାରୀ ହେବା ପରିବର୍ତ୍ତେ ଆଘାତପୂର୍ଣ୍ଣ ହେବ ।

ଦ୍ବିତୀୟତଃ, ସେହି ନିୟମ ଏକ ଗୁରୁତ୍ବପୂର୍ଣ୍ଣ ଆତ୍ମିକ ପାଠ ଶିଖାଏ । ଜଣେ ଦରିଦ୍ର ଲୋକକୁ ଦିଆଯାଇଥିବା ୠଣ ଉପରେ ସୁଧକୁ ୠଣଦାତାଙ୍କ ଦ୍ବାରା ଛାଡ କରାଯିବା ଦୟାର ଏକ କାର୍ଯ୍ୟ ହେବ । ସେହି ଅର୍ଥକୁ ବ୍ୟବହାର କରିବାର ସେ ହରାଇବ ଯେତେବେଳେ ୠଣ ଚାଲିଯାଇଥିବ । ତଥାପି ତାହା ଈଶ୍ବରଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବାର ତାହା ଏକ ସ୍ବଷ୍ଟ ବାରି ହେଇପାରୁଥିବା ଉପାୟ ହେବା କାରଣ ଈଶ୍ବର ସେମାନଙ୍କ ପ୍ରତି ପ୍ରସାରିଥିବା ଦୟା ନିମନ୍ତେ ତାଙ୍କ ଲୋକମାନଙ୍କୁ "ସୁଧ" ମାଗିବା ତାଙ୍କ ଦୟା ନୁହେଁ । ଇଶ୍ରାୟେଲୀୟମାନେ କପର୍ଦ୍ଦକଶୂନ୍ୟ ଦାସ ଥିଲା ବେଳେ ସେମାନଙ୍କୁ ଈଶ୍ବର ସେମାନଙ୍କୁ ଯେପରି ମିଶରରୁ ଦୟାପରବଶ ହୋଇ ସେମାନଙ୍କୁ ଆଣିଥିଲେ ଏବଂ ସେମାନଙ୍କୁ ସେମାନଙ୍କ ନିଜ ଦେଶ ଦେଲେ (ଲେବୀୟ ୨୫:୩୭-୩୮), ଠିକ୍ ସେହିଭଳି ସେ (ଈଶ୍ବର) ତାଙ୍କ ଦରିଦ୍ର ପ୍ରଜାମାନଙ୍କୁ ସେହିପରି ଦୟା ପ୍ରକାଶ କରିବା ନିମନ୍ତେ ଆଶା କରନ୍ତି ।

ଖ୍ରୀଷ୍ଟିୟାନମାନେ ଏକ ସମଦୂରବର୍ତ୍ତୀ ପରିସ୍ଥିତିରେ ଅଛନ୍ତି । ଯୀଶୁଙ୍କ ଜୀବନ, ମୃତ୍ୟୁ ଏବଂ ପୁନରୁତ୍ଥାନ ଈଶ୍ବରଙ୍କ ପ୍ରତି ଆମ ପାପର ୠଣକୁ ପରିଶୋଧ କରିଛି । ବର୍ତ୍ତମାନ, ଆମ ନିକଟରେ ସୁଯୋଗ ଥାଉ ଥାଉ, ଅଭାବରେ ଥିବା ଲୋକମାନଙ୍କୁ ଆମେ ସାହାଯ୍ୟ କରିପାରିବା, ବିଶେଷତଃ ସହ ବିଶ୍ବାସୀମାନଙ୍କୁ ୠଣରେ ସାହାଯ୍ୟ କରିପାରିବା ଯାହା ସେମାନଙ୍କର ସମାସ୍ୟାକୁ ଦ୍ରୁତଗତିରେ ବୃଦ୍ଧିପାଇବାକୁ ଦିଏନାହିଁ । ଯୀଶୁ ଏପରିକି ଏ ବିଷୟରେ ଦୁଇଜଣ ୠଣଦାତା ଏବଂ ସେମାନଙ୍କର କ୍ଷମାଶୀଳତା ବିଷୟରେ ଏକ ଦୃଷ୍ଟାନ୍ତ ଦେଲେ (ମାଥିଉ ୧୮:୨୩-୩୫) ।

ବାଇବଲ ପ୍ରକାଶ୍ୟ ଭାବରେ ଅର୍ଥ କରଜ କରିବାର ନିଷେଧ କରେନାହିଁ କିମ୍ବା ସେ ବିଷୟରେ ଦୋଷ ଧରେନାହିଁ । ବାଇବଲରେ ଥିବା ବୁଦ୍ଧି ଆମ୍ଭମାନଙ୍କୁ ଶିକ୍ଷା ଦିଏ ଯେ ୠଣଗ୍ରସ୍ତ ହେବା ଏକ ଉତ୍ତମ ଚିନ୍ତାଧାରା ନୁହେଁ । ୠଣ ଆମ୍ଭମାନଙ୍କୁ ୠଣଦାତାର ଦାସ କରାଇଦିଏ । ସେଥି ସଙ୍ଗେ ସଙ୍ଗେ, କିଛି ପରିସ୍ଥିତିରେ ୠଣଗ୍ରସ୍ତ ହେବା ଏକ "ଆବଶ୍ୟକୀୟ ମନ୍ଦ" ଅଟେ । ଯେପର୍ଯ୍ୟନ୍ତ ଅର୍ଥ ବୁଦ୍ଧିର ସହ ଖର୍ଚ୍ଚ କରାଯାଏ ଏବଂ ୠଣ ପ୍ରଦାନ ପରିଚାଳନାଯୋଗ୍ୟ, ସେ ପର୍ଯ୍ୟନ୍ତ ଜଣେ ଖ୍ରୀଷ୍ଟିୟାନ ଆର୍ଥିକ ୠଣ ନେଇପାରିବ ଯଦି ୠଣ ନେବା ଅତି ଆବଶ୍ୟକ ହେଉଥାଏ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଜଣେ ଖ୍ରୀଷ୍ଟିୟାନ ୠଣଗ୍ରସ୍ତ ହେବା ବିଷୟରେ ବାଇବଲ କ'ଣ କୁହେ? ଜଣେ ଖ୍ରୀଷ୍ଟିୟାନ ଅର୍ଥ କରଜ କିମ୍ବା ଅର୍ଥ ଧାର ଦେବା ଉଚିତ୍ କି?
© Copyright Got Questions Ministries