settings icon
share icon
ପ୍ରଶ୍ନ

ଜଣେ ଶାରିରୀକ ଖ୍ରୀଷ୍ଟିୟାନ୍ କିଏ?

ଉତ୍ତର


ଜଣେ ବାସ୍ତବ ଖ୍ରୀଷ୍ଟିୟାନ୍ କ'ଣ ଶାରିରୀକ ହୋଇପାରେ? ଏହି ପ୍ରଶ୍ନର ଉତ୍ତର ଦେଲାବେଳେ, ଆସନ୍ତୁ, ପ୍ରଥମେ "ଶାରିରୀକ" ଶବ୍ଦକୁ ବ୍ୟାଖ୍ୟା କରୁ । "ଶାରିରୀକ" ଶବ୍ଦଟି ଗ୍ରୀକ୍ ଶବ୍ଦ carnal ର ଅନୁବାଦ ଅଟେ, ଯାହା ଆକ୍ଷରିକ ଭାବେ "ମାଂସିକ" ବୁଝାଏ । ଏହି ବର୍ଣ୍ଣନାତ୍ମକ ଶବ୍ଦଟି ୧କରିନ୍ଥୀୟ ୩:୧-୩ରେ ଥିବା ଖ୍ରୀଷ୍ଟିୟାନର ପ୍ରସଙ୍ଗରେ ଦେଖାଯାଏ । ଏହି ଶାସ୍ତ୍ରାଂଶରେ, ପ୍ରେରିତ ପାଉଲ ପାଠକମାନଙ୍କୁ "ଭାଇମାନେ" ଭାବେ ସମ୍ବୋଧିତ କରିଛନ୍ତି, ଯେଉଁ ଶବ୍ଦଟି ବିଶେଷଭାବେ ପ୍ରାୟ ଅନ୍ୟ ଖ୍ରୀଷ୍ଟିୟାନମାନଙ୍କୁ ସୂଚୀତ କରି କୁହିଛନ୍ତି; ସେ ତାହାପରେ ସେମାନଙ୍କୁ "ଶାରିରୀକ" ଭାବେ ବର୍ଣ୍ଣନା କରନ୍ତି । ଅତଏବ, ଆମେ ଉପନୀତ ହେବା ଯେ, ଖ୍ରୀଷ୍ଟିୟାନମାନେ ମଧ୍ୟ ଶାରିରୀକ ହୋଇପାରନ୍ତି । ବାଇବଲ ସମ୍ପୂର୍ଣ୍ଣଭାବେ ସ୍ବଷ୍ଟ କରେ ଯେ ଜଣେମାତ୍ର ମନୁଷ୍ୟ ପାପଶୂନ୍ୟ ନୁହନ୍ତି (୧ଯୋହନ ୧:୮) । ଆମେ ପାପ କରୁଥିବା ପ୍ରତ୍ୟେକ ଥର ଶାରିରୀକ ଭାବେ କାର୍ଯ୍ୟ କରୁଛୁ ।

ମୁଖ୍ୟ ବିଷୟ ହେଉଛି ଯେ, ଯେତେବେଳେ ଜଣେ ଖ୍ରୀଷ୍ଟିୟାନ ପ୍ରଥମ ଥର ନିମନ୍ତେ ଶାରିରୀକ ହୋଇପାରେ, ଜଣେ ବାସ୍ତବ ଖ୍ରୀଷ୍ଟିୟାନ ଜୀବନସାରା ଶାରିରୀକ ହୋଇ ରହିବନାହିଁ । କେତେକ "ଶାରିରୀକ ଖ୍ରୀଷ୍ଟିୟାନ"ର ଧାରଣାକୁ ଅପବ୍ୟବହାର କରି କୁହନ୍ତି ଯେ, ଜଣେ ବ୍ୟକ୍ତି ବିଶ୍ବାସରେ ଖ୍ରୀଷ୍ଟଙ୍କ ନିକଟକୁ ଆସିପାରେ ଏବଂ ତା' ଜୀବନର ଅବଶିଷ୍ଟାଂଶ ପୁନଃଜନ୍ମପ୍ରାପ୍ତ ହୋଇନଥିବା କିମ୍ବା ଏକ ନୂତନ ସୃଷ୍ଟି ହୋଇନଥାଇ ଏକ ସମ୍ପୂର୍ଣ୍ଣ ଶାରିରୀକ ଭାବରେ ଜୀବନଧାରଣ କରିପାରେ (୨କରିନ୍ଥୀୟ ୫:୧୭) । ଏପରି ଏକ ଧାରଣା ସମ୍ପୂର୍ଣ୍ଣରୂପେ ବାଇବଲ ସମ୍ମତ ନୁହେଁ । ଯାକୁବ ୨ ଏହାକୁ ପ୍ରଚୁର ଭାବେ ସ୍ବଷ୍ଟ କରେ ଯେ, ବିଶ୍ବାସ ସର୍ବଦା ଉତ୍ତମ କର୍ମରେ ରୂପାନ୍ତରିତ ହେବ । ଏଫିସୀୟ ୨:୮-୧୦ ଘୋଷଣା କରେ ଯେ, ଆମେ ଯେତେବେଳେ କେବଳ ଅନୁଗ୍ରହ ଦ୍ବାରା କେବଳ ବିଶ୍ବାସରେ ଉଦ୍ଧାରପ୍ରାପ୍ତ ହେଲୁ, ଆମର ପରିତ୍ରାଣ କାର୍ଯ୍ୟରେ ପରିଣତ ହେବ । ଜଣେ ଖ୍ରୀଷ୍ଟିୟାନ୍ ବିଫଳତା ସମୟରେ ଏବଂ/କିମ୍ବା ବିଦ୍ରୋହ ସମୟରେ ଶାରିରୀକ ପରି ଦେଖାଯାଏକି? ହଁ, ଜଣେ ବାସ୍ତବ ଖ୍ରୀଷ୍ଟିୟାନ ଶାରିରୀକ ହୋଇପାରେ କି? ନା ।

ଯେହେତୁ ଅନନ୍ତ ନିରାପତ୍ତା ଶାସ୍ତ୍ରର ଏକ ବାସ୍ତବତା ଅଟେ, ଏପରିକି ଜଣେ ଶାରିରୀକ ଖ୍ରୀଷ୍ଟିୟାନ ମଧ୍ୟ ବାସ୍ତବରେ ଉଦ୍ଧାରପ୍ରାପ୍ତ ଅଟେ । ପରିତ୍ରାଣକୁ ହରାଯାଇପାରିବନାହିଁ, କାରଣ ପରିତ୍ରାଣ ଈଶ୍ବରଙ୍କର ଏକ ଦାନ ଏବଂ ସେ ଏହି ଦାନକୁ କାଢି ନେଇଯିବେନାହିଁ (ଯୋହନ ୧୦:୨୮; ରୋମୀୟ ୮:୩୭-୩୯; ୧ଯୋହନ ୫:୧୩ ଦେଖନ୍ତୁ) । ଏପରିକି ୧କରିନ୍ଥୀୟ ୩:୧୫ରେ, ଶାରିରୀକ ଖ୍ରୀଷ୍ଟିୟାନମାନଙ୍କୁ ପରିତ୍ରାଣର ଭରସା ଦିଆଯାଇଛି: "ଯଦି କାହାରି କର୍ମ ପୋଡିଯିବ, ତା'ର କ୍ଷତି ହେବ, ତଥାପି ସେ ନିଜେ ରକ୍ଷା ପାଇବ, କିନ୍ତୁ ତାହା ଅଗ୍ନି ମଧ୍ୟ ଦେଇ ଗମନ କଲା ପରି ହେବ" ପ୍ରଶ୍ନଟି ଜଣେ ବ୍ୟକ୍ତି ଖ୍ରୀଷ୍ଟିୟାନ ବୋଲି ଦାବୀ କରି ଶାରିରୀକ ଭାବେ ଜୀବନଯାପନ କରୁଥିବାରୁ ପରିତ୍ରାଣ ହରାଏ ଏହା ନୁହଁ, କିନ୍ତୁ ପ୍ରଶ୍ନଟି ହେଉଛି ବ୍ୟକ୍ତିଟି ପ୍ରଥମେ ପରିତ୍ରାଣ ପାଇଛିକି ନା ନାହିଁ (୧ଯୋହନ ୨:୧୯) ।

ଯେଉଁ ଖ୍ରୀଷ୍ଟିୟାନମାନେ ସେମାନଙ୍କ ବ୍ୟବହାରରେ ଶାରିରୀକ ହୁଅନ୍ତି ଈଶ୍ବର ସେମାନଙ୍କୁ ପ୍ରେମରେ ଶାସନ କରନ୍ତୁ ବୋଲି ଆଶା କରିପାରନ୍ତି (ଏବ୍ରୀ ୧୨:୫-୧୧) ତେଣୁ ସେମାନେ ତାଙ୍କ ସହ ଥିବା ଘନିଷ୍ଠ ସହଭାଗୀତାକୁ ପୁନଃପ୍ରାପ୍ତ କରିପାରିବେ ଏବଂ ତାଙ୍କର ବାଧ୍ୟ ହେବା ନିମନ୍ତେ ତାଲିମ ପ୍ରାପ୍ତ ହେବେ । ଆମ୍ଭମାନଙ୍କୁ ଉଦ୍ଧାର କରି ଈଶ୍ବରଙ୍କ ଇଛା ହେଉଛି ଆମେ ଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତିର ଅତି ସମୀପରେ ଉତ୍ତୋରତ୍ତୋର ବୃଦ୍ଧିପ୍ରାପ୍ତ ହେଉ (ରୋମୀୟ ୧୨:୧-୨), ଆତ୍ମିକଭାବେ ବୃଦ୍ଧିପ୍ରାପ୍ତ ହେଉ ଏବଂ ଶାରିରୀକ ଭାବେ ହ୍ରାସ ପାଇବା, ଯାହାକୁ ପବିତ୍ରୀକରଣର ଏକ ଧାରା କୁହାଯାଏ । ଯେପର୍ଯ୍ୟନ୍ତ ଆମେ ଆମର ପାପପୂର୍ଣ୍ଣ ଶରୀରରୁ ଉଦ୍ଧାରପ୍ରାପ୍ତ ନ ହୋଇଛୁ ସେପର୍ଯ୍ୟନ୍ତ ଶାରିରୀକତା ସଂଗଠିତ ହୋଇଚାଲୁଥିବ । ଅଥଚ ଖ୍ରୀଷ୍ଟଙ୍କଠାରେ ବାସ୍ତବ ବିଶ୍ବାସ କରିଥିବା ଜଣେ ବ୍ୟକ୍ତିଙ୍କ ନିମନ୍ତେ ସଂଗଠିତ ହେଉଥିବା ଏହି ଶାରିରୀକତା ଏକ ନିୟମ ନୁହେଁ, କିନ୍ତୁ ଏକ ବ୍ୟତିକ୍ରମଣ ହେବ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଜଣେ ଶାରିରୀକ ଖ୍ରୀଷ୍ଟିୟାନ୍ କିଏ?
© Copyright Got Questions Ministries