settings icon
share icon
ପ୍ରଶ୍ନ

ଅବସାଦ ବିଷୟରେ ବାଇବଲ କ'ଣ କୁହେ? ଜଣେ ଖ୍ରୀଷ୍ଟିୟାନ ଅବସାଦକୁ କିପରି ଆୟତ୍ତ କରିପାରିବ?

ଉତ୍ତର


ଅବସାଦ ହେଉଛି ଏକ ସୁଦୂରପ୍ରସାରୀ ଅବସ୍ଥା ଯାହା ଅୟୁତ ଅୟୁତ ଖ୍ରୀଷ୍ଟିୟାନ ଓ ଅଣ-ଖ୍ରୀଷ୍ଟିୟାନଙ୍କୁ ଆକ୍ରାନ୍ତ କରିଛି । ଯେଉଁମାନେ ଅବସାଦରେ କଷ୍ଟ ପାଉଛନ୍ତି ସେମାନେ ଦୁଃଖପୂର୍ଣ୍ଣତା, କ୍ରୋଧ, ଆଶାଶୂନ୍ୟତା, କ୍ଲାନ୍ତି ଏବଂ ଅନ୍ୟ ବିଭିନ୍ନ ପ୍ରକାରର ଲକ୍ଷଣଗୁଡିକର ପ୍ରଚଣ୍ଡତାକୁ ଅନୁଭବ କରୁଛନ୍ତି । ସେମାନେ ବ୍ୟବହାର ଅନୁପଯୋଗୀ ହେବା ଏବଂ ଏପରିକି ଆତ୍ମହତ୍ୟା କଲାପରି ଅନୁଭବ କରିବା ଆରମ୍ଭ କରିପାରନ୍ତି, କିମ୍ବା ସେମାନେ ଆଗ୍ରହାନ୍ମିତ ଥିବା ବିଷୟଗୁଡିକ ଓ ଲୋକମାନଙ୍କଠାରେ ଆଗ୍ରହ ଦେଖାନ୍ତି ନାହିଁ । ଅବସାଦ ଅନେକ ସମୟରେ ଜୀବନର ପରିସ୍ଥିତିଗୁଡିକ ଦ୍ବାରା ଆରମ୍ଭ ହୋଇଥାଏ, ଯେପରିକି ଚାକିରୀ ହରାଇବା, ଜଣେ ପ୍ରିୟ ବ୍ୟକ୍ତିଙ୍କ ମୃତ୍ୟୁ, ଛାଡପତ୍ର, କିମ୍ବା ମନସ୍ତତ୍ତ୍ବଗତ ସମାସ୍ୟାଗୁଡିକ ଯେପରିକି ଦୁର୍ବବହାର କିମ୍ବା ନିମ୍ନ ଆତ୍ମ-ମର୍ଯ୍ୟାଦା ।

ବାଇବଲ ଆମ୍ଭମାନଙ୍କୁ ଆନନ୍ଦ ଏବଂ ପ୍ରଶଂସାରେ ପୂର୍ଣ୍ଣ ହେବା ନିମନ୍ତେ କୁହେ (ଫିଲିପ୍ପୀୟ ୪:୪; ରୋମୀୟ ୧୫:୧୧), ତେଣୁ ଈଶ୍ବର ସ୍ବଷ୍ଟ ଭାବରେ ଆମ ସମସ୍ତଙ୍କୁ ଆନନ୍ଦପୂର୍ଣ୍ଣ ଜୀବନ ଜୀଇଁବା ଚାହାନ୍ତି । ପରିସ୍ଥିତିଗତ ଅବସାଦରୁ କଷ୍ଟ ପାଉଥିବା କୌଣସି ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ସହଜ ନୁହେଁ କିନ୍ତୁ ଏହା ଈଶ୍ବରଙ୍କ ପ୍ରାର୍ଥନାର ଦାନ ଦ୍ବାରା ପ୍ରତିକାର ହୋଇପାରିବ । ବାଇବଲ ଅଧ୍ୟୟନ ଏବଂ ଏହାର ପ୍ରୟୋଗ, ସମର୍ଥନ ଗୋଷ୍ଠୀଗୁଡିକ, ବିଶ୍ବାସୀମାନଙ୍କ ମଧ୍ୟରେ ସହଭାଗୀତା, ସ୍ବୀକାର, କ୍ଷମାଶୀଳତା, ଏବଂ ପରାମର୍ଶ । ଆମେ ଆମ ନିଜ ନିଜ ଭିତରେ ନିଜକୁ ଅନ୍ତର୍ଭୁକ୍ତ ନ କରିବା ନିମନ୍ତେ ଚେତନାପ୍ରାପ୍ତ ପ୍ରଚେଷ୍ଟା କରିବା ନିହାତି ଆବଶ୍ୟକ, କିନ୍ତୁ ଆମେ ଆମର ପ୍ରଚେଷ୍ଟାସବୁ ବାହ୍ୟିକ ଭାବରେ ଦୃଶ୍ୟମାନ ହେବା ନିମନ୍ତେ ପ୍ରଚେଷ୍ଟା କରିବା ଉଚିତ୍ । ଅବସାଦକୁ ଅନୁଭବ ଅନେକ ସମୟରେ ସମାଧାନ କରାଯାଇପାରିବ ଯେତେବେଳେ ଏହି ଅବସାଦରେ ସଢୁଥିବା ଏହି ଲୋକମାନେ ସେମାନଙ୍କ ନିଜ ନିଜ ଠାରେ ସେମାନଙ୍କର ଦୃଷ୍ଟି କେନ୍ଦ୍ରିଭୂତକୁ ଖ୍ରୀଷ୍ଟ ଓ ଅନ୍ୟ ଲୋକମାନଙ୍କ ପ୍ରତି ସେମାନଙ୍କର ଦୃଷ୍ଟି କେନ୍ଦ୍ରିଭୂତ କରନ୍ତି ।

ପର୍ଯ୍ୟବେକ୍ଷଣ ଉପରେ ଆଧାରିତ ଅବସାଦ ଏକ ଶାରିରୀକ ଅବସ୍ଥା ଯାହା ଏକ ଚିକିତ୍ସକଙ୍କ ଦ୍ବାରା ରୋଗ ନିର୍ଣ୍ଣୟ କରାଯିବା ଉଚିତ୍ । ଏହା ଦୁର୍ଭାଗ୍ୟ ଜୀବନ ପରିସ୍ଥିତିଗୁଡିକ ଦ୍ବାରା ଘଟିନଥାଇପାରେ, କିମ୍ବା ଜଣଙ୍କ ନିଜ ଇଛା ଦ୍ବାରା ଏହାର ଲକ୍ଷଣଗୁଡିକ ଲାଘବ ହୋଇପାରିବ ନାହିଁ । ଖ୍ରୀଷ୍ଟିୟ ସମାଜରେ ଥିବା କିଛି ଲୋକମାନଙ୍କର ବିଶ୍ବାସର ପରିପନ୍ଥୀରେ, ପର୍ଯ୍ୟବେକ୍ଷଣ ଉପରେ ଆଧାରିତ ଅବସାଦ ସର୍ବଦା ପାପ ଯୋଗୁଁ ହୁଏନାହିଁ । ଅବସାଦ ବେଳେବେଳେ ଏକ ଶାରିରୀକ ବିଶୃଙ୍ଖଳ ଦ୍ବାରା ହୋଇପାରେ ଯାହା ଔଷଧ ପ୍ରୟୋଗ ଏବଂ / କିମ୍ବା ପରାମର୍ଶ ଦ୍ବାରା ଚିକିତ୍ସା ହେବାର ଆବଶ୍ୟକ କରେ । ଈଶ୍ବର ଯେକୌଣସି ରୋଗ ବା ଶାରିରୀକ ବିଶୃଙ୍ଖଳକୁ ସୁସ୍ଥ କରିବାରେ ସକ୍ଷମ ଅଟନ୍ତି । ଅଥଚ, କିଛି ଘଟନାରେ, ଅବସାଦ ନିମନ୍ତେ ଏକ ଡାକ୍ତରଙ୍କୁ ଦେଖା କରିବା ବିଷୟ ଏକ କ୍ଷତ ନିମନ୍ତେ ଡାକ୍ତରଙ୍କୁ ଦେଖା କରିବା ବିଷୟ ଅପେକ୍ଷା କିଛି ଭିନ୍ନ ନୁହେଁ ।

କିଛି ବିଷୟ ଅଛି ଯାହା ଅବସାଦରେ ଥିବା ବ୍ୟକ୍ତିମାନେ ସେମାନଙ୍କର ଦୁଶ୍ଚିନ୍ତାକୁ ଲାଘବ କରିବା ନିମନ୍ତେ ସେଗୁଡିକ କରିପାରନ୍ତି । ସେମାନେ ନିଶ୍ଚିତ କରିବା ଉଚିତ୍ ଯେ, ସେମାନେ ବାକ୍ୟ ଅନୁଯାୟୀ ଜୀବନଯାପନ କରୁଛନ୍ତି, ଏପରିକି ଯଦିଓ ସେମାନେ ଏପରି ଅନୁଭବ କରନ୍ତି ନାହିଁ । ଭାବପ୍ରବଣତାଗୁଡିକ ଆମ୍ଭମାନଙ୍କୁ ବିପଥଗମନ କରାଇପାରେ, କିନ୍ତୁ ଈଶ୍ବରଙ୍କ ବାକ୍ୟ ଦୃଢ ଓ ଅପରିବର୍ତ୍ତନୀୟ ହୋଇ ରହେ । ଆମେ ନିହାତି ଈଶ୍ବରଙ୍କଠାରେ ଦୃଢ ବିଶ୍ବାସ ସ୍ଥାପନ କରିବାକୁ ପଡିବ ଏବଂ ଆମେ ପରୀକ୍ଷା ଏବଂ ପ୍ରଲୋଭନ ଦେଇ ଗତି କଲା ସମୟରେ ଅଧିକ ସ୍ଥିର ଏବଂ ଦୃଢ ଭାବେ ତାଙ୍କୁ ଜାବୁଡି ଧରିରଖିବା ଉଚିତ୍ । ବାଇବଲ ଆମ୍ଭମାନଙ୍କୁ କୁହେ ଯେ, ଈଶ୍ବର ଆମ୍ଭମାନଙ୍କ ଜୀବନରେ ଏପରି ପ୍ରଲୋଭନଗୁଡିକ ଆଣିବେ ନାହିଁ ଯାହା ପରିଚାଳନା କରିବା ବା ସହ୍ୟ କରିବା ନିମନ୍ତେ ଆମେ ଅକ୍ଷମ (୧କରିନ୍ଥୀୟ ୧୦:୧୩) । ଯଦିଓ ଅବସାଦାପନ୍ନ ହେବା ପାପ ନୁହେଁ, ଜଣେ ଆବଶ୍ୟକୀୟ ପେସାଦାରୀ ସାହାଯ୍ୟ ନେବା ସମେତ ସେହି ଉତ୍ପୀଡନର ଉତ୍ତର ନିମନ୍ତେ ଦାୟୀ ଅଟେ । "ଏଣୁ ଆସ, ତାହାଙ୍କ ଦ୍ବାରା ଆମ୍ଭେମାନେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ପ୍ରଶଂସାବଳି, ଅର୍ଥାତ୍ ତାହାଙ୍କ ନାମ ସ୍ବୀକାରକାରୀ ଓଷ୍ଠାଧରର ଫଳ ନିତ୍ୟ ଉତ୍ସର୍ଗ କରୁ" (ଏବ୍ରୀ ୧୩:୧୫) ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଅବସାଦ ବିଷୟରେ ବାଇବଲ କ'ଣ କୁହେ? ଜଣେ ଖ୍ରୀଷ୍ଟିୟାନ ଅବସାଦକୁ କିପରି ଆୟତ୍ତ କରିପାରିବ?
© Copyright Got Questions Ministries