settings icon
share icon
ପ୍ରଶ୍ନ

ଈଶ୍ବରୀୟ ବିଧିବିଧାନ କ'ଣ ଏବଂ ଏହା ବାଇବଲ ସମ୍ମତ କି?

ଉତ୍ତର


ଈଶ୍ବରୀୟ ବିଧିବିଧାନ ଏକ ପଦ୍ଧତିଗତ ଈଶ୍ବରତତ୍ତ୍ବ ଯାହାର ଦୁଇଗୋଟି ମୁଖ୍ୟ ପ୍ରଭେଦ ସୂଚକ ଅଛି । (୧) ଶାସ୍ତ୍ରର ଏକ ସଙ୍ଗତ ଆକ୍ଷରିକ ବ୍ୟାଖ୍ୟା, ବିଶେଷତଃ ବାଇବଲ ଭାବବାଣୀଗୁଡିକର ବ୍ୟାଖ୍ୟା । (୨) ଈଶ୍ବରଙ୍କ କାର୍ଯ୍ୟକ୍ରମରେ ଇଶ୍ରାୟେଲ ଏବଂ ମଣ୍ଡଳୀ ମଧ୍ୟରେ ଥିବା ଏକ ଭିନ୍ନତା ।

ଈଶ୍ବରୀୟ ବିଧିବିଧାନ ମତବାଦୀମାନେ ଦାବୀ କରନ୍ତି ଯେ, hermeneuticsର ନୀତିନିୟମଗୁଡିକ ଆକ୍ଷରିକ ଅନୁବାଦ ଅଟେ, ଯାହା ବୁଝାଏ ଯେ ପ୍ରତି ଶବ୍ଦର ଅର୍ଥ କରିଲେ ଏହା ପ୍ରତିଦିନ ବ୍ୟବହାର କରୁଥିବା ପଦ୍ଧତିରେ ରହିବ । ପ୍ରତୀକଗୁଡିକ, ଅଳଙ୍କାର ଏବଂ କଥନର ପ୍ରକାର ସମସ୍ତ ଏହି ପଦ୍ଧତିରେ ସରଳଭାବେ ବ୍ୟାଖ୍ୟା କରାଯାଇଛି, ଏବଂ ଏହା କୌଣସି ପ୍ରକାରେ ଆକ୍ଷରିକ ଅନୁବାଦର ବିରୋଧ ନୁହେଁ । ଏପରିକି ପ୍ରତୀକଗୁଡିକ ଏବଂ ସାଙ୍କେତିକ କଥନଗୁଡିକର ପଶ୍ଚାତରେ ମଧ୍ୟ ଆକ୍ଷରିକ ଅର୍ଥ ରହିଛି ।

ଶାସ୍ତ୍ରକୁ ଦୃଷ୍ଟିପାତ କରିବା କାହିଁକି ସର୍ବୋତ୍ତମ ଉପାୟ ଅଟେ ସେ ବିଷୟରେ ଅନ୍ତତଃ ତିନିଗୋଟି କାରଣ ଅଛି । ପ୍ରଥମତଃ, ଦର୍ଶନଶାସ୍ତ୍ର ଭାବେ ଭାଷାର ଉଦ୍ଦେଶ୍ୟ ଆମେ ଏହାକୁ ଅନୁବାଦ କରିବା ଆବଶ୍ୟକ କରିବାପରି ଜଣାପଡେ । ମନୁଷ୍ୟ ସହିତ ଭାବର ଆଦାନପ୍ରଦାନ କରିବା ନିମନ୍ତେ ଈଶ୍ବରଙ୍କ ଦ୍ବାରା ଭାଷା ଦତ୍ତ ହୋଇଥିଲା । ଦ୍ବିତୀୟ କାରଣ ବାଇବଲ ସମ୍ବନ୍ଧିତ । ପୁରାତନ ନିୟମରେ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଥିବା ପ୍ରତ୍ୟେକ ଭାବବାଣୀ ଆକ୍ଷରିକ ଭାବେ ସଫଳୀକୃତ ହୋଇଥିଲା । ଯୀଶୁଙ୍କ ଜନ୍ମ, ଯୀଶୁଙ୍କ ମରଣ, ଏବଂ ଯୀଶୁଙ୍କ ପୁନରୁତ୍ଥାନ ସମସ୍ତ ପୁରାତନ ନିୟମରେ ଯେପରି ଭାବେ କଥିତ ହୋଇଥିଲା ଠିକ୍ ସେହିପରି ଭାବରେ ଘଟିଥିଲା । ନୂତନ ନିୟମରେ ଏହି ସମସ୍ତର କୌଣସି ଅଣ-ଆକ୍ଷରିକ ସିଦ୍ଧି ହୋଇ ନ ଥିଲା । ଏହା ଆକ୍ଷରିକ ପଦ୍ଧତି ନିମନ୍ତେ ଦୃଢ ଭାବେ ଯୁକ୍ତି କରେ । ଶାସ୍ତ୍ର ଅଧ୍ୟୟନରେ ଯଦି ଆକ୍ଷରିକ ବ୍ୟାଖ୍ୟା ବ୍ୟବହୃତ ନ ହୁଏ, ତେବେ ବାଇବଲକୁ ବୁଝିବା ନିମନ୍ତେ କୌଣସି ନିରପେକ୍ଷ ମାନ ରହିବ ନାହିଁ । ଗୋଟି ଗୋଟି କରି ପ୍ରତ୍ୟେକ ବ୍ୟକ୍ତି ତା' ନିଜକୁ ସୁହାଇଲା ଭଳି ବାଇବଲକୁ ବ୍ୟାଖ୍ୟା କରିବା ନିମନ୍ତେ ସକ୍ଷମ ହୋଇଥାନ୍ତେ । ବାଇବଲ ସମ୍ବନ୍ଧୀୟ ବ୍ୟାଖ୍ୟା "ବାଇବଲ କୁହେ..." ହେବା ପରିବର୍ତ୍ତେ "ଏହି ଶାସ୍ତ୍ରାଂଶ ମୋତେ କ'ଣ କୁହେ..." ମଧ୍ୟକୁ ଅନ୍ତରିତ ହୋଇଥାନ୍ତେ । ଦୁର୍ଭାଗ୍ୟବଶତଃ, ଆଜି ଯାହା ବାଇବଲ ସମ୍ମତ ବ୍ୟାଖ୍ୟା କୁହାଯାଉଛି ସେଥିମଧ୍ୟରୁ ଅଧିକ ଏପରି ଅନ୍ତରିତ ହୋଇସାରିଛି ।

ଈଶ୍ବରୀୟ ବିଧିବିଧାନ ଈଶ୍ବରତତ୍ତ୍ବ ଶିକ୍ଷା ଦିଏ ଯେ, ଈଶ୍ବରଙ୍କର ଦୁଇ ଧରଣର ଲୋକ ଅଛନ୍ତି: ଇଶ୍ରାୟେଲ ଏବଂ ମଣ୍ଡଳୀ । ଈଶ୍ବରୀୟ ବିଧିବିଧାନ ମତବାଦୀ ଲୋକମାନେ ବିଶ୍ବାସ କରନ୍ତି ଯେ, ପୁରାତନ ନିୟମରେ ପରିତ୍ରାଣ ସର୍ବଦା ବିଶ୍ବାସ ଦ୍ବାରା ଓ ବିଶେଷ ଭାବେ ନୂତନ ନିୟମରେ ପୁତ୍ର ଈଶ୍ବରଙ୍କଠାରେ ବିଶ୍ବାସ ଦ୍ବାରା ଆସିଥାଏ । ଈଶ୍ବରୀୟ ବିଧିବିଧାନ ମତବାଦୀ ଲୋକମାନେ ମତ ପୋଷଣ କରନ୍ତି ଯେ, ଈଶ୍ବରଙ୍କ କାର୍ଯ୍ୟକ୍ରମରେ ମଣ୍ଡଳୀ ଇଶ୍ରାୟେଲର ସ୍ଥାନ ନେଇନାହିଁ ଏବଂ ପୁରାତନ ନିୟମରେ ଥିବା ପ୍ରତିଜ୍ଞା ସକଳ ମଣ୍ଡଳୀକୁ ସ୍ଥାନାନ୍ତର ହୋଇନାହିଁ । ସେମାନେ ବିଶ୍ବାସ କରନ୍ତି ଯେ, ଈଶ୍ବର ପୁରାତନ ନିୟମରେ ଇଶ୍ରାୟେଲ ପାଇଁ କରିଥିବା ପ୍ରତିଜ୍ଞା ସକଳ (ଦେଶ ନିମନ୍ତେ, ଅନେକ ବଂଶଧର, ଏବଂ ଆଶୀର୍ବାଦସମୂହ) ପ୍ରକାଶିତ ୨୦ ଅଧ୍ୟାୟରେ କୁହାଯାଇଥିବା ୧୦୦୦ ବର୍ଷ ଅବଧିରେ ସଫଳୀକୃତ ହେବ । ଈଶ୍ବରୀୟ ବିଧିବିଧାନ ମତବାଦୀମାନେ ବିଶ୍ବାସ କରନ୍ତି ଯେ, ଈଶ୍ବର ଏହି ଯୁଗରେ ଯେପରି ତାଙ୍କ ଦୃଷ୍ଟି ମଣ୍ଡଳୀ ଉପରେ କେନ୍ଦ୍ରୀଭୂତ କରୁଛନ୍ତି, ସେ ଠିକ୍ ସେହିପରି ଭବିଷ୍ୟତରେ ଇଶ୍ରାୟେଲ ଉପରେ ଆପଣା ଦୃଷ୍ଟି କେନ୍ଦ୍ରୀଭୂତ କରିବେ (ରୋମୀୟ ୯ ରୁ ୧୧ ଅଧ୍ୟାୟ) ।

ଏହି ପଦ୍ଧତିକୁ ଏକ ଆଧାର ଭାବେ ନେଇ, ଈଶ୍ବରୀୟ ବିଧିବିଧାନ ମତବାଦୀମାନେ ବାଇବଲକୁ ସାତଗୋଟି ଈଶ୍ବରୀୟ ବିଧିବିଧାନରେ ପ୍ରସ୍ତୁତ କରିଛନ୍ତି: ନିର୍ଦ୍ଦୋଷତା (ଆଦି ୧:୧ ରୁ ୩:୭), ବିବେକ (ଆଦି ୩;୮ ରୁ ୮:୨୨), ମାନବୀୟ ଶାସନ ବ୍ୟବସ୍ଥା (ଆଦି ୯:୧ ରୁ ୧୧:୩୨), ପ୍ରତିଜ୍ଞା (ଆଦି ୧୨:୧ ରୁ ଯାତ୍ରା ୧୯:୧୫), ବ୍ୟବସ୍ଥା (ଯାତ୍ରା ୨୦:୧ ରୁ ପ୍ରେରିତ ୨:୪), ଅନୁଗ୍ରହ (ପ୍ରେରିତ ୨:୪ ରୁ ପ୍ରକାଶିତ ୨୦:୩), ଏବଂ ସହସ୍ର ବର୍ଷ ରାଜତ୍ବ (ପ୍ରକାଶିତ ୨୦:୪-୬) । ପୁନଶ୍ଚ, ଏହି ସମସ୍ତ ଈଶ୍ବରୀୟ ବିଧିବିଧାନଗୁଡିକ ପରିତ୍ରାଣର ପଥ ନୁହଁନ୍ତି, କିନ୍ତୁ ଏଗୁଡିକ ହେଉଛି ବ୍ୟବହାର ଯେଉଁଦ୍ଦ୍ବାରା ଈଶ୍ବର ମନୁଷ୍ୟକୁ ସମ୍ପର୍କିତ କରନ୍ତି । ଏକ ପଦ୍ଧତି ଭାବରେ ଈଶ୍ବର ବିଧିବିଧାନ ମତବାଦ ଖ୍ରୀଷ୍ଟଙ୍କ ଦ୍ବିତୀୟାଗମନର ଶାନ୍ତିରାଜ୍ୟ ପୂର୍ବବର୍ତ୍ତୀ ବ୍ୟାଖ୍ୟା କରାଏ ଏବଂ ସାଧାରଣତଃ ଅନ୍ତର୍ଧାନ (ରାପଚର୍)ର କ୍ଲେଶର ସମୟର ପୂର୍ବବର୍ତ୍ତୀ ବ୍ୟାଖ୍ୟା କରାଇଥାଏ । ସାରାଂଶରେ, ଈଶ୍ବରୀୟ ବିଧିବିଧାନ ମତବାଦ ହେଉଛି ଏକ ଈଶ୍ବରତତ୍ତ୍ବଗତ ପଦ୍ଧତି ଯାହା ବାଇବଲ ଭାବବାଣୀର ଆକ୍ଷରିକ ଅନୁବାଦ ଉପରେ ଗୁରୁତ୍ବ ପ୍ରଦାନ କରିଥାଏ, ଇଶ୍ରାୟେଲ ଏବଂ ମଣ୍ଡଳୀ ମଧ୍ୟରେ ଏକ ସ୍ବଷ୍ଟ ଭିନ୍ନତାକୁ ଚିହ୍ନିତ କରିଥାଏ, ଏବଂ ବାଇବଲକୁ ଏହା ଉପସ୍ଥାପନ କରୁଥିବା ବିଭିନ୍ନ ଈଶ୍ବରୀୟ ବିଧିବିଧାନରେ ସଂଗଠିତ କରିଥାଏ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଈଶ୍ବରୀୟ ବିଧିବିଧାନ କ'ଣ ଏବଂ ଏହା ବାଇବଲ ସମ୍ମତ କି?
© Copyright Got Questions Ministries