settings icon
share icon
ପ୍ରଶ୍ନ

ଖ୍ରୀଷ୍ଟିୟ ଉପବାସ - ଏହା ବିଷୟରେ ବାଇବଲ କ'ଣ କୁହେ?

ଉତ୍ତର


ଶାସ୍ତ୍ର ଉପବାସ କରିବା ନିମନ୍ତେ ଖ୍ରୀଷ୍ଟିୟାନମାନଙ୍କୁ ଆଦେଶ ଦିଏନାହିଁ । ଈଶ୍ବର ଏହା ଖ୍ରୀଷ୍ଟିୟାନମାନଙ୍କଠାରୁ ଆବଶ୍ୟକ କରନ୍ତି ନାହିଁ କିମ୍ବା ଏହା ଦାବୀ କରନ୍ତି ନାହିଁ । ଠିକ୍ ସେହି ସମୟରେ, ବାଇବଲ ଉପବାସକୁ ଏପରି ଏକ ବିଷୟ ଭାବରେ ଉପସ୍ଥାପିତ କରେ, ଯାହା ଉତ୍ତମ, ଲାଭଦାୟକ ଓ ହିତକର । ପ୍ରେରିତ ପୁସ୍ତକରେ ବିଶ୍ବାସୀମାନେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଉପବାସ କରୁଥିବାର ଲିପିବଦ୍ଧ ରହିଛି (ପ୍ରେରିତ ୧୩:୨; ୧୪:୨୩) । ଉପବାସ ଏବଂ ପ୍ରାର୍ଥନା ଅନେକ ସମୟରେ ପରସ୍ପର ସମ୍ବନ୍ଧିତ ଅଟେ (ଲୂକ ୨:୩୭; ୫:୩୩) । ଅଧିକ ସମୟରେ, ଉପବାସ ଉପରେ ଦୃଷ୍ଟି କେନ୍ଦ୍ରୀଭୂତ କରିବା ଖାଦ୍ୟରୁ ବିରତି ଅଟେ । ବରଂ, ଉପବାସର ଉଦ୍ଦେଶ୍ୟ ଈଶ୍ବରଙ୍କଠାରେ ସମ୍ପୂର୍ଣ୍ଣରୂପେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ଜାଗତିକ ବିଷୟଗୁଡିକ ଉପରୁ ଆମ୍ଭମାନଙ୍କର ଚକ୍ଷୁକୁ ଫେରାଇନେବା ଉଚିତ୍ । ଆମେ ଯେ ଈଶ୍ବରଙ୍କ ସହ ଥିବା ଆମ ସମ୍ପର୍କରେ ଅତି ଯତ୍ନଶୀଳ ଅଟୁ ସେ ବିଷୟ ଈଶ୍ବରଙ୍କଠାରେ ଏବଂ ଆମ ନିଜ ନିଜଠାରେ ପ୍ରଦର୍ଶନ କରିବା ହେଉଛି ଉପବାସ । ଉପବାସ ନୂତନ ଅନ୍ତର୍ଦ୍ଦୃଷ୍ଟି ପାଇବା ଏବଂ ଈଶ୍ବରଙ୍କ ଉପରେ ଏକ ନୂତନୀକୃତ ଭରସା ପ୍ରାପ୍ତ ହେବା ନିମନ୍ତେ ଆମ୍ଭମାନଙ୍କୁ ସାହାଯ୍ୟ କରେ ।

ଯଦିଓ ଶାସ୍ତ୍ରରେ ଉପବାସ ସର୍ବଦା ଖାଦ୍ୟରୁ ବିରତି ରହିବା ବିଷୟରେ ରହିଛି, ତଥାପି ଉପବାସ କରିବା ନିମନ୍ତେ ଅନ୍ୟାନ୍ୟ ଉପାୟଗୁଡିକ ମଧ୍ୟ ରହିଛି । ଈଶ୍ବରଙ୍କ ଉପରେ ଆମ୍ଭମାନଙ୍କର ସମସ୍ତ ମନୋନିବେଶକୁ କେନ୍ଦ୍ରୀଭୂତ କରିବା ନିମନ୍ତେ ସାମୟିକ ଭାବେ ଯେକୌଣସି ବିଷୟରୁ ବିରତ ରହିବା ଉପବାସ ଭାବରେ ଧରିନିଆଯିବ (୧କରିନ୍ଥୀୟ ୭:୧-୫) । ଉପବାସ ସମୟର ଏକ ନିରୂପଣ ମଧ୍ୟରେ ସୀମାବଦ୍ଧ ହୋଇରହିବା ଉଚିତ, ବିଶେଷତଃ ଯେତେବେଳେ ଉପବାସ ଖାଦ୍ୟରୁ ବିରତି ଅଟେ । ଖାଦ୍ୟ ନ ଖାଇବାର ସମୟକୁ ବଢାଇ ଚାଲିଲେ ତାହା ଆପଣଙ୍କ ଶରୀର ପ୍ରତି କ୍ଷତିକାରକ ହେବ । ଉପବାସ ଶରୀରକୁ ଦଣ୍ଡ ଦେବାର ଉଦ୍ଦେଶ୍ୟ ନୁହେଁ, କିନ୍ତୁ ଆମ୍ଭମାନଙ୍କର ମନୋନିବେଶକୁ ଈଶ୍ବରଙ୍କ ପ୍ରତି ଫେରାଇ ନେବା । ଉପବାସ "ଆହାର ପଦ୍ଧତି" ମଧ୍ୟ ଉଚିତ୍ ନୁହେଁ । ବାଇବଲ ଆଧାରିତ ଉପବାସ ଓଜନ କମାଇବା ନୁହେଁ, କିନ୍ତୁ ଈଶ୍ବରଙ୍କ ସହ ଗଭୀରତମ ସହଭାଗୀତା ପ୍ରାପ୍ତ ହେବା । ଯେକୌଣସି ବ୍ୟକ୍ତି ଉପବାସ କରିପାରିବେ, କିନ୍ତୁ କେତେକ ବ୍ୟକ୍ତି ଖାଦ୍ୟରୁ ବିରତ ରହି ଉପବାସ କରିନପାରନ୍ତି (ଉଦାହରଣ ସ୍ବରୂପ, ମଧୁମେହ ଅର୍ଥାତ୍ ଡାଇବେଟିକ୍ସ୍ ରୋଗୀ) । ପ୍ରତ୍ୟେକ ଜଣ ଈଶ୍ବରଙ୍କ ନିକଟବର୍ତ୍ତୀ ହେବା ନିମନ୍ତେ ସାମୟିକ ଭାବେ କିଛି ବିଷୟକୁ ପରିତ୍ୟାଗ କରିପାରନ୍ତି ।

ଏହି ଜଗତରେ ଥିବା ବିଷୟଗୁଡିକରୁ ଆମ୍ଭମାନଙ୍କର ଚକ୍ଷୁକୁ ଫେରାଇ ନେବା ଦ୍ବାରା, ଆମେ ଅଧିକ ସଫଳତାର ସହ ଖ୍ରୀଷ୍ଟଙ୍କ ପ୍ରତି ଆମ୍ଭମାନଙ୍କର ମନୋନିବେଶକୁ ନେଇପାରିବା । ଉପବାସ ଏପରି ଏକ ବିଷୟ ନୁହେଁ ଯେଉଁଠି ଆମେ ଯାହା ଚାହୁଁ, ତାହା ଈଶ୍ବରଙ୍କୁ କରାଇବା ନୁହେଁ । ଉପବାସ ଈଶ୍ବରଙ୍କୁ ପରିବର୍ତ୍ତିତ ନ କରି ଆମ୍ଭମାନଙ୍କୁ ପରିବର୍ତ୍ତିତ କରାଇଥାଏ । ଉପବାସ ଏପରି ଏକ ବିଷୟ ନୁହେଁ ଯାହା ଅନ୍ୟମାନଙ୍କଠାରୁ ଆମେ ଅଧିକ ଆତ୍ମିକ ଦେଖାଯିବାର ଏକ ଉପାୟ ନୁହେଁ । ଉପବାସ ଏକ ନମ୍ରତାର ଆତ୍ମା ଏବଂ ଏକ ଆନନ୍ଦପୂର୍ଣ୍ଣ ମନୋଭାବ ନେଇ କରାଯିବା ଉଚିତ୍ । ମାଥିଉ ୬:୧୬-୧୮ ଘୋଷଣା କରେ, "ଉପବାସ କରିବା ସମୟରେ କପଟୀମାନଙ୍କ ପରି ବିଷଣ୍ଣବଦନ ହୁଅନାହିଁ, କାରଣ ସେମାନେ ଉପବାସ କରୁଅଛନ୍ତି ବୋଲି ଲୋକଙ୍କ ସାକ୍ଷାତରେ ଦେଖାଯିବା ନିମନ୍ତେ ଆପଣା ଆପଣା ଆପଣା ମୁଖ ମଳିନ କରନ୍ତି, ମୁଁ ତୁମ୍ଭମାନଙ୍କୁ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି । କିନ୍ତୁ ତୁମ୍ଭେ ଉପବାସ କରିବା ସମୟରେ ତୁମ୍ଭ ମସ୍ତକରେ ତୈଳ ଲଗାଅ ଓ ମୁଖ ପ୍ରକ୍ଷାଳନ କର, ଯେପରି ତୁମ୍ଭେ ଉପବାସ କରୁଅଛ ବୋଲି ଲୋକଙ୍କ ସାକ୍ଷାତରେ ଦେଖା ନ ଯାଇ ବରଂ ଗୋପନରେ ଥିବା ତୁମ୍ଭ ପିତାଙ୍କ ସାକ୍ଷାତରେ ଦେଖାଯିବ; ଆଉ, ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ ।"

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଖ୍ରୀଷ୍ଟିୟ ଉପବାସ - ଏହା ବିଷୟରେ ବାଇବଲ କ'ଣ କୁହେ?
© Copyright Got Questions Ministries