settings icon
share icon
ପ୍ରଶ୍ନ

ସୃଷ୍ଟି ବନାମ ବିବର୍ତ୍ତନ ବିଷୟରେ ବାଇବଲ କ'ଣ କୁହେ?

ଉତ୍ତର


ଏହି ଉତ୍ତର ଉଦ୍ଦେଶ୍ୟ ନୁହେଁ ଯେ, ଆମେ ସୃଷ୍ଟି ବନାମ ବିବର୍ତ୍ତନ ବିତର୍କରେ ଏକ ବୈଜ୍ଞାନିକ ତର୍କ ଉପସ୍ଥାପନ କରିବୁ । ଆମେ ଆପଣଙ୍କୁ ଆଦିପୁସ୍ତକରେ ଉତ୍ତର ଏବଂ ସୃଷ୍ଟି ଗବେଷଣା ପ୍ରତିଷ୍ଠାନ ପାଠ କରିବାକୁ ଅଧିକ ପରାମର୍ଶ ଦେଉଛୁ । ଏହି ଲେଖାର ଉଦ୍ଦେଶ୍ୟ ହେଉଛି ବାଇବଲ ଅନୁଯାୟୀ କାହିଁକି ସୃଷ୍ଟି ବନାମ ବିବର୍ତ୍ତନବାଦ ବିତର୍କ ଏପର୍ଯ୍ୟନ୍ତ ରହିଅଛି । ରୋମୀୟ ୧:୨୫ କୁହେ, "କାରଣ ସେମାନେ ଈଶ୍ବରଙ୍କ ସତ୍ୟ ପରିବର୍ତ୍ତେ ମିଥ୍ୟା ଗ୍ରହଣ କଲେ ଓ ସ୍ରଷ୍ଟଙ୍କ ପରିବର୍ତ୍ତେ ସୃଷ୍ଟ ବସ୍ତୁର ପୂଜା ଓ ସେବା କଲେ, ସେ ଯୁଗେ ଯୁଗେ ଧନ୍ୟ । ଆମେନ୍ ।"

ଏହି ବିତର୍କରେ ଥିବା ମୁଖ୍ୟ କାରକ ହେଉଛି ବିବର୍ତ୍ତନରେ ବିଶ୍ବାସ କରୁଥିବା ବୈଜ୍ଞାନିକଙ୍କ ମଧ୍ୟରୁ ଅଧିକାଂଶ ନାସ୍ତିକ କିମ୍ବା ଅବିଜ୍ଞେୟବାଦୀ ଅଟନ୍ତି । କିଛି ବ୍ୟକ୍ତି ଆସ୍ତିକ ସମ୍ବନ୍ଧୀୟ ବିବର୍ତ୍ତନର କିଛି ପ୍ରକାର ବିଷୟରେ ବିଶ୍ବାସ ରଖୁଥିବା ସ୍ଥଳେ ଅନ୍ୟ କେତେକ ଈଶ୍ବରଙ୍କ deistic ମତବାଦ (ଈଶ୍ବର ଅଛନ୍ତି କିନ୍ତୁ ପୃଥିବୀ ସହ ସଂଶ୍ଲିଷ୍ଟ ନୁହନ୍ତି, ଏବଂ ପ୍ରତ୍ୟେକ ବିଷୟ ଏକ ପ୍ରାକୃତିକ ଘଟନାବଳୀ ଅନୁଯାୟୀ ଚାଲିଛି)ରେ ବିଶ୍ବାସ ରଖନ୍ତି । କେତେକ ପ୍ରକୃତ ଭାବେ ଏବଂ ସଚ୍ଚୋଟ ଭାବେ ଏହି ତଥ୍ୟକୁ ଦେଖି ଏହି ସିଦ୍ଧାନ୍ତରେ ପହଞ୍ଚନ୍ତି ଯେ, ବିବର୍ତ୍ତନ ସେହି ତଥ୍ୟଗୁଡିକ ସହ ଅଧିକ ପରିମାଣରେ ଯୁକ୍ତିଯୁକ୍ତ ହେଉଛି । ଅଥଚ, ଏମାନେ ବିବର୍ତ୍ତନ ସପକ୍ଷରେ ଥିବା ଅତି କମ୍ ସଂଖ୍ୟକ ବୈଜ୍ଞାନିକଙ୍କ ପ୍ରତୀକ ଅଟନ୍ତି । ଅଧିକ ସଂଖ୍ୟକ ବିବର୍ତ୍ତନବାଦୀ ବୈଜ୍ଞାନିକମାନେ ମତ ପୋଷଣ କରନ୍ତି ଯେ କୌଣସି ଏକ ଉଚ୍ଚତର ବ୍ୟକ୍ତିଙ୍କ କୌଣସି ହସ୍ତକ୍ଷେପ ବିନା ଜୀବନର ବିକାଶ ହୋଇଛି । ସଂଜ୍ଞା ଅନୁଯାୟୀ ବିବର୍ତ୍ତନ ହେଉଛି ଏକ ପ୍ରକୃତିବାଦୀ ବିଜ୍ଞାନ ।

ନାସ୍ତିକବାଦ ସତ୍ୟ ହେବା ନିମନ୍ତେ ଏକ ସୃଷ୍ଟିକର୍ତ୍ତାଙ୍କ ବ୍ୟତୀତ ବିଶ୍ବବ୍ରହ୍ମାଣ୍ଡ ଏବଂ ଜୀବସତ୍ତା କିପରି ହେଲା ତାହାର ଏକ ବିକଳ୍ପ ବ୍ୟାଖ୍ୟା ରହିଥିବା ନିହାତି ଆବଶ୍ୟକ । ଯଦିଓ ଚାରଲେସ୍ ଡାରଓ୍ବିନଙ୍କ ପୂର୍ବରୁ କିଛି ଧରଣର ବିବର୍ତ୍ତନରେ ବିଶ୍ବାସ ରହିଛି, ସେ ସେ ବିବର୍ତ୍ତନ ଧାରା - ପ୍ରାକୃତିକ ମନୋନୟନ ନିମନ୍ତେ ସମ୍ଭବତଃ ଯୁକ୍ତିଯୁକ୍ତ ଏକ ନମୁନାର ବିକାଶ କରିବାରେ ପ୍ରଥମ ଥିଲେ । ଡାରଓ୍ବିନ୍ ଥରେ ନିଜକୁ ଖ୍ରୀଷ୍ଟିୟାନ ଭାବରେ ଚିହ୍ନିତ କରିଥିଲେ କିନ୍ତୁ ତାଙ୍କ ଜୀବନରେ ଘଟିଥିବା କିଛି ଅଘଟଣର କାରଣ ସ୍ବରୂପେ ସେ ଖ୍ରୀଷ୍ଟିୟ ବିଶ୍ବାସ ଓ ଈଶ୍ବରଙ୍କ ଅସ୍ତିତ୍ବକୁ ଅସ୍ବୀକାର କଲେ । ବିବର୍ତ୍ତନ ଜଣେ ନାସ୍ତିକ ଦ୍ବାରା ଉଦ୍ଭାବିତ ହୋଇଥିଲା । ଈଶ୍ବରଙ୍କ ଅସ୍ତିତ୍ବକୁ ଅପ୍ରମାଣିତ କରିବା ଡାରଓ୍ବିନଙ୍କ ଲକ୍ଷ୍ୟ ନ ଥିଲା, କିନ୍ତୁ ବିବର୍ତ୍ତନ ମତବାଦର ଶେଷଫଳ ମଧ୍ୟରୁ ଗୋଟିଏ ଥିଲା । ବିବର୍ତ୍ତନବାଦ ହେଉଛି ନାସ୍ତିକବାଦର ଏକ ସକ୍ଷମକାରୀ । ବିବର୍ତ୍ତନବାଦ ବୈଜ୍ଞାନିକମାନେ ସ୍ବୀକାର କରନ୍ତି ନାହିଁ ଯେ ସେମାନଙ୍କର ଲକ୍ଷ୍ୟ ଜୀବସତ୍ତାର ଏକ ବିକଳ୍ପ ବ୍ୟାଖ୍ୟା ଦେବାର ଲକ୍ଷ୍ୟ ଥିଲା, ଏବଂ ସେଇଥିଯୋଗୁଁ ନାସ୍ତିକବାଦ ନିମନ୍ତେ ଏକ ଭିତ୍ତିଭୂମି ପ୍ରଦାନ କରନ୍ତି, କିନ୍ତୁ ବାଇବଲ ଅନୁଯାୟୀ ସେଇଥିଯୋଗୁଁ ହିଁ ବିବର୍ତ୍ତନ ମତବାଦ ତିଷ୍ଠି ରହିଛି ।

ବାଇବଲ ଆମ୍ଭମାନଙ୍କୁ କୁହେ, "ମୂଢ ମନେ ମନେ କହିଅଛି ପରମେଶ୍ବର ନାହାନ୍ତି" (ଗୀତ ୧୪:୧; ୫୩:୧) । ବାଇବଲ ମଧ୍ୟ ଘୋଷଣା କରେ ଯେ ସୃଷ୍ଟିକର୍ତ୍ତା ଈଶ୍ବରଙ୍କୁ ବିଶ୍ବାସ ନ କରିବା ହେତୁ ଲୋକମାନେ ଛାଡ ପାଇବେନାହିଁ । "ଜଗତର ସୃଷ୍ଟିକାଳାବଧି ତାହାଙ୍କର ଅଦୃଶ୍ୟ ଗୁଣସମୂହ, ଅର୍ଥାତ୍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଓ ଈଶ୍ବରତ୍ବ, ସୃଷ୍ଟ ବସ୍ତୁଗୁଡିକ ଦ୍ବାରା ବୋଧଗମ୍ୟ ହୋଇ ସ୍ବଷ୍ଟ ରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କର ଉତ୍ତର ଦେବାର ବାଟ ନ ଥାଏ" (ରୋମୀୟ ୧:୨୦) । ବାଇବଲ ଅନୁଯାୟୀ, ଯେଉଁମାନେ ଈଶ୍ବରଙ୍କ ସତ୍ତାକୁ ଅସ୍ବୀକାର କରନ୍ତି ସେମାନେ ମୂର୍ଖ ଅଟନ୍ତି । ତେବେ, କିଛି ଖ୍ରୀଷ୍ଟିୟାନଙ୍କ ସମେତ କାହିଁକି ଅନେକ ଲୋକ ବିବର୍ତ୍ତନବାଦୀ ବୈଜ୍ଞାନିକମାନେ ବୈଜ୍ଞାନିକ ତଥ୍ୟଗୁଡିକର ପକ୍ଷପାତୀବିହୀନ ବ୍ୟାଖ୍ୟାକାରୀ ଅଟନ୍ତି ବୋଲି ଗ୍ରହଣ କରିବାକୁ ଇଛା ପ୍ରକାଶ କରନ୍ତି? ବାଇବଲ ଅନୁଯାୟୀ, ସେ ସମସ୍ତେ ମୂର୍ଖ ଅଟନ୍ତି! ମୂର୍ଖତାର ବୁଦ୍ଧିମତାର ଅଭାବକୁ ସୂଚାଏ ନାହିଁ । ଅଧିକାଂଶ ବିବର୍ତ୍ତନବାଦୀ ବୈଜ୍ଞାନିକମାନେ ବୁଦ୍ଧିମତା ଭାବେ ଅତି ନିପୁଣ ଅଟନ୍ତି । ମୂର୍ଖତା ହେଉଛି ଜ୍ଞାନକୁ ସଠିକ୍ ଭାବେ ପ୍ରୟୋଗ କରିବାର ଅକ୍ଷମତା । ହିତୋପଦେଶ ୧:୭ ଆମ୍ଭମାନଙ୍କୁ କୁହେ "ସଦାପ୍ରଭୁଙ୍କ ଭୟ ଜ୍ଞାନର ଆରମ୍ଭ; ମାତ୍ର ନିର୍ବୋଧ ଲୋକେ ଜ୍ଞାନ ଓ ଉପଦେଶ ତୁଚ୍ଛବୋଧ କରନ୍ତି ।"

ବିବର୍ତ୍ତନବାଦୀ ବୈଜ୍ଞାନିକମାନେ ସୃଷ୍ଟି ଏବଂ/କିମ୍ବା ବୁଦ୍ଧିମାନ୍ ବିନ୍ୟାସକୁ ବିଜ୍ଞାନ ଅସମ୍ମତ ଏବଂ ବୈଜ୍ଞାନିକ ପରୀକ୍ଷା ନିମନ୍ତେ ଯୋଗ୍ୟ ନୁହେଁ ବୋଲି କହି ପରିହାସ କରନ୍ତି । ସେମାନେ ଯୁକ୍ତି କରନ୍ତି ଯେ, ଏକ "ବିଜ୍ଞାନ" ଭାବରେ କିଛି ବିଷୟକୁ ବିବେଚନା କରିବା ନିମନ୍ତେ, ଏହାକୁ ନିହାତି ପର୍ଯ୍ୟବେକ୍ଷଣ କରାଯାଇଥିବାକୁ ପରୀକ୍ଷା କରାଯାଇଥିବାକୁ ପଡିବ; ଏହା ନିହାତି ପ୍ରକୃତି ସମ୍ବନ୍ଧୀୟ ହୋଇଥିବା ଆବଶ୍ୟକ । ସୃଷ୍ଟି ସଂଜ୍ଞାରେ ହିଁ "ଅତିପ୍ରାକୃତିକ" । ଈଶ୍ବର ଏବଂ ଅତିପ୍ରାକୃତିକ ବିଷୟକୁ ପର୍ଯ୍ୟବେକ୍ଷଣ କରାଯାଇପାରିବ ନାହିଁ କିମ୍ବା ପରୀକ୍ଷା କରାଯାଇପାରିବ ନାହିଁ (ତେଣୁ ଏହି ବିତର୍କ ଏହିପରି ହୋଇଥାଏ); ଅତଏବ, ସୃଷ୍ଟି ଏବଂ/କିମ୍ବା ବୁଦ୍ଧିମାନ୍ ବିନ୍ୟାସକୁ ବିଜ୍ଞାନ ଭାବରେ ବିବେଚନା କରାଯାଇପାରିବନାହିଁ । ବାସ୍ତବରେ, ବିବର୍ତ୍ତନକୁ ମଧ୍ୟ ପର୍ଯ୍ୟବେକ୍ଷଣ କିମ୍ବା ପରୀକ୍ଷା କରାଯାଇପାରିବ ନାହିଁ, କିନ୍ତୁ ବିବର୍ତ୍ତନ ମତବାଦୀମାନଙ୍କ ନିମନ୍ତେ ଏହା ଏକ ସମାସ୍ୟା ଭାବେ ଜଣାଯାଏନାହିଁ । ଫଳ ସ୍ବରୂପ, ସମସ୍ତ ତଥ୍ୟ ବିକଳ୍ପ ବ୍ୟାଖ୍ୟାକୁ ବିବେଚନା କରାନଯାଇ ପୂର୍ବାନୁମାନ, ପୂର୍ବ ଧାରଣା, ଏବଂ ବିବର୍ତ୍ତନ ମତବାଦର ପୂର୍ବ ଗ୍ରହଣୀୟ ଦ୍ବାରା ଶୋଧନ ହୋଇଯାଏ ।

ଅଥଚ, ବିଶ୍ବବ୍ରହ୍ମାଣ୍ଡର ଆରମ୍ଭ କିମ୍ବା ଜୀବନର ଆରମ୍ଭକୁ ପରୀକ୍ଷା କରାଯାଇପାରିବନାହିଁ କିମ୍ବା ଏହାକୁ ପର୍ଯ୍ୟବେକ୍ଷଣ କରାଯାଇପାରିବନାହିଁ । ଆରମ୍ଭ ବିଷୟରେ ଉଭୟ ସୃଷ୍ଟି ଏବଂ ବିବର୍ତ୍ତନ ବିଶ୍ବାସ-ପର୍ଯ୍ୟବେସିତ ପଦ୍ଧତି ଅଟେ । ଉଭୟଟିକୁ ପରୀକ୍ଷା କରାଯାଇପାରିବନାହିଁ କାରଣ ବିଶ୍ବ ବ୍ରହ୍ମାଣ୍ଡର ଆରମ୍ଭ ବା ବିଶ୍ବ ବ୍ରହ୍ମାଣ୍ଡରେ ଜୀବସତ୍ତାକୁ ପର୍ଯ୍ୟବେକ୍ଷଣ କରିବା ନିମନ୍ତେ ଶହ ଶହ କୋଟି (କିମ୍ବା ହଜାର ହଜାର) ବର୍ଷ ତଳକୁ ଯାଇପାରିବା ନାହିଁ । ବିବର୍ତ୍ତନବାଦୀ ବୈଜ୍ଞାନିକମାନେ ଏହି କାରଣ ଯୋଗୁଁ ସୃଷ୍ଟି ମତବାଦକୁ ପ୍ରତ୍ୟାଖ୍ୟାନ କରନ୍ତି ଯେ ସୃଷ୍ଟି ମତବାଦ ସେମାନଙ୍କୁ ତାର୍କିକ ଭାବେ ବିଶ୍ବାସ କରିବା ନିମନ୍ତେ ବଳ ପ୍ରୟୋଗ କରେ ଏବଂ ପ୍ରାରମ୍ଭ ନିମନ୍ତେ ବିବର୍ତ୍ତନବାଦର ବ୍ୟାଖ୍ୟାକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ପ୍ରତ୍ୟାଖ୍ୟାନ କରିବାକୁ ଦିଏ । ଆରମ୍ଭ ବିଷୟରେ ଅନ୍ତତଃ ସୃଷ୍ଟି ମତବାଦ ଯେପରି "ବିଜ୍ଞାନ"ର ସଂଜ୍ଞା ସହ ଯୁକ୍ତିସଙ୍ଗତ ହୋଇଥାଏ ବିବର୍ତ୍ତନ ମତବାଦ ତାହାଠାରୁ କମ୍ ଯୁକ୍ତିସଙ୍ଗତ ହୋଇଥାଏ । ଆରମ୍ଭ ବିଷୟରେ ପରୀକ୍ଷା କରାଯାଇପାରୁଥିବା ନିମନ୍ତେ ସମ୍ଭବତଃ ଏକମାତ୍ର ବ୍ୟାଖ୍ୟା ବିବର୍ତ୍ତନ ଅଟେ; ଅତଏବ, ଏହା "ବିଜ୍ଞାନଗତ" ହେଉଥିବା ଆରମ୍ଭର ଏକମାତ୍ର ମତବାଦ ଅଟେ । ଏହା ମୂର୍ଖତା! ଯେଉଁ ବୈଜ୍ଞାନିକମାନେ ବିବର୍ତ୍ତନ ମତବାଦର ସପକ୍ଷରେ ଅଛନ୍ତି ସେମାନେ ବିବର୍ତ୍ତନ ମତବାଦରେ ଥିବା ସତ୍ୟସତ୍ୟତା ସଚ୍ଚୋଟ ଭାବେ ପରୀକ୍ଷା ନ କରି ଆରମ୍ଭର ଆପାତତଃ ଯୁକ୍ତିଯୁକ୍ତତା ମତବାଦକୁ ଅଗ୍ରାହ୍ୟ କରନ୍ତି, କାରଣ ତାହା ସେମାନଙ୍କ "ବିଜ୍ଞାନ"ର ସଂକୀର୍ଣ୍ଣ ସଂଜ୍ଞା ସହ ତାର୍କିକ ଭାବେ ଯୁକ୍ତିସଙ୍ଗତ ହୁଏନାହିଁ ।

ଯଦି ସୃଷ୍ଟି ସତ୍ୟ ଅଟେ, ତେବେ ଜଣେ ସୃଷ୍ଟିକର୍ତ୍ତା ଅଟନ୍ତି ଯାହାଙ୍କ ନିକଟରେ ଆମେ ଉତ୍ତରଦାୟୀ ଅଟୁ । ବିବର୍ତ୍ତନବାଦ ନାସ୍ତିକବାଦର ସକ୍ଷମକାରୀ ଅଟେ । ବିବର୍ତ୍ତନ ନାସ୍ତିକମାନଙ୍କୁ ଜଣେ ସୃଷ୍ଟିକର୍ତ୍ତା ଈଶ୍ବରଙ୍କ ବିହୂନେ ଜୀବସତ୍ତା କିପରି ହେଲା ତାହା ବ୍ୟାଖ୍ୟା କରିବା ନିମନ୍ତେ ଏକ ଆଧାର ଯୋଗାଏ । ବିଶ୍ବ ବ୍ରହ୍ମାଣ୍ଡରେ ସଂଶ୍ଲିଷ୍ଟ ହେବା ନିମନ୍ତେ ଏକ ଈଶ୍ବରଙ୍କର ଆବଶ୍ୟକତାକୁ ବିବର୍ତ୍ତନ ଅସ୍ବୀକାର କରେ । ନାସ୍ତିକବାଦର ଧର୍ମ ନିମନ୍ତେ ବିବର୍ତ୍ତନ ହେଉଛି "ସୃଷ୍ଟି ମତବାଦ" । ବାଇବଲ ଅନୁଯାୟୀ, ବିକଳ୍ପଟି ସ୍ବଷ୍ଟ ଅଟେ । ଆମେ ଆମର ସର୍ବଶକ୍ତିମାନ୍ ଏବଂ ସର୍ବଜ୍ଞ ଈଶ୍ବରଙ୍କର ବାକ୍ୟକୁ ବିଶ୍ବାସ କରିପାରିବା କିମ୍ବା ଆମେ ତର୍କହୀନ ହୋଇଥିବା ପକ୍ଷପାତୀ ମୂର୍ଖମାନଙ୍କର "ବୈଜ୍ଞାନିକ" ବ୍ୟାଖ୍ୟାଗୁଡିକୁ ବିଶ୍ବାସ କରିପାରିବା ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ସୃଷ୍ଟି ବନାମ ବିବର୍ତ୍ତନ ବିଷୟରେ ବାଇବଲ କ'ଣ କୁହେ?
© Copyright Got Questions Ministries