ଈଶ୍ବର ମନ୍ଦ ସୃଷ୍ଟି କଲେ କି?



ପ୍ରଶ୍ନ: ଈଶ୍ବର ମନ୍ଦ ସୃଷ୍ଟି କଲେ କି?

ଉତ୍ତର:
ପ୍ରଥମରେ ଈଶ୍ବର ଯଦି ସମସ୍ତ ବିଷୟ ସୃଷ୍ଟି କଲେ, ତେବେ ମନ୍ଦ ଯେ ନିହାତି ଈଶ୍ବରଙ୍କ ଦ୍ବାର ସୃଷ୍ଟି ହୋଇଥିବ ଏ ବିଷୟ ଏପରି ଜଣାଯାଏ | ଅଥଚ, ମନ୍ଦ ଏକ ପ୍ରସ୍ତର ବା ବିଦ୍ୟୁତ୍ ପରି ଏକ "ବିଷୟ" ନୁହେଁ | ଆପଣ ଏକ ପାତ୍ରଭରା ମନ୍ଦ ପାଇପାରିବେ ନାହିଁ | ମନ୍ଦ ନିଜରୁ ନିଜର ଅସ୍ତିତ୍ବ ନାହିଁ; ଏହା ପ୍ରକୃତରେ ଉତ୍ତମର ଅନୁପସ୍ଥିତି | ଉଦାହରଣ ସ୍ବରୂପ, ଗର୍ତ୍ତ ଗୁଡିକ ବାସ୍ତବ କିନ୍ତୁ ସେମାନେ ଆଉ କିଛି ବିଷୟ ମଧ୍ୟରେ ଅଛନ୍ତି | ଆମେ ଆବର୍ଜନା ବିହୀନ ଗର୍ତ୍ତ କହିପାରୁ କିନ୍ତୁ ଏହା ଆବର୍ଜନାରୁ ପୃଥକ୍ ହୋଇପାରିବ ନାହିଁ | ତେଣୁ ଈଶ୍ବର ଯେତେବେଳେ ସୃଷ୍ଟି କଲେ, ଏହା ସତ୍ୟ ଯେ, ସେ କରିଥିବା ସମସ୍ତ ବିଷୟ ଉତ୍ତମ ଥିଲା | ଈଶ୍ବର ସୃଷ୍ଟି କରିଥିବା ଉତ୍ତମ ବିଷୟଗୁଡିକ ମଧ୍ୟରୁ ସୃଷ୍ଟ ବ୍ୟକ୍ତି ବା ବସ୍ତୁ ଥିଲେ ଯେଉଁମାନଙ୍କର ଉତ୍ତମ ଚୟନ କରିବାର ସ୍ବାଧୀନତା | ଏକ ବାସ୍ତବ ଚୟନ କରିବା ନିମନ୍ତେ, ଈଶ୍ବର ଉତ୍ତମ ସହିତ କିଛି ବିଷୟ ରହିବାର ଅନୁମତି ଦେଲେ | ତେଣୁ, ଈଶ୍ବର ଏହି ସ୍ବାଧୀନ ଦୂତ ଓ ମାନବକୁ ଉତ୍ତର ଚୟନ କରିବା କିମ୍ବା ଉତ୍ତମକୁ ପ୍ରତ୍ୟାଖ୍ୟାନ କରିବା (ମନ୍ଦ) ଅନୁମତି ଦେଲେ | ଯେତେବେଳେ ଦୁଇଟି ଉତ୍ତମ ବିଷୟ ମଧ୍ୟରେ ମନ୍ଦ ସମ୍ପର୍କ ରହିଛି ଆମେ ତାହାକୁ ମନ୍ଦ ଆଖ୍ୟା ଦେଉ, କିନ୍ତୁ ଏହି ମନ୍ଦ ଏକ "ବିଷୟ" ହୁଏନାହିଁ ଯାହା ଈଶ୍ବର ସୃଷ୍ଟି କରିବାର ଆବଶ୍ୟକତା ହୁଏ |

ବୋଧହୁଏ, ଏହା ନିମନ୍ତେ ଅଧିକ ବ୍ୟାଖ୍ୟା ଏ ବିଷୟ ବୁଝିବାରେ ସାହାଯ୍ୟ କରିବ | ଯଦି ଜଣେ ବ୍ୟକ୍ତିଙ୍କୁ ପଚରାଯିବ, "ଥଣ୍ଡାର ଅସ୍ତିତ୍ବ ଅଛିକି?" , ତେବେ ଏହାର ଉତ୍ତର ସାଧାରଣତଃ "ହଁ" | କିନ୍ତୁ ଏହି ଉତ୍ତର ଭୁଲ୍ ଅଟେ | ଥଣ୍ଡାର ଅସ୍ତିତ୍ବ ନାହିଁ | ଥଣ୍ଡା ହେଉଛି ଉତ୍ତାପର ଅନୁପସ୍ଥିତି | ଠିକ୍ ସେହିପରି, ଅନ୍ଧକାରର ଅସ୍ତିତ୍ବ ନାହିଁ; ଅନ୍ଧକାର ହେଉଛି ଆଲୋକର ଅନୁପସ୍ଥିତି | ମନ୍ଦ ହେଉଛି ଉତ୍ତମ ବା ଅତି ଉତ୍ତମର ଅନୁପସ୍ଥିତି, ମନ୍ଦ ହେଉଛି ଈଶ୍ବରଙ୍କ ଅନୁପସ୍ଥିତି | ଈଶ୍ବର ମନ୍ଦକୁ ସୃଷ୍ଟି କରିବାର ନ ଥିଲା, କିନ୍ତୁ କେବଳ ଉତ୍ତମର ଅନୁପସ୍ଥିତିକୁ ଅନୁମତି ଦେବା |

ଈଶ୍ବର ମନ୍ଦ ସୃଷ୍ଟି କଲେ ନାହିଁ, କିନ୍ତୁ ସେ ମନ୍ଦକୁ ଅନୁମତି ଦିଅନ୍ତି | ଯଦି ଈଶ୍ବର ମନ୍ଦର ସମ୍ଭାବନାକୁ ଅନୁମତି ଦେଇ ନ ଥାନ୍ତେ, ତେବେ ଉଭୟ ଦୂତଗଣ ଏବଂ ମନୁଷ୍ୟ ଈଶ୍ବରଙ୍କୁ ସେବା କରିବାର ମନୋନୟନ ନ କରି କର୍ତ୍ତବ୍ୟ ହେତୁ ସେବା କରିଥାନ୍ତେ | ସେ "ରୋବୋଟ୍" ଗୁଡିକୁ ସୃଷ୍ଟି କଲେନାହିଁ ଯାହା ସେଗୁଡିକରେ କରାଯାଇଥିବା "ପ୍ରୋଗ୍ରାମିଙ୍ଗ୍" ଯୋଗୁଁ ସେ ଯାହା ଚାହିଁଥାନ୍ତେ ତାହା ହିଁ ସେଗୁଡିକ କରିଥାନ୍ତେ | ଈଶ୍ବର ମନ୍ଦର ସମ୍ଭାବନାକୁ ଅନୁମତି ଦେଲେ ଯେପରିକି ଆମେ ପ୍ରକୃତ ଭାବେ ସ୍ବାଧୀନ ଇଛା ପାଇପାରିବା ଏବଂ ତାଙ୍କୁ ସେବା କରିବା ନା ନାହିଁ ତାହା ଚୟନ ମନୋନୀତ କରିପାରିବା |

ଏକ ସସୀମ ମନୁଷ୍ୟ ଭାବରେ ଆମେ କେବେ ବି ଅସୀମ ଈଶ୍ବରଙ୍କୁ ସମ୍ପୂର୍ଣ୍ଣରୂପେ ବୁଝିପାରିବା ନାହିଁ (ରୋମୀୟ ୧୧:୩୩-୩୪) | ବେଳେବେଳେ ଆମେ ମୂଳରୁ ଏକ ବିଷୟରେ ଏକ ଧାରଣା କରୁ ତାହା ଏକ ଭିନ୍ନ ଉଦ୍ଦେଶ୍ୟରେ ଈଶ୍ବରଙ୍କ ଦ୍ବାରା କାହିଁକି କରାଯାଇଥିଲା ତାହା ଆମେ ବୁଝୁ | ଈଶ୍ବର ଏକ ପବିତ୍ର ଏବଂ ଅନନ୍ତ ଅନ୍ତର୍ଦୃଷ୍ଟିରୁ ବିଷୟଗୁଡିକୁ ଦେଖନ୍ତି | ଆମେ ଏକ ପାପପୂର୍ଣ୍ଣ, ପାର୍ଥିବ ଏବଂ କ୍ଷଣସ୍ଥାୟୀ ଅନ୍ତର୍ଦୃଷ୍ଟିରୁ ବିଷୟଗୁଡିକୁ ଦେଖୁ | ଆଦମ ଏବଂ ହବା ପାପ କରିବେ ଏବଂ ସେହି ପାପ ସମସ୍ତ ମାନବଜାତି ଉପରେ ମନ୍ଦ, ମୃତ୍ୟୁ,ଏବଂ କ୍ଲେଶ ଆଣିବ ବୋଲି ଜାଣି ସୁଦ୍ଧା ଈଶ୍ବର କାହିଁକି ଏହି ପୃଥିବୀରେ ମନୁଷ୍ୟଜାତିକୁ ରଖିଲେ? ସେ କାହିଁକି ଆମ ସମସ୍ତଙ୍କୁ ସୃଷ୍ଟି କରି ସ୍ବର୍ଗରେ ରଖିଲେ ନାହିଁ ଯଦ୍ଦ୍ବାରା କି ଆମେ ସେଠାରେ କୌଣସି କ୍ଲେଶ ନ ପାଇ ସିଦ୍ଧ ହୋଇ ରହିବା? ଅନନ୍ତତାର ଏହି ପାର୍ଶ୍ବରୁ ଏହି ପ୍ରଶ୍ନର ଯଥେଷ୍ଟ ଉତ୍ତର ଦିଆଯାଇପାରିବ ନାହିଁ | ଆମେ ଯାହା ଜାଣୁ ତାହା ହେଉଛି ଈଶ୍ବର ଯାହା କରନ୍ତି ତାହା ହେଉଛି ପବିତ୍ର ଏବଂ ସିଦ୍ଧ ଏବଂ ଏହା ପରିଶେଷରେ ତାଙ୍କୁ ଗୌରବାନ୍ମିତ କରିବ | ଆମେ ପ୍ରକୃତରେ ତାଙ୍କୁ ପୂଜା କରୁଛୁ କି ନାହିଁ ସେ ବିଷୟରେ ଆମକୁ ଏକ ସତ୍ୟ ମନୋନୟନ କରିବା ଦେବାକୁ ଈଶ୍ବର ମନ୍ଦର ସମ୍ଭାବନାକୁ ଅନୁମତି ଦେଲେ | ଈଶ୍ବର ମନ୍ଦ ସୃଷ୍ଟି କଲେ ନାହିଁ , କିନ୍ତୁ ସେ ଏହାକୁ ଅନୁମତି ଦେଲେ | ଯଦି ସେ ମନ୍ଦକୁ ଅନୁମତି ଦେଇ ନ ଥାନ୍ତେ, ଆମେ ଆମର ନିଜ ସ୍ବାଧୀନ ଇଛାରେ ତାଙ୍କୁ ପୂଜା ନ କରି ବାଧ୍ୟବାଧ୍ୟତା ବା କର୍ତ୍ତବ୍ୟ ଦୃଷ୍ଟିରୁ ତାଙ୍କୁ ପୂଜା କରିଥାନ୍ତୁ |



ଓଡିଆ ହୋମ୍ ପେଜକୁ ପ୍ରତ୍ୟାବର୍ତ୍ତନ କରନ୍ତୁ



ଈଶ୍ବର ମନ୍ଦ ସୃଷ୍ଟି କଲେ କି?