ଆମ୍ଭମାନଙ୍କର ଦୁଇଗୋଟି ନା ତିନିଗୋଟି ଅଂଶ ରହିଛି? ଆମେ ଶରୀର, ପ୍ରାଣ ଏବଂ ଆତ୍ମା, ନା ଶରୀର, ପ୍ରାଣଆତ୍ମା?


ପ୍ରଶ୍ନ: ଆମ୍ଭମାନଙ୍କର ଦୁଇଗୋଟି ନା ତିନିଗୋଟି ଅଂଶ ରହିଛି? ଆମେ ଶରୀର, ପ୍ରାଣ ଏବଂ ଆତ୍ମା, ନା ଶରୀର, ପ୍ରାଣଆତ୍ମା?

ଉତ୍ତର:
ଆଦି ୧:୨୬-୨୭ ଦର୍ଶାଏ ଯେ, ମାନବଜାତି ନିକଟରେ କିଛି ରହିଛି ଯାହା ତାକୁ ଅନ୍ୟ ସମସ୍ତ ସୃଷ୍ଟ ପ୍ରାଣୀମାନଙ୍କଠାରୁ ଭିନ୍ନ କରେ । ମାନବଜାତି ଈଶ୍ବରଙ୍କ ସହ ସମ୍ପର୍କ ରଖିବା ଉଦ୍ଦେଶ୍ୟରେ ସୃଷ୍ଟି କରାଯାଇଥିଲେ, ଯେପରିକି ଈଶ୍ବର ଆମ୍ଭମାନଙ୍କୁ ପାର୍ଥିବ ଓ ଅପାର୍ଥିବ ବିଷୟ ସହ ସୃଷ୍ଟି କରିଛନ୍ତି । ପାର୍ଥିବ ସ୍ବଷ୍ଟ ଭାବେ ତାହା ଯାହା ସ୍ବର୍ଶ୍ବ କରିହେବ : ମାଂସମୟ ଶରୀର, ଅସ୍ଥି, ଅଙ୍ଗପ୍ରତ୍ୟେଙ୍ଗ ଇତ୍ୟାଦି ଏବଂ ଏଗୁଡିକ ବ୍ୟକ୍ତି ବଞ୍ଚିଥିବା ପର୍ଯ୍ୟନ୍ତ ଥାଏ । ଅପାର୍ଥିବ ରୂପ ହେଉଛି, ଯାହାକୁ ସ୍ବର୍ଶ୍ବ କରିହେବନାହିଁ: ପ୍ରାଣ, ଆତ୍ମା, ବୁଦ୍ଧି, ଇଛା, ବିବେକ ଇତ୍ୟାଦି । ଏହା ବ୍ୟକ୍ତିର ମାଂସମୟ ଶରୀରର ଜୀବନକାଳ ପରେ ମଧ୍ୟ ରହିଥାଏ ।

ସମସ୍ତ ମାନବ ଉଭୟ ପାର୍ଥିବ ଓ ଅପାର୍ଥିବ ବୈଶିଷ୍ଟ୍ୟଗୁଡିକ ଧାରଣ କରନ୍ତି । ଏହା ସତ୍ୟ ଯେ ସମସ୍ତ ମାନବଙ୍କ ନିକଟରେ , ମାଂସ, ରକ୍ତ, ଅସ୍ଥି, ଅଙ୍ଗପ୍ରତ୍ୟେଙ୍କ ଏବଂ କୋଷଗୁଡିକ ଧାରଣ କରିଥିବା ଶରୀର ଅଛି । ଅଥଚ, ଏହା ମାନବର ସ୍ବର୍ଶ୍ବ କରାଯାଇପାରୁନଥିବା ଗୁଣଗୁଡିକ ଯାହା ଅନେକ ସମୟରେ ବିତର୍କ ସୃଷ୍ଟି କରେ । ଏହି ସମସ୍ତ ବିଷୟରେ ଶାସ୍ତ୍ର କ'ଣ କୁହେ? ଆଦି ୨:୭ ଦର୍ଶାଏ ଯେ ମନୁଷ୍ୟ ଏକ ଜୀବନ୍ତ ପ୍ରାଣୀ ଭାବରେ ସୃଷ୍ଟ ହୋଇଥିଲା । ଗଣନା ୧୬:୨୨ ଈଶ୍ବରଙ୍କୁ ସମସ୍ତ ଶରୀରସ୍ଥ "ଆତ୍ମାର ଈଶ୍ବର" ଭାବରେ ଉଲ୍ଲେଖ କରେ । ହିତୋପଦେଶ ୪:୨୩ ଆମ୍ଭମାନଙ୍କୁ କୁହେ, "ତୁମ୍ଭ ହୃଦୟକୁ ଅତି ଯତ୍ନରେ ରଖ, ଯେହେତୁ ତହୁଁରୁ ଜୀବନର ପ୍ରବାହ ଜନ୍ମେ", ଏହା ଦର୍ଶାଏ ଯେ, ହୃଦୟ ମନୁଷ୍ୟର ଇଛା ଏବଂ ଭାବପ୍ରବଣତାର ମୁଖ୍ୟ ଅଟେ । ପ୍ରେରିତ ୨୩:୧ କୁହେ, "ପାଉଲ ମହାସଭା ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁ କହିଲେ, ଭ୍ରାତୃବୁନ୍ଦ, ମୁଁ ଏହି ଦିନ ପର୍ଯ୍ୟନ୍ତ ସମୂର୍ଣ୍ଣରୂପେ ସୁବିବେକରେ ଈଶ୍ବରଙ୍କ ସାକ୍ଷାତରେ ଆଚାରବ୍ୟବହାର କରିଆସିଅଛି ।" ଏଠାରେ ପାଉଲ ବିବେକକୁ ଉଲ୍ଲେଖ କରନ୍ତି ଯାହା ଆମ୍ଭମାନଙ୍କୁ ଭଲ ଓ ମନ୍ଦ ବିଷୟରେ ହୃତବୋଧ କରାଉଥିବା ମନର ଅଂଶ ଅଟେ । ରୋମୀୟ ୧୨:୨ କୁହେ, "ତୁମ୍ଭେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅନାହିଁ, କିନ୍ତୁ... ଆପଣା ଆପଣା ମନର ନୂତନୀକରଣ ଦ୍ବାରା ପରିବର୍ତ୍ତିତ ହୁଅ ।" ଏହି ପଦଗୁଡିକ ଏବଂ ଅନ୍ୟ ବହୁସଂଖ୍ୟକ ପଦ ମାନବଜାତିର ଅପାର୍ଥିବ ବିଭିନ୍ନ ଅଂଶକୁ ଉଲ୍ଲେଖ କରେ । ଆମେ ଉଭୟ ପାର୍ଥିବ ଓ ଅପାର୍ଥିବ ଗୁଣଗୁଡିକର ଅଂଶୀ ଅଟୁ ।

ତେଣୁ, ଶାସ୍ତ୍ର କେବଳ ପ୍ରାଣ ଓ ଆତ୍ମା ଅପେକ୍ଷା ଆଉ ଅଧିକ ସଂକ୍ଷେପରେ ଉଲ୍ଲେଖ କରେ । ଯେକୌଣସି ପ୍ରକାରେ ପ୍ରାଣ, ଆତ୍ମା, ହୃଦୟ, ବିବେକ ଏବଂ ମନ ଏହି ସମସ୍ତ ପରସ୍ପର ସମ୍ବନ୍ଧିତ ଅଟେ । ଅଥଚ, ନିଶ୍ଚିତରେ ପ୍ରାଣ ଏବଂ ଆତ୍ମା ମାନବଜାତିର ମୌଳିକ ଅପାର୍ଥିବ ରୂପ ଅଟନ୍ତି । ସମ୍ଭବତଃ ସେମାନେ ଅନ୍ୟ ରୂପଗୁଡିକୁ ଧାରଣ କରିନ୍ତି । ଏହା ମନରେ ପୋଷଣ କଲେ ମାନବଜାତି କ'ଣ ଦ୍ବିଭାଗ ବିଶିଷ୍ଟ (ଦୁଇ ଭାଗରେ ବିଭକ୍ତ, ଶରୀର/ପ୍ରାଣ-ଆତ୍ମା), ନା ତ୍ରିଭାଗ ବିଶିଷ୍ଟ (ତିନି ଭାଗରେ ବିଭକ୍ତ, ଶରୀର/ପ୍ରାଣ/ଆତ୍ମା) । କେବଳ ଏକ ମତରେ ରହିବା ଅସମ୍ଭବ । ଦୁଇଟି ଯାକ ମତର ଉତ୍ତମ ଯୁକ୍ତି ରହିଛି । ଏବ୍ରୀ ୪:୧୨ ହେଉଛି ଏହାର ମୁଖ୍ୟ ପଦ: "କାରଣ ଈଶ୍ବରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ, ପୁଣି ଦ୍ବିଧାର ଖଡ୍ଗଠାରୁ ତୀକ୍ଷ୍ଣତର, ଆଉ ପ୍ରାଣ ଓ ଆତ୍ମା, ଗ୍ରନ୍ଥି ଓ ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ଏବଂ ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ ।" ଏହି ପଦ ଆମ୍ଭମାନଙ୍କୁ ଏହି ତର୍କ ବିଷୟରେ ଅନ୍ତତଃ ଦୁଇଗୋଟି ବିଷୟ କୁହେ । ପ୍ରାଣ ଏବଂ ଆତ୍ମାକୁ ବିଭାଜିତ କରାଯାଇପାରିବ, ଏବଂ ପ୍ରାଣ ଏବଂ ଆତ୍ମାର ସେହି ବିଭାଜନ ହେଉଛି ଏପରି କିଛି ବିଷୟ ଯାହା ଈଶ୍ବର ହିଁ ଚିହ୍ନିପାରିବେ । ଆମେ ନିଶ୍ଚିତରେ ଜାଣି ନ ପାରୁଥିବା କିଛି ବିଷୟ ଉପରେ ଦୃଷ୍ଟି କେନ୍ଦ୍ରିଭୂତ କରିବା ଅପେକ୍ଷା ଅଧିକ ଉତ୍ତମ ହେବ ଯଦି ଆମେ ସୃଷ୍ଟିକର୍ତ୍ତଙ୍କ ଉପରେ ଆମର ଦୃଷ୍ଟି ନିକ୍ଷେପ କରୁ, ଯିଏକି ଆମ୍ଭମାନଙ୍କୁ "ଭୟଙ୍କର ଓ ଆଶ୍ଚର୍ଯ୍ୟଜନକ" ଭାବରେ ନିର୍ମାଣ କରିଅଛନ୍ତି (ଗୀତସଂହିତା ୧୩୯:୧୪) ।



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ



ଆମ୍ଭମାନଙ୍କର ଦୁଇଗୋଟି ନା ତିନିଗୋଟି ଅଂଶ ରହିଛି? ଆମେ ଶରୀର, ପ୍ରାଣ ଏବଂ ଆତ୍ମା, ନା ଶରୀର, ପ୍ରାଣଆତ୍ମା?