ଈଶ୍ବର କଅଣ ବିଦ୍ୟମାନ ଅଟନ୍ତି? ଈଶ୍ବରଙ୍କ ବିଦ୍ୟମାନତାର କଅଣ ପ୍ରମାଣ ରହିଛି?


ପ୍ରଶ୍ନ: ଈଶ୍ବର କଅଣ ବିଦ୍ୟମାନ ଅଟନ୍ତି? ଈଶ୍ବରଙ୍କ ବିଦ୍ୟମାନତାର କଅଣ ପ୍ରମାଣ ରହିଛି?

ଉତ୍ତର:
ଈଶ୍ବରଙ୍କ ବିଦ୍ୟମାନତାକୁ ପ୍ରମାଣ କରିବା ଅବା ମିଥ୍ୟା କରିବା ହୋଇ ନ ପାରେ, ବାଇବଲ କହେ ଯେ ଆମେ ବିଶ୍ବାସ ଦ୍ବାରା ଏହି ସତ୍ୟତାକୁ ଗ୍ରହଣ କରିବା ଆବଶ୍ୟକ: “ଆଉ ବିଶ୍ବାସ ବିନା ତାହାଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ, କାରଣ ଈଶ୍ବର ଯେ ଅଛନ୍ତି, ଆଉ ସେ ଯେ ତାହାଙ୍କ ଅନ୍ବେଷଣକାରୀ ମାନଙ୍କର ପୁରସ୍କାରଦାତା, ଏହା ତାହାଙ୍କ ଛାମୁକୁ ଆସିବା ଲୋକର ବିଶ୍ବାସ କରିବା ଆବଶ୍ୟକ” (ଏବ୍ରୀ ୧୧:୬) । ଯଦି ଈଶ୍ବର ଇଚ୍ଛା କରନ୍ତେ, ତେବେ ସେ ନିଜର ଦର୍ଶନ ଦେଇ ସମସ୍ତ ଜଗତକୁ ପ୍ରମାଣ ଦେଇ ପାରିଥାନ୍ତେ ଯେ ସେ ବିଦ୍ୟମାନ ଅଟନ୍ତି । କିନ୍ତୁ ଯଦି ସେ ତାହା କରନ୍ତି, ତେବେ ବିଶ୍ବାସର କୌଣସି ଆବଶ୍ୟକତା ରହିବ ନାହିଁ । “ଯୀଶୁ ତାଙ୍କୁ କହିଲେ, ତୁମେ ମୋତେ ଦେଖିବାରୁ ବିଶ୍ବାସ କରୁଅଛ? ଯେଉଁମାନେ ନ ଦେଖି ବିଶ୍ବାସ କରିଅଛନ୍ତି, ସେମାନେ ଧନ୍ୟ” (ଯୋହନ ୨୦:୨୯) ।

ତଥାପି, ତାହାର ଅର୍ଥ ନୁହେଁ ଯେ ଈଶ୍ବରଙ୍କ ବିଦ୍ୟମାନତାର କୌଣସି ଆବଶ୍ୟକ ନାହିଁ । ବାଇବଲ କହେ ଯେ, “ଆକାଶମଣ୍ଡଳ ପରମେଶ୍ବରଙ୍କ ଗୌରବ ବର୍ଣ୍ଣନା କରେ; ଶୂନ୍ୟମଣ୍ଡଳ ତାହାଙ୍କ ହସ୍ତକୃତ କର୍ମ ପ୍ରକାଶ କରେ । ଦିବସ ଦିବସ ପ୍ରତି ବାକ୍ୟ ଉଚାରଣ କରେ ଓ ରାତ୍ରି ରାତ୍ରି ପ୍ରତି ଜ୍ଞାନ ପ୍ରକାଶ କରେ. କୌଣସି ବାକ୍ୟ କି ଭାଷା ନ ଥାଏ; ସେମାନଙ୍କ ରବ ଶୁଣାଯାଇ ନ ପାରେ । ସେମାନଙ୍କର ରଜ୍ଜୁ ସମୁଦାୟ ପୃଥିବୀରେ ଓ ସେମାନଙ୍କର ବାକ୍ୟ ଜଗତର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ” (ଗୀତସଂହିତା ୧୯:୧-୪) । ଏହି ସମସ୍ତ ବିଷୟ ସୃଷ୍ଟିକର୍ତ୍ତାଙ୍କ ସୂଚନା ଦିଏ- ତାରାଗଣକୁ ଦେଖିବା, ବ୍ରହ୍ମାଣ୍ଡର ବିଶାଳତାକୁ ବୁଝିବା, ପ୍ରକୃତିର ଆଶ୍ଚର୍ଯ୍ୟକୁ ଧ୍ୟାନ କରିବା, ଓ ସୂର୍ଯ୍ୟଅସ୍ତର ସୌନ୍ଦର୍ଯ୍ୟକୁ ଦେଖିବା । ଯେପରି କି ଏହିସବୁ ପ୍ରମାଣ ଯଥେଷ୍ଟ ନୁହେଁ, ଈଶ୍ବର ଆମ ହୃଦୟରେ ତାହାଙ୍କ ବିଦ୍ୟମାନତାର ପ୍ରମାଣ ଦେଇଅଛନ୍ତି । ଉପଦେଶକ ୩:୧୧ କହେ ଯେ, “ସେ ପ୍ରତ୍ୟେକ ବିଷୟକୁ ତାହାର ସମୟରେ ଶୋଭିତ କରିଅଛନ୍ତି; ମଧ୍ୟ ସେ ସେମାନଙ୍କ ହୃଦୟରେ ଅନନ୍ତ କାଳ ରଖିଅଛନ୍ତି” । ଆମ ଅନ୍ତଃକରଣରେ ଏକ ବୋଧ ଅଛି ଯେ, ଜୀବନ ଉତ୍ତାରେ ଓ ଏହି ପୃଥିବୀ ବାହାରେ କିଛି ବିଷୟବସ୍ତୁ ରହିଅଛି । ଜ୍ଞାନରେ ଆମେ ଏହି ବିଷୟକୁ ଅସ୍ବୀକାର କରିପାରୁ, କିନ୍ତୁ ଆମଠାରେ ଈଶ୍ବରଙ୍କ ଉପସ୍ଥିତି ରହିଅଛି ଏବଂ ଆମ ଚତୁଃପାର୍ଶ୍ବରେ ଏହା ପରିଲିଖିତ ହୁଏ, ଏହା ସତ୍ବେ, ବାଇବଲ ଚେତନା ଦିଏ ଯେ କେତେକ ଲୋକ ଈଶ୍ବରଙ୍କ ବିଦ୍ୟମାନତାକୁ ତଥାପି ଅସ୍ବୀକାର କରିବେ: “ମୂଢ ମନେ ମନେ କହିଅଛି, ପରମେଶ୍ବର ନାହାନ୍ତି”: (ଗୀତସଂହିତା ୧୪:୧) । କାରଣ ଇତିହାସ ପ୍ରବାହରେ, ସମସ୍ତ ସଂସ୍କୃତିରେ, ସମସ୍ତ ସଭ୍ୟତାରେ, ଏବଂ ସମସ୍ତ ମହାଦେଶରେ ଈଶ୍ବରଙ୍କ ବିଦ୍ୟମାନତାକୁ ବହୁ ସଂଖ୍ୟାରେ ଅନେକ ଲୋକ କେତେ ଭାଗରେ ବିଶ୍ବାସ କରିଅଛନ୍ତି, ନିଶ୍ଚିତରୂପେ ଏହି ବିଶ୍ବାସ ସୃଷ୍ଟି ହେବା ପଛରେ କୌଣସି କାରଣ ରହିପାରେ ।

ଈଶ୍ବରଙ୍କ ବିଦ୍ୟମାନତାର ସପକ୍ଷରେ ବାଇବଲଭିତ୍ତିକ ଯୁକ୍ତି ସହ, ତର୍କିକ ଯୁକ୍ତି ଗୁଡିକ ମଧ୍ୟ ରହିଛି । ପ୍ରଥମତଃ, ଜୀବସତ୍ତାବିଦ୍ୟା ଯୁକ୍ତି ଈଶ୍ବରଙ୍କ ବିଦ୍ୟମାନତାକୁ ପ୍ରମାଣ କରିବା ପାଇଁ ପ୍ରସିଦ୍ଧ ତତ୍ତ୍ବ ଅଟେ । ଏହା ଈଶ୍ବରଙ୍କ ସଜ୍ଞା ସହ ଆରମ୍ଭ ହୁଏ ଯଥା: - “ଏକ ବ୍ୟକ୍ତି ଯାହାଙ୍କ ବିଷୟରେ ଚିନ୍ତା କରା ଯାଇ ନ ପାରେ” । ତତ୍ପରେ, ଏହା ଯୁକ୍ତି କରାଯାଇଛି ଯେ ବିଦ୍ୟମାନ ହେବା ଠାରୁ ବିଦ୍ୟମାନ ନ ହେବା ଉତ୍ତମ ଏବଂ ଏଥିସକାଶୁ ମହାନ ବ୍ୟକ୍ତି ଜଣକ ବିଦ୍ୟମାନ ହେବା ଆବଶ୍ୟକ । ଯଦି ଈଶ୍ବର ବିଦ୍ୟମାନ ନ ଅଟନ୍ତି, ତେବେ ଈଶ୍ବର ସବୁଠାରୁ ବଡ କଳ୍ପନୀୟ ବ୍ୟକ୍ତି ହୋଇପାରିବେ ନାହିଁ ଏବଂ ତାହା ଈଶ୍ବରଙ୍କ ସଜ୍ଞାକୁ ଖଣ୍ଡନ କରିବ ।

ଦ୍ବିତୀୟ ଯୁକ୍ତି ହେଉଛି ଉଦ୍ଦେଶ୍ୟବାଦ ଯୁକ୍ତି, ଏହି ଯୁକ୍ତି ଶିକ୍ଷା ଦିଏ ଯେ, କାରଣ ଏହି ଜଗତ ଏକ ମହାନ କାରିଗରୀର ପ୍ରକାଶ କରେ, ତେଣୁ ଏହା ଏଥିର ପ୍ରମାଣ ଯେ ଏକ ଦୈବିକ କାରିଗର ମଧ୍ୟ ବିଦ୍ୟମାନ ଅଟନ୍ତି । ଉଦାହରଣ ସ୍ବରୁପ- ଯଦି ପୃଥିବୀ ସୂର୍ଯ୍ୟଠାରୁ ଅତି କମ୍ ବ୍ୟବଧାନ ଅବା ଅତି ଦୂରରେ ଅବସ୍ଥାପିତ ହୋଇଥାନ୍ତା, ତେବେ ଏହା ଜୀବନ ସୃଷ୍ଟି କରିବାରେ ସାହାଯ୍ୟକାରୀ ହୋଇପାରିନଥାନ୍ତା । ଯଦି ଆମ ପରିବେଶର ଉପାଦାନ ଗୁଡିକ ଅଲ୍ପେ ସୁଧା କିଛି ପ୍ରତିଶତ ଭିନ୍ନ ହୋଇଥାନ୍ତା, ତେବେ ସମସ୍ତ ପୃଥିବୀରେ ଜୀବିତ ବିଷୟ ମୃତ୍ୟୁବରଣ କରିଥାନ୍ତେ । ଗୋଟିଏ ପ୍ରୋଟିନର ଅଣୁର ସଂଯୋଗରେ ୧୦୨୪୩ ଗୋଟିଏ ହେବାର ସମ୍ଭାବନା ରହିଥାଏ (ଏହାର ଅର୍ଥ ହେଉଛି ଯେ ୧୦ ଉତ୍ତାରେ ୨୪୩ ଶୂନ ଆସିବ) । ଗୋଟିଏ କଣିକା ଲକ୍ଷେ ଅଣୁମାନଙ୍କ ସହ ମିଶି ତିଆରି ହୋଇଥାଏ ।

ଈଶ୍ବରଙ୍କ ବିଦ୍ୟାମାନର ତୃତୀୟ ତର୍କିକ ବ୍ରହ୍ମାଣ୍ଡ ସମ୍ବନ୍ଧୀୟ ଯୁକ୍ତି । ପ୍ରତ୍ୟେକ ପରିଣାମ ପଛରେ ଏକ କାରଣ ହେବା ଆବଶ୍ୟକ । ଏହି ଜଗତ ଏବଂ ଏଠାରେ ଥିବା ସମସ୍ତ ବିଷୟ ପଛରେ ଏକ ପରିଣାମ ରହିଛି । ସମସ୍ତ ବିଷୟର ସୃଷ୍ଟି ହେବା ପଛରେ ନିଶ୍ଚିତ ଏକ କାରଣ ରହିବା ଅତି ଆବଶ୍ୟକ. ତେଣୁ, ଅନ୍ତିମରେ, “କାରଣ ରହିତ” ରହିବା ଆବଶ୍ୟକ ଯାହାକି ସମସ୍ତ ବିଷୟକୁ ଅସ୍ତିତ୍ବ ଦେବାରେ ମହତ୍ତ୍ବପୂର୍ଣ୍ଣ । ସେହି “କାରଣ ରହିତ” ହେଉଛନ୍ତି ଈଶ୍ବର ।

ଚତୁର୍ଥ ଯୁକ୍ତି ହେଉଛି, ନୈତିକ ଯୁକ୍ତି. ଇତିହାସ ପ୍ରବାହରେ ସମସ୍ତ ସଂସ୍କୃତିରେ କେତେକାଂଶରେ ବ୍ୟବସ୍ଥା ରହିଛି । ସମସ୍ତଙ୍କ ପାଖରେ ଠିକ୍ ଓ ଭୁଲର ବୋଧ ରହିଛି । ହତ୍ୟା, ମିଥ୍ୟା, ଚୋରି, ଓ ଅନୈତିକତା ସାର୍ବଜନୀନ ଭାବରେ ଅଗ୍ରାହ୍ୟ କରାଯାଇଅଛି । ଏହି ଠିକ୍ ଓ ଭୁଲର ବୋଧ କେଉଁ ସ୍ଥାନରୁ ଆସିଲା, ଯଦି ଏହା ପବିତ୍ର ଈଶ୍ବରଙ୍କ ଠାରୁ ଆଗତ ହୋଇ ନାହିଁ?

ଏହି ସମସ୍ତ ବିଷୟ ସତ୍ତ୍ବେ, ବାଇବଲ ଶିକ୍ଷା ଦିଏ ଯେ ଲୋକମାନେ ଈଶ୍ବରଙ୍କ ସ୍ପଷ୍ଟ ଅସ୍ବୀକାର କରିବାର ଜ୍ଞାନକୁ ଅଗ୍ରାହ୍ୟ କରିବେ ଏବଂ ବରଂ ମିଥ୍ୟାରେ ବିଶ୍ବାସ କରିବେ । ରୋମୀୟ ୧:୨୫ ଘୋଷଣା କରେ ଯେ “କାରଣ ସେମାନେ ଈଶ୍ବରଙ୍କ ସତ୍ୟ ପରିବର୍ତ୍ତେ ମିଥ୍ୟା ଗ୍ରହଣ କଲେ ଓ ସ୍ରଷ୍ଟାଙ୍କ ପରିବର୍ତ୍ତେ ସୃଷ୍ଟ ବସ୍ତୁର ପୂଜା ଓ ସେବା କଲେ; ସେ ଯୁଗେ ଯୁଗେ ଧନ୍ୟ । ଆମେନ୍” । ବାଇବଲ ଏହା ମଧ୍ୟ ଘୋଷଣା କରେ ଯେ ଲୋକମାନେ ଈଶ୍ବରଙ୍କଠାରେ ବିଶ୍ବାସ କରି ନ ଥିବା ହେତୁ କୌଣସି କ୍ଷମା ପାଇବେ ନାହିଁ: “ଜଗତର ସୃଷ୍ଟିକଳାବଧି ତାହାଙ୍କର ଅଦୃଶ୍ୟ ଗୁଣସମୂହ, ଅର୍ଥାତ୍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଓ ଈଶ୍ବରତ୍ବ, ସୃଷ୍ଟ ବସ୍ତୁ ଗୁଡିକ ଦ୍ବାରା ବୋଧଗମ୍ୟ ହୋଇ ସ୍ପଷ୍ଟ ରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କର ଉତ୍ତର ଦେବାର ବାଟ ନ ଥାଏ” (ରୋମୀୟ ୧:୨୦) ।

ଲୋକମାନେ ଈଶ୍ବରଙ୍କ ବିଦ୍ୟମାନତାକୁ ଅଗ୍ରାହ୍ୟ କରିବା ପାଇଁ ଦାବି କରନ୍ତି କାରଣ ଏହା “ଅବୈଜ୍ଞାନିକ” ବା “କାରଣ କୌଣସି ପ୍ରମାଣ ନ ଥିବା ହେତୁ ନୁହେଁ” । ପ୍ରକୃତ କାରଣ ହେଉଛି ଯେତେବେଳେ ସେମାନେ ଈଶ୍ବର ଅଛନ୍ତି ବୋଲି ସ୍ବୀକାର କରିବେ, ସେମାନେ ଏହା ସୁଧା ହୃଦୟଂଗମ କରିବାକୁ ବାଧ୍ୟ ହେବେ ଯେ ସେମାନେ ଈଶ୍ବରଙ୍କ ନିକଟରେ ଉତ୍ତରଦାୟୀ ଏବଂ ତାହାଙ୍କଠାରୁ ପାପ କ୍ଷମାର ଆବଶ୍ୟକତାକୁ ମନେ କରିବେ (ରୋମୀୟ ୩:୨୩; ୬:୨୩) । ଯଦି ଈଶ୍ବର ବିଦ୍ୟମାନ ଅଟନ୍ତି, ତେବେ ଆମ କାର୍ଯ୍ୟ ପାଇଁ ଆମେ ତାହାଙ୍କ ନିକଟରେ ଉତ୍ତରଦାୟୀ ଅଟୁ । ଯଦି ଈଶ୍ବର ବିଦ୍ୟମାନ ନ ଅଟନ୍ତି, ତେବେ ଈଶ୍ବର ଆମକୁ ବିଚାର କରିବା ବିଷୟରେ ଚିନ୍ତା ନ କରି ଆମେ ସ୍ଵଇଚ୍ଛାରେ ଯାହା ଇଚ୍ଛା ତାହା କରିପାରୁ । ଏଥିପାଇଁ ଯେଉଁ ଲୋକମାନେ ଈଶ୍ବରଙ୍କ ବିଦ୍ୟମାନତାକୁ ଅସ୍ବୀକାର କରନ୍ତି, ସେମାନେ ପ୍ରାକୃତିକ ବିବର୍ତ୍ତନ ତତ୍ତ୍ବକୁ ଦୃଢଭାବରେ ଗ୍ରହଣ କରନ୍ତି- ଏହା ସେମାନଙ୍କୁ ସୃଷ୍ଟିକର୍ତ୍ତା ଈଶ୍ବରଙ୍କଠାରେ ବିଶ୍ବାସ ନ କରିବା ପାଇଁ ଏକ ବିକଳ୍ପ ପ୍ରଦାନ କରେ । ଈଶ୍ବର ବିଦ୍ୟମାନ ଅଟନ୍ତି ଏବଂ ସର୍ବଶେଷରେ, ସମସ୍ତେ ଜାଣନ୍ତି ଯେ ସେ ବିଦ୍ୟମାନ ଅଟନ୍ତି । ଏହି ବାକ୍ୟ ସତ୍ୟ ଅଟେ ଯେ, କେତେକେ ଲୋକ ତାହାଙ୍କ ଅସ୍ଥିତ୍ତ୍ବକୁ ଭୁଲ ସାବ୍ୟସ୍ତ କରିବାକୁ ଏତେ ଚେଷ୍ଟା କରନ୍ତି ଯେ, ଏହି ବିଷୟ ହିଁ ତାହାଙ୍କ ବିଦ୍ୟମାନ ହେବାର ଏକ ବଡ ଯୁକ୍ତି ଭାବରେ ପ୍ରମାଣିତ ହୁଏ ।

ଆମେ କିପରି ଜାଣୁ ଯେ, ଈଶ୍ବର ବିଦ୍ୟମାନ ଅଟନ୍ତି? ଖ୍ରୀଷ୍ଟିଆନ ଭାବରେ ଆମେ ଜାଣୁ ଯେ ଈଶ୍ବର ବିଦ୍ୟମାନ ଅଟନ୍ତି କାରଣ ସେ ଆମ ସହ ଦୈନିକ କଥୋପକଥନ କରନ୍ତି । ଈଶ୍ବର ଆମକୁ ବଡ଼ ସ୍ବରରେ କହିବା ଆମେ ଶୁଣୁ ନାହୁଁ, କିନ୍ତୁ ଆମେ ତାହାଙ୍କ ଉପସ୍ଥିତିକୁ ଅନୁଭବ କରୁ, ଆମେ ତାହାଙ୍କ ପରିଚାଳନାକୁ ଅନୁଭବ କରୁ, ଆମେ ତାହାଙ୍କ ପ୍ରେମକୁ ଜାଣୁ ଏବଂ ଆମେ ତାହାଙ୍କ ଅନୁଗ୍ରହକୁ କାମନା କରିଥାଉ । ଆମ ଜୀବନର ଅନେକ ବିଷୟ ଘଟିଅଛି ଯାହାର ସମ୍ଭାବିକ ବ୍ୟାଖ୍ୟା ଈଶ୍ବରଙ୍କ ଛଡା ଆଉ କେଉଁ ଠାରେ ମିଳିବ ନାହିଁ । ଈଶ୍ବର ଆମକୁ ଆଶ୍ଚର୍ଯ୍ୟରୁପେ ଉଦ୍ଧାର କରିଅଛନ୍ତି ଏବଂ ଆମ ଜୀବନକୁ ପରିବର୍ତ୍ତନ କରିଅଛନ୍ତି ଯାହା ଦ୍ବାରା ଆମେ ତାହାଙ୍କୁ ସ୍ବୀକାର କରି ତାହାଙ୍କ ବିଦ୍ୟମାନତା ସକାଶେ ଧନ୍ୟବାଦ ଦେଇ ରହି ନ ପାରୁ ।

ଯେଉଁମାନେ ଯେଉଁବିଷୟ ସମ୍ପୂର୍ଣ୍ଣରୂପେ ସ୍ପଷ୍ଟ ତାହାକୁ ସ୍ବୀକାର କରିବାକୁ ଅଗ୍ରାହ୍ୟ କରନ୍ତି, ସେମାନଙ୍କୁ ସେହି ଯୁକ୍ତି ଗୁଡିକ ପ୍ରବର୍ତ୍ତାଇ ପାରିବ ନାହିଁ । ଶେଷରେ ଈଶ୍ବରଙ୍କ ବିଦ୍ୟମାନତାକୁ ବିଶ୍ବାସର ସହ ଗ୍ରହଣ କରାଯିବ ଆବଶ୍ୟକ (ଏବ୍ରୀ ୧୧:୬) । ଈଶ୍ବରଙ୍କଠାରେ ବିଶ୍ବାସ କରିବା ଅନ୍ଧକାରରେ ଏକ ଅନ୍ଧ ଲମ୍ପ ପ୍ରଦାନ ନୁହେଁ; ଏହା ଆଲୋକିତ କକ୍ଷକୁ ଯିବା ପାଇଁ ସୁରକ୍ଷିତ ପଦକ୍ଷେପ ଯେଉଁଠାରେ ବିଶାଳ ଜନତା ଈଶ୍ବରଙ୍କ ସମ୍ମୁଖରେ ଦଣ୍ଡବକ ହୋଇଅଛନ୍ତି ।



ଓଡିଆ ପେଜ୍ କୁ ପ୍ରତ୍ୟାବର୍ତ୍ତନ କରନ୍ତୁ



ଈଶ୍ବର କଅଣ ବିଦ୍ୟମାନ ଅଟନ୍ତି? ଈଶ୍ବରଙ୍କ ବିଦ୍ୟମାନତାର କଅଣ ପ୍ରମାଣ ରହିଛି?