| |
ଜଗତରେ ଈଶ୍ବରଙ୍କର ଅବସ୍ଥିତି ଅଛି କି ? ଈଶ୍ବରଙ୍କର ଅବସ୍ଥିତିର କୌଣସି ପ୍ରମାଣ ଅଛି କି ?
ପ୍ରଶ୍ନ: ଜଗତରେ ଈଶ୍ବରଙ୍କର ଅବସ୍ଥିତି ଅଛି କି ? ଈଶ୍ବରଙ୍କର ଅବସ୍ଥିତିର କୌଣସି ପ୍ରମାଣ ଅଛି କି ?
ଉତ୍ତର:
ଜଗତରେ ଈଶ୍ବରଙ୍କର ଅବସ୍ଥିତି ଅଛି କି ? ଏହା କୌତୁହଳପୂର୍ଣ ଯେ ଏହି ବକ୍ତୃତା ପ୍ରତି ବହୁତ ଧ୍ୟାନ ଦିଆଯାଇଛି | ସାମ୍ପ୍ରତିକ ସର୍ବେକ୍ଷଣ ଆମକୁ କୁହେ ଯେ ଆଜି ପୃଥିବୀର ୯୦% ଲୋକ ଜଗତରେ ଈଶ୍ବରଙ୍କର ଅବସ୍ଥିତି କିମ୍ବା କୌଣସି ଉଚ୍ଚତର ଶକ୍ତିକୁ ବିଶ୍ବାସ କରନ୍ତି | ତଥାପି କୌଣସି ପ୍ରକାରରେ, ଯେଉଁମାନେ ଈଶ୍ବରଙ୍କର ଅବସ୍ଥିତିକୁ ବିଶ୍ବାସ କରନ୍ତି, ସେମାନଙ୍କୁ ଈଶ୍ବରଙ୍କର ଅବସ୍ଥିତି ଅଛି ବୋଲି କିଛି ପରିମାଣରେ ପ୍ରମାଣିତ କରିବା ପାଇଁ, ଦାୟିତ୍ବ ନ୍ୟସ୍ତ କରାଯାଇଛି | ଯଦି ଏହାର କୌଣସି ଅନ୍ୟ ଥାଏ ତାହାହେଲେ ଅଧିକ ଯୁକ୍ତିଯୁକ୍ତ ହେବ |
ତାହାସତ୍ବେ, ଜଗତରେ ଈଶ୍ବରଙ୍କର ଅବସ୍ଥିତିକୁ ପ୍ରମାଣିତ କରିହେବ ନାହିଁ କିମ୍ବା ଅଗ୍ରାହ୍ୟ କରିହେବ ନାହିଁ | ବାଇବଲ ମଧ୍ୟ କୁହେ ଯେ ଈଶ୍ବର ଅଛନ୍ତି ବୋଲି ସତ୍ୟତାକୁ ଆମକୁ ବିଶ୍ବାସ ଦ୍ବାରା ହିଁ ଗ୍ରହଣ କରିବାକୁ ପଡ଼ିବ, "ଆଉ ବିଶ୍ବାସ ବିନା ତାହାଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ, କାରଣ ଈଶ୍ବର ଯେ ଅଛନ୍ତି, ଆଉ ସେ ଯେ ତାହାଙ୍କ ଅନ୍ବେଷଣକାରୀମାନଙ୍କର ପୁରସ୍କାରଦାତା, ଏହା ତାହାଙ୍କ ଛାମୁକୁ ଆସିବା ଲୋକର ବିଶ୍ବାସ କରିବା ଆବଶ୍ୟକ" (ଏବ୍ରୀ ୧୧:୬) | ଯଦି ଈଶ୍ବର ଏହିପରି ଚାହୁଁଥା’ନ୍ତେ, ତେବେ ସେ କେବଳ ମାତ୍ର ଆବିର୍ଭାବ ହୋଇ ଜଗତକୁ, ତାଙ୍କର ଅବସ୍ଥିତି ପ୍ରମାଣିତ କରିପାରିଥା’ନ୍ତେ | ଯଦି ସେ ଏହିପରି କରିଥା’ନ୍ତେ ତେବେ ଆଉ ବିଶ୍ବାସର କୌଣସି ଆବଶ୍ୟକତା ରହି ନଥା’ନ୍ତା | "ଯୀଶୁ ତାଙ୍କୁ କହିଲେ, ତୁମ୍ଭେ ମୋତେ ଦେଖିବାରୁ ବିଶ୍ବାସ କରିଅଛ ? ଯେଉଁମାନେ ନ ଦେଖି ବିଶ୍ବାସ କରିଅଛନ୍ତି ସେମାନେ ଧନ୍ୟ" (ଯୋହନ ୨୦:୨୯) |
ତାହାମାନେ ନୁହଁ ଯେ, ଜଗତରେ ଈଶ୍ବରଙ୍କର ଅବସ୍ଥିତିର କୌଣସି ପ୍ରମାଣ ନାହିଁ | ବାଇବଲ ଏଠାରେ କୁହେ "ଆକାଶମଣ୍ଡଳ ପରମେଶ୍ବରଙ୍କ ଗୌରବ ବର୍ଣନା କରେ; ଶୂନ୍ୟମଣ୍ଡଳ ତାହାଙ୍କ ହସ୍ତକୃତ କର୍ମ ପ୍ରକାଶ କରେ | ଦିବସ ଦିବସ ପ୍ରତି ବାକ୍ୟ ଉଚ୍ଚାରଣ କରେ ଓ ରାତ୍ରି ରାତ୍ରି ପ୍ରତି ଜ୍ଞାନ ପ୍ରକାଶ କରେ | କୌଣସି ବାକ୍ୟ କି ଭାଷା ନ ଥାଏ; ସେମାନଙ୍କ ରବ ଶୁଣାଯାଇ ନ ପାରେ | ସେମାନଙ୍କର ରଜ୍ଜୁ ସମୁଦାୟ ପୃଥିବୀରେ ଓ ସେମାନଙ୍କର ବାକ୍ୟଜଗତର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ" (ଗୀତସଂହିତା ୧୯:୧-୪) | ତାରାମାନଙ୍କୁ ଦେଖିଲେ, ଜଗତର ବିଶାଳତାକୁ ବୁଝିଲେ, ପ୍ରକୃତିର ବିସ୍ମୟକୁ ଅନୁଭବ କରିଲେ, ଗୋଟିଏ ସୂର୍ଯ୍ୟାସ୍ତର ସୌନ୍ଦର୍ଯ୍ୟକୁ ଦେଖିଲେ – ଏହିସବୁ ଜିନିଷ ଗୋଟିଏ ସୃଷ୍ଟିକର୍ତ୍ତା ଈଶ୍ବରଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦେଶ କରେ | ଯଦି ଏହିଗୁଡ଼ିକ ଯଥେଷ୍ଟ ନ ହୁଏ, ତେବେ ଆମମାନଙ୍କ ହୃଦୟରେ ମଧ୍ୟ ଈଶ୍ବରଙ୍କର ଅବସ୍ଥିତିର ପ୍ରମାଣ ମିଳିପାରେ | ଉପଦେଶକ ୩:୧୧ ଆମକୁ କୁହେ ଯେ, "….. ମଧ୍ୟ ସେ ସେମାନଙ୍କ ହୃଦୟରେ ଅନନ୍ତ କାଳ ରଖିଅଛନ୍ତି….." | ଆମ ଭିତରେ ଏପରି କିଛି ଗଭୀରତା ଅଛି ଯାହା, ଏହି ଜୀବନ ପରେ ଆହୁରି କିଛି ଅଛି ବୋଲି ଏବଂ ଏହି ଜଗତରୁ ଆଗକୁ ଆଉ କେହି ଅଛି ବୋଲି ଚିହ୍ନଟ କରିଥାଏ | ମାନସିକ ସ୍ତରରେ ଆମେ ଏହି ଜ୍ଞାନକୁ ଅସ୍ବୀକାର କରିପାରିବା, କିନ୍ତୁ ଆମ ଭିତରେ ଏବଂ ଆମ ମାଧ୍ୟମରେ ଈଶ୍ବରଙ୍କ ଅବସ୍ଥିତି ତଥାପି ରହିଅଛି | ଏହିସବୁ ସତ୍ବେ, ବାଇବଲ ଆମକୁ ସତର୍କ କରାଇଦିଏ ଯେ, କେହି ଜଣେ ଅଛି ଯିଏ ଈଶ୍ବରଙ୍କ ଅବସ୍ଥିତିକୁ ଅସ୍ବୀକାର କରେ, "ମୂଢ଼ ମନେ ମନେ କହିଅଛି, ପରମେଶ୍ବର ନାହାନ୍ତି" (ଗୀତସଂହିତା ୧୪:୧) | ଯେହେତୁ, ସମ୍ପୁର୍ଣ ଇତିହାସରେ, ସମସ୍ତ ସଂସ୍କୃତିରେ, ସମସ୍ତ ମାନବ ସଭ୍ୟତାରେ, ସମସ୍ତ ମହାଦେଶଗୁଡ଼ିକରେ, ୯୮%ରୁ ଅଧିକ ଲୋକ, କୌଣସି ପ୍ରକାରର ଈଶ୍ବରଙ୍କ ଅବସ୍ଥିତି ଉପରେ ବିଶ୍ବାସ କରିଥା’ନ୍ତି, କୌଣସି ବସ୍ତୁ (କିମ୍ବା କୌଣସି ବ୍ୟକ୍ତି) ଏହି ବିଶ୍ବାସକୁ ଜାଗୃତ କରାଇଥାଏ |
ଈଶ୍ବରଙ୍କର ଅବସ୍ଥିତି ନେଇ ବାଇବଲ ତର୍କ ସହିତ ଯୁକ୍ତିଯୁକ୍ତ ତର୍କ ମଧ୍ଯ ରହିଅଛି | ପ୍ରଥମେ, ଜୀବସତ୍ତାବିଦ୍ୟା ତର୍କ ଅଛି | ଈଶ୍ବରଙ୍କ ଅବସ୍ଥିତି ପ୍ରମାଣିତ କରିବା ପାଇଁ, ଜୀବସତ୍ତାବିଦ୍ୟା ତର୍କ, ଈଶ୍ବରଙ୍କ ଚିନ୍ତାକଳ୍ପ ପରି ସୁବିଖ୍ୟାତ ମାଧ୍ୟମକୁ ବ୍ୟବହାର କରିଥାଏ | ଏହା, "ତାହା ପରେ ଆଉ କୌଣସି ମହାପୁରୁଷ ଜନ୍ମ ନେଇପାରି ନାହାନ୍ତି" ପରି ଈଶ୍ବରଙ୍କର ସଂଜ୍ଞା ସହିତ ଆରମ୍ଭ କରିଥାଏ | ଏହା, ଅନବସ୍ଥିତିଠାରୁ ଅବସ୍ଥିତି ବୃହତ୍ ବୋଲି ତର୍କ କରିଥାଏ ଏବଂ ସେଥିପାଇଁ ସର୍ବବୃହତ୍ କଳ୍ପନାତ୍ମକର ଅବସ୍ଥିତି ନିଶ୍ଚିତ ରହିବା ଦରକାର | ଯଦି ଈଶ୍ବରଙ୍କର ଅବସ୍ଥିତି ନଥା’ନ୍ତା ତେବେ ଈଶ୍ବର ସର୍ବବୃହତ୍ କଳ୍ପନାତ୍ମକ ହୋଇନଥା’ନ୍ତେ, କିନ୍ତୁ ତାହା ଈଶ୍ବରଙ୍କ ସଂଜ୍ଞାକୁ ଖଣ୍ଡନ କରିପାରେ | ଦ୍ବିତୀୟ ତର୍କ ହେଉଛି ଉଦ୍ଯେଶ୍ୟବାଦୀ ତର୍କ | ଉଦ୍ଯେଶ୍ୟବାଦୀ ତର୍କ ହେଉଛି ଯେ, ଯେହେତୁ ପୃଥିବୀ ଏପରି ଏକ ବିସ୍ମୟକର ପରିକଳ୍ପନାର ପ୍ରଦର୍ଶନ କରୁଛି, ତାହାର ନିଶ୍ଚିତ ଭାବରେ କେହି ଜଣେ ସ୍ବର୍ଗୀୟ ରୂପକାର ଥିବେ | ଉଦାହରଣ ସ୍ବରୂପ, ଯଦି ପୃଥିବୀ ସୂର୍ଯ୍ୟଙ୍କର କିଛି ଶହ ମାଇଲ ପାଖରେ କିମ୍ବା ବହୁତ ଦୂରରେ ଥା’ନ୍ତା ତେବେ ବର୍ତ୍ତମାନ ପୃଥିବୀରେ ଯେଉଁ ଜୀବନମାନ ରହିଅଛି, ସେହି ଜୀବନଗୁଡ଼ିକୁ ପୃଥିବୀ ସହାୟତା କରିବାରେ ସକ୍ଷମ ହୋଇପାରିନଥା’ନ୍ତା | ଯଦି ଆମ ବାତାବରଣର ଉପାଦାନଗୁଡ଼ିକରେ କିଛି ପରିମାଣର ପରିବର୍ତ୍ତନ ଆସିଯିବ, ତେବେ ପୃଥିବୀରେ ଥିବା ପ୍ରତ୍ୟେକ ଜୀବିତ ବସ୍ତୁର ମୃତ୍ୟୁ ହୋଇଯିବ | ୧୦୨୪୩ ରେ ୧ ସମ୍ଭାବନା ଦ୍ବାରା ଗୋଟିଏ ପୁଷ୍ଟିସାରର ଅଣୁ ଅନୁପାତ ତିଆରି ହୋଇଥାଏ (ତାହା ହେଉଛି ୧୦ ପରେ ୨୪୩ ଶୁନ୍ଯ ଗୁଡ଼ିକ ଆସିଥାଏ) | ଗୋଟିଏ ଜୀବକୋଷରେ ଅସଂଖ୍ୟ ପୁଷ୍ଟିସାର ଅଣୁ ଅନ୍ତର୍ଭୁକ୍ତ ଥାଏ |
ଈଶ୍ବରଙ୍କ ଅବସ୍ଥିତି ସମ୍ପର୍କରେ ତୃତୀୟ ତର୍କକୁ ବିଶ୍ବତତ୍ବ ତର୍କ କୁହାଯାଏ | ପ୍ରତ୍ୟେକ ପ୍ରଭାବର ଗୋଟିଏ କାରଣ ଅଛି | ଏହି ବିଶ୍ବ ଏବଂ ଏହା ମଧ୍ଯରେ ଥିବା ସମସ୍ତ ବସ୍ତୁମାନଙ୍କର କିଛି ନା କିଛି ପ୍ରଭାବ ରର୍ହିଛି | ଇହଜଗତକୁ ସମସ୍ତ ଜିନିଷ ଆଣିବାରେ କିଛି ନା କିଛି କାରଣ ଅନ୍ତର୍ନିହିତ ଅଛି | ଇହଜଗତକୁ ଅନ୍ୟ ସମସ୍ତ ଜିନିଷ ଆଣିବାରେ କିଛି ନା କିଛି "ଅ-କାରଣ" ଅନ୍ତର୍ନିହିତ ଅଛି | ଏହି "ଅ-କାରଣ" ହେଉଛନ୍ତି ଈଶ୍ବର | ଚତୁର୍ଥ କାରଣଟି ମୌଖୀକ ବିତର୍କ ଭାବରେ ଜଣା | ସମଗ୍ର ଇତିହାସରେ ସମସ୍ତ ସଂସ୍କୃତିର କିଛି ନିୟମ ରହିଅଛି | ସମସ୍ତଙ୍କ ପାଖରେ ଠିକ୍ ଓ ଭୂଲର ଚେତନା ରହିଅଛି | ହତ୍ୟା, ମିଥ୍ୟା, ଚୋରି ଏବଂ ଅବିନଶ୍ବରତାଗୁଡ଼ିକ ସର୍ବଥା ପରିତ୍ଯାଜ୍ୟ ହୋଇସାରିଛି | ଯଦି ପବିତ୍ର ଈଶ୍ବରଙ୍କଠାରୁ ଆସିନାହିଁ ତେବେ ଏହି ସବୁ ଠିକ୍ ଓ ଭୂଲର ଚେତନା କେଉଁଠାରୁ ଆସିଅଛି |
ଏହାସବୁ ସତ୍ବେ, ବାଇବଲ ଆମକୁ କହେ ଯେ, ଲୋକମାନେ ସ୍ପଷ୍ଟ ଏବଂ ଅନଗ୍ରାହ୍ୟଯୋଗ୍ୟ ଈଶ୍ବରଙ୍କ ଜ୍ଞାନକୁ ପରିତ୍ୟାଗ କରି ଗୋଟିଏ ମିଥ୍ୟାକୁ ବିଶ୍ବାସ କରନ୍ତି | ରୋମୀୟ ୧:୨୫ କୁହେ: "କାରଣ ସେମାନେ ଈଶ୍ବରଙ୍କ ସତ୍ୟ ପରିବର୍ତ୍ତେ ମିଥ୍ୟା ଗ୍ରହଣ କଲେ ଓ ସ୍ରଷ୍ଟାଙ୍କ ପରିବର୍ତ୍ତେ ସୃଷ୍ଟ ବସ୍ତୁର ପୂଜା ଓ ସେବା କଲେ; ସେ ଯୁଗେ ଯୁଗେ ଧନ୍ୟ | ଆମେନ୍ |" ବାଇବଲ ମଧ୍ୟ ପ୍ରକାଶ କରେ ଯେ, ଲୋକମାନେ ଈଶ୍ବରଙ୍କୁ କାହିଁକି ବିଶ୍ବାସ କରନ୍ତି ନାହିଁ ତାହାର ଉତ୍ତର ଦେଇପାରନ୍ତି ନାହିଁ, "ଜଗତର ସୃଷ୍ଟିକାଳାବଧି ତାହାଙ୍କର ଅଦୃଶ୍ୟ ଗୁଣସମୂହ, ଅର୍ଥାତ୍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଓ ଈଶ୍ବରତ୍ବ, ସୃଷ୍ଟ ବସ୍ତୁଗୁଡ଼ିକ ଦ୍ବାରା ବୋଧଗମ୍ୟ ହୋଇ ସ୍ପଷ୍ଟ ରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କର ଉତ୍ତର ଦେବାର ବାଟ ନ ଥାଏ" (ରୋମୀୟ ୧:୨୦) |
ଈଶ୍ବରଙ୍କ ଉପରେ ବିଶ୍ବାସ ନ କରିବାକୁ ନେଇ ଲୋକମାନେ ଦାବି କରନ୍ତି ଯେ "ଏହାର ବୈଜ୍ଞାନିକ କାରଣ ନାହିଁ" କିମ୍ବା "ତାହାର କୌଣସି ପ୍ରମାଣ ନାହିଁ" | ପ୍ରକୃତ କାରଣ ହେଉଛି ଯେ, ଥରେ ଯଦି ଲୋକମାନେ ଜଣେ ଈଶ୍ବର ଅଛନ୍ତି ବୋଲି ମାନି ନିଅନ୍ତି, ସେମାନେ ଏହା ମଧ୍ୟ ହୃଦୟଙ୍ଗମ କରିବା ଆବଶ୍ୟକ ଯେ ସେମାନେ ଈଶ୍ବରଙ୍କ ପ୍ରତି ଦାୟିତ୍ବବାନ ଅଟନ୍ତି ଏବଂ ସେମାନେ ତାଙ୍କଠାରୁ କ୍ଷମା ଭିକ୍ଷା ଚାହିଁଥା’ନ୍ତି (ରୋମୀୟ ୩:୨୩; ୬:୨୩) | ଯଦି ଈଶ୍ବର ବିଦ୍ୟମାନ ଅଛନ୍ତି, ତେବେ ତାଙ୍କ ପ୍ରତି ଆମ କୃତକର୍ମର ହିସାବ ଦେବାକୁ ଆମେ ବାଧ୍ୟ ଅଟୁ | ଯଦି ଈଶ୍ବରଙ୍କର ଅବସ୍ଥିତି ନାହିଁ, ତେବେ, ଈଶ୍ବର ଆମର ବିଚାର କରିବେ, ଏହି ଚିନ୍ତା ଛାଡ଼ି, ଆମେ ଆମ ମନ ଇଚ୍ଛା କାମ କରିପାରିବା | ତେଣୁକରି ଆମ ସମାଜରେ ବହୁତ ଜଣଙ୍କ ଦ୍ବାରା – ଲୋକମାନଙ୍କୁ ସୃଷ୍ଟିକର୍ତ୍ତା ଈଶ୍ବରଙ୍କର ଏକ ବିକଳ୍ପ ଦେବା ପାଇଁ, ବିବର୍ତ୍ତନକୁ ଦୃଢ଼ ଭାବରେ ଆବଦ୍ଧ କରାଯାଇଛି | ଈଶ୍ବର ବିଦ୍ୟମାନ ଅଛନ୍ତି ଏବଂ ସର୍ବଶେଷରେ ସମସ୍ତେ ଜାଣନ୍ତି ଯେ ଈଶ୍ବର ବିଦ୍ୟମାନ ଅଛନ୍ତି ବୋଲି | ପ୍ରକୃତ ସତ୍ୟତା ଏହି କି ଯେ ତାଙ୍କର ବିଦ୍ୟମାନତାକୁ ଅଗ୍ରାହ୍ୟ କରି ଉଗ୍ର ଭାବରେ ଯେଉଁ ସବୁ ପଦକ୍ଷେପ ନିଆଯାଉଛି ତାହା ପ୍ରକୃତରେ ତାଙ୍କର ବିଦ୍ୟମାନତାର ତର୍କ ଅଟେ |
ଈଶ୍ବରଙ୍କର ବିଦ୍ୟମାନତା ନେଇ ଗୋଟିଏ ଶେଷ ତର୍କ ପ୍ରସ୍ତୁତ କରିବା ପାଇଁ ଅନୁମତି ଦିଅନ୍ତୁ | ଈଶ୍ବରଙ୍କ ଅବସ୍ଥିତି ଅଛି ବୋଲି ଆମେ କିପରି ଜାଣିବା ? ଖ୍ରୀଷ୍ଟିଆନ୍ ଭାବରେ, ଆମେ ଜାଣୁ ଈଶ୍ବର ଅଛନ୍ତି ବୋଲି କାରଣ ଆମେ ପ୍ରତିଦିନ ତାଙ୍କ ସହିତ କଥା ହେଉ | ସେ ଆମକୁ ପ୍ରତିକଥା କହିବାର ଆମେ ଶୁଣିପାରୁ ନାହୁଁ, କିନ୍ତୁ ତାଙ୍କ ଉପସ୍ଥିତିକୁ ଆମେ ଜାଣି ପାରୁ | ଆମେ ତାଙ୍କ ନେତୃତ୍ବକୁ ଅନୁଭବ କରିପାରୁ, ଆମେ ତାଙ୍କ ପ୍ରେମକୁ ଜାଣୁ, ଆମେ ତାଙ୍କ ଅନୁଗ୍ରହ ଆବଶ୍ୟକ କରୁ | ଆମ ଜୀବନରେ ଯାହାସବୁ ଘଟିଯାଉଛି, ସେସବୁ ଈଶ୍ବରଙ୍କର ସମ୍ଭାବ୍ୟ ବ୍ୟାଖ୍ୟା ବ୍ୟତୀତ ଅନ୍ୟ କିଛି ନୁହେଁ | ଈଶ୍ବର ଅଲୌକିକ ଭାବରେ ଏହିପରି ଭାବରେ ଆମକୁ ଉଦ୍ଧାର କରି ଆମର ଜୀବନ ପରିବର୍ତ୍ତନ କରନ୍ତି ଯେ ତାଙ୍କର ଉପସ୍ଥିତିକୁ ସ୍ବୀକାର ଏବଂ ଗୁଣଗାନ କରିବା ବ୍ୟତୀତ ଆମ ପାଖରେ ଅନ୍ୟ ରାସ୍ତା ନାହିଁ | ଏହିପରି ସ୍ପଷ୍ଟ ସତ୍ୟତାକୁ ଅସ୍ବୀକାର କରୁଥିବା ଲୋକମାନଙ୍କ ପ୍ରତି ଏହିସବୁ ତର୍କ, କୌଣସିଟି କାମ ଦେବ ନାହିଁ | ପରିଶେଷରେ, ଈଶ୍ବରଙ୍କର ବିଦ୍ୟମାନତାକୁ ବିଶ୍ବାସ ଦ୍ବାରା ହିଁ ଗ୍ରହଣ କରିହେବ (ଏବ୍ରୀ ୧୧:୬) | ଅନ୍ଧ ଭାବରେ ଅନ୍ଧାରକୁ ଲମ୍ଫ ପ୍ରଦାନ କରିବାକୁ ଈଶ୍ବରଙ୍କ ଉପରେ ବିଶ୍ବାସ କୁହାଯିବ ନାହିଁ; ଏହା, ଉତ୍ତମ ଭାବରେ ଆଲୋକିତ ଏକ ଘରକୁ ସୁରକ୍ଷିତ ପଦକ୍ଷେପ ଅଟେ, ଯେଉଁଠାରେ ୯୦% ଲୋକ ଆଗରୁ ଠିଆ ହୋଇଛନ୍ତି |
ଓଡିଆ ହୋମ୍ ପେଜକୁ ପ୍ରତ୍ୟାବର୍ତ୍ତନ କରନ୍ତୁ
ଜଗତରେ ଈଶ୍ବରଙ୍କର ଅବସ୍ଥିତି ଅଛି କି ? ଈଶ୍ବରଙ୍କର ଅବସ୍ଥିତିର କୌଣସି ପ୍ରମାଣ ଅଛି କି ?
|
|