settings icon
share icon
ପ୍ରଶ୍ନ

ବାଇବଲ ପ୍ରେରିତଗଣଙ୍କ ମୃତ୍ୟୁ ବିଷୟରେ ଲିପିବଦ୍ଧ କରେ କି? ପ୍ରତି ପ୍ରେରିତଗଣ କିପରି ମୃତ୍ୟୁଭୋଗ କଲେ?

ଉତ୍ତର


ଯାକୁବ ହେଉଛନ୍ତି ଏକମାତ୍ର ପ୍ରେରିତ ଯାହାଙ୍କ ମୃତ୍ୟୁ ବିଷୟରେ ବାଇବଲ ଲିପିବଦ୍ଧ କରେ (ପ୍ରେରିତ ୧୨:୨) । ରାଜା ହେରୋଦ ଯାକୁବଙ୍କୁ "ଖଡ୍ଗରେ ବଧ କଲେ", ଯାହା ମସ୍ତକ ଛେଦନ କରିବାର ଉଲ୍ଲେଖ ପରି ଜଣାପଡେ । ଅନ୍ୟ ପ୍ରେରିତଗଣଙ୍କ ମୃତ୍ୟୁର ପରିସ୍ଥିତି ମଣ୍ଡଳୀ ପରମ୍ପରା ଦ୍ବାରା ସମ୍ବନ୍ଧିତ, ତେଣୁ ଆମେ ଅନ୍ୟ ବିବରଣୀଗୁଡିକ ଉପରେ ଅତ୍ୟଧିକ ଗୁରୁତ୍ବପ୍ରଦାନ କରିବା ଉଚିତ୍ ନୁହେଁ । ଏକ ପ୍ରେରିତଙ୍କ ମୃତ୍ୟୁର ସବୁଠାରୁ ଅଧିକ ଗ୍ରହଣୀୟ ମଣ୍ଡଳୀ ପରମ୍ପରା ହେଉଛି ଯୀଶୁଙ୍କ ଭାବବାଣୀ (ଯୋହନ ୨୧:୧୮)ର ସଫଳ ଭାବରେ ପିତର ଏକ ଇଂରାଜୀ X ଆକାରର ଏକ କ୍ରୁଶ ଉପରେ ମସ୍ତକ ତଳକୁ ଓ ପାଦ ଉପରକୁ ରହି କ୍ରୁଶବିଦ୍ଧ ହୋଇଥିଲେ । ଅନ୍ୟ ଶିଷ୍ୟଗଣଙ୍କ ମୃତ୍ୟୁ ବିଷୟରେ ନିମ୍ନଲିଖିତ ହେଉଛି ସବୁଠାରୁ ଅଧିକ ପ୍ରସିଦ୍ଧ "ପରମ୍ପରା" :

ମାଥିଉ ଇଥିଓପିଆରେ ଏକ ଖଡ୍ଗ ଦ୍ବାରା ଶହୀଦ ହୋଇଥିଲେ । ଯୋହନ ଶହୀଦର ସାମ୍ନା କରିଥିଲେ ଯେତେବେଳେ ସେ ରୋମରେ ତାଡନାର ଧାରା ଚାଲିଥିବା ସମୟରେ ଏକ ବୃହତ୍ ଫୁଟନ୍ତା ତୈଳ ବେସିନ୍ ରେ ପକାଯାଇଥିଲେ । ଅଥଚ, ସେ ଆଶ୍ଚର୍ଯ୍ୟଜନକ ଭାବରେ ମୃତ୍ୟୁରୁ ଉଦ୍ଧାର ପାଇଥିଲେ । ଯୋହନଙ୍କୁ ତା'ପରେ ପାତ୍ମ ନାମକ ଦ୍ବୀପରେ ବନ୍ଦୀ ଭାବରେ ସୁଡଙ୍ଗକୁ ପ୍ରେରିତ ହୋଇଥିଲେ । ସେ ପାତ୍ମରେ ଭାବବାଣୀ ପୁସ୍ତକ ପ୍ରକାଶିତ ଲେଖିଥିଲେ । ପ୍ରେରିତ ଯୋହନ ତା'ପରେ ମୁକ୍ତ ହୋଇ ଏକ ସ୍ଥାନକୁ ଫେରିଥିଲେ ଯାହାକୁ ଆଜି ତୁର୍କୀ କୁହନ୍ତି । ସେ ବୃଦ୍ଧ ହୋଇ ମୃତ୍ୟୁଭୋଗ କରିଥିଲେ, ଏବଂ ସେ ହିଁ ଏକମାତ୍ର ପ୍ରେରିତ ଯିଏ ଶାନ୍ତିରେ ମୃତ୍ୟୁଭୋଗ କରିଥିଲେ ।

ଯୀଶୁଙ୍କ ଭାଇ ଯାକୁବ (ଔପଚାରିକ ଭାବେ ଜଣେ ପ୍ରେରିତ ଶିଷ୍ୟ ନୁହନ୍ତି), ଯିରୁଶାଲମ ମଣ୍ଡଳୀର ନେତାଥିଲେ । ଯେତେବେଳେ ଖ୍ରୀଷ୍ଟଙ୍କଠାରେ ତାଙ୍କ ବିଶ୍ବାସକୁ ସେ ଅସ୍ବୀକାର କରିବାକୁ ନାସ୍ତି କଲେ ତାଙ୍କୁ ମନ୍ଦିରର ଦକ୍ଷିଣପୂର୍ବ ଚୂଡାରୁ ଫୋପଡାଯାଇଥିଲା (ଏକ ଶହ ଫୁଟ୍ ରୁ ଅଧିକ ତଳକୁ) । ସେମାନେ ଯେତେବେଳେ ଜାଣିବାକୁ ପାଇଲେ ଯେ, ତାଙ୍କୁ ମନ୍ଦିର ଉପରୁ ଫୋପଡା ଗଲେ ବି ସେ ବଞ୍ଚିଯାଇଛନ୍ତି, ସେତେବେଳେ ତାଙ୍କ ଶତ୍ରୁମାନେ ତାଙ୍କୁ ଏକ ଠେଙ୍ଗାରେ ପ୍ରହାର କରି ମାରିଦେଇଥିଲେ । ଏହା ସେହି ଚୂଡା ବୋଲି ବିଶ୍ବାସ କରାଯାଏ, ଯେଉଁଠି ଶୟତାନ ଯୀଶୁଙ୍କୁ ପ୍ରଲୋଭିତ କରିବା ସମୟରେ ନେଇଯାଇଥିଲା ।

ବର୍ଥଲମୀ, ଯିଏ ନିଥନିୟେଲ ନାମରେ ମଧ୍ୟ ଜଣାଶୁଣା, ସେ ଏସିଆକୁ ମିଶନାରୀ ଭାବରେ ଯାଇଥିଲେ । ସେ ଆଜିର ତୁର୍କୀରେ ସାକ୍ଷୀ ହୋଇଥିଲେ ଏବଂ ତାଙ୍କ ପ୍ରଚାର ଯୋଗୁଁ ଏକ କୋରଡା ଦ୍ବାରା ଚର୍ମ ଛଡାଇଦିଆଯିବା ଯୋଗୁଁ ସେ ଶହୀଦ ହୋଇଥିଲେ । ଆନ୍ଦ୍ରିୟ ଇଂରାଜୀ ଅକ୍ଷର X ଆକାରର ଏକ କ୍ରୁଶରେ ଗ୍ରୀସ୍ ରେ କ୍ରୁଶବିଦ୍ଧ ହୋଇଥିଲେ । ସାତଜଣ ସୈନ୍ୟଙ୍କ ଦ୍ବାରା ତାଙ୍କୁ ଅତ୍ୟଧିକ କୋରଡା ପ୍ରହାର କରାଯିବା ପରେ, ତାଙ୍କ ଯନ୍ତ୍ରଣାର ସମୟକୁ ବଢାଇ ଦେବା ନିମନ୍ତେ ସେମାନେ ତାଙ୍କ ଶରୀରକୁ ଏକ ଦଉଡିରେ କ୍ରୁଶ ସହ ବାନ୍ଧି ଦେଇଥିଲେ । ତାଙ୍କ ଅନୁଗାମୀଗଣ କୁହନ୍ତି ଯେ ତାଙ୍କୁ ଯେତେବେଳେ କ୍ରୁଶ ଆଡକୁ ନିଆଯାଉଥିଲା, ଆନ୍ଦ୍ରିୟ ନିମ୍ନ ବାକ୍ୟ କହି ଅଭିବାଦନ କଲେ: "ମୁଁ ବହୁ ପୂର୍ବରୁ ଏହି ଖୁସୀର ମୁହୂର୍ତ୍ତର ବାଞ୍ଚାରେ ଥିଲି ଓ ଏହା ହେବ ବୋଲି ଆଶା କରୁଥିଲି । ଖ୍ରୀଷ୍ଟ କ୍ରୁଶ ଉପରେ ଝୁଲିଥିବାରୁ ପବିତ୍ରୀକୃତ ହୋଇଛି ।" ସେ ମରିବାକୁ ଥିବା ଦୁଇଦିନ ପର୍ଯ୍ୟନ୍ତ ତାଙ୍କ ଯନ୍ତ୍ରଣାକାରୀମାନଙ୍କୁ ପ୍ରଚାର କରିଚାଲିଲେ । ପ୍ରେରିତ ଥୋମା ଭାରତରେ ମଣ୍ଡଳୀ ସ୍ଥାପନ କରିବା ନିମନ୍ତେ ଯିବାର ଏକ ମିଶନାରୀ ଯାତ୍ରା ସମୟରେ ଏକ ବର୍ଚ୍ଛାରେ ବିଦ୍ଧ କରାଯାଇଥିଲେ । ପ୍ରେରିତ ମତ୍ଥିୟ ବିଶ୍ବାସଘାତକ ଯିହୂଦାଙ୍କ ସ୍ଥାନ ନେବା ନିମନ୍ତେ ମନୋନୀତ ହୋଇଥିଲେ, ଯାହାଙ୍କୁ ପ୍ରଥମେ ପ୍ରସ୍ତର ଫୋପଡାଯାଇଥିଲା ଏବଂ ପରେ ତାଙ୍କ ମସ୍ତକ ଛେଦନ କରାଯାଇଥିଲା । ପ୍ରେରିତ ପାଉଲଙ୍କୁ ଉତ୍ପୀଡନ କରାଯାଇଥିଲା ଏବଂ ପରେ ମନ୍ଦ ନୀରୋଙ୍କ ଦ୍ବାରା ରୋମରେ ୬୭ ଖ୍ରୀଷ୍ଟାବ୍ଦରେ ମସ୍ତକ ଛେଦନ କରାଯାଇଥିଲା । ଅନ୍ୟ ପ୍ରେରିତ ଶିଷ୍ୟମାନଙ୍କ ବିଷୟରେ ମଧ୍ୟ ପରମ୍ପରା କଥା ରହିଛି, କିନ୍ତୁ ସେଗୁଡିକ କୌଣସି ଭରସାଯୋଗ୍ୟ ଐତିହାସିକ କିମ୍ବା ପରମ୍ପରାଗତ କଥାର ସମର୍ଥନରେ ନାହିଁ ।

ପ୍ରେରିତ ଶିଷ୍ୟଗଣ କିପରି ମୃତ୍ୟୁଭୋଗ କଲେ, ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ । ଗୁରୁତ୍ବପୂର୍ଣ୍ଣ ବିଷୟ ବହନ କରୁଥିବା ଘଟନାଟି ହେଉଛି ସେ ସମସ୍ତେ ସେମାନଙ୍କର ବିଶ୍ବାସ ଯୋଗୁଁ ମୃତ୍ୟୁଭୋଗ କରିବାକୁ ଇଛା ପ୍ରକାଶ କରୁଥିଲେ । ଯଦି ଯୀଶୁ ପୁନରୁତ୍ଥିତ ହୋଇନଥାନ୍ତେ, ଶିଷ୍ୟମାନେ ତାହା ଜାଣିଥାନ୍ତେ । କୌଣସି ଏକ ମିଥ୍ୟା ବିଷୟ ନିମନ୍ତେ କୌଣସି ବ୍ୟକ୍ତି ମୃତ୍ୟୁଭୋଗ କରିବାକୁ ଇଛା କରିବ ନାହିଁ । ଘଟନାଟି ହେଉଛି ସମସ୍ତ ପ୍ରେରିତ ଶିଷ୍ୟ ଭୟଙ୍କର ମୃତ୍ୟୁଭୋଗ କରିବାକୁ ଇଛା ପ୍ରକାଶ କରୁଥିଲେ, ସେମାନେ ଖ୍ରୀଷ୍ଟଙ୍କଠାରେ ସେମାନଙ୍କ ବିଶ୍ବାସକୁ ଅସ୍ବୀକାର କରିବାକୁ ଅସ୍ବୀକାର କରୁଥିଲେ ଯାହା ଏକ ଆଶ୍ଚର୍ଯ୍ୟଜନକ ପ୍ରମାଣ ଯେ, ସେମାନେ ବାସ୍ତବରେ ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନର ସାକ୍ଷ୍ୟ ଦେଉଥିଲେ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ବାଇବଲ ପ୍ରେରିତଗଣଙ୍କ ମୃତ୍ୟୁ ବିଷୟରେ ଲିପିବଦ୍ଧ କରେ କି? ପ୍ରତି ପ୍ରେରିତଗଣ କିପରି ମୃତ୍ୟୁଭୋଗ କଲେ?
© Copyright Got Questions Ministries