settings icon
share icon
ପ୍ରଶ୍ନ

ପବିତ୍ରଆତ୍ମାଙ୍କ ବାପ୍ତିସ୍ମ କ’ଣ?

ଉତ୍ତର


ପବିତ୍ରଆତ୍ମାଙ୍କ ବାପ୍ତିସ୍ମକୁ ସେହି କାର୍ଯ୍ୟ ଭାବରେ ବ୍ୟାଖ୍ୟା କରାଯାଇପାରେ ଯେଉଁଠି ପରିତ୍ରାଣ ପାଇବା ସମୟରେ ଈଶ୍ଵରଙ୍କ ଆତ୍ମା ବିଶ୍ଵାସୀକୁ ଖ୍ରୀଷ୍ଟ ଓ ଖ୍ରୀଷ୍ଟଙ୍କ ଶରୀରରେ ଥିବା ଅନ୍ୟ ବିଶ୍ଵାସୀମାନଙ୍କ ସହିତ ଯୋଡ଼ି ଥାଏ । ପବିତ୍ରଆତ୍ମାଙ୍କ ବାପ୍ତିସ୍ମ ବିଷୟରେ ବାପ୍ତିଜକ ଯୋହନଙ୍କ ଦ୍ଵାରା (ମାର୍କ ୧:୮) ଓ ଯୀଶୁ ସ୍ଵର୍ଗକୁ ଯିବା ପୂର୍ବରୁ ପୂର୍ବରୁ କହିଥିଲେ: “କାରଣ ଯୋହନ ଜଳରେ ବାପ୍ତିସ୍ମ ଦେଲେ ସତ, କିନ୍ତୁ ତୁମ୍ଭେମାନେ ଅଳ୍ପକ୍ଷଣ ମଧ୍ୟରେ ପବିତ୍ରଆତ୍ମାରେ ବାପ୍ତିଜିତ ହେବ” (ପ୍ରେରିତ ୧:୫) । ଏହି ପ୍ରତିଜ୍ଞା ପେଣ୍ଟିକଷ୍ଟ ଦିନରେ ସଫଳ ହୋଇଥିଲା (ପ୍ରେରିତ ୨:୧-୪ ); ପ୍ରଥମ ଥର ନିମନ୍ତେ, ଲୋକମାନଙ୍କଠାରେ ପବିତ୍ରଆତ୍ମା ସ୍ଥାୟୀ ଭାବରେ ବାସ କଲେ ଏବଂ ମଣ୍ଡଳୀ ଆରମ୍ଭ ହୋଇଥିଲା । ପବିତ୍ରଆତ୍ମାରେ ବାପ୍ତିସ୍ମ ବିଷୟରେ ପ୍ରଥମ କରିନ୍ଥୀୟ ୧୨:୧୨-୧୩ ହେଉଛି ବାଇବଲର କେନ୍ଦ୍ର ବା ମୁଖ୍ୟ ଶାସ୍ତ୍ରାଂଶ: “ଯେଣୁ ଆମ୍ଭେମାନେ ଯିହୂଦୀ ହେଉ ବା ଗ୍ରୀକ୍‍ ହେଉ, ଦାସ ହେଉ ବା ସ୍ଵାଧୀନ ହେଉ ସମସ୍ତେ ତ ଏକ ଆତ୍ମାଙ୍କ ଦ୍ଵାରା ଏକ ଶରୀର ହେବା ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛୁ ଆଉ ସମସ୍ତେ ଏକ ଆତ୍ମାରୁ ପାନ କରିଅଛୁ“ (୧କରିନ୍ଥୀୟ ୧୨:୧୩) । ଲକ୍ଷ୍ୟ କରନ୍ତୁ ଯେ ଆମେ “ସମସ୍ତେ” ଆତ୍ମାଙ୍କ ଦ୍ଵାରା ବାପ୍ତିଜିତ ହୋଇଅଛୁ – ସମସ୍ତ ବିଶ୍ଵାସୀ ଏହି ବାପ୍ତିସ୍ମ ପାଇଅଛନ୍ତି, ଏହା ପରିତ୍ରାଣର ସମାନ ଅର୍ଥ ଓ କେବଳ ଅଳ୍ପ କେତେଜଣ ଏହି ବିଶେଷ ଅନୁଭୂତି ପାଆନ୍ତି ନାହିଁ । ଯଦିଓ ରୋମୀୟ ୬:୧-୪ ରେ ଈଶ୍ଵରଙ୍କ ଆତ୍ମା ବିଷୟରେ ବିଶେଷରୂପେ ଲେଖାଯାଇନାହିଁ, ତଥାପି ୧କରିନ୍ଥୀୟ ଅଂଶରେ ଥିବା ପରି ସମାନ ଭାଷାରେ ଈଶ୍ଵରଙ୍କ ସମ୍ମୁଖରେ ବିଶ୍ଵାସୀର ସ୍ଥିତି ବିଷୟରେ ବ୍ୟାଖ୍ୟା କରେ: “ଏବେ ଆମ୍ଭେମାନେ କ’ଣ କହିବା, ଅନୁଗ୍ରହ ଯେପରି ପ୍ରଚୁର ହୁଏ ଏଥିପାଇଁ କି ପାପରେ ରହିଥିବା? ତାହା କେବେହେଁ ନ ହେଉ । ପାପ ପ୍ରତି ମୃତ ଯେ ଆମ୍ଭେମାନେ ଆମ୍ଭେମାନେ ସେଥିରେ ଆଉ କିପରି ଜୀବନ କାଟିବା? ଆମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟଯୀଶୁଙ୍କଠାରେ ବାପ୍ତିଜିତ ହୋଇଅଛୁ, ସମସ୍ତେ ଯେ ତାହାଙ୍କ ମରଣରେ ବାପ୍ତିଜିତ ହୋଇଅଛୁ, ଏହାକି ତୁମ୍ଭେମାନେ ଜାଣନାହିଁ? ଅତଏବ, ଆମ୍ଭେମାନେ ବାପ୍ତିସ୍ମ ଦ୍ଵାରା ମରଣରେ ତାହାଙ୍କ ସହିତ ସମାଧିପ୍ରାପ୍ତ ହୋଇଅଛୁ । ଯେପରି ଖ୍ରୀଷ୍ଟ ପିତାଙ୍କ ଗୌରବ ଦ୍ଵାରା ମୃତମାନଙ୍କ ମଧ୍ୟରୁ ଯେଉଁ ପ୍ରକାରେ ଉତ୍ଥାପିତ ହେଲେ ଆମ୍ଭେମାନେ ମଧ୍ୟ ସେହିପ୍ରକାରେ ଜୀବନର ନୂତନ ଭାବରେ ଆଚରଣ କରୁ ।“

ପବିତ୍ରଆତ୍ମାଙ୍କ ବାପ୍ତିସ୍ମ ବିଷୟରେ ଆମ୍ଭମାନଙ୍କ ବୁଝିବା ନିମନ୍ତେ ତଳେ ଦିଆଯାଇଥିବା ସତ୍ୟତାଗୁଡିକ ସାହାଯ୍ୟ କରିବ: ପ୍ରଥମତଃ, 1କରିନ୍ଥୀୟ ୧୨:୧୩ ସ୍ପଷ୍ଟ ଭାବେ ଦର୍ଶାଏ ଯେ ପାନ କରିବା ନିମନ୍ତେ ଯେପରି ସମସ୍ତଙ୍କୁ ପବିତ୍ରଆତ୍ମା ଦିଆଯାଇଛି (ଅନ୍ତରରେ ପବିତ୍ରଆତ୍ମାଙ୍କ ବାସ), ସେହିପରି ଭାବରେ ବାପ୍ତିଜିତ ହେବା ନିମନ୍ତେ ମଧ୍ୟ ପବିତ୍ରଆତ୍ମା ଦିଆଯାଇଛି । ଦ୍ଵିତୀୟତଃ, ଶାସ୍ତ୍ରର କୌଣସି ସ୍ଥାନରେ ମଧ୍ୟ ବିଶ୍ଵାସୀମାନଙ୍କୁ ପବିତ୍ରଆତ୍ମାରେ ବାପ୍ତିଜିତ ହେବା ବା ପବିତ୍ରଆତ୍ମାଙ୍କଠାରେ ବାପ୍ତିଜିତ ହେବା ବା ପବିତ୍ରଆତ୍ମାଙ୍କ ଦ୍ଵାରା ବାପ୍ତିଜିତ ହେବା କିମ୍ବା କୌଣସି ପ୍ରକାରେ ମଧ୍ୟ ପବିତ୍ରଆତ୍ମାଙ୍କ ବାପ୍ତିସ୍ମ ଖୋଜିବା ନିମନ୍ତେ କୁହାଯାଇନାହିଁ । ଏହାର ଅର୍ଥ ହେଉଛି ସମସ୍ତ ବିଶ୍ଵାସୀ ଏହି ଅନୁଭୂତି ପାଇଛନ୍ତି । ତୃତୀୟତଃ, ଏଫିସୀୟ 4:5 ପବିତ୍ରଆତ୍ମାଙ୍କ ବାପ୍ତିସ୍ମ ବିଷୟରେ କହିବା ପରି ଜଣାପଡେ । ଯଦି ଏହା ସେପରି ହୋଇଥାଏ, ତେବେ ପବିତ୍ରଆତ୍ମାଙ୍କ ବାପ୍ତିସ୍ମ ପ୍ରତ୍ୟେକ ବିଶ୍ଵାସୀଙ୍କ ନିମନ୍ତେ ଏକ ବାସ୍ତବତା ଅଟେ, ଠିକ୍‍ ଯେପରି “ଏକ ବିଶ୍ବାସ” ଓ “ଏକ ପିତା” ଅଟନ୍ତି ।

ପରିଶେଷରେ ଏହା କୁହାଯାଇପାରେ, ପବିତ୍ରଆତ୍ମାଙ୍କ ବାପ୍ତିସ୍ମ ଦୁଇଟି ବିଷୟ କରେ, (୧) ଏହା ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ଶରୀରରେ ମିଳିତ କରାଏ , (୨) ଏହା ଖ୍ରୀଷ୍ଟଙ୍କ ସହ ଆମ୍ଭମାନଙ୍କର କ୍ରୁଶବିଦ୍ଧ ହେବା ବିଷୟକୁ ବାସ୍ତବିକ କରେ । ତାହାଙ୍କ ଶରୀରରେ ରହିବାର ଅର୍ଥ ହେଉଛି ଆମ୍ଭେମାନେ ଜୀବନର ନୂତନତାରେ ତାହାଙ୍କ ସହିତ ଉଠିଅଛୁ (ରୋମୀୟ ୬:୪) । ତା’ପରେ ଆମ୍ଭମାନଙ୍କର ଆତ୍ମିକ ବରଦାନଗୁଡ଼ିକୁ ବ୍ୟବହାର ଆଣି ଯେପରି ୧କରିନ୍ଥୀୟ ୧୨:୧୩ରେ ଲେଖାଯାଇଛି ସେହି ପରି ଶରୀରକୁ ସଠିକ୍‍ ଭାବେ କାର୍ଯ୍ୟକାରି ରଖିବା ଉଚିତ । ପବିତ୍ରଆତ୍ମା ବାପ୍ତିସ୍ମର ଅନୁଭୂତି ପାଇଲେ ଏହା ଏଫିସୀୟ ୪:୫ରେ ଥିବା ପ୍ରସଙ୍ଗ ଅନୁଯାୟୀ ମଣ୍ଡଳୀର ଏକତା ରଖିବାର ଆଧାର ଭାବେ କାର୍ଯ୍ୟ କରେ । ଖ୍ରୀଷ୍ଟଙ୍କ ମୃତ୍ୟୁ, ସମାଧିପ୍ରାପ୍ତ ଓ ପୁନରୁତ୍ଥାନରେ ପବିତ୍ରଆତ୍ମାଙ୍କ ବାପ୍ତିସ୍ମ ମାଧ୍ୟମରେ ଖ୍ରୀଷ୍ଟଙ୍କ ସହ ମିଳିତ ହେବା ଦ୍ଵାରା ଏହା ଆମଠାରେ ବାସ କରୁଥିବା ପାପର ଶକ୍ତିରୁ ପୃଥକ୍‍ ହେବା ଓ ନୂତନ ଜୀବନରେ ଚାଲିବାରେ ସାହାଯ୍ୟ କରିଥାଏ (ରୋମୀୟ ୬:୧-୧୦; କଲସୀୟ ୨:୧୨) ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ପବିତ୍ରଆତ୍ମାଙ୍କ ବାପ୍ତିସ୍ମ କ’ଣ?
© Copyright Got Questions Ministries