settings icon
share icon
ପ୍ରଶ୍ନ

ପବିତ୍ରଆତ୍ମାଙ୍କ ନିନ୍ଦା କରିବା କଅଣ ?

ଉତ୍ତର


“ପବିତ୍ରଆତ୍ମାଙ୍କ ବିରୁଦ୍ଧରେ କଥା କହିବା”ର ଧାରଣା ମାର୍କ ୩:୨୨-୩୦ ଓ ମାଥିଉ ୧୨:୨୨-୩୨ ରେ ଲେଖାଯାଇଛି । ସାଧାରଣତଃ ପବିତ୍ରଆତ୍ମାଙ୍କ ନିନ୍ଦା କରିବା ଶବ୍ଦଦର ଅର୍ଥ ହେଲା “ଆନାଜ୍ଞାକାରିତା ସହ ଅସମ୍ମାନ” । ଏହି ଶବ୍ଦ ଈଶ୍ଵରଙ୍କୁ ଅଭିଶାପ ଦେବା କିମ୍ବା ଜାଣିଶୁଣି ଈଶ୍ଵର ସମ୍ବନ୍ଧିତ ବିଷୟକୁ ନୀଚ୍ଚ ଦୃଷ୍ଟି କରିବା । ଈଶ୍ଵର ମନ୍ଦ ବୋଲି କହିବା , କିମ୍ବା ସେ ଯେଉଁ ସମସ୍ତ ଉତ୍ତମ ବିଷୟରେ ଭରପୂର ସେ ସେପରି ନୁହଁନ୍ତି ବୋଲି ଦର୍ଶାଇବା । ଅଥଚ, ଏହି ପ୍ରକାର ଈଶ୍ଵର ନିନ୍ଦା ମାଥିଉ ୧୨:୩୧ ରେ ଥିବା “ପବିତ୍ରଆତ୍ମାଙ୍କ ବିରୁଦ୍ଧରେ କହିବା” ନାମକ ଏକ ନିର୍ଦ୍ଧିଷ୍ଟ ଈଶ୍ଵର ନିନ୍ଦା ଅଟେ । ମାଥିଉ ୧୨:୩୧-୩୨ ରେ ଯୀଶୁ ଯେ ପବିତ୍ରଆତ୍ମାଙ୍କ ଶକ୍ତିରେ ଆଶ୍ଚର୍ଯ୍ୟକର୍ମ କରୁଅଛନ୍ତି ଫାରୁଶୀମାନେ ତାହାର ଅକାଟ୍ୟ ପ୍ରମାଣ ଦେବା ପରିବର୍ତ୍ତେ ପ୍ରଭୁ “ବାଆଲ୍‍ଜିବୂଲ୍‍” ନାମକ ଏକ ଭୂତ ଦ୍ଵାରା ଆକ୍ରାନ୍ତ ବୋଲି ସେମାନେ ଦାବୀ କଲେ (ମାଥିଉ ୧୨:୨୪) । ମାର୍କ ୩:୩୦ ରେ ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ ଯେ ଯୀଶୁ ନିର୍ଦ୍ଧିଷ୍ଟ ଭାବରେ କୁହନ୍ତି ଯେ ସେମାନେ “ପବିତ୍ରଆତ୍ମାଙ୍କ ବିରୁଦ୍ଧରେ କିପରି ନିନ୍ଦା କରନ୍ତି ।

ଏହି ନିନ୍ଦା ହେଉଛି ଯୀଶୁଙ୍କୁ ଆତ୍ମାରେ ପରିପୂର୍ଣ୍ଣ ଅଛନ୍ତି ନ କହି ଭୂତଗ୍ରସ୍ତ ବୋଲି କହିବା । ଏହାର ଫଳ ସ୍ଵରୂପ, ପବିତ୍ରଆତ୍ମାଙ୍କ ବିରୁଦ୍ଧରେ କଥା କହିବାର ନିର୍ଦ୍ଧିଷ୍ଟ ଘଟନାକୁ ଆଜି ନକଲ କରାଯାଇପାରିବ ନାହିଁ । ଯୀଶୁଖ୍ରୀଷ୍ଟ ପୃଥିବୀରେ ନାହାନ୍ତି – ସେ ଈଶ୍ଵରଙ୍କ ଦକ୍ଷିଣ ପାର୍ଶ୍ଵରେ ଉପବେଶନ କରିଅଛନ୍ତି । କୌଣସି ଲୋକ ଯୀଶୁଖ୍ରୀଷ୍ଟଙ୍କୁ ଏକ ଆଶ୍ଚର୍ଯ୍ୟକର୍ମ କରିବାର ସାକ୍ଷୀ ହୋଇପାରିବେ ନାହିଁ ଓ ତା’ପରେ ସେହି ଶକ୍ତି ପବିତ୍ରଆତ୍ମାଙ୍କର ବୋଲି ନ କହି ଶୟତାନର ବୋଲି କହିପାରିବ ନାହିଁ । ଆଜି ଏହାର ପାଖାପାଖି ଉଦାହରଣ ଏପରି ହେବ – କୌଣସି ଉଦ୍ଧାର ପାଇଥିବା ବ୍ୟକ୍ତିଙ୍କର ପରିବର୍ତ୍ତିତ ଜୀବନକୁ ଅନ୍ତର୍ବାସୀ ପବିତ୍ରଆତ୍ମାଙ୍କ ଫଳ ବୋଲି ନ କହି ଶୟତାନର ଶକ୍ତି ବୋଲି କହିବା ।

ଆଜି ଅକ୍ଷମଣୀୟ ପାପ ପରି ଥିବା ପବିତ୍ରଆତ୍ମାଙ୍କ ବିରୁଦ୍ଧରେ କଥା କହିବା ହେଉଛି ନିରନ୍ତର ଅବିଶ୍ଵାସ କରିଚାଲିବା । ଯେଉଁ ବ୍ୟକ୍ତି ଅବିଶ୍ଵାସରେ ମରିଯାଇଛି ତାହା ପାଇଁ ଆଉ କ୍ଷମା ନାହିଁ । ଯୀଶୁଖ୍ରୀଷ୍ଟଙ୍କଠାରେ ଭରସା କରିବାକୁ ପବିତ୍ରଆତ୍ମାଙ୍କର କଥାକୁ ବାରମ୍ବାର ଏଡାଇ ଦେବା ହେଉଛି ତାହାଙ୍କ ବିରୁଦ୍ଧରେ ଅକ୍ଷମଣୀୟ ପାପ । ଯୋହନ ୩:୧୬ ରେ କ’ଣ କୁହାଯାଇଛି ତାହା ମନେ ପକାନ୍ତୁ: “କାରଣ ଈଶ୍ଵର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ଵିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ଵାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ ।” ପୁନଶ୍ଚ ସେହି ଅଧ୍ୟାୟର ଆଉ ଏକ ପଦରେ ଲେଖାଯାଏ “ଯେ ପୁତ୍ରଙ୍କଠାରେ ବିଶ୍ଵାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି । ମାତ୍ର ଯେ ପୁତ୍ରଙ୍କୁ ଅମାନ୍ୟ କରେ, ସେ ଜୀବନ ଦେଖିବ ନାହିଁ । କିନ୍ତୁ ସେ ଈଶ୍ଵରଙ୍କ କ୍ରୋଧର ପାତ୍ର ହୋଇ ରହିଥାଏ“ (ଯୋହନ ୩:୩୬) । ଜଣେ କ୍ଷମା ନ ପାଇବାର ଏକମାତ୍ର ସର୍ତ୍ତ ହେଉଛି ଯଦି ସେ “ଯେକେହି ତାହାଙ୍କଠାରେ ବିଶ୍ଵାସ କରେ” ମଧ୍ୟରେ ନାହିଁ, କାରଣ ସେ ହିଁ “ପୁତ୍ରଙ୍କୁ ଏଡାଇ ଦେଉଛି ।”

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ପବିତ୍ରଆତ୍ମାଙ୍କ ନିନ୍ଦା କରିବା କଅଣ ?
© Copyright Got Questions Ministries